ଦିବ୍ୟାଙ୍ଗ ନିଯୁକ୍ତି ଭେଳିକି

ନାରାୟଣ ଚନ୍ଦ୍ର ବିଶ୍ୱାଳ

 

କେନ୍ଦ୍ର ସରକାରଙ୍କଠାରୁ ରାଜ୍ୟ ସରକାର ଏପରିକି ଅନେକ ବିଶ୍ୱବିଖ୍ୟାତ ସ୍ବେଚ୍ଛାସେବୀ ସଂଗଠନର ପ୍ରମୁଖମାନେ ଦିବ୍ୟାଙ୍ଗମାନଙ୍କ ପାଇଁ ଅନେକ କିଛି ପ୍ରଗତିମୂଳକ ଓ ସେମାନଙ୍କୁ ସମାଜ ସହ ସମକକ୍ଷ କରିବା ପାଇଁ ନୀତିନିୟମ ଏବଂ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାର ପ୍ରଚାର ପ୍ରସାର ହେଉଛି। କିନ୍ତୁ ବାସ୍ତବ କଥା ସମ୍ପୂର୍ଣ୍ଣ ଭିନ୍ନ। ଆମ ସରକାରୀ ବ୍ୟବସ୍ଥାରେ ଭିନ୍ନକ୍ଷମ ଅବା ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ସରକାରୀ ଚାକିରିରେ ସଂରକ୍ଷଣ ବ୍ୟବସ୍ଥା ରହିଛି। ସରକାରୀ ଚାକିରି ପାଇଁ ନିଯୁକ୍ତି ବିଜ୍ଞାପନ ମାଧ୍ୟମରେ ଦିବ୍ୟାଙ୍ଗଙ୍କ ପାଇଁ ସଂରକ୍ଷଣ ଦିଆଯାଉଛି। କିନ୍ତୁ ବଡ଼ ଆଶ୍ଚର୍ଯ୍ୟର କଥା କେଉଁ ବର୍ଗର ଦିବ୍ୟାଙ୍ଗ କେଉଁ ପାହ୍ୟାରେ କାର୍ଯ୍ୟ କରିବେ ତାହା ଏ ପର୍ଯ୍ୟନ୍ତ ନିରୂପିତ ହୋଇପାରୁନାହିଁ। କେବଳ ପଦବୀ ଚିହ୍ନଟ ପ୍ରକ୍ରିୟାରେ ଅନେକ ବିଳମ୍ବ ହେଉଥିବାରୁ ୧୯୯୫ରେ ଦିବ୍ୟାଙ୍ଗମାନଙ୍କ ପାଇଁ ପ୍ରଥମେ ଆଇନ ପ୍ରଣୟନ କରାଯାଇଥିଲା। ନିୟମ ଅନୁସାରେ କେଉଁ ପଦବୀରେ କେଉଁ ବର୍ଗର ଦିବ୍ୟାଙ୍ଗ ନିଯୁକ୍ତି ପାଇବେ ତାହା ନିର୍ଦ୍ଧାରଣ କରାଯିବା କଥା। ତାହା ପ୍ରତି ୩ ବର୍ଷରେ ଥରେ ହେବା ନିୟମ ରହିଛି। କିନ୍ତୁ ୨୦୦୬ ପର୍ଯ୍ୟନ୍ତ ଅର୍ଥାତ୍‌ ୧୧ ବର୍ଷ ଯାଏ ଏହା ହୋଇପାରିଲା ନାହିଁ।
ସମଗ୍ର ବିଶ୍ୱରେ ପ୍ରାୟ ୧କୋଟି ଭିନ୍ନକ୍ଷମ ଅଛନ୍ତି, ଯେଉଁମାନେ ସମାଜର ବିଭିନ୍ନ ମହତ୍ତ୍ୱପୂର୍ଣ୍ଣ କ୍ଷେତ୍ରରେ ସାମିଲ ହେବାକୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସାଧାରଣ ଲୋକଙ୍କ ଭଳି ସେମାନେ ସମାଜର ସୁଖ ସୁବିଧା ଉପଭୋଗ କରିପାରୁନାହାନ୍ତି। ଗମନାଗମନ, ଚାକିରି, ଶିକ୍ଷା ସହିତ ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ସେମାନେ ଭାଗ ନେଇପାରୁନାହାନ୍ତି। ଏକ ସୁସ୍ଥ ଲୋକତନ୍ତ୍ର, ସକ୍ରିୟ, ନାଗରିକ ଓ ସମାଜରେ ଅସମାନତା ଦୂର କରିବାକୁ ହେଲେ ସାର୍ବଜନୀନ ଭାବେ ଜୀବନ ବଞ୍ଚତ୍ବାର ଅଧିକାର ଅତି ଆବଶ୍ୟକ। ସମସ୍ତ ପ୍ରକାର ବାଧା ବନ୍ଧନକୁ ଦୂର କରି ଭିନ୍ନକ୍ଷମଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଜାତିସଂଘ ମଧ୍ୟ ପଦକ୍ଷେପ ନେଇଛି। ଏହା ଉପରେ ବି ଅଭିଯାନ ଆରମ୍ଭ କରାଯାଇଛି। ସେହି ଅନୁସାରେ ପ୍ରତିଟି ସରକାରୀ ଅଫିସରେ ର଼୍ୟାମ୍ପ ରହିବ ।
ଯେମିତି କୌଣସି ହୁଇଲ୍‌ଚେୟାର ଗଡ଼ିବାରେ କିଛି ଅସୁବିଧା ହେବନି। ବସଷ୍ଟାଣ୍ଡ, ରେଳଷ୍ଟେଶନ, ବ୍ୟାଙ୍କ, ପୋଷ୍ଟ ଅଫିସ ଭଳି ଯାବତୀୟ ସର୍ବସାଧାରଣ କାର୍ଯ୍ୟାଳୟ ବ୍ୟାରିୟର ଫ୍ରି ହେବ। ଯେମିତି ଭିନ୍ନକ୍ଷମମାନେ କାର୍ଯ୍ୟାଳୟ ପରିସରରେ ଯା’ଆସ, ଚାଲବୁଲ କରିବାରେ କିଛି ସମସ୍ୟା ରହିବନି। ସରକାରୀ ଅଫିସ୍‌, ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଓ ଅନ୍ୟ ସର୍ବସାଧାରଣ ସ୍ଥାନରେ ରହିବ ଭିନ୍ନକ୍ଷମଙ୍କ ବ୍ୟବହାର ଉପଯୋଗୀ ସ୍ବତନ୍ତ୍ର ପରିସ୍ରାଗାର, ଶୌଚାଳୟ। ବଡ଼ ଟ୍ରାଫିକ୍‌ ଜଙ୍କସନଗୁଡ଼ିକରେ ଦୃଷ୍ଟିହୀନଙ୍କ ପାଇଁ ଶୁଣାଯିବା ଭଳି ସିଗ୍‌ନାଲ ମଧ୍ୟ ବ୍ୟବହୃତ ହେବ। ଭିନ୍ନକ୍ଷମମାନଙ୍କ ସୁବିଧା ପାଇଁ ଏସବୁ ବ୍ୟବସ୍ଥା କରାଯିବ। ସରକାରୀ ନିୟମ ଅନ୍ତତଃ ଏୟା କହୁଛି। ବାସ୍ତବତା କିନ୍ତୁ ସାଂଘାତିକ। ସଚିବାଳୟ ଓ ହାତଗଣତି ଆଉ କେତୋଟି ବଡ଼ ସରକାରୀ ଅଫିସ୍‌କୁ ଛାଡ଼ିଦେଲେ ବାକି କେଉଁଠି ର଼୍ୟାମ୍ପ ନାହିଁ କି’ କେଉଁ ଗୋଟିଏ କ୍ୟାରିୟର୍‌ ଫ୍ରି କ୍ୟାମ୍ପସ୍‌ ନାହିଁ। ସ୍ବତନ୍ତ୍ର ଟଏଲେଟ୍‌ ଓ ଶ୍ରାବ୍ୟ-ଟ୍ରାଫିକ୍‌-ସିଗନାଲ ତ ଅନେକ ଦୂରର କଥା । ସରକାରୀ କଳ ନାନା ପ୍ରତିଶ୍ରୁତି ଅଜାଡ଼ୁଛି। କାର୍ଯ୍ୟକାରିତା ବେଳକୁ କିନ୍ତୁ ସରକାର ପଛଘୁଞ୍ଚା ଦେଉଛନ୍ତି। ଭିନ୍ନକ୍ଷମମାନଙ୍କୁ ସେମାନଙ୍କ ନ୍ୟାଯ୍ୟ ଅଧିକାର ଓ ଅଇନସମ୍ମତ ସୁବିଧା ସୁଯୋଗ ଯୋଗାଇବାରେ ଅକ୍ଷମ ସାବ୍ୟସ୍ତ ହେଉଛନ୍ତି।
ଭିନ୍ନକ୍ଷମଙ୍କୁ ମିଳୁଥିବା ଭତ୍ତା ଆଜିଯାଏ ତିନିଅଙ୍କରୁ ଚାରି ଅଙ୍କକୁ ଛୁଇଁପାରୁନି। ଅନ୍ୟ ଅନେକ ରାଜ୍ୟ ଭିନ୍ନକ୍ଷମଙ୍କୁ ଅଧିକ ଭତ୍ତା ଓ ସୁବିଧା ଦେଲେଣି। ଓଡ଼ିଶା ସରକାରଙ୍କର ସେ ଦିଗକୁ ନିଘା ନାହିଁ। ଏହାଛଡ଼ା ସ୍ବତନ୍ତ୍ର ଉପକରଣ, ଗାଡ଼ି, ଆତ୍ମନିଯୁକ୍ତି, ଋଣ, ଥଇଥାନ, ବୃତ୍ତିଗତ ତାଲିମ୍‌ ଓ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ଭଳି ସୁବିଧାମାନ ଅନେକ ସମୟରେ କାଗଜପତ୍ରରେ ସୀମିତ ହୋଇ ରହିଯାଉଛି । ପ୍ରକୃତ ହିତାଧିକାରୀଙ୍କ ପାଖେ ପହଞ୍ଚୁନି।
ମନେହେଉଛି, ରାଜ୍ୟର ପ୍ରାୟ ସାଢ଼େ ଦଶ ଲକ୍ଷ ଭିନ୍ନକ୍ଷମଙ୍କ କଥା ସଂପୂର୍ଣ୍ଣ ପାସୋରି ପକାଇଛନ୍ତି ସରକାର। ରାଜ୍ୟ ଭିନ୍ନକ୍ଷମ କମିଶନ୍‌ ଗଢ଼ାଯାଇଛି ସତ, ହେଲେ ସେଇଟି ପୂର୍ଣ୍ଣାଙ୍ଗ ଭାବେ କାମ କରୁନାହିଁ। କମିଶନ୍‌ଙ୍କ ଆଦେଶକୁ ସରକାର ଠିକ୍‌ରେ କାର୍ଯ୍ୟକାରୀ କରୁ ନ ଥିବା, କେତେକ ବିଭାଗ ଅସମ୍ମାନ କରି ଅଳିଆଗଦାରେ ଫିଙ୍ଗି ଦେଉଥିବା ମଧ୍ୟ ଅଭିଯୋଗ ଉଠୁଛି। ଭିନ୍ନକ୍ଷମମାନଙ୍କୁ ବିଶେଷ ଧରଣର ବୈଷୟିକ ପ୍ରଶିକ୍ଷଣ ଦେବା ପାଇଁ ସ୍ବତନ୍ତ୍ର ଆଇଟିଆଇ ପ୍ରତିଷ୍ଠା କରାଯିବା କଥା କିଛିବର୍ଷ ତଳେ ଘୋଷଣା କରାଯାଇଥିଲା। ଏଯାଏ ତାହା ଘୋଷଣାରେ ସୀମିତ ହୋଇ ରହିଛି।
କିଛି ଦିନ ତଳେ ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ ଦ୍ୱାରା ପରିଚାଳିତ ହୋଟେଲ୍‌ଗୁଡ଼ିକରେ ର଼୍ୟାମ୍ପ ଲଗାଯିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ପ୍ରସ୍ତାବ ସେମିତି ପଡ଼ିରହିଛି।
ଭିନ୍ନକ୍ଷମଙ୍କ ପାଇଁ କଲ୍ୟାଣମୂଳକ କାର୍ଯ୍ୟକ୍ରମର ନକ୍‌ସା ଓ ନୀତି ନିର୍ଦ୍ଧାରଣ ନିମନ୍ତେ ଟାସ୍କଫୋର୍ସ ଗଠନ କରାଯିବାର ଯୋଜନା କାର୍ଯ୍ୟକାରୀ ନ ହୋଇ ପଡ଼ିରହିଛି। ଅନେକ ସମୟରେ ବସ୍‌ରେ ନିୟମାନୁଯାୟୀ ରିହାତି ଓ ସୁବିଧା ମିଳୁନାହିଁ।
ସରକାର ରିହାତି ନିୟମ କରିଦେଇ ଚୁପ୍‌ ବସିଯାଇଛନ୍ତି। ତଦାରଖ ବି କରୁନାହାନ୍ତି। ୬୦ ପ୍ରତିଶତ ମାତ୍ରା ବିଶିଷ୍ଟ ଭିନ୍ନକ୍ଷମମାନଙ୍କୁ ଟଙ୍କିକିଆ ବିପିଏଲ୍‌ ଚାଉଳ ଯୋଗାଯିବାର ଯୋଜନାକୁ ମଧ୍ୟ ଏଯାଏ କାର୍ଯ୍ୟକାରୀ କରାଯାଇପାରି ନାହିଁ। ୭୫ପ୍ରତିଶତ ଭିନ୍ନକ୍ଷମତା ଥିଲେ ହିଁ ଚାଉଳ ସୁବିଧା ପ୍ରମାଣପତ୍ରଟିଏ କେମିତି ସହଜରେ ସୁବିଧାରେ ହାତପାହାନ୍ତାରେ ନିର୍ଦ୍ଦିଷ୍ଟ ସମୟ ଭିତରେ ମିଳିପାରିବ, ସେ ବ୍ୟବସ୍ଥା ଆଜିଯାଏ ହୋଇପାରି ନାହିଁ।
ଭିନ୍ନକ୍ଷମ କୁହାଯାଉଥିବା ଏହି ଦିବ୍ୟାଙ୍ଗମାନେ ଆଦୌ ଅକ୍ଷମ ନୁହନ୍ତି ବା ପରିବାର ସମାଜ ପ୍ରତି ବୋଝ ବି ନୁହନ୍ତି। ସେମାନଙ୍କର ଅନ୍ତର୍ନିହିତ ପ୍ରତିଭା ସମସ୍ତ ଅକ୍ଷମତାକୁ ଦୂରେଇ ଦେଉଛି। ଏମାନଙ୍କୁ ସ୍ନେହ ଶ୍ରଦ୍ଧାରୁ ଯେପରି ବଞ୍ଚତ୍ତ ନ କରିବା, ଏ କାମ କେବଳ ସରକାର ବା ଏନ୍‌ଜିଓମାନଙ୍କର ନୁହେଁ ଏହା ଆମ ସମସ୍ତଙ୍କର।
ଆଉ ଏକ ଗୁରୁତର ଅଭିଯୋଗ ହେଉଛି ଯେ, ଅନେକ ବିଭାଗ ନିଜେ ନିଯୁକ୍ତି ପ୍ରକ୍ରିୟା ସମାପନ କରିବାକୁ ଚାହୁଁଛନ୍ତି। ତାହା ପୁଣି ଦିବ୍ୟାଙ୍ଗମାନଙ୍କ ପାଇଁ ସଂରକ୍ଷଣ ନିୟମକୁ ବାଦ ଦେବା ସର୍ତ୍ତରେ। ଏସ୍‌ଏସ୍‌ଇପିଡି ବିଭାଗ ଅନୁମତି ଦେଉଥିବାରୁ ସମ୍ପୃକ୍ତ ବିଭାଗ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଆଉ ସଂରକ୍ଷଣ ନ ଦେଇ ସାଧାରଣ ଲୋକଙ୍କୁ ନିଯୁକ୍ତି ଦେଉଥିବା ଅଭିଯୋଗ ହେଉଛି। ଏ ନେଇ ରାଜ୍ୟ ଦୃଷ୍ଟିବାଧିତ ମହାସଂଘ ତରଫରୁ ଅଭିଯୋଗ ହେଉଛି ଯେ ନିୟମ ଅନୁସାରେ ଯେତେ ସଂରକ୍ଷଣ ଦିଆଯାଇଛି ସେହି ଅନୁସାରେ ନିଯୁକ୍ତି ମିଳୁନାହିଁ। ପୂର୍ବାପେକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆସିଛି, ତଥାପି ସିଂହଭାଗ ଦିବ୍ୟାଙ୍ଗ ସଂରକ୍ଷଣରୁ ବଞ୍ଚତ୍ତ ହେଉଛନ୍ତି। ଢିଲା ଆଇନ ବ୍ୟବସ୍ଥାର ଫାଇଦା ଉଠାଇ ଅନେକ ଅଯୋଗ୍ୟ ପ୍ରାର୍ଥୀ ଜାଲ୍‌ ଭିନ୍ନକ୍ଷମ ପ୍ରମାଣ ପତ୍ର ଜରିଆରେ ଚାକିରି ପାଇ ଯାଉଛନ୍ତି। ତେଣୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ। ଅପରପକ୍ଷେ ଏସଏସ୍‌ଇପିଡି ବିଭାଗ ଦିବ୍ୟାଙ୍ଗମାନଙ୍କ ବର୍ଗ ଅନୁସାରେ ପଦବୀ ଚିହ୍ନଟ କରିବା ପାଇଁ ସବୁ ବିଭାଗକୁ ନିର୍ଦ୍ଦେଶ ଦେଇଛି ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିବା ଜଣାପଡ଼ିଛି। ଧାର୍ଯ୍ୟ ସଂରକ୍ଷଣ ସୀମାରେ ନିଯୁକ୍ତି ପ୍ରଦାନ ଉପରେ ବିଭାଗ ଦୃଷ୍ଟି ଦେଉଛି। ତେବେ କିଛି ବିଭାଗ ନିର୍ଦ୍ଦିଷ୍ଟ ପଦବୀରେ ଦିବ୍ୟାଙ୍ଗମାନେ କାମ କରିବା ସମ୍ଭବ ନୁହେଁ ବୋଲି ଦର୍ଶାଇ ସଂରକ୍ଷଣ ନିୟମକୁ ବାଦ ଦେବା ପାଇଁ ଅନୁମତି ଲୋଡ଼ୁଛନ୍ତି। ସବୁ ଦିଗରୁ ବିଚାର ପରେ ଅନୁମତି ଦିଆଯାଉଛି ବୋଲି ଏସଏସ୍‌ଇପିଡି ପ୍ରତିଉତ୍ତର ଦେଇଛନ୍ତି। ତେବେ ସମାଜରେ ଏହି ଦିବ୍ୟାଙ୍ଗମାନଙ୍କ ପାଇଁ ଆମ ସମସ୍ତଙ୍କର ପ୍ରୋତ୍ସାହନ ଓ ସହଯୋଗିତା ରହିଛି।
ବାକ୍‌ଶ୍ରବଣ ବିଶେଷଜ୍ଞ, ‘ଧ୍ୱନି’, କାଠଗୋଲା ରୋଡ, ମଙ୍ଗଳାବାଗ, କଟକ
ମୋ: ୯୪୩୮୨୭୬୭୬୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri