Posted inଖେଳ

କ୍ରୀଡ଼ା ଓ ଜାତୀୟତା

କ୍ରୀଡ଼ାର ମହାକୁମ୍ଭ ଆଧୁନିକ ଅଲିମ୍ପିକ୍‌ କ୍ରୀଡ଼ା ଗତ ଜୁଲାଇ ୨୬ରୁ ଆରମ୍ଭ ହୋଇ ଅଗଷ୍ଟ ୧୧ରେ ଉଦ୍‌ଯାପିତ ହୋଇଯାଇଛି। ଦୀର୍ଘ ୧୦୦ ବର୍ଷ ପରେ ପ୍ୟାରିସ୍‌ରେ ଆୟୋଜିତ ହୋଇଛି ଏହି ଅଲିମ୍ପିକ୍ସ। ଫ୍ରାନ୍ସବାସୀ ତୃତୀୟ ଥର ବିଶ୍ୱର ପ୍ରମୁଖ କ୍ରୀଡ଼ାବିତ୍‌ମାନଙ୍କୁ ଆତିଥ୍ୟ ଯୋଗାଇଦେଇ ନିଜକୁ ଗୌରବାନ୍ବିତ ମନେକରିଛନ୍ତି। କାରଣ ପ୍ରତ୍ୟେକ କ୍ରୀଡ଼ାବିତ୍‌ ମନର କେଉଁ ଏକ ନିଭୃତ କୋଣରେ ଅଲିମ୍ପିକ୍ସରେ ଅଂଶଗ୍ରହଣକରି ନିଜ ଦେଶକୁ ପ୍ରତିନିଧିତ୍ୱ କରିବାର ଅଦମ୍ୟ ଆକାଂକ୍ଷା ଲୁଚିରହିଥାଏ। ଯେତେବେଳେ ପୁଣି ସେ ପଦକ ଲାଭକରେ ଗର୍ବରେ ତା’ର ଛାତି ଫୁଲିଉଠିବା ସହ ଦେଶବାସୀ ମଧ୍ୟ ଉଲ୍ଲସିତ ହୋଇଥାଆନ୍ତି। ଯେତେବେଳେ କୌଣସି ପ୍ରତିଯୋଗୀ ସ୍ବର୍ଣ୍ଣପଦକ ହାସଲ କରନ୍ତି ସେତେବେଳେ ପୋଡିୟମରେ ଠିଆହୋଇ ଅତିଥିଙ୍କଠାରୁ ପଦକ ଗ୍ରହଣ କରିବା ସମୟରେ ତା’ର ନିଜ ଦେଶର ଜାତୀୟ ପତାକା ଉତ୍ତୋଳିତ ହୁଏ, ଏହାଠାରୁ ବଳି ଖୁସିର ମୁହୂର୍ତ୍ତ ଆଉ କିଛି ନ ଥାଇପାରେ। ସେହିଭଳି ଅଲିମ୍ପିକ୍‌ ଆୟୋଜନ କରୁଥିବା ଦେଶ ମଧ୍ୟ ଖେଳାଳିମାନଙ୍କୁ ନିଜ ମାଟିରେ ସ୍ଥାନ ଦେଇ ଖୁସି ଅନୁଭବ କରେ।
ଭାବେ ଖେଳାଳିଟିଏ ଯେତେବେଳେ ପ୍ରତିଯୋଗିତାରେ ପରାଜିତ ହୁଏ, ସେତେବେଳେ ସେ ଯେତିକି ମ୍ରିୟମାଣ ହୁଏ ତା’ର ଦେଶବାସୀ ମଧ୍ୟ ତଦନୁରୂପ ଦୁଃଖିତ ହୋଇଯାଆନ୍ତି। ହୃଦୟ ଭାଙ୍ଗିଯାଏ। ଯେମିତିକି ଗତ ଅଲିମ୍ପିକ୍‌ରେ ଆମ ଦେଶର ଅର୍ଜୁନ ବବୁତା ୧୦ ମିଟର ଏୟାର ରାଇଫଲ, ମନୁ ଭାକର ମହିଳା ୨୫ ମିଟର ପିସ୍ତଲ, ଧୀରଜ ବୋମ ଦେବରା ଏବଂ ଅଙ୍କିତା ଭକତ ତୀରନ୍ଦାଜୀର ଡବଲ୍ସ, ମାହେଶ୍ୱରୀ ଚୌହାନ ଏବଂ ଅନନ୍ତଜିତ୍‌ ସିଂ ଶୁଟିଂର ମିକ୍ସଡ୍‌ ସ୍କିଟ୍‌ ଇଭେଣ୍ଟରେ ୪ର୍ଥ ସ୍ଥାନ ହାସଲକରି ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ। ଏମାନଙ୍କ ମଧ୍ୟରୁ ଶୁଟର ମନୁ ଭାକର ଯେତେବେଳେ ଅଳ୍ପକେ ତାଙ୍କର ତୃତୀୟ ବ୍ରୋଞ୍ଜ ପଦକରୁ ବଞ୍ଚିତ ହୋଇଥିଲେ, ସେତେବେଳେ ଭାରତର ପ୍ରତ୍ୟେକ କ୍ରୀଡ଼ାପ୍ରେମୀଙ୍କ ହୃଦୟ ଦୁଃଖରେ ଅଭିଭୂତ ହୋଇଗଲା।
ବ୍ୟତୀତ ଯେଉଁମାନଙ୍କ ପରାଜୟରେ ଆମେମାନେ ଦୁଃଖିତ ହୋଇଥିଲେ ସେମାନେ ହେଲେ ତାରକା ବ୍ୟାଡ୍‌ମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ୍‌, ଭାରୋତ୍ତୋଳିକା ମିରାବାଈ ଚାନୁ, ବକ୍ସର ନିଶାନ୍ତ ଦେବ ଓ ମୁଷ୍ଟିଯୋଦ୍ଧା ଲଭ୍‌ଲିନା ବୋର୍ଗୋହେନ୍‌। ଯଦି ଭାଗ୍ୟଦେବୀ ଏମାନଙ୍କୁ ପ୍ରସନ୍ନ ହୋଇଥାନ୍ତେ ତେବେ ଭାରତର ପଦକ ସଂଖ୍ୟା ନିଶ୍ଚୟ ଭାବେ ଆଶାନୁରୂପ ୧୦ରୁ ଅଧିକ ହୋଇଥାନ୍ତା। ପଦକ ତାଲିକାର ଶୀର୍ଷ ୩ ସ୍ଥାନରେ ଥିବା ଯୁକ୍ତରାଷ୍ଟ୍ର ଆମେରିକା, ଚାଇନା ଓ ଜାପାନବାସୀ ସେମାନଙ୍କର ସଫଳତାରେ ଖୁସି ମନାଉଥିଲାବେଳେ ବିଶ୍ୱର ଜନସଂଖ୍ୟା ଦୃଷ୍ଟିରୁ ୧ ନମ୍ବର ସ୍ଥାନରେ ଥିବା ଆମେ ଭାରତୀୟମାନେ ପଦକ ତାଲିକାରେ ୪୮ରୁ ଖସି ୭୧ତମ ସ୍ଥାନରେ ରହି ନିଜର ଦୁର୍ବଳତାର କାରଣ ଖୋଜୁଛୁ। ଏହି ସଂସ୍କରଣରେ ଗୋଟିଏ ରୌପ୍ୟ ଓ ୫ଟି ବ୍ରୋଞ୍ଜ ପଦକ ଆମ ପାଇଁ ସାନ୍ତ୍ୱନା ସାବ୍ୟସ୍ତ ହୋଇଛି। ଜାଭେଲିନ ତାରକା ନିରଜ ଚୋପ୍ରା ରୌପ୍ୟ ପଦକ ପାଇଥିବାବେଳେ ଯୁବ ମହିଳା ଶୁଟର ମନୁ ଭାକର ୨ଟି ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଥିଲେ। ମନୁ ବ୍ୟକ୍ତିଗତ ଏବଂ ମିକ୍ସଡ ପିସ୍ତଲ ଇଭେଣ୍ଟରେ ସରବଜୋତ ସିଂଙ୍କ ସହ ମିଶି ଡବଲ ବୋଞ୍ଜର ଅଧିକାରିଣୀ ହୋଇଥିଲେ। ତେବେ ଗୋଟିଏ ହେଲେ ସ୍ବର୍ଣ୍ଣପଦକ ହାସଲ ନ କରିବା ଯୋଗୁ ଆମେ ୭୧ତମ ସ୍ଥାନରେ ରହିଲେ। ଆମର ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ଆମଠାରୁ ଆଗରେ ରହିଲେ। ଆମର ଆତ୍ମସମୀକ୍ଷାର ବେଳ ଆସିଛି। ବିଫଳତାର କାରଣ ଖୋଜିବାକୁ ପଡ଼ିବ ଏବଂ ଉପଯୁକ୍ତ ପଦକ୍ଷେପ ନେଇ ସଫଳତା ହାସଲ କରିବାକୁ ହେବ।
ଏହି ପ୍ରସଙ୍ଗ ଅବତାରଣା କରିବାର କାରଣ ହେଲା ଯେ ପ୍ରତ୍ୟେକ ଦେଶ ଓ ଏହାର ଅଧିବାସୀ ଚାହାନ୍ତି ଯେ ନିଜ ଦେଶ କିଭଳି ବିଶ୍ୱ ଦରବାରରେ ମୁଣ୍ଡଟେକି ବାଟ ଚାଲିବ। ଯଦି ୨ ଦେଶ ମଧ୍ୟରେ ଯୁଦ୍ଧ ଲାଗେ, ବିଜେତା ଦେଶ ହୁଏତ ଗର୍ବରେ ଉଲ୍ଲସିତ ହୋଇପାରେ। କିନ୍ତୁ ସେଥିପାଇଁ ତାହାକୁ ଅନେକ ମୂଲ୍ୟ ଦେବାକୁ ପଡ଼ିଥାଏ, ଅନେକ ଧନଜୀବନ ନଷ୍ଟ ସହିବାକୁ ପଡ଼ିଥାଏ। କିନ୍ତୁ କ୍ରୀଡ଼ା ହେଉଛି ଏପରି ଏକ ବୈଭବ ଓ ପ୍ରବୃତ୍ତି ଯାହା ପ୍ରତ୍ୟେକ ବ୍ୟକ୍ତିକୁ ଦେଶପ୍ରେମରେ ଉଦ୍‌ବୁଦ୍ଧ ହେବା ନିମନ୍ତେ ଅନୁପ୍ରାଣିତ କରିବା ସହ ବିଭିନ୍ନ ଦେଶ, ବିଭିନ୍ନ ଜାତି ଓ ସମ୍ପ୍ରଦାୟ ମଧ୍ୟରେ ସଦ୍ଭାବନାର ସଂଯୋଗ ସେତୁ ହିସାବରେ କାର୍ଯ୍ୟକରେ। କାଳେ କାଳେ କ୍ରୀଡ଼ା ଜାତୀୟତା ଭାବର ଏକ ଦ୍ୟୋତକ ହୋଇରହିଆସିଛି। ମନେପକାନ୍ତୁ ୧୯୮୩ ମସିହାରୁ ପ୍ରୁଡେନ୍‌ସିଆଲ କ୍ରିକେଟ ବିଶ୍ୱକପ୍‌ ପ୍ରତିଯୋଗିତାର ଫାଇନାଲକୁ। ବିଶ୍ୱବିଜୟୀ ଦୁର୍ଦ୍ଧର୍ଷ ଓ୍ବେଷ୍ଟଇଣ୍ଡିଜ୍‌କୁ ଫାଇନାଲରେ ଯେତେବେଳେ ଭାରତ ପରାସ୍ତକଲା ସେହି ବିଳମ୍ବିତ ରାତିରେ ମଧ୍ୟ ଆଲୋକର ରୋଶଣିରେ ଝଲମଲ ହେଲା ସମଗ୍ର ଭାରତ। ରାସ୍ତାରେ ନୃତ୍ୟକରି ମିଠାବାଣ୍ଟି ଆମେମାନେ ଖୁସି ମନେଇଲେ ଓ ସେହିଦିନଠାରୁ କ୍ରିକେଟର ଲୋକପ୍ରିୟତା ଆମ ଦେଶରେ ବଢ଼ିଚାଲିଲା।
ଯେତେବେଳେ ଶାରଜାରେ ଅନ୍ତିମ ଓଭରର ଶେଷ ବଲରେ ଆମ ଦେଶର ଚେତନ ଶର୍ମାଙ୍କୁ ଜାଭେଦ ମିଅଁାଦାଦ ଛକାମାରି ପାକିସ୍ତାନକୁ ବହୁ ପ୍ରତୀକ୍ଷିତ ବିଜୟ ଭେଟି ଦେଲେ ସେତେବେଳେ ସମଗ୍ର ପାକିସ୍ତାନ ବିଜୟ ଉତ୍ସବ ମନେଇଲା ବେଳେ ଆମେ ଭାରତୀୟମାନେ ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଲୁ। ତେଣୁ କାଳେ କାଳେ କ୍ରୀଡ଼ା ଜାତୀୟଭାବର ଏକ ଦ୍ୟୋତକ। ଏଠାରେ ଚାଇନାକୁ ଏକ ଉଦାହରଣ ରୂପେ ନିଆଯାଇପାରେ। ସୋଭିଏଟ୍‌ ରୁଷର ଶୀତଳଯୁଦ୍ଧରେ ପତନ ପରେ ବିଶ୍ୱର ଅନ୍ୟତମ କମ୍ୟୁନିଷ୍ଟ ରାଷ୍ଟ୍ର ଚାଇନା ନିଜର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ସଫଳଭାବେ ନିୟନ୍ତ୍ରଣକରି କୃଷି, ଶିଳ୍ପ, ପ୍ରତିରକ୍ଷା ଓ ଅର୍ଥନୈତିକ କ୍ଷେତ୍ରରେ ଦ୍ରୁତ ଅଗ୍ରଗତି କରିବା ସହ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ଯୁକ୍ତରାଷ୍ଟ ଆମେରିକାକୁ ଟକ୍କରଦେଲାଣି। ଏହି ସଫଳତା ପାଇଁ ଚାଇନାର ଜନସାଧାରଣ, ପ୍ରଶାସକ, ଜନନେତା, କୃଷକ ଓ ଶ୍ରମିକ ସମସ୍ତଙ୍କର ରହିଛି ଅବଦାନ। ସମଗ୍ର ବିଶ୍ୱବାସୀଙ୍କ ସମକ୍ଷରେ ନିଜର ଶକ୍ତି ପ୍ରଦର୍ଶନର ପ୍ରକୃଷ୍ଟ କ୍ଷେତ୍ରଭାବେ ସେମାନେ କ୍ରୀଡ଼ାକୁ ପ୍ରାଧାନ୍ୟ ଦେଲେ ଓ ସଫଳ ମଧ୍ୟ ହେଲେ।
ଏଠାରେ ଆଉ ଗୋଟିଏ ଘଟଣାର ଅବତାରଣା ମଧ୍ୟ କରିବାକୁ ଇଚ୍ଛା ହେଉଛି। ୧୯୩୬ ମସିହା ଜର୍ମାନୀର ବର୍ଲିନ୍‌ ଅଲିମ୍ପିକ୍ସର ହକି ଫାଇନାଲ। ସ୍ବର୍ଣ୍ଣପଦକ ପାଇଁ ଲଢ଼ିବେ ଆୟୋଜକ ଜର୍ମାନୀ ଓ ବ୍ରିଟିଶ ଶାସନାଧୀନ ଭାରତ। ଗୋଟିଏ ବ୍ରିଟିଶ ଉପନିବେଶ ଭାବେ ଭାରତକୁ ବ୍ରିଟେନର ଜାତୀୟ ପତାକା ୟୁନିୟନ ଜ୍ୟାକ୍‌ ତଳେ ମାର୍ଚ୍ଚପାଷ୍ଟ କରିବାକୁ ପଡ଼ିଲା। କିନ୍ତୁ ମ୍ୟାଚ୍‌ ପୂର୍ବରୁ ଡ୍ରେସିଂ ରୁମ୍‌ରେ ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ନେତୃତ୍ୱରେ ଭାରତୀୟ ଦଳ ଜାତୀୟ କଂଗ୍ରେସର ତ୍ରିରଙ୍ଗା ପତାକାକୁ ନମସ୍କାରକରି ବିଜୟୀ ହେବାକୁ ଶପଥ ନେଲେ ଏବଂ ପ୍ରବଳ ପରାକ୍ରମୀ ଜର୍ମାନୀକୁ ନିଜ ମାଟିରେ ଅଗଣିତ ଜର୍ମାନବାସୀଙ୍କ ସମ୍ମୁଖରେ ୮-୧ ଗୋଲରେ ପରାସ୍ତକଲେ। ଧ୍ୟାନଚାନ୍ଦ ଅପୂର୍ବ କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶନକରି ଏକାକୀ ୬ ଗୋଟି ଗୋଲ ଦେଇଥିଲେ। ଭାରତ କ୍ରମାଗତ ତୃତୀୟଥର ସ୍ବର୍ଣ୍ଣପଦକ ବିଜୟୀ ହେଲା। କୁହାଯାଏ ଯେ ତତ୍କାଳୀନ ଜର୍ମାନୀର ଏକଚ୍ଛତ୍ର ଶାସକ ହିଟ୍‌ଲର ଧ୍ୟାନଚାନ୍ଦଙ୍କର ଅଦ୍ଭୁତ କ୍ରୀଡ଼ାକୁ ପ୍ରଶଂସା କରିବା ସହ ଜର୍ମାନୀ ସେନାର ତାଙ୍କୁ କର୍ନେଲ ପଦବୀରେ ଅଭିଷିକ୍ତ କରିବାକୁ ଇଚ୍ଛାବ୍ୟକ୍ତ କରିଥିଲେ। କିନ୍ତୁ ଦେଶଭକ୍ତ ଧ୍ୟାନଚାନ୍ଦ ଅତ୍ୟନ୍ତ ବିନମ୍ରତାର ସହ ଏହି ଉପହାରକୁ ପ୍ରତ୍ୟାଖ୍ୟାନ କରିଥିଲେ। ସଂଯୋଗବଶତଃ ସେ ଦିନଟି ଥିଲା ୧୯୩୬ ମସିହା ଅଗଷ୍ଟ ୧୫ ତାରିଖ। ଏହାର ଠିକ୍‌ ୧୧ ବର୍ଷ ପରେ ଭାରତ ବ୍ରିଟିଶ ଶାସନରୁ ମୁକ୍ତିଲାଭ କଲା। କାଳଚକ୍ରରେ ଧ୍ୟାନଚାନ୍ଦଙ୍କର ଏହି ଜାତୀୟତା ଉଜ୍ଜୀବିତ ହୋଇରହିଥିବ। ସବୁଦିନ ପାଇଁ ଏହା ଧ୍ରୁବ ସତ୍ୟ। ଆଜି ସେହି ମହାନ୍‌ ଖେଳାଳିଙ୍କର ପବିତ୍ର ଜନ୍ମ ଦିବସ। ତାଙ୍କର ଗୁଣମୁଗ୍ଧ ଅଗଣିତ ଦେଶବାସୀ ଓ ବିଶ୍ୱବାସୀଙ୍କ ସହ ଏହି ପ୍ରତିବେଦକ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ଜୟ ହିନ୍ଦ୍‌, ବନ୍ଦେ ଉତ୍କଳ ଜନନୀ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri