Categories: ଖେଳ

ସିଏସ୍‌କେ ଆଗରେ ୧୩୫ ରନ୍‌ର ଟାର୍ଗେଟ

ଶାରଜା,୩୦।୯: ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ଏହି ନିଷ୍ପତ୍ତିକୁ ସଠିକ୍‌ ପ୍ରମାଣ କରିଥିଲେ ବୋଲରମାନେ। ଜୋଶ ହାଜେଲଉଡ୍‌ (୩ ଉଇକେଟ), ଡ୍ବେନ ବ୍ରାଭୋ (୨), ଶାର୍ଦ୍ଦୁଳ ଠାକୁର (୧) ଓ ରବୀନ୍ଦ୍ର ଜାଡେଜା (୧) କ୍ରମାଗତ ବ୍ୟବଧାନରେ ଉଇକେଟ ନେବାରୁ ସନରାଇଜର୍ସ ହାଇଦ୍ରାବାଦ୍‌ ୨୦ ଓଭରରେ ୭ ଉଇକେଟ ହରାଇ ୧୩୪ ରନ୍‌ କରିଛି। କେବଳ ରିଦ୍ଦିମାନ ଶାହ (୪୪)ଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସଫଳ ହୋଇ ନ ଥିଲେ। ଶେଷ ଆଡ଼କୁ ରଶିଦ ଖାନ ୧୭ ରନ୍‌ କରିବାରୁ ଏସ୍‌ଆର୍‌ଏଚ୍‌ ଏକ ସମ୍ମାନଜନକ ଟାର୍ଗେଟ ଛିଡ଼ା କରିପାରିଛି।

Share