ମାତୃଶକ୍ତିର ଉତ୍ଥାନ ପାଇଁ ଆଧ୍ୟାତ୍ମିକ ବିକାଶ ଆବଶ୍ୟକ: ରାଷ୍ଟ୍ରପତି

ଭୁବନେଶ୍ୱର, ୧୧ା୨ (ବ୍ୟୁରୋ): ଭାରତ ନାରୀଙ୍କୁ ସମ୍ମାନ ଦିଏ। ଏହି ପରମ୍ପରା ଓ ସଂସ୍କୃତି ବହୁଦିନରୁ ରହିଆସିଛି। ନାରୀମାନେ ଶକ୍ତିସ୍ବରୂପିଣୀ। ତାଙ୍କ ନିକଟରେ ସୃଷ୍ଟି କରିବାର ଅପାର ଶକ୍ତି ରହିଛି। ନାରୀ ଜାଗ୍ରତ ହେଲେ ଓ ଆଗକୁ ବଢ଼ିଲେ ରାଷ୍ଟ୍ର ବିକଶିତ ହେବ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ଶୁକ୍ରବାର ଉତ୍କଳ ମଣ୍ଡପରେ ଆୟୋଜିତ ଜ୍ଞାନପ୍ରଭା ମିଶନ୍‌ର ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଷ୍ଟ୍ରପତି କହିଲେ, ମାତୃଶକ୍ତିର ଅନ୍ତର୍ଜ୍ୟୋତି ଜାଗ୍ରତ କରି ସୁସ୍ଥ ମାନବ ସମାଜ ଗଠନ ଲକ୍ଷ୍ୟ ନେଇ ଜ୍ଞାନପ୍ରଭା ମିଶନ୍‌ ଗଠନ କରାଯାଇଛି। ଏହା କୁମାରୀମାନଙ୍କ ମଧ୍ୟରେ ସାମାଜିକ, ଚାରିତ୍ରିକ ଏବଂ ଆଧ୍ୟାତ୍ମିକ ବିକାଶ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ କରୁଛି। ଏଥିସହ କ୍ରିୟାଯୋଗର ପ୍ରଚାର ପ୍ରସାର ନିମନ୍ତେ ମଧ୍ୟ କାର୍ଯ୍ୟ କରୁଛି। ଯୋଗ ଭାରତର ଏକ ପ୍ରାଚୀନ ବିଦ୍ୟା, ଯାହା ସୁସ୍ଥ ମାନବ ସମାଜ ଗଠନ ପାଇଁ ଅଭିପ୍ରେତ। ସୁସ୍ଥ ଜୀବନ ପାଇଁ ରୋଗର ଚିକିତ୍ସା ଅପେକ୍ଷା ତାହାର ନିରାକରଣ ଅଧିକ ଆବଶ୍ୟକ। ଆମେ ଯୋଗଯୁକ୍ତ ହେଲେ ରୋଗମୁକ୍ତ ହୋଇ ପାରିବା ଏବଂ ଆମ ଭିତରେ ସନ୍ତୁଷ୍ଟତା ଆସି ପାରିବ। ଯୋଗ କହିଲେ ଆମେ କେବଳ ଶାରୀରିକ ପ୍ରକ୍ରିୟାକୁ ବୁଝିଥାଉ। ମାତ୍ର ଯୋଗ ହେଉଛି ଶରୀର ସହ ଆତ୍ମା ଏବଂ ଆତ୍ମା ସହ ପରମାତ୍ମାର ଯୋଗ। କେବଳ ସାମାଜିକ ଏବଂ ଆର୍ଥିକ ବିକାଶ ହେଲେ ମାତୃଶକ୍ତିର ଉତ୍ଥାନ ହେବ ନାହିଁ। ଏଥିପାଇଁ ଆତ୍ମିକ ବା ଆଧ୍ୟାତ୍ମିକ ବିକାଶର ଆବଶ୍ୟକତା ରହିଛି। ମାତୃ କରୁଣା ଓ ମାତୃ ପ୍ରେରଣା, ଯାହା ସାଧାରଣ ମଣିଷକୁ ଅସାଧାରଣ ବ୍ୟକ୍ତିତ୍ୱରେ ପରିଣତ କରିଥାଏ। ଭାରତର ମୁନିଋଷିମାନେ କହିଛନ୍ତି- ମାତୃ ଦେବୋ ଭବ, ପିତୃ ଦେବୋ ଭବ, ଆଚାର୍ଯ୍ୟ ଦେବୋ ଭବ, ଅତିଥି ଦେବୋ ଭବ। ଏଥିରୁ ସ୍ପଷ୍ଟ ଯେ ମାତାଙ୍କୁ ପ୍ରଥମେ ଦେବୀ ଭାବେ ମାନିବା କଥା। ପରେ ପିତା, ଆଚାର୍ଯ୍ୟ ଓ ଅତିଥିଙ୍କୁ ଦେବତା ଭାବେ ଗ୍ରହଣ କରିବା କଥା ପରମ୍ପରାରେ ରହିଛି। ମାତ୍ର ଏହି ଶାସ୍ତ୍ରସିଦ୍ଧ ଉପଦେଶକୁ ଅନେକେ ନିଜ ଜୀବନରେ ମାନୁନାହାନ୍ତି। ସେଥିପାଇଁ ବହୁ ସମୟରେ ବୃଦ୍ଧ ମାତାପିତାଙ୍କ କରୁଣ କାହାଣୀ ଖବରକାଗଜରେ ସ୍ଥାନ ପାଉଛି। ପୁଅ ଓ ବୋହୂମାନେ ତାଙ୍କ ମାଆ-ବାପା ବା ଶାଶୁ ଓ ଶ୍ୱଶୁରଙ୍କ ଯତ୍ନ ନେବା ପାଇଁ କୁଣ୍ଠାବୋଧ କରୁଛନ୍ତି। ମାତାପିତାଙ୍କୁ ଦେବତା କହି ତାଙ୍କ ଫଟୋ ଚିତ୍ରକୁ ପୂଜା କରିବା ଆଧ୍ୟାତ୍ମିକତା ନୁହେଁ। ମାତାପିତାଙ୍କ ଯତ୍ନ ନେବାଠାରୁ ବଡ଼ ଧର୍ମ ଆଉ କିଛି ନାହିଁ। ତେଣୁ ବରିଷ୍ଠ ନାଗରିକ, ପୀଡିତ ନାଗରିକଙ୍କ ସେବା କରିବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି।
ଅନ୍ୟତମ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ ଭାରତୀୟ ଆଧ୍ୟାତ୍ମିକ ଚେତନା ସମଗ୍ର ବିଶ୍ବ ପାଇଁ ବନ୍ଦନୀୟ ବୋଲି କହିିଥିଲେ। ସମ୍ମାନିତ ଅତିଥି ଭାବେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହି, ଭାରତ କେବଳ ବୃହତ୍ତମ ଗଣତନ୍ତ୍ର ନୁହେଁ ଏହା ଗଣତନ୍ତ୍ରର ଜନ୍ମଦାତା ବୋଲି ଉଲ୍ଲେଖ କରିଥିଲେ। ବିଜ୍ଞାନ ଓ କାରିଗରି, ସରକାରୀ ଉଦ୍ୟୋଗ, ସାମାଜିକ ନିରାପତ୍ତା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମେୟର ସୁଲୋଚନା ଦାସ ପ୍ରମୁଖ ତାଙ୍କ ବକ୍ତବ୍ୟ ରଖିଥିଲେ। ଜ୍ଞାନପ୍ରଭା ମିଶନ୍‌ ପ୍ରତିଷ୍ଠାତା ପରମହଂସ ପ୍ରଜ୍ଞାନାନନ୍ଦଜୀ ମହାରାଜ ଓ ସଭାପତି ଜ୍ୟୋତିର୍ମୟୀ ମିଶ୍ର ଅତିଥିଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସ୍ବାଗତ କରିଥିଲେ। ଏହି ଅବସରରେ ପ୍ରଜ୍ଞାନାନନ୍ଦଜୀ ରାଷ୍ଟ୍ରପତିଙ୍କୁ ତାଙ୍କର ଏକ ପ୍ରତିକୃତି ଭେଟି ଦେଇଥିଲେ।
ପରେ ଅପରାହ୍ନରେ ରାଷ୍ଟ୍ରପତି ମୁର୍ମୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ୪ଜଣଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ଡିଗ୍ରୀ ପ୍ରଦାନ କରିଥିଲେ। ବିଜ୍ଞାନ ଓ ବୈଷୟିକ ଜ୍ଞାନ କ୍ଷେତ୍ରରେ ସୌମ୍ୟା ସ୍ବାମୀନାଥନ୍‌ଙ୍କୁ ଡି.ଏସ୍‌ସି ଡିଗ୍ରୀ, ସାହିତ୍ୟ ଓ ସମାଜସେବା ପାଇଁ ପୂର୍ଣ୍ଣମାସୀ ଜାନୀ, ସମାଜସେବା ଓ ମହିଳା ସଶକ୍ତୀକରଣ ପାଇଁ ସୁନୀତା କ୍ରିଷ୍ଣନ୍‌, କଳା ଓ ସଂସ୍କୃତି କ୍ଷେତ୍ରରେ ଓଡ଼ିଶୀ ନୃତ୍ୟଶିଳ୍ପୀ ଅରୁଣା ମହାନ୍ତିଙ୍କୁ ବିଶ୍ବବିଦ୍ୟାଳୟ ପକ୍ଷରୁ ଡି.ଲିଟ୍‌ ଡିଗ୍ରୀ ପ୍ରଦାନ କରାଯାଇଥିଲା। ସେହିପରି ୨୦୨୨ ମସିହା ପାଇଁ ୨୨ଜଣ ଛାତ୍ରୀଙ୍କୁ ସ୍ବର୍ଣ୍ଣପଦକ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri