ଫୋନ୍‌ପେରେ ୟୁପିଆଇର କ୍ରେଡିଟ୍‌ ଲାଇନ

ନୂଆଦିଲ୍ଲୀ,୨୯।୮ (ଅଭୟ ଦାଶ): ଫୋନ୍‌ପେର ବହୁ ପ୍ରତୀକ୍ଷିତ ସେବା ତଥା ତା’ର ପ୍ଲାଟ୍‌ଫର୍ମରେ ୟୁପିଆଇ କ୍ରେଡିଟ୍‌ ଲାଇନ ଆରମ୍ଭ କରିବାକୁ ଘୋଷଣା କରିଛି। ଏପରିକି ଯେଉଁ ଉପଭୋକ୍ତାମାନେ ସେମାନଙ୍କ ବ୍ୟାଙ୍କରୁ କ୍ରେଡିଟ୍‌ ଲାଇନ ପାଇଥିବେ ଓ ସେମାନେ ବର୍ତ୍ତମାନ ଏହି କ୍ରେଡିଟ ଲାଇନଗୁଡ଼ିକୁ ଫୋନ୍‌ପେରେ ୟୁପିଆଇ ସହ ଲିଙ୍କ୍‌ କରିପାରିବେ ଏବଂ ନିରବଚ୍ଛିନ୍ନ ଭାବେ ବ୍ୟବସାୟିକ ପେମେଣ୍ଟ କରିପାରିବେ। ଏହି ବୈଶିଷ୍ଟ୍ୟ ଉପଭୋକ୍ତାମାନଙ୍କୁ ବହୁ ଲକ୍ଷ ବ୍ୟବସାୟୀଙ୍କଠାରୁ ସହଜରେ ବିଭିନ୍ନ ଜିନିଷ କିଣିବା ଏବଂ ସ୍ବଳ୍ପ ମିଆଦୀ ଋଣର ଉପଯୋଗ କରିବାକୁ ସକ୍ଷମ କରିବ। ଯାହାଦ୍ୱାରା ସେମାନଙ୍କ ମାସିକ ବ୍ୟୟକୁ ଭଲ ଭାବେ ପରିଚାଳନା କରିବାରେ ସେମାନଙ୍କୁ ସାହାଯ୍ୟ ହେବ। ସମ୍ପ୍ରତି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ୟୁପିଆଇ ପରିସରକୁ ସମ୍ପ୍ରସାରିତ କରି ୟୁପିଆଇରେ କ୍ରେଡିଟ ଲାଇନ ନାମକ ଏକ ପୂର୍ବ-ଅନୁମୋଦିତ କ୍ରେଡିଟ ଲାଇନକୁ ଅନ୍ତର୍ଭୁକ୍ତ କରିଛି। ଏହାଦ୍ୱାରା ଉପଭୋକ୍ତାମାନେ ସେମାନଙ୍କ ବ୍ୟାଙ୍କ ମାଧ୍ୟମରେ କ୍ରେଡିଟ ଲାଇନ ପାଇପାରିବେ ଏବଂ ୟୁପିଆଇ ଆପ୍‌ ମାଧ୍ୟମରେ ଏହାକୁ ବ୍ୟବହାର କରିପାରିବେ। ଏହା ଫଳରେ କ୍ରେଡିଟ ଲାଇନ ବ୍ୟବହାର କରିପାରୁଥିବା ବ୍ୟବସାୟୀଙ୍କ ସଂଖ୍ୟା ଆହୁରି ଦ୍ରୁତଗତିରେ ବୃଦ୍ଧି ପାଇବ। ଉପଭୋକ୍ତାଙ୍କ ସମେତ ଫୋନ୍‌ପେ ପେମେଣ୍ଟ ଗେଟ୍‌ୱେରେ ଥିବା ବ୍ୟବସାୟୀମାନଙ୍କୁ ଏହି ବିକଳ୍ପ ଚେକ୍‌ଆଉଟ ସମୟରେ ସେମାନଙ୍କ ଗ୍ରାହକଙ୍କୁ ପେମେଣ୍ଟ ପାଇଁ ଅତିରିକ୍ତ ସୁବିଧା ପ୍ରଦାନ କରିଥାଏ।
ଏ ସମ୍ପର୍କରେ ଫୋନ୍‌ପେର ପେମେଣ୍ଟ ମୁଖ୍ୟ ଦୀପ ଅଗ୍ରୱାଲ କହିଛନ୍ତି, ଆମ ପ୍ଲାଟ୍‌ଫର୍ମରେ ୟୁପିଆଇ କ୍ରେଡିଟ୍‌ ଲାଇନ ଆରମ୍ଭକରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ୟୁପିଆଇରେ ରୂପେ କ୍ରେଡିଟ କାର୍ଡର ଅଦ୍ଭୁତପୂର୍ବ ସଫଳତା ପରେ ଏହା ହେଉଛି, ଆମର ଦ୍ୱିତୀୟ ଅଫର। ଯାହା ୟୁପିଆଇରେ କ୍ରେଡିଟ ବ୍ୟବହାରର ସମ୍ଭାବନାକୁ ବହୁଗୁଣିତ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri