ଏସ୍‌ଆର୍‌ଏଚ୍‌ ଜିତିଲା ଟସ୍‌, ପ୍ରଥମେ ବୋଲିଂ…

ମୁମ୍ବାଇ, ୨୩।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ବିପକ୍ଷରେ ସନ୍‌ ରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ର ମୁମ୍ବାଇର ବ୍ରେବୋର୍ନ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଏସ୍‌ଆର୍‌ଏଚ୍‌ର ଅଧିନାୟକ କେନ ୱିଲିୟମସନ ଟସ ଜିଣିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆର୍‌ସିବି ଅଧିନାୟକ ଫାଫ୍‌ ଡୁ ପ୍ଲେସିସ୍‌ଙ୍କ ନେତୃତ୍ୱରେ ଟିମ୍‌ ବ୍ୟାଟିଂ ଆରମ୍ଭ କରିଛି।

ଏସ୍‌ଆର୍‌ଏଚ୍‌ ଟିମ୍‌ରେ କେନ ୱିଲିୟମସନ (କ୍ୟାପଟେନ), ଅଭିଷେକ ଶର୍ମା, ରାହୁଲ ତ୍ରିପାଠୀ, ଆଡେନ ମାର୍କ୍ରାମ, ନିକୋଲାସ ପୁରାନ (ଓ୍ବିକେଟ କିପର), ଶଶାଙ୍କ ସିଂ, ଜେ ସୁଚିଟ, ଶ୍ରେୟାସ ଗୋପାଳ, ଭୁବନେଶ୍ୱର କୁମାର, ମାର୍କୋ ୟାନସେନ, ଟି ନାଟାରାଜନ, ଉମରନ ମଲିକ ପ୍ରମୁଖ ଖେଳୁଛନ୍ତି।

ସେହିପରି ଆରସିବି ପକ୍ଷରୁ ଫାଫ ଡୁ ପ୍ଲେସିସ (ଅଧିନାୟକ), ଅନୁଜ ରାୱତ, ବିରାଟ କୋହଲି, ଗ୍ଲେନ ମ୍ୟାକ୍ସୱେଲ, ଦୀନେଶ କାର୍ତ୍ତିକ, ଶାହବାଜ ଅହମ୍ମଦ, ସୁୟାଶ ପ୍ରଭାସାଇ, ଭାନିନ୍ଦୁ ହସରାଙ୍ଗା, ଜୋଶ ହାଜଲେଉଡ, ହର୍ଷଲ ପଟେଲ, ମହମ୍ମଦ ସିରାଜ ପ୍ରମୁଖ ଖେଳୁଛନ୍ତି।

Share