ୟୁଜି, ପିଜି, ବି.ଏଡ୍‌/ ଏମ୍‌.ଏଡ୍‌ ପାଠ୍ୟକ୍ରମର ବଳକା ସିଟ୍‌ରେ ହେବ ସ୍ପଟ୍‌ ଆଡ୍‌ମିଶନ

ଭୁବନେଶ୍ୱର,୯ା୧୧(ଅନୁରାଧା ମହାରଣା): ଛାତ୍ରୀଛାତ୍ର, ଅଭିଭାବକ ତଥା ଶୈକ୍ଷିକ ସମାଜର ଆଗ୍ରହକ୍ରମେ ତଥା ଉଚ୍ଚଶିକ୍ଷା ବିଭାଗ ଅଧୀନ ଶିକ୍ଷାନୁଷ୍ଠାନଗୁଡିକରେ ଖାଲିଥିବା ୭୮,୦୬୦ ସିଟ୍‌ରେ ସ୍ପଟ୍‌ ଆଡ୍‌ମିଶନ ହେବ। ସ୍ନାତକ (ୟୁଜି), ସ୍ନାତକୋତ୍ତର (ପିଜି) ଏବଂ ଦୁଇ ବର୍ଷିଆ ବି.ଏଡ୍‌/ ଏମ୍‌.ଏଡ୍‌ ପାଠ୍ୟକ୍ରମ ନିମନ୍ତେ ସାମ୍ସ ପୋର୍ଟାଲ ମାଧ୍ୟମରେ ଏହି ଆଡ୍‌ମିଶନ କରାଯିବ। ଆସନ୍ତା ୧୧ରୁ ୧୫ ତାରିଖ ମଧ୍ୟରେ ନାମଲେଖା ପାଇଁ ଆବେଦନ କରାଯିବ। ୧୯ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ ଓ ୨୧ ତାରିଖରେ ନାମଲେଖା ଅନୁଷ୍ଠିତ ହେବ। ତେବେ ପିଜି, ବି.ଏଡ୍‌/ ଏମ୍‌.ଏଡ୍‌ ପାଠ୍ୟକ୍ରମ ନିମନ୍ତେ ପ୍ରବେଶିକା ପରୀକ୍ଷା ଦେଇ ର଼୍ୟାଙ୍କ୍‌ ପାଇଥିବା ଛାତ୍ରୀଛାତ୍ର ଆବେଦନ କରିପାରିବେ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ‘ଏକ୍ସ’ରେ ପୋଷ୍ଟ କରି ସୂଚନା ଦେଇଛନ୍ତି।
ସୂଚନାନୁସାରେ, ରାଜ୍ୟର ମୋଟ ୧୦୫୮ କଲେଜରେ ୟୁଜି ପାଠ୍ୟକ୍ରମରେ ୨,୭୪,୩୪୩ ସିଟ୍‌ ରହିଥିବାବେଳେ ୨,୦୩୯୨୩ ସିଟ୍‌ରେ ନାମଲେଖା ହୋଇଛି ଓ ୭୦, ୪୨୦ ସିଟ୍‌ ଖାଲି ପଡ଼ିଛି। କଳା ବିଭାଗରେ ୨୭,୩୪୩ ସିଟ୍‌ ଖାଲି ରହିଥିବାବେଳେ ଫିଜିକାଲ୍‌ ସାଇନ୍ସରେ ୧୭,୨୬୧ ସିଟ୍‌, ବାୟୋଲୋଜିକାଲ ସାଇନ୍ସରେ ୬,୩୪୨ ସିଟ୍‌, ବାଣିଜ୍ୟରେ ୧୩,୯୫୨ ସିଟ୍‌, ସେଲ୍ଫ ଫାଇନାନ୍ସ ପାଠ୍ୟକ୍ରମରେ ୧,୯୩୬ ସିଟ୍‌ ଏବଂ ସଂସ୍କୃତରେ ୩,୫୮୨ ସିଟ୍‌ରେ ନାମଲେଖା ହୋଇନାହିଁ।
ସେହିପରି ପିଜି ପାଠ୍ୟକ୍ରମରେ ୧୧୬ଟି ଶିକ୍ଷାନୁଷ୍ଠାନରେ ୨୯୫୫୯ଟି ସିଟ୍‌ ରହିଥିବାବେଳେ ୨୧୯୭୫ଜଣ ପିଲା ନାମ ଲେଖାଇଛନ୍ତି ଏବଂ ୭,୫୮୪ ସିଟ୍‌ ଖାଲି ରହିଛି। ଦୁଇ ବର୍ଷିଆ ବିଏଡ୍‌/ ଏମ୍‌ଏଡ୍‌ /ବିଏଚ୍‌ଏଡ୍‌ ପାଠ୍ୟକ୍ରମ ଥିବା ୩୧ଟି ଶିକ୍ଷାନୁଷ୍ଠାନରେ ମୋଟ୍‌ ୨୭୫୦ଟି ସିଟ୍‌ରୁ ୨୬୯୪ ସିଟ୍‌ (ବି.ଏଡ୍‌ ୨୩୯୦, ଏମ୍‌.ଏଡ୍‌ ୧୨୫୧ ଏବଂ ବିଏଚ୍‌.ଏଡ୍‌ ୫୦ସିଟ୍‌)ରେ ନାମଲେଖା ହୋଇଛି ଏବଂ ୫୬ଟି ସିଟ୍‌ ଖାଲି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ୍‌ କୋର୍ଟ ପ୍ରତିଷ୍ଠା ଦାବି: ହାଇକୋର୍ଟ ଜଷ୍ଟିସଙ୍କ ସହ ଆଲୋଚନା

ଦିଗପହଣ୍ଡି, ୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ କୋର୍ଟ ପ୍ରତିଷ୍ଠା ପାଇଁସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଦାବି କରାଯାଇଛି। ଶନିବାର…

ଆନ୍ଧ୍ର ପ୍ରଦେଶରେ ଦାଦନ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ତଥ୍ୟ ସଂଗ୍ରହ କଲେ ଶ୍ରମ ଅଧିକାରୀ

ବଘିଆପଡ଼ା,୩୧।୧(ଶ୍ରୀକାନ୍ତ ସାହୁ): ଆନ୍ଧ୍ର ପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିବା ବୌଦ୍ଧ ବ୍ଲକ ଟିକରପଡା ପଞ୍ଚାୟତର ବୁରଗୋରା ଗ୍ରାମର ଅରୁଣ ରଣବିଡାଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ଜନ୍ମମାଟିକୁ…

୧୧୨କୁ ଫୋନ କରନ୍ତୁ: ଅଗ୍ନିଶମ ଡିଜି

ଭୁବନେଶ୍ୱର,୩୧।୧: ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନତା କରିବା ପାଇ ଶନିବାର ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି। ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ…

ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ? ଭାଙ୍ଗିଲେ ଦଶନ୍ଧିର ଇତିହାସ

ମୁମ୍ବାଇ,୩୧।୧: ମହାରାଷ୍ଟ୍ରର ରାଜନୈତିକ ଦୃଶ୍ୟପଟ ଏକ ପରିବର୍ତ୍ତନ ଆଣିଛି। ପ୍ରଥମ ଥର ପାଇଁ, ରାଜ୍ୟ ଜଣେ ମହିଳା ଉପମୁଖ୍ୟମନ୍ତ୍ରୀଙ୍କୁ ପାଇଛି। ଅଜିତ ପାୱାରଙ୍କ ପଛରେ ଏକ ଦୃଢ଼…

ହୁକ ପକାଇ ଅବାଧରେ ବିଦ୍ୟୁତ୍‌ ଚୋରି, ବିଭାଗ ଜାଣି ଅଜଣା

ଗଞ୍ଜାମ,୩୧ା୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଅବାଧରେ ବିଦ୍ୟୁତ୍‌ ଚୋରି ହେଉଥିଲେ ମଧ୍ୟ ଜାଣି ଅଜଣା ରହୁଛି ବିଦ୍ୟୁତ୍‌ ବିଭାଗ। ଗଞ୍ଜାମ ସହର ସାନ…

ଇତିହାସ ରଚିଲେ Sunetra Pawar, ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ମୁମ୍ବାଇ,୩୧।୧: ଶନିବାର ରାଜ୍ୟ ସଭା ଏମପି ପଦରୁ ଇସ୍ତଫା ଦେଇ ସ୍ବର୍ଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ…

T20 World Cup 2026: ମ୍ୟାଚ ପୂର୍ବରୁ ଭାରତୀୟ ଟିମକୁ ମିଳିଲା ଗୁଡନ୍ୟୁଜ!

ନୂଆଦିଲ୍ଲୀ,୩୧।୧: ୨୦୨୬ T20 World Cup ପୂର୍ବରୁ ଭାରତୀୟ ଦଳକୁ ଭଲ ଖବର ମିଳିଛି। ଆଘାତରୁ ଫେରି ଆସୁଥିବା ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ତିଲକ ବର୍ମାଙ୍କ ବିଷୟରେ ଏକ…

ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା ଘଟଣା: ACF ନିଲମ୍ବିତ

ବାଲିଗୁଡା,୩୧।୧:(ସଞ୍ଜୟ କୁମାର ପାଣିଗ୍ରାହୀ): ବହୁ ଚର୍ଚ୍ଚିତ କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡ ଅଧୀନ ବେଲଘର ବନାଞ୍ଚଳରେ ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri