Posted inଖେଳ

ଡାଇମଣ୍ଡ ଲିଗ୍‌ରେ ନିରାଶକଲେ ଶ୍ରୀଶଙ୍କର

ମୋନାକୋ,୧୨ା୮(ପି.ଟି):ଡାଇମଣ୍ଡ ଲିଗ୍‌ରେ ନିରାଶ କଲେ ଭାରତୀୟ ଲଙ୍ଗଜମ୍ପର ମୁରଲୀ ଶ୍ରୀଶଙ୍କର। ଐତିହାସିକ ରାଜ୍ୟଗୋଷ୍ଠୀ ରୌପ୍ୟ ପଦକ ଜିତିଥିବା ଶ୍ରୀଶଙ୍କର ନିଜ ସଫଳତାକୁ ଦୋହରାଇବାରେ ବିଫଳ ହୋଇଛନ୍ତି। ଡାଇମଣ୍ଡ ଲିଗ୍‌ରେ ପଦାର୍ପଣ କରିଥିବା ଶ୍ରୀଶଙ୍କରଙ୍କ ପ୍ରଦର୍ଶନ ଅତ୍ୟନ୍ତ ସାଧାରଣ ରହିଥିଲା। ୭.୯୪ ମିଟର ଦୂରକୁ ଡେଇଁବା ସହିତ ଷଷ୍ଠ ସ୍ଥାନରେ ରହିଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡାରେ ଅଳ୍ପକେ ସ୍ବର୍ଣ୍ଣରୁ ବଞ୍ଚିତ ହୋଇଥିବା ଶ୍ରୀଶଙ୍କରଙ୍କ ନିକଟରୁ ପ୍ରଥମ ପଦାର୍ପଣରେ ପଦକ ଆଶା କରାଯାଉଥିଲା। ତେବେ ବୁଧବାର ରାତିରେ ଖେଳାଯାଇଥିବା ମୁକାବିଲାରେ ନିଜର ଶ୍ରେଷ୍ଠ ପ୍ରଦର୍ଶନଠାରୁ ବେଶ୍‌ ଦୂରରେ ରହିଥିଲେ ଶ୍ରୀଶଙ୍କର। ୮.୩୬ ମିଟର ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ହୋଇଥିବା ବେଳେ ରାଜ୍ୟଗୋଷ୍ଠୀରେ ସେ ୮.୦୮ ମିଟର ଡେଇଁଥିଲେ।
ଏହି ଇଭେଣ୍ଟ ସମୟରେ ପବନର ବେଗ ସାମାନ୍ୟ ଅଧିକ (୧ମି/ସେକେଣ୍ଡ) ଥିବାରୁ ଖେଳାଳିଙ୍କୁ ଡେଇଁବାରେ ଅସୁବିଧା ହୋଇଥିଲା। ଶ୍ରୀଶଙ୍କର ପ୍ରଥମ ପ୍ରୟାସରେ ୭.୬୧ ମିଟର ଡେଇଁଥିଲେ। ପରବର୍ତ୍ତୀ ଦୁଇ ପ୍ରୟାସରେ ୭.୮୪ ଓ ୭.୮୩ ମିଟର ଡେଇଁବା ସହିତ ଅଷ୍ଟମ ସ୍ଥାନକୁ ଖସିଥିଲେ। ଚତୁର୍ଥ ପ୍ରୟାସରେ ୭.୬୯ ଓ ୫ମ ପ୍ରୟାସରେ ୭.୯୪ ମିଟର ଡେଇଁବା ସହିତ ଷଷ୍ଠ ସ୍ଥାନରେ ରହିଥିଲେ। ଡାଇମଣ୍ଡ ଲିଗ୍‌ର ନିୟମ ଅନୁସାରେ ପ୍ରଥମ ୩ ସ୍ଥାନରେ ରହିଥିବା ଖେଳାଳିଙ୍କୁ ଷଷ୍ଠ ପ୍ରୟାସର ସୁଯୋଗ ମିଳିଥାଏ ା
ଫଳରେ ଶ୍ରୀଶଙ୍କରଙ୍କୁ ଅନ୍ତିମ ଜମ୍ପର ସୁଯୋଗ ମିଳିନଥାଏ। ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ମେକେଲ୍‌ ମାସୋ ୮.୩୫ମିଟରର ଡିଆଁ ସହିତ ସ୍ବର୍ଣ୍ଣ ପଦକ ଜିତିଥିଲେ। ଗ୍ରୀସ୍‌ର ଟେଣ୍ଟୋଗୋଲୁ ମିଲିଟାଡିସ୍‌ ଏବଂ ଆମେରିକାର ମାର୍କ୍ୱିସ୍‌ ଡେଣ୍ଡି ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିଲେ। ଶ୍ରୀଶଙ୍କର ଲଉସାନ୍ନେ ଓ ସ୍ବିଜରଲାଣ୍ଡରେ ହେବାକୁ ଥିବା ପରବର୍ତ୍ତୀ ଡାଇମଣ୍ଡ ଲିଗ୍‌ରେ ଅଂଶଗ୍ରହଣ କରିଥିଲେ। ଏହି ମୁକାବିଲା ପରେ ୪ ପଏଣ୍ଟ ସହିତ ସେ ୧୦ମ ସ୍ଥାନରେ ରହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri