Posted inଜାତୀୟ

ଏଲଏସିରେ ଶୀଘ୍ର ସୁଧୁରିବନି ସ୍ଥିତି: ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତ…

ନୂଆଦିଲ୍ଲୀ,୨୪।୧୦ : ରାଷ୍ଟ୍ରପତି ଶି ଜିନପିଙ୍ଗ ଲଗାତାର ତୃତୀୟ ଥର ପାଇଁ ଚାଇନାରେ କ୍ଷମତା ହାସଲ କରିଛନ୍ତି। ଏହାଦ୍ୱାରା ଭାରତ-ଚାଇନା ସମ୍ପର୍କରେ ତିକ୍ତତା ପୁଣି ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଜିନପିଙ୍ଗଙ୍କର ଅଭିଳାଷ ହେଉଛି ଦୁଇଦେଶର ସମ୍ପର୍କକୁ ଆଉ ସ୍ବାଭାବିକ ହେବାକୁ ଦିଆଯିବ ନାହିଁ।

ପ୍ରତିରକ୍ଷା ବିଶେଷଜ୍ଞ ଲ୍ୟୁଟନାଟ ଜେନେରାଲ ରାଜେନ୍ଦ୍ର ସିଂଙ୍କ ଅନୁଯାୟୀ ଚାଇନା ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥନୀତି ଏବଂ ଜିନପିଙ୍ଗ ଚାହୁଁଛନ୍ତି ତାଙ୍କ ଦେଶ ପ୍ରଥମ ଅର୍ଥନୀତି ହେଉ। ଅପରପକ୍ଷରେ, ଚାଇନା ନିଜକୁ ଏକ ପ୍ରମୁଖ ସାମରିକ ଶକ୍ତି ଭାବରେ ପରିଚୟ ସୃଷ୍ଟି କରିଛି। ତେଣୁ ଏସିଆ ସମେତ ସମଗ୍ର ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ନିଜର ସର୍ବୋଚ୍ଚତା ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି। ଯେତେବେଳେ କି ଭାରତ ଚାଇନା ଯୋଜନା ବାଧା ଦେବାକୁ ଚେଷ୍ଟା କରୁଛି।

ଭାରତର ଅର୍ଥନୀତି ମଧ୍ୟ ଦ୍ରୁତ ଗତିରେ ଆଗକୁ ବଢୁଛି। ତେଣୁ ଚାଇନା ଅନୁଭବ କରୁଛି ଯେ ଭବିଷ୍ୟତରେ ଭାରତ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିପାରିବ। ସେହିଭଳି ଭାରତ ମଧ୍ୟ ସାମରିକ ଶକ୍ତି ବୃଦ୍ଧିରେ ଦ୍ରୁତ ଗତି କରୁଛି। ଭାରତ-ପ୍ରଶାନ୍ତ ମହାସାଗରରେ ଭାରତ କ୍ୱାଡ ମାଧ୍ୟମରେ ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନାକୁ ଘେରିଛନ୍ତି। ତେଣୁ ଭାରତ ଦ୍ୱାରା ଉପସ୍ଥାପିତ ଚ୍ୟାଲେଞ୍ଜଗୁଡ଼ିକ ଚାଇନାକୁ ବ୍ୟଥିତ କରୁଛି।

ରାଜେନ୍ଦ୍ର ସିଂଙ୍କ କହିବାନୁସାରେ, ଗୋଟିଏ ପଟେ ଚାଇନା ଭାରତର ଅଗ୍ରଗତି ପାଇଁ ଭୟଭୀତ ଏବଂ ଅନ୍ୟପଟେ ଏହା ମଧ୍ୟ ଭାରତର ବିଶାଳ ବଜାର ଆବଶ୍ୟକ କରେ। ତେଣୁ ସେ ଭାରତ ସହିତ ସମ୍ପୂର୍ଣ୍ଣ ଶତ୍ରୁତା ଦେଖାଇବାକୁ ଚାହୁଁନାହିଁ। କିନ୍ତୁ ସେ ଏଲଏସିର ଡୋକଲାମ, ପୂର୍ବ ଲଦାଖ ଅଞ୍ଚଳରେ ଭାରତ ସମ୍ମୁଖରେ ଚ୍ୟାଲେଞ୍ଜ ସୃଷ୍ଟି କରିବାକୁ ଚେଷ୍ଟା କରୁଛି।

ଫଳରେ ଏଲଏସିରେ ଶୀଘ୍ର ସ୍ଥିତିରେ ସୁଧାର ହେବାର ଆଶା କମ୍‌ ରହିଛି। ଚାଇନାର ନଜର ଭାରତର ରାଜନୈତିକ ପରିସ୍ଥିତି, ଅର୍ଥନୈତିକ ପ୍ରଗତି ଏବଂ ସେନାର ଶକ୍ତି ପରି ପଦକ୍ଷେପ ଉପରେ ରହିଛି। ତେଣୁ ଏହି କ୍ଷେତ୍ରରେ ଭାରତକୁ ଅଧିକ ଶକ୍ତିଶାଳୀ ହେବାକୁ ପଡିବ। ଜିନପିଙ୍ଗଙ୍କ ତୃତୀୟ କାର୍ଯ୍ୟକାଳରେ ଏକ ଆହ୍ବାନ ହେଉଛି ଏଥର ତାଙ୍କ ଦଳରେ ବଡ଼ ପରିବର୍ତ୍ତନ କରାଯାଇଛି। ଦଳରେ ନୂତନ ଲୋକଙ୍କୁ ଯୋଡି ଦିଆଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଜିନପିଙ୍ଗଙ୍କ ସମର୍ଥକ। ତେଣୁ ଭାରତ ପ୍ରତି ସେମାନଙ୍କର ମନୋଭାବ କ’ଣ ତାହା ଦେଖିବା କଷ୍ଟକର ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

କାଲି CBSE ଦଶମ-ଦ୍ବାଦଶ ପରୀକ୍ଷା, ସକାଳ ୧୦ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ CBSEର ନିର୍ଦ୍ଦେଶ

ଭୁବନେଶ୍ବର,୧୬ା୨: ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି CBSE ଦଶମ, ଦ୍ବାଦଶ ପରୀକ୍ଷା । ୪୬ ଲକ୍ଷରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ଏଥର ଦେବେ ଦଶମ ଓ ଦ୍ବାଦଶ…

ଲୋ ବ୍ଲଡପ୍ରେସର ସମସ୍ୟା ଅଛି କି ? ଏଥିରୁ ମୁକୁଳିବା ପାଇଁ ପିଅନ୍ତୁ…

ମିଶ୍ରିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଏବଂ ଆମିନୋ ଏସିଡ ରହିଛି। ଯଦି ଆପଣଙ୍କର ଲଗାତର କାଶ ହେଉଛି…

Video: ହ୍ୟାଣ୍ଡସେକ୍‌ ବିବାଦ ମଧ୍ୟରେ, ୱାସିମ ଆକ୍ରମଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୬।୨: ରବିବାର T20 World Cup 2026 ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ହାଇ-ଭୋଲଟେଜ ମ୍ୟାଚ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏକତରଫା ଭାବରେ ୬୧…

ଶିକ୍ଷକଙ୍କ ମାଡ଼ ପରେ ହଷ୍ଟେଲରୁ ଫେରାର ହୋଇଗଲେ ଛାତ୍ର, କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ପାଟଣାଗଡ଼, ୧୬।୨(ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ବ୍ଳକ ବନେଇମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଆଶ୍ରମରେ ନିର୍ଯାତନାର ଶିକାର ହୋଇ ଶନିବାର ୭ ଜଣ ଛାତ୍ର ହଷ୍ଟେଲ ଛାଡ଼ି ଫେରାର…

ଟିମ ଇଣ୍ଡିଆକୁ ଡବଲ୍‌ ଫାଇଦା: ଭାଙ୍ଗିଲା ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୧୬।୨:ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ କେବଳ ପାକିସ୍ତାନକୁ ପରାସ୍ତ କରି ନ ଥିଲା ବରଂ ଏଥିରୁ ଦୁଇଥର ଲାଭ ମଧ୍ୟ ପାଇଥିଲା। ସେହି ଲାଭ ସହିତ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri