Advertisement

ଝାଟିମାଟି ଘରେ ବିତୁଛି ଦିନ

ଦଶମନ୍ତପୁର,୧୪ା୧୧( ଡି.ଏନ.ଏ.): ପକ୍କା ଘର ଖଣ୍ଡିଏ ନାହିଁ । ଭଙ୍ଗା ଦଦରା ଝାଟିମାଟି କୁଡ଼ିଆ ଘରେ ମୁଣ୍ଡ ଗୁଞ୍ଜିଛନ୍ତି ଦମ୍ପତି। ବର୍ଷା ଦିନେ ବର୍ଷାପାଣି ଘର ଭିତରେ ଲହଡି ଭାଙ୍ଗୁଛି। ପାଣି ପଡିଲେ କାନ୍ଥରୁ ଖସୁଛି ମାଟି। ଏପରି ଦେଖିବାକୁ ମିଳିଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଲୁଲା ପଞ୍ଚାୟତର ମିଟକଲର୍‌ଳୀ ଗ୍ରାମରେ। ଏହି ଗ୍ରାମର ଶିତ୍ରୁ ସାଉନ୍ତାଙ୍କ ଦୁଇ ପୁଅ ବିବାହ ପରେ ଅଲଗା ରହିବାରୁ ଏବେ ଦୁଃଖ କଷ୍ଟରେ ଚଳୁଛନ୍ତି ଶିତ୍ରୁ ଆଉ ତାଙ୍କ ସ୍ତ୍ରୀ ରାମ୍ବାଇ। ସରକାରୀ ସୁବିଧା ବିଶେଷ କିଛି ମିଳିନି ଉଭୟଙ୍କୁ। କେବଳ ଚାଉଳ କାର୍ଡ ଅଛି ଆଉ ଯାହା ଉଭୟଙ୍କୁ ଭତ୍ତା ମିଳୁଛି । ଶିତ୍ରୁ କହନ୍ତି, ସେମାନେ ଦୀର୍ଘ ଦିନ ହେଲା ଏହି ଭଙ୍ଗା ଦଦରା ଝାଟିମାଟି ଘରେ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ନିଜ ସ୍ବଳ୍ପ ଜମିରୁ ଯାହା ଉପାର୍ଜନ ହୁଏ ସେଥିରେ ବହୁ କଷ୍ଟରେ ଚଳୁଛନ୍ତି ଉଭୟେ। ଆବାସ ଗୃହ ଖଣ୍ଡେ ପାଇଁ ପଲ୍ଲିସଭା ଓ ଗ୍ରାମସଭାରେ ନିବେଦନ କରିଥିଲେ ମଧ୍ୟ ୨ଟି ପଞ୍ଚାୟତ ନିର୍ବାଚନ ଗଲାଣି ଏଯାଏ ମିଳିଲାନି ବୋଲି କହିଛନ୍ତି ଶିତ୍ରୁ। ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଭା ସମ୍ମାନ, ସ୍ବାଗତମ୍‌-୨୦୨୦ ଉଦ୍‌ଯାପିତ: କଳାକାର ସୃଷ୍ଟିରେ ଜିଲା ସ୍ବତନ୍ତ୍ର

ଢେଙ୍କାନାଳ ଅଫିସ, ୧।୧- ଢେଙ୍କାନାଳ କଳା ସଂସ୍କୃତିର ମାଟି। ଏଠାରେ ବର୍ଷତମାମ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି। ନଭେମ୍ବରଠାରୁ ଅଦ୍ୟାବଧି ସହରରେ ନିୟମିତ ବିଭିନ୍ନ...

ନମ୍ବର ପ୍ଲେଟ ଖୋଲି ମୋରମ ଚୋରାଚାଲାଣ

ଜଳେଶ୍ୱର, ୨୯ା୮(ଡି.ଏନ.ଏ.): ଜଳେଶ୍ୱର ବ୍ଲକ ରାଇବଣିଆର ବିଭିନ୍ନ ଜଙ୍ଗଲ ଅଞ୍ଚଳରୁ ପଶ୍ଚିମବଙ୍ଗକୁ ବ୍ୟାପକ ମୋରମ ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ମୋରମ ଖନନ ଓ ପରିବହନ...

ଜିଲାକୁ ମରୁଡ଼ି ଘୋଷଣା ଦାବିରେ ଗଣଧାରଣା

ବାଲେଶ୍ୱର ଅଫିସ, ୪।୮-ବାଲେଶ୍ୱର ଜିଲାକୁ ମରୁଡି ଘୋଷଣା ଦାବିରେ ‘କୃଷକ ସଂଘର୍ଷ ସମିତି’ ବାଲେଶ୍ୱର ଶାଖା ପକ୍ଷରୁ ଶନିବାର ପୂର୍ବାହ୍ନରେ ଜିଲାପାଳ କାର୍ଯ୍ୟାଳୟ ପରିସରରେ ଗଣଧାରଣା...

ଅପହୃତା ଛାତ୍ରୀ ଭୁବନେଶ୍ୱରରୁ ଉଦ୍ଧାର, ଅଭିଯୁକ୍ତ ଗିରଫ

ବ୍ରହ୍ମପୁର ଅଫିସ,୨୨ା୧୧- ବ୍ରହ୍ମପୁର ଟାଉନ ଥାନା ପୋଲିସ ଗୁରୁବାର ସକାଳେ ଜଣେ ଅପହୃତା ଛାତ୍ରୀଙ୍କୁ ଭୁବନେଶ୍ୱରରୁ ଉଦ୍ଧାର କରିଛି। ସେହିପରି ଅଭିଯୁକ୍ତ ପି.ଅନିଲ ଓରଫ ଆଳୁ...

କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ

ଖୋର୍ଦ୍ଧା ଅଫିସ,୬।୬: ପୂର୍ବତଟ ରେଳବାଇ କାଳୁପଡ଼ାଘାଟ ରେଳ ଷ୍ଟେଶନର ୪ ନମ୍ବର ଟ୍ରାକରେ ଅଟକି ରହିଥିବା ଏକ କୋଇଲା ବୋଝେଇ ମାଲଗାଡିରେ ଅଗ୍ନିକାଣ୍ଡ ଘଟିଛି। ଟ୍ରେନ୍‌ର...

ଓଟିରୋଡ ସମ୍ପ୍ରସାରଣ ଲାଗି ଜବରଦଖଲ ଉଚ୍ଛେଦ : ଭଙ୍ଗା ହେଲା ଲକ୍ଷ୍ମୀନାରାୟଣ ମନ୍ଦିର ନାଟମଣ୍ଡପ

ବାଲେଶ୍ୱର ଅଫିସ, ୨୧।୩-ବାଲେଶ୍ୱର ସହରର ମୁଖ୍ୟରାସ୍ତା ଓଟିରୋଡ୍‌ ସମ୍ପ୍ରସାରଣ ପାଇଁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଶୁକ୍ରବାର ଆଇଟିଆଇସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିରର ତୋରଣ, ଗରୁଡ଼ଖମ୍ଭ ଓ...

ଶ୍ରୀଅଲାରନାଥଙ୍କ ପୀଠରେ ମକର ନୀତି ସମ୍ପନ୍ନ

ବ୍ରହ୍ମଗିରି,୧୬ା୧(ଡି.ଏନ୍‌.ଏ.): ପବିତ୍ର ମକର ସଂକ୍ରାନ୍ତିରେ ବୁଧବାର ଶ୍ରୀଅଲାରନାଥଙ୍କ ପୀଠରେ ସ୍ବତନ୍ତ୍ର ମକର ନୀତି ଅନୁଷ୍ଠିତ ହୋଇଛି। ଭୋର ୪ଟାରୁ ମନ୍ଦିର ଦ୍ୱାର ଖୋଲାଯାଇ ମଙ୍ଗଳ ଆଳତି,...

ନିରାଡାମ୍ବରାରେ ମା’ଙ୍କ ମହାଷ୍ଟମୀ ପୂଜା

ପାଟଣା,୨୪।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ବ୍ଲକ ଉଦୟପୁର ଗ୍ରାମରେ ୩ ଶହ ବର୍ଷର ପ୍ରାଚୀନ ଦୁର୍ଗା ମଣ୍ଡପ ଓ ପାଟଣା ମୁଖ୍ୟାଳୟସ୍ଥିତ ମଣ୍ଡପରେ...

Advertisement
Archives

Model This Week