Categories: ଖେଳ

ଓ୍ବେଷ୍ଟଇଣ୍ଡିଜକୁ ୧୭୬ରେ ରୋକି ଦେଲେ

ଅହମ୍ମଦାବାଦ୍‌,୬।୨: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଐତିହାସିକ ମ୍ୟାଚ୍‌ରେ ଭାରତୀୟ ବୋଲର ଓ୍ବେଷ୍ଟଇଣ୍ଡିଜକୁ ମାତ୍ର ୧୭୬ ରନ୍‌ରେ ଅଲଆଉଟ୍‌ କରି ଦେଇଛନ୍ତି। ମୁଖ୍ୟତଃ ୟୁଜବେନ୍ଦ୍ର ଚହଲ (୪ ଉଇକେଟ) ଓ ଓ୍ବାଶିଂଟନ ସୁନ୍ଦର (୩) ଭ୍ରମଣକାରୀ ଦଳ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲେ। ଦୁହେଁ ୭ ଉଇକେଟ ନେଇଥିବା ବେଳେ ୨ ଉଇକେଟ ହାତେଇଥିଲେ ପ୍ରସିଦ୍ଧ କ୍ରିଷ୍ଣା।

ଅନ୍ୟପକ୍ଷରେ ଜାସନ ହୋଲ୍ଡର(୫୭ ରନ୍‌, ୪ ଛକା)ଙ୍କୁ ଛାଡ଼ି ଦେଲେ ଓ୍ବେଷ୍ଟଇଣ୍ଡିଜର ଅନ୍ୟ କୌଣସି ବ୍ୟାଟର ଆଖିଦୃଶିଆ ସ୍କୋର କରିପାରି ନ ଥିଲେ। ଏକଦା ଦଳ ୭୯ ରନ୍‌ ମଧ୍ୟରେ ୭ ଉଇକେଟ ହରାଇ ସାରିଥିଲା। ଏଭଳି ପରିସ୍ଥିତିରେ ହୋଲ୍ଡର ଓ ଫାବିଆନ ଆଲେନ (୨୯ ରନ୍‌, ୨ ଚୌକା) ଦଳକୁ ଆଗେଇ ନେଇଥିଲେ। ଦୁହେଁ ୮ମ ଉଇକେଟ ପାଇଁ ୭୮ ରନ୍‌ ଯୋଡ଼ିଥିଲେ। ଏହାସତ୍ତ୍ୱେ ଓ୍ବେଷ୍ଟଇଣ୍ଡିଜ ୪୩.୫ ଓଭରରେ ୧୭୬ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା।

Share