ଭୋଗ ନାଁରେ ବିକ୍ରି ହେଉଛି ଅପମିଶ୍ରିତ ଖଜା

ପୁରୀ,୧୫ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁଙ୍କ ଭୋଗ କହି ଶ୍ରୀମନ୍ଦିର ବାହାରେ ବିକ୍ରି ହେଉଛି ଅପମିଶ୍ରିତ ଖଜା, ଯାହାକୁ ନେଇ ସୁଆର-ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର ଅଭିଯୋଗ କରିଛନ୍ତି। କିଛି ମୁନାଫାଖୋର୍‌ ବ୍ୟବସାୟୀ ଆଣ୍ଠୁ ଓ ଗୋଡ଼ରେ ମଇଦା ଚକଟି ଖଜା ପ୍ରସ୍ତୁତ କରି ଫାଇଦା ଉଠାଉଛନ୍ତି। ଖଜାରେ ଅତ୍ୟଧିକ ମୁନାଫା ଆଶାରେ ଯୁବପିଢ଼ି ସାମିଲ ହେଉଥିବା ବେଳେ ଖଜା ଦୋକାନର ସଂଖ୍ୟା ବଢ଼ିବାରେ ଲାଗିଛି। ନିକଟ ଅତୀତରେ ଖଜା ବ୍ୟବସାୟକୁ ନେଇ ୨ଟି ମୁଣ୍ଡ ଗଡ଼ିଥିଲା। ଦିନକୁ ଦିନ ପୁରୀରେ ଖଜା ବ୍ୟବସାୟୀ କାୟାବିସ୍ତାର କରୁଥିବା ବେଳେ ମହାପ୍ରସାଦ ନାମରେ ଅପମିଶ୍ରିତ ଖଜା ବିକ୍ରିହେବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଅପରପକ୍ଷରେ ଡିଜିଟାଲ ଓଜନ ମାପକ ଯନ୍ତ୍ରରେ ବି ଗ୍ରାହକଙ୍କୁ ଠକୁଥିବା ଅଭିଯୋଗ ହୋଇଛି। ଏନେଇ ସୁଆର ମହାସୁଆର ନିଯୋଗ ପକ୍ଷରୁ ପ୍ରଶାସନକୁ ଅବଗତ କରାଯାଇଛି।

ସୁଆର ମହାସୁଆର ନିଯୋଗର ସମ୍ପାଦକ ମହାସୁଆର କହିଛନ୍ତି, କିଛିଦିନ ହେବ ବହୁ ଖଜା ବ୍ୟବସାୟୀ ମହାପ୍ରସାଦ କହି ଭକ୍ତ ଓ ଯାତ୍ରୀଙ୍କୁ ବିକୁଛନ୍ତି। ବିଭିନ୍ନ ସ୍ଥାନରେ ଅପମିଶ୍ରିତ ତେଲ ବ୍ୟବହାର କରାଯାଇ ଓ ଗୋଡ଼, ଆଣ୍ଟୁରେ ମଇଦାକୁ ଦଳାଯାଇ ଖଜା ପ୍ରସ୍ତୁତ କରୁଛନ୍ତି ଓ ଉକ୍ତ ଖଜାକୁ ଭୋଗ ଖଜା କହି ବିକ୍ରି କରୁଛନ୍ତି। ଖଜାଗୁଡ଼ିକୁ ଭୋଗ କହି ବିକ୍ରି କରିବା ଦୁଃଖର ବିଷୟ। ଶ୍ରୀମନ୍ଦିର ଆନନ୍ଦ ବଜାରରେ ବିକ୍ରି ହେଉଥିବା ଖଜା ଭୋଗ ଅଟେ। ଏଥିପ୍ରତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ଧ୍ୟାନ ଦେଇ ଶ୍ରୀମନ୍ଦିର ନିକଟରେ ଭୋଗ କହି ବିକୁଥିବା ଅପମିଶ୍ରିତ ଖଜାଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉ। ଜିଲାପାଳ ସିର୍ଦ୍ଧାଥ ଶଙ୍କର ସ୍ବାଇଁ କହିଛନ୍ତି, ଶ୍ରୀମନ୍ଦିର ଭିତରେ ମିଳୁଥିବା ଖଜା ହେଉଛି ଭୋଗ ଖଜା। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ହେଉଥିବା ଖଜା ସୁପକାରଙ୍କ ଦ୍ୱାରା ଶ୍ରୀମନ୍ଦିର ରୋଷଶାଳାରେ ପ୍ରସ୍ତୁତ ହୋଇଥାଏ ଓ ଏହା ଆନନ୍ଦବଜାରରେ ବିକ୍ରି ହୋଇଥାଏ।

ନେଇ ଏସ୍‌ପି ଭିନୀତ ଅଗ୍ରୱାଲ କହିଛନ୍ତି, ଭକ୍ତଙ୍କୁ ମାପ ଠକିବା ନେଇ ଯେଉଁ ଅଭିଯୋଗ ହେଉଛି, ଜିଲା ପ୍ରଶାସନ ସହ ମିଶି ମେଶିନଗୁଡ଼ିକ ଚେକ୍‌ କରାଯିବ। ମିଳିତ ଭାବେ ଚଢ଼ାଉ କରାଯିବ। ଯଦି ଅଭିଯୋଗ ସତ ହୋଇଥାଏ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସ୍ଥାନୀୟ ବାସିନ୍ଦା ପ୍ରସନ୍ନ ମହାପାତ୍ର କହିଛନ୍ତି, ଗତ ୫ବର୍ଷ ମଧ୍ୟରେ ଖଜା ଦୋକାନ ପୁରୀରେ ଛତୁ ଫୁଟିଲା ପରି ଫୁଟୁଛି। ଏପରିକି ଖଜା ବ୍ୟବସାୟକୁ ନେଇ ପୁରୀରେ ହତ୍ୟାକାଣ୍ଡ ଘଟିଲାଣି। ଖଜା ଏକ ଲାଭଦାୟକ ବ୍ୟବସାୟରେ ପରିଣତ ହୋଇଛି। ଅଳ୍ପ ଟଙ୍କାରେ କିଣି ତାକୁ ଯାତ୍ରୀଙ୍କୁ ଦୁଇରୁ ତିନି ଗୁଣା ମୂଲ୍ୟରେ ବିକ୍ରି କରୁଛନ୍ତି। ଏପରିକି ମେଶିନରେ ମଧ୍ୟ ଜାଲିଆତି କରି ଭକ୍ତଙ୍କୁ ମାପରେ ଠକୁଛନ୍ତି। ଏଠାରେ ନିମ୍ନମାନର ଖଜା ବିକ୍ରି କରାଯାଉଛି, ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri