ପ୍ରଯୋଜକ ଟୁଟୁ ନାୟକଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର,୮।୧୧: ପ୍ରଯୋଜକ ଟୁଟୁ ନାୟକଙ୍କୁ ବୁଧବାର ଜାମିନ ମିଳିଛି । ଭୁବନେଶ୍ୱର ଏସ୍‌ଡିଜେଏମ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି।
ଅନ୍ୟପକ୍ଷେ ତାଙ୍କୁ ରାଜ୍ୟ ବାହାରକୁ ଗଲେ କୋର୍ଟର ଅନୁମତି ନେବାକୁ ହେବ ବୋଲି କୋର୍ଟ କହିଛନ୍ତି । ଏହାସହିତ ସାକ୍ଷୀମାନଙ୍କୁ ଭୟଭୀତ ଏବଂ ପ୍ରଲୋଭିତ କରିବେ ନ କରିବାକୁ ମଧ୍ୟ କୁହାଯାଇଛି। ଏପିରିକି ପୀଡିତାଙ୍କୁ ଧମକଚମକ ଦେବେ ନାହିଁ ବୋଲ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିବା ମାମଲାରେ ଗିରଫ ହୋଇଥିଲେ ପ୍ରଯୋଜକ ଟୁଟୁ ନାୟକ।