Posted inଖେଳ

କ୍ରୀଡ଼ା ଛାତ୍ରାବାସ ପୁନର୍ଗଠନ ପ୍ରସଙ୍ଗ: ଅମିତ, ଦୀପସାନ, ଷ୍ଟାନିଲଙ୍କ ଉଦ୍‌ବେଗ

ଭୁବନେଶ୍ୱର, ୧୨।୮(କ୍ରୀଡ଼ା ପ୍ରତିନିଧି)-କ୍ରୀଡ଼ା ପ୍ରତିଭା ଅନ୍ବେଷଣ କରି ସେମାନଙ୍କୁ ଉପଯୁକ୍ତ ତାଲିମ ଦେବା ଲକ୍ଷ୍ୟରେ ୧୯୮୫ ମସିହାରେ ଓଡ଼ିଶାରେ କ୍ରୀଡ଼ା ଛାତ୍ରାବାସ ସ୍ଥାପନ କରାଯାଇଥିଲା। ସେହି ଦିନଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଭିନ୍ନ ବୟସ ବର୍ଗରେ ଏବଂ ଭିନ୍ନଭିନ୍ନ କ୍ରୀଡ଼ା ଶୃଙ୍ଖଳାରେ ପିଲାମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ଆସୁଛି।

କ୍ରୀଡ଼ା ଛାତ୍ରାବାସ ଗୁଡ଼ିକରୁ ଆଶାନୁରୂପ ଫଳ ନ ମିଳିବାରୁ ରାଜ୍ୟ ସରକାର ଏବେ ଏହାର ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଫଳ ସ୍ବରୂପ ୧୮ ବର୍ଷରୁ ଊର୍ଦ୍ଧ୍ୱ ପିଲାମାନଙ୍କୁ ଏବେ ଆଉ ହଷ୍ଟେଲରେ ରହିବାର ସୁଯୋଗ ମିଳିବ ନାହିଁ। ଏହି ବୟସ ବର୍ଗର ପ୍ରତିଭା ସମ୍ପନ୍ନ ଖେଳାଳିଙ୍କୁ ଚୟନ କରାଯାଇ ହାଇ ପରଫର୍ମାନ୍ସ ସେଣ୍ଟରରେ ଉଚ୍ଚମାନର ପ୍ରଶିକ୍ଷଣ ଦିଆଯିବାର ବ୍ୟବସ୍ଥା କରାଯିବ। ବର୍ତ୍ତମାନ ରାଜ୍ୟରେ ୧୬ଟି କ୍ରୀଡ଼ା ଛାତ୍ରାବାସ ରହିଛି। କ୍ରୀଡ଼ା ଓ ଯୁବସେବା ବିଭାଗର ପୁନର୍ଗଠନ ପ୍ରକ୍ରିୟାକୁ ରାଜ୍ୟର ବିଭିନ୍ନ ଆସୋସିଏଶନ ସହଜରେ ହଜମ କରିପାରି ନାହାନ୍ତି। ଏହାର ପୁନର୍ବିଚାର କରିବା ପାଇଁ ପାଖାପାଖି ଡଜନେ କ୍ରୀଡ଼ା ସଂଘ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଛନ୍ତି। ଏଥିରେ ସାମିଲ ହୋଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଅନ୍ତର୍ଜାତୀୟ ହକି ଖେଳାଳି ଅମିତ ରୋହିଦାସ, ଦୀପସାନ ତିର୍କୀ ଓ ହକି ଇଣ୍ଡିଆ ଲିଗ୍‌ରେ ୪ ଥର ପ୍ରତିନିଧିତ୍ୱ କରି ସାରିଥିବା ଷ୍ଟାନଲି ଭିକ୍ଟର ମିଞ୍ଜ। ଭାରତୀୟ ସିନିୟର ହକି ଦଳର ୬ ଖେଳାଳି କରୋନା ଭାଇରସରେ ସଂକ୍ରମିତ ହେବାପରେ ଅମିତ ଓ ଦୀପସାନ ବେଙ୍ଗାଲୁର କ୍ୟାମ୍ପରେ କ୍ୱାରାଣ୍ଟାଇନ୍‌ରେ ଥିବାବେଳେ ଷ୍ଟାନଲି ମୁମ୍ବାଇରେ ରହୁଛନ୍ତି। ସେମାନଙ୍କର କହିବା ଅନୁସାରେ ପୂର୍ବରୁ ରାଉରକେଲା ପାନପୋଷ କ୍ରୀଡ଼ା ଛାତ୍ରାବାସରେ ହକି ଏକ୍ସିଲେନ୍ସି ସିନିୟର ହଷ୍ଟେଲ ଥିଲା। ପରେ ତାହା ଭୁବନେଶ୍ୱରକୁ ଆସିଲା। ଏବେ ଯଦି ତାହାକୁ ବନ୍ଦ କରି ଦିଆଯାଏ ତେବେ ରାଉରକେଲା ଓ ସୁନ୍ଦରଗଡ଼ ଜୁନିୟର ହଷ୍ଟେଲରେ ରହୁଥିବା ଜୁନିୟର ପିଲାମାନେ ଯେତେବେଳେ ସିନିୟର ହେବେ ସେତେବେଳେ କରିବେ କ’ଣ। ହାଇପରଫର୍ମାନ୍ସ ସେଣ୍ଟର ପାଇଁ ସର୍ବଭାରତୀୟ ସ୍ତରରେ ଖେଳାଳି ମନୋନୟନ ହେବେ। ଫଳରେ ବାହାର ରାଜ୍ୟର ଅନେକ ଖେଳାଳି ସୁଯୋଗ ପାଇବେ। ଏ କ୍ଷେତ୍ରରେ ଆମ ପିଲାମାନଙ୍କ ଭବିଷ୍ୟତ କ’ଣ ହେବ। ତେଣୁ ହାଇପଫାର୍ମାନ୍ସ ସେଣ୍ଟର ସହିତ ସିନିୟର ହଷ୍ଟେଲକୁ ରଖାଯାଉ। ଯେଉଁ ପିଲାମାନେ ହାଇପରଫର୍ମାନ୍ସ ସେଣ୍ଟରରେ ସୁଯୋଗ ପାଇବେ ନାହିଁ ସେମାନେ ସିନିୟର ହଷ୍ଟେଲରେ କୋଚିଂ ନେଇ ପାରିବେ। ୧୮ରୁ ୨୦ ବର୍ଷରେ ସିନିୟର ପିଲାମାନେ ବିକଷିତ ହୋଇଥାନ୍ତି। ଏହା ସେମାନଙ୍କ କ୍ୟାରିୟରର ଗୁରୁତ୍ୱପୂର୍ଣ୍ଣ ସମୟ। ଏହି ପିଲାମାନେ ହଷ୍ଟେଲରୁ ପ୍ରଶିକ୍ଷଣ ପାଇ ଜୁନିୟର ନ୍ୟାଶନାଲ, ଭାରତୀୟ ଜୁନିୟର ଦଳ ପକ୍ଷରୁ ଖେଳିଥାନ୍ତି। ଜୁନିୟରରେ ଭଲ ପ୍ରଦର୍ଶନ କଲେ ଯାଇ ସିନିୟରରେ ସ୍ଥାନ ମିଳିଥାଏ। ଆମେ ଏହିସବୁ ପର୍ଯ୍ୟାୟ ଦେଇ ଆସିଛୁ ବୋଲି ଦୀପସାନ ଓ ଅମିତ କହିଛନ୍ତି। ଓଡ଼ିଶା ଏବେ ଭାରତୀୟ ହକି ଦଳର ପ୍ରାୟୋଜକ, ରାଜ୍ୟରେ ହକି ଭିତ୍ତିଭୂମୀ ମଧ୍ୟ ବିଶ୍ୱସ୍ତରର। ହକି ପାଇଁ ରାଜ୍ୟ ସରକାର ବହୁତ କିଛି କରିଛନ୍ତି। ସୁନ୍ଦରଗଡ଼ ଜିଲାରେ ଆଷ୍ଟ୍ରୋଟର୍ଫ ଯୁକ୍ତ ପଡ଼ିଆ ସଂଖ୍ୟାକୁ ବଢ଼ାଇ ଦିଆ ଯାଇଛି। ତେଣୁ ସେଠାରୁ ପୂର୍ବାପେକ୍ଷା ନିଶ୍ଚିତ ଅଧିକ ଭଲ ପିଲା ବାହାରିବେ। ଖେଳ ଜାରି ନ ରଖିଲେ ସେମାନଙ୍କ ମନୋବଳ ଭାଙ୍ଗିଯିବ। ତେଣୁ ରାଜ୍ୟର ସିନିୟର ପିଲାମାନଙ୍କର ଭବିଷ୍ୟତକୁ ଦୃଷ୍ଟିରେ ରଖାଯାଉ ବୋଲି ସେମାନେ କହିଛନ୍ତି।

 

ହାଇ ପରଫର୍ମାନ୍ସ ସେଣ୍ଟରରେ ପ୍ରତିଭା ବିକଷିତ ହେବ
ସିନିୟର ଖେଳାଳିଙ୍କ ପାଇଁ ରାଜ୍ୟ ସରକାର ନାଭାଲ ଟାଟା ଏକାଡେମୀ ସହାୟତାରେ ହାଇ ପରଫର୍ମାନ୍ସ ସେଣ୍ଟର ସ୍ଥାପନ କରିଛନ୍ତି। ଭବିଷ୍ୟତରେ କଳିଙ୍ଗ ଲାନ୍ସର୍ସ ପରି ଏହି ଏକାଡେମୀର ମଧ୍ୟ ଏକ ସିନିୟର ଟିମ୍‌ ହେବ। ଏଥିରେ ୨୫ ବର୍ଷ ପର୍ଯ୍ୟନ୍ତ ଖେଳାଳିମାନେ ସେମାନଙ୍କ ପ୍ରତିଭାକୁ ବିକଶିତ କରିପାରିବେ ଏବଂ ଦକ୍ଷତା ଅନୁସାରେ ଜୁନିୟର କିମ୍ବା ସିନିୟର ଖେଳି ପାରିବେ। ତେଣୁ ସିନିୟର ହଷ୍ଟେଲ ବନ୍ଦ ହୋଇଗଲେ ଯେ, ପିଲାମାନଙ୍କ ଆଗକୁ ବଢ଼ିବା ରାସ୍ତା ବନ୍ଦ ହୋଇଗଲା ତାହା ଭାବିବା ଠିକ୍‌ ନୁହେଁ ବୋଲି ରାଜ୍ୟ କ୍ରୀଡ଼ା ବିଭାଗର ଜଣେ କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ଏବେ କେବଳ ହକି ନୁହେଁ ଭୁବନେଶ୍ୱରରେ ବିଭିନ୍ନ କ୍ରୀଡ଼ାର ହାଇ ପରଫର୍ମାନ୍ସ ସେଣ୍ଟର ସ୍ଥାପନ କରାଯାଇଛି। ଫଳରେ ରାଜ୍ୟର ପ୍ରତିଭା ସମ୍ପନ୍ନ ଜୁନିୟର ଖେଳାଳିମାନେ ଏଠାରେ ଭବିଷ୍ୟତରେ ଦକ୍ଷତା ଆଧାରରେ ସୁଯୋଗ ପାଇ ପାରିବେ। ଯେଉଁ ପିଲାମାନେ ଜୁନିୟର ସ୍ତରରେ ଭଲ ପ୍ରଦର୍ଶନ କରିପାରିବେ ନାହିଁ ସେମାନଙ୍କୁ ସ୍କିଲ୍‌ ଡେଭ୍‌ଲପ୍‌ମେଣ୍ଟ ପ୍ରୋଗ୍ରାମରେ ପଠାଇବାର ଯୋଜନା ରହିଛି। ଯିଏ ରେଫରି କିମ୍ବା କୋଚ୍‌ ହେବାକୁ ଚାହିଁବେ ସେମାନଙ୍କୁ ସେଇ ସୁଯୋଗ ପ୍ରଦାନ କରାଯିବ। ସରକାରଙ୍କ ନିକଟରେ ଉପଲବ୍ଧ ତଥ୍ୟ ଅନୁସାରେ ଗତ କିଛିବର୍ଷ ଧରି କ୍ରୀଡ଼ା ଛାତ୍ରାବାସ ଗୁଡ଼ିକର ଫଳାଫଳ ଭଲ ରହିନାହିଁ। ଜାତୀୟ କିମ୍ବା ଅନ୍ତର୍ଜାତୀୟ କଥାତ ଦୂରର କଥା ରାଜ୍ୟ ଦଳ ପାଇଁ ମଧ୍ୟ ଅଧିକ ଖେଳାଳି ଯୋଗ୍ୟ ହୋଇପାରୁ ନାହାନ୍ତି। ନାଭାଲ ଟାଟା ହକି ଏକାଡେମୀରେ ଓଡ଼ିଶା ପିଲାଙ୍କ ପାଇଁ ୬୦ ଓ ବାହାର ପିଲାଙ୍କ ପାଇଁ ୪୦ ପ୍ରତିଶତ ସୁଯୋଗ ରହିବ। ଭାରତର ଶ୍ରେଷ୍ଠ ପିଲାଙ୍କ ସହିତ ଆମର ଶ୍ରେଷ୍ଠ ଖେଳାଳିମାନେ ଖେଳିବେ। ଫଳରେ ପ୍ରତିଦ୍ୱନ୍ଦ୍ୱିତା ମୂଳକ ମନୋଭାବ ବଢ଼ିବ ଏବଂ ଆମ ପିଲାଙ୍କର ପ୍ରଦର୍ଶନ ମଧ୍ୟ ଅଧିକ ମାର୍ଜିତ ହୋଇ ପାରିବ। ଉଦାହରଣ ସ୍ବରୂପ ଜାତୀୟ ରେକର୍ଡଧାରୀ ଆଥଲେଟ୍‌ ଅମିୟ ମଲିକ ତାଙ୍କ କ୍ୱାଲିଟିର ଖେଳାଳିଙ୍କ ସହ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରିପାରୁ ନ ଥିଲେ। ଏବେ ହାଇ ପରଫର୍ମାନ୍ସ ସେଣ୍ଟର ହେବାଦ୍ୱାରା ସେ ୧୦ରୁ ଊର୍ଦ୍ଧ୍ୱ ବାହାର ଦକ୍ଷ ଖେଳାଳିଙ୍କ ସହ ରେସ୍‌ କରୁଛନ୍ତି। ଏହା ତାଙ୍କ ପ୍ରଦର୍ଶନରେ ନିଶ୍ଚିତ ଉନ୍ନତି ଆଣିବ। ନୂଆ ନିଷ୍ପତ୍ତି ଫଳରେ ଜୁନିୟର ସ୍ତରରେ ପିଲାମାନଙ୍କ ମଧ୍ୟରେ ଭଲ ପ୍ରଦର୍ଶନ କରିବା ପାଇଁ ଆଗ୍ରହ ବଢ଼ିବ। ନଚେତ ସେମାନଙ୍କ ପାଇଁ ଆଗକୁ ରାସ୍ତା ବନ୍ଦ ହୋଇଯିବାର ସମ୍ଭାବନା ଚେତାବନୀ ରହିବ। ସରକାର ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି। ତେଣୁ ଏଥିରେ ଚିନ୍ତିତ ହେବାର କୌଣସି କାରଣ ନାହିଁ ବୋଲି ଉକ୍ତ କର୍ମକର୍ତ୍ତା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

LSG ମାଲିକ ସଞ୍ଜିବ ଗୋଏଙ୍କାଙ୍କ ଉପରେ ରାଗିଲେ ଲଳିତ ମୋଦି; ପନ୍ତଙ୍କୁ କଲେ ସମର୍ଥନ

ନୂଆଦିଲ୍ଲୀ,୩।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜୟ ପରେ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମାଲିକ ସଞ୍ଜିବ ଗୋଏଙ୍କା, ଅଧିନାୟକ ରିଷଭ ପନ୍ତ ଏବଂ ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗରଙ୍କ…

୨୦୨୭ ରୁ ଆଇପିଏଲ ମ୍ୟାଚ ସଂଖ୍ୟା ବୃଦ୍ଧି ପାଇବ? ଅଧ୍ୟକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ବର୍ତ୍ତମାନ ଚାଲିଛି; ଛଅଟି ମ୍ୟାଚ ଖେଳାଯାଇସାରିଛି, ଏବଂ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri