Categories: ଖେଳ

ଧର୍ମଗୁରୁ ଦଲାଇଲାମାଙ୍କୁ ଭେଟିଲେ ଇଂଲଣ୍ଡ ଖେଳାଳି

ଧର୍ମଶାଳା,୭ା୩(ପି.ଟି.): ଭାରତ ବିପକ୍ଷ ଅନ୍ତିମ ଟେଷ୍ଟ ପୂର୍ବରୁ ଧର୍ମଗୁରୁ ଦଲାଇଲାମାଙ୍କୁ ଭେଟିଛନ୍ତି ଇଂଲଣ୍ଡ ଦଳର ଖେଳାଳି। ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମା ଧର୍ମଶାଳାର ମ୍ୟାକଲଏଡଗଞ୍ଜରେ ରୁହନ୍ତି। ଦଲାଇଲାମାଙ୍କ ବାସଭବନରେ ଇଂଲଣ୍ଡ ଦଳର ଖେଳାଳି ଓ ସପୋର୍ଟ ଷ୍ଟାଫ ତାଙ୍କୁ ଭେଟିଥିଲେ। ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ(ଇସିବି) ପକ୍ଷରୁ ଖେଳାଳି ମାନେ ଦଲାଇଲାମାଙ୍କୁ ଭେଟୁଥିବାର ଏକ ଫଟୋ ଶେୟାର କରାଯାଇଛି। ଏହି ଫଟୋରେ ଜ୍ୟାକ୍‌ କ୍ରଲି, ଟମ୍‌ ହାର୍ଟଲେ, ଡ୍ୟାନ୍‌ ଲରେନ୍ସ, ଓଲି ପୋପ୍‌, ଗସ୍‌ ଆଟକିନସନ୍‌ ଓ ସହକାରୀ କୋଚ୍‌ ମାର୍କସ୍‌ ଟ୍ରେସ୍କୋଥିକ୍‌ ଦଲାଇଲାମାଙ୍କ ସହ ନଜର ଆସିଥିଲେ।

Share