Posted inଖେଳ

ପ୍ରୀତି ଜିଣ୍ଟାଙ୍କ ପୋଷ୍ଟରେ ଶ୍ରୀସନ୍ତ ଲେଖିଲେ ଏଭଳି କିଛି; ଟୁଇଟରରେ ଟ୍ରେଣ୍ଡ କଲା‘ ଶ୍ରୀସନ୍ତ ଫର୍‌ ଆଇପିଏଲ୍‌’

ନୂଆଦିଲ୍ଲୀ,୨୦।୨: ଆଇପିଏଲ୍‌ ୧୪ ଲାଗି ଆୟୋଜିତ ଖେଳାଳି ନିଲାମୀ ପ୍ରକ୍ରିୟାରେ ଅନେକ ଖେଳାଳି ବିକ୍ରି ହୋଇଛନ୍ତି। କିଛି କୋଟି କୋଟି ଟଙ୍କା ରୋଜଗାର କରିଥିବା ବେଳେ କିଛି ଲକ୍ଷାଧିକ ଟଙ୍କା କମାଇଥିଲେ। ହେଲେ କିଛି ଖେଳାଳି ଏଭଳି ଥିଲେ ଯେଉଁମାନେ ନାମାଙ୍କନ କରିଥିଲେ ହେଁ ନିଲାମୀରେ ଭାଗ ନେଇପାରି ନ ଥିଲେ। ସେଥିରୁ ଜଣେ ହେଲେ ଭାରତୀୟ ବୋଲର୍‌ ଏସ୍‌.ଶ୍ରୀସନ୍ତ। ଶୁକ୍ରବାର ରାତିରେ ଅଚାନକ ସୋସିଆଲ ମିଡିଆରେ ସେ ଟ୍ରେଣ୍ଡ ହେବାକୁ ଲାଗିଥିଲେ। ପ୍ରଶଂସକମାନେ ଶ୍ରୀସନ୍ତଙ୍କୁ ଆଇପିଏଲ୍‌ରେ ନିଆଯାଉ ବୋଲି ଦାବି କରିଥିଲେ।

ଏହା ପୂର୍ବରୁ ଅଭିନେତ୍ରୀ ପ୍ରୀତି ଜିଣ୍ଟା ନିଲାମୀ ପୂର୍ବରୁ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରି କେଉଁ ଖେଳାଳିଙ୍କୁ ଦଳରେ ନେବା ଉଚିତ ସେନେଇ ପରାମର୍ଶ ଦେବାକୁ କହିଥିଲେ। ଏହାର ଜବାବରେ ଶ୍ରୀସନ୍ତ ତିନୋଟି ଉତ୍ତର ଦେଇଥିଲେ। ପ୍ରଥମେ ନିଜର ନାମ ଦଳରେ ସାମିଲ କରିବାକୁ କହିଥିଲେ। ପରେ ନିଲାମୀରେ ନ ଥିବାରୁ ବିନା ମୂଲ୍ୟରେ ଦଳରେ ସାମିଲ କରିପାରିବେ ବୋଲି କହିଥିଲେ। ଶେଷ ତଥା ଅନ୍ତିମ ଜବାବରେ ସେ ଅଲ୍‌ ଦ ବେଷ୍ଟ। ଖୁସିରେ ରୁହନ୍ତୁ। ଭଗବାନଙ୍କ ଆଶୀର୍ବାଦ ଆପଣ ସମସ୍ତଙ୍କ ଉପରେ ରହୁ ବୋଲି କହିଥିଲେ।

ଏହି ଘଟଣା ପରେ ଟୁଇଟରରେ ‘ଶ୍ରୀସନ୍ତ ଫର ଆଇପିଏଲ୍‌’ ଟ୍ରେଣ୍ଡ କରିଥିଲା। ଯଦି ଅର୍ଜୁନ ତେନ୍ଦୁଲକରଙ୍କୁ ସାମିଲ କରାଯାଇପାରୁଛି ତେବେ ଶ୍ରୀସନ୍ତଙ୍କୁ କାହିଁକି ନୁହେଁ ବୋଲି ପ୍ରଶଂସକ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ୍: ପାକିସ୍ତାନକୁ ଧୂଳି ଚଟାଇ ସୁପର-୮ରେ ଭାରତ; ଧରାଶାୟୀ ପଡ଼ୋଶୀ ଦଳ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ହାଇଭୋଲ୍ଟେଜ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ର ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଲଗାତାର…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri