କାଳବୈଶାଖୀ ତାଣ୍ଡବ: ଜିଲାପାଳଙ୍କୁ ରିପୋର୍ଟ ମାଗିଲେ ଏସ୍‌ଆର୍‌ସି

ଭୁବନେଶ୍ୱର,୨୬ା୫(ବ୍ୟୁରୋ): ସକାଳୁ ପାରଦ ଉପରମୁହଁା ହେଲା। ପୂର୍ବାହ୍ନ ୧୧ଟା ୩୦ ବେଳକୁ ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରୀ ଛୁଇଁଲା। ଧୀରେ ଧୀରେ ଗ୍ରୀଷ୍ମର ପ୍ରକୋପ ବଢ଼ିଚାଲିଲା। ମଧ୍ୟାହ୍ନରେ ତାତି ୪୦ ଡିଗ୍ରୀ ଅତିକ୍ରମ କରିଗଲା। ତେବେ ଅପରାହ୍ନରେ ହଠାତ୍‌ ପାଗ ବଦଳିଲା। ପ୍ରାୟ ୨ଟା ୩୦ ବେଳକୁ ଘୋଟିଆସିଲା କଳାହାଣ୍ଡିଆ ମେଘ। ଆରମ୍ଭ ହୋଇଗଲା ତୁହାକୁ ତୁହା ବଜ୍ରପାତ। ୪୦ରୁ ୫୦ କି.ମି. ବେଗରେ ପବନ ବୋହିବା ସହ ମୂଷଳ ଧାରାରେ ବର୍ଷା ହେଲା। ଅସହ୍ୟ ଗୁଳୁଗୁଳି, ଗରମରେ ଆଉଟୁପାଉଟୁ ହେଉଥିବା ଲୋକେ ସାମାନ୍ୟ ଆଶ୍ୱସ୍ତ ହେଲେ। ତେବେ ଝଡ଼ତୋଫାନ ଉପକୂଳ ଓଡ଼ିଶାର ଚିତ୍ର ବଦଳାଇ ଦେଇଛି। ରାଜଧାନୀ ସମେତ କଟକ, ପୁରୀ, ଢେଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼, କେନ୍ଦ୍ରାପଡ଼ା, ଯାଜପୁର ଓ କଟକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ଟିଣଛପର ଉଡ଼ିଯାଇଥିବାବେଳେ ଗଛ ପଡ଼ି ରାସ୍ତା ଜାମ୍‌ ହୋଇଛି। କୁଆପଥର ମାଡ଼ରେ ଫସଲ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ତାର ଛିଣ୍ଡିବା, ଖୁଣ୍ଟ ଉପୁଡ଼ି ପଡ଼ିବା କାରଣରୁ ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ ହୋଇଛି। ଅନ୍ୟପଟେ ତୁରନ୍ତ କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲାପାଳମାନଙ୍କୁ ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆର୍‌ସି) ସତ୍ୟବ୍ରତ ସାହୁ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟୁତ୍‌ ସରବରାହ ତୁରନ୍ତ ପୁନଃ ସଂଯୋଗ କରିବା, ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ଗଛ କାଟି ରାସ୍ତା ସଫା କରିବା, ମୃତାହତଙ୍କ ସମ୍ପର୍କରେ ଠିକ୍‌ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଜାରି କରାଯାଇଛି।
ଆଠଗଡ଼-ମୁଣ୍ଡଳୀ ରାସ୍ତାର ରାଜନଗର ଛକରେ ଝଡ଼ବର୍ଷାର ଭୟଙ୍କର ରୂପ ଦେଖିବାକୁ ମିଳିଛି। ଏଠାରେ ଥିବା ମହାରାଜା ହୋଟେଲରେ ଲୋକେ ବସି ଖାଉଥିବା ବେଳେ ଟିଣଛପର ୨୦୦ ମିଟର ଉଡ଼ିଯାଇଥିଲା। ଫଳରେ ହୋଟେଲର ସମସ୍ତ ଖାଦ୍ୟ ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି। ପାଖରେ ଥିବା ଅଞ୍ଜଳି ହୋଟେଲର ପାଚେରି ମଧ୍ୟ ଭାଙ୍ଗିପଡ଼ିଛି। ରାଜା ଆଠଗଡ଼-ନରସିଂହପୁର ୬୫ନଂ. ରାଜ୍ୟ ରାଜପଥର ଗୋପୀନାଥପୁର ଓ ସେହି ବ୍ଲକର କଟକ-ସମ୍ବଲପୁର ରାସ୍ତାରେ ଗଛ ଭାଙ୍ଗିପଡ଼ିଛି। ଏଥିଯୋଗୁ ଯାନବାହନ ଚଳାଚଳ ସାମୟିକ ବାଧାପ୍ରାପ୍ତ ହୋଇଥିଲା। ପୁରୀ ଜିଲାର ବିଭିନ୍ନ ବ୍ଲକରେ ଝଡ଼ବର୍ଷାରେ ବହୁ ନଡ଼ିଆ, ଗୁଆ, କଦଳୀ, ଆମ୍ବ ଗଛ ଭାଙ୍ଗିଛି। ଚାଳଛପର ଓ ଆଜବେଷ୍ଟସ୍‌ ଛପର ଉଡ଼ିଯାଇଛି। ପିପିଲି ଦେଇ ଯାଇଥିବା ରାସ୍ତାରେ ବିଦ୍ୟୁତ୍‌ ତାର ଛିଣ୍ଡିପଡ଼ିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଶତାଧିକ ଯାନବାହନ ଅଟକି ରହିଥିଲା। କାଳବୈଶାଖୀ ବେଳେ ଭୁବନେଶ୍ବର ଏବଂ ଏହାର ଆଖପାଖ ଅଞ୍ଚଳରେ ୨୪,୭୭୬ ଥର ବିଜୁଳି ମାରିଛି। ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରିରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ତେବେ କାଳବେଶାଖୀ ପ୍ରଭାବ ରହିଲେ ମଧ୍ୟ ତାତିରେ ବ୍ରେକ୍‌ ଲାଗିବାର ସମ୍ଭାବନା କ୍ଷୀଣ।
କାଳବୈଶାଖୀ ପ୍ରଭାବରେ ହୋଇଥିବା ବର୍ଷା ଉପକୂଳ ଓଡ଼ିଶାକୁ ଶୀତଳ କରିଥିଲେ ମଧ୍ୟ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପ୍ରଚଣ୍ଡ ତାତିରୁ ନିସ୍ତାର ମିଳିନାହିଁ। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ତାଳଚେରରେ ସର୍ବୋଚ୍ଚ ତାପମାତ୍ର ୪୨.୮ ଡିଗ୍ରୀ ଛୁଇଁଛି। ସେହିପରି ସମ୍ବଲପୁର ୪୨.୭, ନୂଆପଡ଼ା ୪୨.୪, ଝାରସୁଗୁଡ଼ା ୪୨.୨, ସୁନ୍ଦରଗଡ଼ ୪୨.୨, ବୌଦ୍ଧ ୪୧.୬, ସୋନପୁର ୪୧.୪, ବରଗଡ଼ ୪୧.୨, ଅନୁଗୋଳ ୪୧.୨, ବଲାଙ୍ଗୀର ୪୧.୧, ହୀରାକୁଦ ୪୧.୧ ଏବଂ ନୟାଗଡ଼ରେ ତାପମାତ୍ରା ୪୦.୫ ଡିଗ୍ରୀ ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ସମ୍ବଲପୁର, ବୌଦ୍ଧ, ସୋନପୁର, ନୂଆପଡ଼ା ଜିଲାରେ ପାରଦ ୪୦ରୁ ୪୪ ଡିଗ୍ରୀ ଯାଏ ପହଞ୍ଚତ୍ବା ସମ୍ଭାବନା ରହିଛି। ଅପରପକ୍ଷେ ଖୋର୍ଦ୍ଧା, ପୁରୀ, କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ନୟାଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ସମ୍ପୃକ୍ତ ସ୍ଥାନରେ ମଧ୍ୟାହ୍ନରେ ପାରଦ ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିବ। ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ରେଳ ଷ୍ଟେଶନ ପରିଦର୍ଶନ କଲେ ସମ୍ବଲପୁର ରେଳ ପ୍ରବନ୍ଧକ: ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

କେସିଙ୍ଗା,୨୮।୩(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ପ୍ରବନ୍ଧକ କେସିଙ୍ଗା ରେଳ ଷ୍ଟେଶନକୁ ଶନିବାର ପରିଦର୍ଶନ କରି ଷ୍ଟେଶନର ବିଭିନ୍ନ ସମସ୍ୟା ଉପରେ ତଦନ୍ତ କରିଥିଲେ। ଏହି ଷ୍ଟେଶନରେ ଯାତ୍ରୀଙ୍କ…

ଘରକୁ ଫେରୁଥିଲେ ଶ୍ରମିକ, ଧକ୍କା ଦେଲା ଟ୍ରାଭେଲର: ଆଉ ତା’ପରେ…

ଲୋଇସିଂହା,୨୮।୩(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିମୁଣ୍ଡା- ବଲାଙ୍ଗୀର ରାସ୍ତାର ସରଗାଡରେ ଏକ ଅଜଣା ଗାଡ଼ି ଧକ୍କାରେ ଶନିବାର ଭୋର ସକାଳୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି।…

ଦାରିଙ୍ଗବାଡିରେ କାଳବୈଶାଖୀ ପ୍ରଭାବ: ୧୫ ଘଣ୍ଟା ହେଲା ଅନ୍ଧାରରେ ଏକାଧିକ ପଞ୍ଚାୟତବାସୀ

ଦାରିଙ୍ଗବାଡି, ୨୮।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ କଳାବୈଶାଖୀର ପ୍ରଭାବରେ ପବନ ବୋହିବା ସହ ବିଜୁଳି ଘଡଘଡି ସହ ବର୍ଷା ହୋଇଥିଲା…

ବାଇକ୍‌ରେ ଯାଉଥିଲେ ଉପରେ ପଡ଼ିଲା ଗଛ: ଆଉ ତା’ପରେ…

ବାରିପଦା,୨୮।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାର ଆଖପାଖ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଝଡ ତୋଫାନ ଓ ପ୍ରବଳ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପୃଥକ…

ମନ୍ଦିର ଛକରୁ ସିଲେଟପଡ଼ା ରାସ୍ତା ଶୋଚନୀୟ: ଆନ୍ଦୋଳନ ପାଇଁ ସଜବାଜ

କର୍ଲାମୁଣ୍ଡା,୨୮ା୩ (ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତା ଶୋଚନୀୟ ହୋଇପଡିଛି। ୨୦୧୫ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ…

ପ୍ରଖ୍ୟାତ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ଗିରଫ: ମଦ ପିଇ କରୁଥିଲେ ଏହି କାମ

ଫ୍ଲୋରିଡା,୨୮।୩: ପ୍ରଖ୍ୟାତ ଆମେରିକୀୟ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ପୁଣି ଥରେ ବିବାଦରେ ଫସିଛନ୍ତି। ମଦ୍ୟପାନ କରି ଗାଡ଼ି ଚଲାଇବା ସନ୍ଦେହରେ ତାଙ୍କୁ ଫ୍ଲୋରିଡାରେ ଗିରଫ କରାଯାଇଛି।…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri