Posted inଖେଳ

ଉଦ୍‌ଯାପନୀ ସମାରୋହରେ ଭାକରଙ୍କ ସହ ପତାକା ବାହକ ରହିବେ ଶ୍ରୀଜେଶ

ପ୍ୟାରିସ୍‌,୧୦ା୮: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ର ଉଦ୍‌ଯାପନୀ ସମାରୋହ ପାଇଁ ଭାରତୀୟ ଦଳର ପତାକା ବାହକ ଦାୟିତ୍ୱ ନିର୍ବାହ କରିବେ ଭାରତୀୟ ହକି ଦଳର ଗୋଲ୍‌କିପର ପି.ଆର. ଶ୍ରୀଜେଶ। ପୂର୍ବରୁ ଶୁଟିଂ ସେନ୍‌ସେସନ୍‌ ମନୁ ଭାକର ପତାକା ବାହକ ଦାୟିତ୍ୱ ନିର୍ବାହ କରିବେ ବୋଲି ଘୋଷଣା କରାଯାଇଥିଲା। ଗୁରୁବାର ଅବସର ଘୋଷଣା କରିଥିବା ଶ୍ରୀଜେଶ୍‌ ଭାରତର ଅନ୍ୟତମ ଶ୍ରେଷ୍ଠ ସେଲିବ୍ରେଟେଡ ଗୋଲକିପର। ଶ୍ରୀଜେଶଙ୍କ ନାମ ଘୋଷଣା କରିବା ପୂର୍ବରୁ ଭାରତୀୟ ଅଲିମ୍ପିକ୍ସ ଆସୋସିଏଶନ(ଆଇଓଏ) ସଭାପତି ପି.ଟି. ଉଷା ନୀରଜ ଚୋପ୍ରାଙ୍କ ସହ ଆଲୋଚନା କରିଥିଲେ। ନୀରଜ ଉଦ୍‌ଯାପନୀ ସମାରୋହରେ ମନୁଙ୍କ ସହିତ ପତାକା ବାହକ ରହିବାର କାର୍ଯ୍ୟକ୍ରମ ରହିଥିଲା। ତେବେ ଶ୍ରୀଜେଶ୍‌ଙ୍କ ନାମ ଶୁଣି ନୀରଜ ତୁରନ୍ତ ହଁ ଭରିଥିଲେ। ଚଳିତ ଅଲିମ୍ପିକ୍ସର ଜାଭେଲିନ୍‌ରେ ଅଂଶଗ୍ରହଣ କରିଥିବା ନୀରଜ ରୌପ୍ୟ ପଦକ ବିଜୟୀ ହୋଇଥିଲେ। ପ୍ରଥମ ଭାରତୀୟ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଆଥ୍‌ଲେଟ୍‌ ଭାବରେ ଦୁଇଟି ଅଲିମ୍ପିକ୍ସ ପଦକ ଜିତିବାରେ ସମର୍ଥ ହୋଇଛନ୍ତି।
ନୀରଜଙ୍କ ସହ ଆଲୋଚନା ପରେ ଉଷା କହିଥିଲେ, ମୁଁ ପ୍ରସ୍ତାବ ଦେବା ସଙ୍ଗେ ସଙ୍ଗେ ସେ ମାନି ଯାଇଥିଲେ। ଏପରି କି ଆଇଓଏ ପଚାରି ନ ଥିଲେ ନୀରଜ ନିଜ ଆଡୁ ଶ୍ରୀଜେଶ୍‌ଙ୍କ ନାମ ପ୍ରସ୍ତାବ କରିଥାନ୍ତେ ବୋଲି ମଧ୍ୟ କହିଥିଲେ। ଶ୍ରୀଜେଶ୍‌ଙ୍କ ନାମ ଭାବବିହ୍ବଳ ଓ ପପୁଲାର ଚଏସ ଆଧାରରେ ଚୟନ କରାଯାଇଥିବା କହିଛନ୍ତି ଉଷା। ଭାରତକୁ ବ୍ରୋଞ୍ଜ ପଦକ ଜିତାଇବା ପରେ ଶ୍ରୀଜେଶ୍‌ ଦୀର୍ଘ ୧୮ ବର୍ଷର କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ଉଭୟ ଶ୍ରୀଜେଶ୍‌ ଓ ମନୁ ଭାକରଙ୍କୁ ଚଳିତ ଅଲିମ୍ପିକ୍ସ ଉଦ୍‌ଯାପନୀ ସମାରୋହରେ ପତାକା ବାହକ ଭାବରେ ଘୋଷଣା କରିଥିବାରୁ ଆମେ ଅତ୍ୟନ୍ତ ଗର୍ବିତ ବୋଲି ଆଇଓଏ ପକ୍ଷରୁ ଏକ ବିବୃତିରେ ପ୍ରକାଶ ପାଇଛି। ୩୬ ବର୍ଷୀୟ ଶ୍ରୀଜେଶ୍‌ଙ୍କୁ ବ୍ରୋଞ୍ଜ ପଦକ ସହ ଭାରତୀୟ ହକି ଦଳ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଥିବା ବେଳେ ବର୍ତ୍ତମାନ ଏହା ଆଇଓଏର ଦାୟିତ୍ୱ ବୋଲି କହିଛନ୍ତି ଉଷା। ଶ୍ରୀଜେଶ୍‌ ଭାରତୀୟ ହକି ଦଳ ସହିତ ଅଲିମ୍ପିକ୍ସ ଜିତିଥିବା ବେଳେ ମନୁ ସ୍ବାଧୀନ ଭାରତର ପ୍ରଥମ ଆଥ୍‌ଲେଟ ଭାବରେ ଗୋଟିଏ ସଂସ୍କରଣରେ ଦୁଇଟି ବ୍ରୋଞ୍ଜ ପଦକ ହାସଲ କରିଥିଲେ। ୧୦ ମିଟର ଏୟାର ପିସ୍ତଲ ଓ ଏୟାର ପିସ୍ତଲ ମିକ୍ସଡ ଟିମ୍‌ ଇଭେଣ୍ଟରେ ମନୁ ଉଭୟ ପଦକ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓଡ଼ିଶା ସହ ମିଶି ବିଶ୍ୱସ୍ତରରେ ହକିର ବିକାଶ ପାଇଁ ଏଫ୍‌ଆଇଏଚ୍‌ ପ୍ରତିଶ୍ରୁତିବଦ୍ଧ: ଇକ୍ରାମ

ଭୁବନେଶ୍ୱର, ୧୦।୯: ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ସଭାପତି ଟାୟାବ ଇକ୍ରାମ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏଠାରେ ସାକ୍ଷାତ କରିଛନ୍ତି। ବିଶ୍ୱ ହକିକୁ...

ପାରାଲିମ୍ପିକ୍ସରେ ପଦକ ବିଜେତାଙ୍କ ପାଇଁ ପୁରସ୍କାର ଘୋଷଣା

ନୂଆଦିଲ୍ଲୀ,୧୦ା୯: ପ୍ୟାରିସ୍‌ ପାରାଲିମ୍ପିକ୍ସରେ ପଦକ ଜିତିଥିବା ସମସ୍ତ ଭାରତୀୟ ଖେଳାଳିଙ୍କ ପାଇଁ ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାରଙ୍କ କ୍ରୀଡ଼ା ମନ୍ତ୍ରଣାଳୟ। କ୍ରୀଡ଼ାମନ୍ତ୍ରୀ ମନସୁଖ...

ଗାଙ୍ଗୁଲିଙ୍କ ବଡ଼ ଭବିଷ୍ୟବାଣୀ: ଏହି କ୍ରିକେଟର୍‌ ହେବେ ଟେଷ୍ଟର ବାଦ୍‌ଶାହା

ନୂଆଦିଲ୍ଲୀ,୯।୯: ଟିମ ଇଣ୍ଡିଆର ତାରକା ଖେଳାଳି ବିରାଟ କୋହଲିଙ୍କୁ ଆଧୁନିକ କ୍ରିକେଟର ଶ୍ରେଷ୍ଠ ଖେଳାଳି ଭାବେ ବିବେଚନା କରାଯାଏ। ଯେତେବେଳେ ଟେଷ୍ଟ ଫର୍ମାଟ କଥା ଆସେ,...

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ଚାଇନାକୁ ହରାଇଲା ଭାରତ

ହୁଲୁନ୍‌ବୁଇର(ଚାଇନା), ୮ା୯: ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ଏଠାରେ ରବିବାର ଖେଳାଯାଇଥିବା ଏକ ମ୍ୟାଚରେ ଗତଥରର ଚାମ୍ପିୟନ ଭାରତୀୟ ପୁରୁଷ ଦଳ ୩-୦ ଗୋଲ୍‌ରେ...

ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ଏହି ଖେଳାଳିଙ୍କୁ ପ୍ରଥମ ଥର ମିଳିଲା ସୁଯୋଗ

ମୁମ୍ବାଇ,୮।୯: ବାଂଲାଦେଶ ବିପକ୍ଷ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ରବିବାର ଭାରତୀୟ ଦଳ ଘୋଷଣା କରାଯାଇଛି। ପ୍ରଥମ ଟେଷ୍ଟ ପାଇଁ ଘୋଷଣା କରାଯାଇଥିବା...

ପ୍ୟାରିସ୍ ପାରାଲିମ୍ପିକ୍ସରେ ଭାରତର ଚମତ୍କାର ପ୍ରଦର୍ଶନ … ୨୯ଟି ପଦକ ସହିତ ସରିଲା ଅଭିଯାନ

ନୂଆଦିଲ୍ଲୀ,୮।୯: ପ୍ୟାରିସ୍ ପାରାଲିମ୍ପିକ୍ସ ୨୦୨୪ ରେ ଭାରତର ଯାତ୍ରା ଶେଷ ହୋଇଛି। ପ୍ୟାରିସ୍ ପାରାଲିମ୍ପିକ୍ସରେ ଭାରତର ଖେଳାଳିମାନେ ଅତ୍ୟନ୍ତ ଭଲ ପ୍ରଦର୍ଶନ କରିଛନ୍ତି। ଏଥର ଭାରତ...

ଅନ୍ତଜାର୍ତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କଲେ ଏହି ଖେଳାଳି

ଇଂଲଣ୍ଡ,୮ା୯: ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ରବିବାର ଅବସର ଘୋଷଣା କରିଛନ୍ତି ମୋଏନ ଅଲି। ସେ ଇଂଲଣ୍ଡ କ୍ରିକେଟ ଟିମ୍‌ର ଜଣେ ଦକ୍ଷ ଅଲ୍‌ରାଉଣ୍ଡର। ୧୦ ବର୍ଷର ଅନ୍ତର୍ଜାତୀୟ...

ଜୟ ଶାହା ICC ଚେୟାରମ୍ୟାନ ହେବା ପରେ ପାକିସ୍ତାନକୁ ଲାଗିଲା ଝଟ୍‌କା

ନୂଆଦିଲ୍ଲୀ/ଇସଲାମାବାଦ,୮।୯: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ସଚିବ ଜୟ ଶାହାଙ୍କୁ ଗତ ମାସ ଶେଷରେ ଆଇସିସିର ଚେୟାରମ୍ୟାନ ଭାବରେ ନିର୍ବାଚିତ କରାଯାଇଛି। ସେ ୧ଡିସେମ୍ବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri