ଦିବ୍ୟାଙ୍ଗ ନିଯୁକ୍ତି ଭେଳିକି

ନାରାୟଣ ଚନ୍ଦ୍ର ବିଶ୍ୱାଳ

 

କେନ୍ଦ୍ର ସରକାରଙ୍କଠାରୁ ରାଜ୍ୟ ସରକାର ଏପରିକି ଅନେକ ବିଶ୍ୱବିଖ୍ୟାତ ସ୍ବେଚ୍ଛାସେବୀ ସଂଗଠନର ପ୍ରମୁଖମାନେ ଦିବ୍ୟାଙ୍ଗମାନଙ୍କ ପାଇଁ ଅନେକ କିଛି ପ୍ରଗତିମୂଳକ ଓ ସେମାନଙ୍କୁ ସମାଜ ସହ ସମକକ୍ଷ କରିବା ପାଇଁ ନୀତିନିୟମ ଏବଂ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାର ପ୍ରଚାର ପ୍ରସାର ହେଉଛି। କିନ୍ତୁ ବାସ୍ତବ କଥା ସମ୍ପୂର୍ଣ୍ଣ ଭିନ୍ନ। ଆମ ସରକାରୀ ବ୍ୟବସ୍ଥାରେ ଭିନ୍ନକ୍ଷମ ଅବା ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ସରକାରୀ ଚାକିରିରେ ସଂରକ୍ଷଣ ବ୍ୟବସ୍ଥା ରହିଛି। ସରକାରୀ ଚାକିରି ପାଇଁ ନିଯୁକ୍ତି ବିଜ୍ଞାପନ ମାଧ୍ୟମରେ ଦିବ୍ୟାଙ୍ଗଙ୍କ ପାଇଁ ସଂରକ୍ଷଣ ଦିଆଯାଉଛି। କିନ୍ତୁ ବଡ଼ ଆଶ୍ଚର୍ଯ୍ୟର କଥା କେଉଁ ବର୍ଗର ଦିବ୍ୟାଙ୍ଗ କେଉଁ ପାହ୍ୟାରେ କାର୍ଯ୍ୟ କରିବେ ତାହା ଏ ପର୍ଯ୍ୟନ୍ତ ନିରୂପିତ ହୋଇପାରୁନାହିଁ। କେବଳ ପଦବୀ ଚିହ୍ନଟ ପ୍ରକ୍ରିୟାରେ ଅନେକ ବିଳମ୍ବ ହେଉଥିବାରୁ ୧୯୯୫ରେ ଦିବ୍ୟାଙ୍ଗମାନଙ୍କ ପାଇଁ ପ୍ରଥମେ ଆଇନ ପ୍ରଣୟନ କରାଯାଇଥିଲା। ନିୟମ ଅନୁସାରେ କେଉଁ ପଦବୀରେ କେଉଁ ବର୍ଗର ଦିବ୍ୟାଙ୍ଗ ନିଯୁକ୍ତି ପାଇବେ ତାହା ନିର୍ଦ୍ଧାରଣ କରାଯିବା କଥା। ତାହା ପ୍ରତି ୩ ବର୍ଷରେ ଥରେ ହେବା ନିୟମ ରହିଛି। କିନ୍ତୁ ୨୦୦୬ ପର୍ଯ୍ୟନ୍ତ ଅର୍ଥାତ୍‌ ୧୧ ବର୍ଷ ଯାଏ ଏହା ହୋଇପାରିଲା ନାହିଁ।
ସମଗ୍ର ବିଶ୍ୱରେ ପ୍ରାୟ ୧କୋଟି ଭିନ୍ନକ୍ଷମ ଅଛନ୍ତି, ଯେଉଁମାନେ ସମାଜର ବିଭିନ୍ନ ମହତ୍ତ୍ୱପୂର୍ଣ୍ଣ କ୍ଷେତ୍ରରେ ସାମିଲ ହେବାକୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସାଧାରଣ ଲୋକଙ୍କ ଭଳି ସେମାନେ ସମାଜର ସୁଖ ସୁବିଧା ଉପଭୋଗ କରିପାରୁନାହାନ୍ତି। ଗମନାଗମନ, ଚାକିରି, ଶିକ୍ଷା ସହିତ ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ସେମାନେ ଭାଗ ନେଇପାରୁନାହାନ୍ତି। ଏକ ସୁସ୍ଥ ଲୋକତନ୍ତ୍ର, ସକ୍ରିୟ, ନାଗରିକ ଓ ସମାଜରେ ଅସମାନତା ଦୂର କରିବାକୁ ହେଲେ ସାର୍ବଜନୀନ ଭାବେ ଜୀବନ ବଞ୍ଚତ୍ବାର ଅଧିକାର ଅତି ଆବଶ୍ୟକ। ସମସ୍ତ ପ୍ରକାର ବାଧା ବନ୍ଧନକୁ ଦୂର କରି ଭିନ୍ନକ୍ଷମଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଜାତିସଂଘ ମଧ୍ୟ ପଦକ୍ଷେପ ନେଇଛି। ଏହା ଉପରେ ବି ଅଭିଯାନ ଆରମ୍ଭ କରାଯାଇଛି। ସେହି ଅନୁସାରେ ପ୍ରତିଟି ସରକାରୀ ଅଫିସରେ ର଼୍ୟାମ୍ପ ରହିବ ।
ଯେମିତି କୌଣସି ହୁଇଲ୍‌ଚେୟାର ଗଡ଼ିବାରେ କିଛି ଅସୁବିଧା ହେବନି। ବସଷ୍ଟାଣ୍ଡ, ରେଳଷ୍ଟେଶନ, ବ୍ୟାଙ୍କ, ପୋଷ୍ଟ ଅଫିସ ଭଳି ଯାବତୀୟ ସର୍ବସାଧାରଣ କାର୍ଯ୍ୟାଳୟ ବ୍ୟାରିୟର ଫ୍ରି ହେବ। ଯେମିତି ଭିନ୍ନକ୍ଷମମାନେ କାର୍ଯ୍ୟାଳୟ ପରିସରରେ ଯା’ଆସ, ଚାଲବୁଲ କରିବାରେ କିଛି ସମସ୍ୟା ରହିବନି। ସରକାରୀ ଅଫିସ୍‌, ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଓ ଅନ୍ୟ ସର୍ବସାଧାରଣ ସ୍ଥାନରେ ରହିବ ଭିନ୍ନକ୍ଷମଙ୍କ ବ୍ୟବହାର ଉପଯୋଗୀ ସ୍ବତନ୍ତ୍ର ପରିସ୍ରାଗାର, ଶୌଚାଳୟ। ବଡ଼ ଟ୍ରାଫିକ୍‌ ଜଙ୍କସନଗୁଡ଼ିକରେ ଦୃଷ୍ଟିହୀନଙ୍କ ପାଇଁ ଶୁଣାଯିବା ଭଳି ସିଗ୍‌ନାଲ ମଧ୍ୟ ବ୍ୟବହୃତ ହେବ। ଭିନ୍ନକ୍ଷମମାନଙ୍କ ସୁବିଧା ପାଇଁ ଏସବୁ ବ୍ୟବସ୍ଥା କରାଯିବ। ସରକାରୀ ନିୟମ ଅନ୍ତତଃ ଏୟା କହୁଛି। ବାସ୍ତବତା କିନ୍ତୁ ସାଂଘାତିକ। ସଚିବାଳୟ ଓ ହାତଗଣତି ଆଉ କେତୋଟି ବଡ଼ ସରକାରୀ ଅଫିସ୍‌କୁ ଛାଡ଼ିଦେଲେ ବାକି କେଉଁଠି ର଼୍ୟାମ୍ପ ନାହିଁ କି’ କେଉଁ ଗୋଟିଏ କ୍ୟାରିୟର୍‌ ଫ୍ରି କ୍ୟାମ୍ପସ୍‌ ନାହିଁ। ସ୍ବତନ୍ତ୍ର ଟଏଲେଟ୍‌ ଓ ଶ୍ରାବ୍ୟ-ଟ୍ରାଫିକ୍‌-ସିଗନାଲ ତ ଅନେକ ଦୂରର କଥା । ସରକାରୀ କଳ ନାନା ପ୍ରତିଶ୍ରୁତି ଅଜାଡ଼ୁଛି। କାର୍ଯ୍ୟକାରିତା ବେଳକୁ କିନ୍ତୁ ସରକାର ପଛଘୁଞ୍ଚା ଦେଉଛନ୍ତି। ଭିନ୍ନକ୍ଷମମାନଙ୍କୁ ସେମାନଙ୍କ ନ୍ୟାଯ୍ୟ ଅଧିକାର ଓ ଅଇନସମ୍ମତ ସୁବିଧା ସୁଯୋଗ ଯୋଗାଇବାରେ ଅକ୍ଷମ ସାବ୍ୟସ୍ତ ହେଉଛନ୍ତି।
ଭିନ୍ନକ୍ଷମଙ୍କୁ ମିଳୁଥିବା ଭତ୍ତା ଆଜିଯାଏ ତିନିଅଙ୍କରୁ ଚାରି ଅଙ୍କକୁ ଛୁଇଁପାରୁନି। ଅନ୍ୟ ଅନେକ ରାଜ୍ୟ ଭିନ୍ନକ୍ଷମଙ୍କୁ ଅଧିକ ଭତ୍ତା ଓ ସୁବିଧା ଦେଲେଣି। ଓଡ଼ିଶା ସରକାରଙ୍କର ସେ ଦିଗକୁ ନିଘା ନାହିଁ। ଏହାଛଡ଼ା ସ୍ବତନ୍ତ୍ର ଉପକରଣ, ଗାଡ଼ି, ଆତ୍ମନିଯୁକ୍ତି, ଋଣ, ଥଇଥାନ, ବୃତ୍ତିଗତ ତାଲିମ୍‌ ଓ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ଭଳି ସୁବିଧାମାନ ଅନେକ ସମୟରେ କାଗଜପତ୍ରରେ ସୀମିତ ହୋଇ ରହିଯାଉଛି । ପ୍ରକୃତ ହିତାଧିକାରୀଙ୍କ ପାଖେ ପହଞ୍ଚୁନି।
ମନେହେଉଛି, ରାଜ୍ୟର ପ୍ରାୟ ସାଢ଼େ ଦଶ ଲକ୍ଷ ଭିନ୍ନକ୍ଷମଙ୍କ କଥା ସଂପୂର୍ଣ୍ଣ ପାସୋରି ପକାଇଛନ୍ତି ସରକାର। ରାଜ୍ୟ ଭିନ୍ନକ୍ଷମ କମିଶନ୍‌ ଗଢ଼ାଯାଇଛି ସତ, ହେଲେ ସେଇଟି ପୂର୍ଣ୍ଣାଙ୍ଗ ଭାବେ କାମ କରୁନାହିଁ। କମିଶନ୍‌ଙ୍କ ଆଦେଶକୁ ସରକାର ଠିକ୍‌ରେ କାର୍ଯ୍ୟକାରୀ କରୁ ନ ଥିବା, କେତେକ ବିଭାଗ ଅସମ୍ମାନ କରି ଅଳିଆଗଦାରେ ଫିଙ୍ଗି ଦେଉଥିବା ମଧ୍ୟ ଅଭିଯୋଗ ଉଠୁଛି। ଭିନ୍ନକ୍ଷମମାନଙ୍କୁ ବିଶେଷ ଧରଣର ବୈଷୟିକ ପ୍ରଶିକ୍ଷଣ ଦେବା ପାଇଁ ସ୍ବତନ୍ତ୍ର ଆଇଟିଆଇ ପ୍ରତିଷ୍ଠା କରାଯିବା କଥା କିଛିବର୍ଷ ତଳେ ଘୋଷଣା କରାଯାଇଥିଲା। ଏଯାଏ ତାହା ଘୋଷଣାରେ ସୀମିତ ହୋଇ ରହିଛି।
କିଛି ଦିନ ତଳେ ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ ଦ୍ୱାରା ପରିଚାଳିତ ହୋଟେଲ୍‌ଗୁଡ଼ିକରେ ର଼୍ୟାମ୍ପ ଲଗାଯିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ପ୍ରସ୍ତାବ ସେମିତି ପଡ଼ିରହିଛି।
ଭିନ୍ନକ୍ଷମଙ୍କ ପାଇଁ କଲ୍ୟାଣମୂଳକ କାର୍ଯ୍ୟକ୍ରମର ନକ୍‌ସା ଓ ନୀତି ନିର୍ଦ୍ଧାରଣ ନିମନ୍ତେ ଟାସ୍କଫୋର୍ସ ଗଠନ କରାଯିବାର ଯୋଜନା କାର୍ଯ୍ୟକାରୀ ନ ହୋଇ ପଡ଼ିରହିଛି। ଅନେକ ସମୟରେ ବସ୍‌ରେ ନିୟମାନୁଯାୟୀ ରିହାତି ଓ ସୁବିଧା ମିଳୁନାହିଁ।
ସରକାର ରିହାତି ନିୟମ କରିଦେଇ ଚୁପ୍‌ ବସିଯାଇଛନ୍ତି। ତଦାରଖ ବି କରୁନାହାନ୍ତି। ୬୦ ପ୍ରତିଶତ ମାତ୍ରା ବିଶିଷ୍ଟ ଭିନ୍ନକ୍ଷମମାନଙ୍କୁ ଟଙ୍କିକିଆ ବିପିଏଲ୍‌ ଚାଉଳ ଯୋଗାଯିବାର ଯୋଜନାକୁ ମଧ୍ୟ ଏଯାଏ କାର୍ଯ୍ୟକାରୀ କରାଯାଇପାରି ନାହିଁ। ୭୫ପ୍ରତିଶତ ଭିନ୍ନକ୍ଷମତା ଥିଲେ ହିଁ ଚାଉଳ ସୁବିଧା ପ୍ରମାଣପତ୍ରଟିଏ କେମିତି ସହଜରେ ସୁବିଧାରେ ହାତପାହାନ୍ତାରେ ନିର୍ଦ୍ଦିଷ୍ଟ ସମୟ ଭିତରେ ମିଳିପାରିବ, ସେ ବ୍ୟବସ୍ଥା ଆଜିଯାଏ ହୋଇପାରି ନାହିଁ।
ଭିନ୍ନକ୍ଷମ କୁହାଯାଉଥିବା ଏହି ଦିବ୍ୟାଙ୍ଗମାନେ ଆଦୌ ଅକ୍ଷମ ନୁହନ୍ତି ବା ପରିବାର ସମାଜ ପ୍ରତି ବୋଝ ବି ନୁହନ୍ତି। ସେମାନଙ୍କର ଅନ୍ତର୍ନିହିତ ପ୍ରତିଭା ସମସ୍ତ ଅକ୍ଷମତାକୁ ଦୂରେଇ ଦେଉଛି। ଏମାନଙ୍କୁ ସ୍ନେହ ଶ୍ରଦ୍ଧାରୁ ଯେପରି ବଞ୍ଚତ୍ତ ନ କରିବା, ଏ କାମ କେବଳ ସରକାର ବା ଏନ୍‌ଜିଓମାନଙ୍କର ନୁହେଁ ଏହା ଆମ ସମସ୍ତଙ୍କର।
ଆଉ ଏକ ଗୁରୁତର ଅଭିଯୋଗ ହେଉଛି ଯେ, ଅନେକ ବିଭାଗ ନିଜେ ନିଯୁକ୍ତି ପ୍ରକ୍ରିୟା ସମାପନ କରିବାକୁ ଚାହୁଁଛନ୍ତି। ତାହା ପୁଣି ଦିବ୍ୟାଙ୍ଗମାନଙ୍କ ପାଇଁ ସଂରକ୍ଷଣ ନିୟମକୁ ବାଦ ଦେବା ସର୍ତ୍ତରେ। ଏସ୍‌ଏସ୍‌ଇପିଡି ବିଭାଗ ଅନୁମତି ଦେଉଥିବାରୁ ସମ୍ପୃକ୍ତ ବିଭାଗ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଆଉ ସଂରକ୍ଷଣ ନ ଦେଇ ସାଧାରଣ ଲୋକଙ୍କୁ ନିଯୁକ୍ତି ଦେଉଥିବା ଅଭିଯୋଗ ହେଉଛି। ଏ ନେଇ ରାଜ୍ୟ ଦୃଷ୍ଟିବାଧିତ ମହାସଂଘ ତରଫରୁ ଅଭିଯୋଗ ହେଉଛି ଯେ ନିୟମ ଅନୁସାରେ ଯେତେ ସଂରକ୍ଷଣ ଦିଆଯାଇଛି ସେହି ଅନୁସାରେ ନିଯୁକ୍ତି ମିଳୁନାହିଁ। ପୂର୍ବାପେକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆସିଛି, ତଥାପି ସିଂହଭାଗ ଦିବ୍ୟାଙ୍ଗ ସଂରକ୍ଷଣରୁ ବଞ୍ଚତ୍ତ ହେଉଛନ୍ତି। ଢିଲା ଆଇନ ବ୍ୟବସ୍ଥାର ଫାଇଦା ଉଠାଇ ଅନେକ ଅଯୋଗ୍ୟ ପ୍ରାର୍ଥୀ ଜାଲ୍‌ ଭିନ୍ନକ୍ଷମ ପ୍ରମାଣ ପତ୍ର ଜରିଆରେ ଚାକିରି ପାଇ ଯାଉଛନ୍ତି। ତେଣୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ। ଅପରପକ୍ଷେ ଏସଏସ୍‌ଇପିଡି ବିଭାଗ ଦିବ୍ୟାଙ୍ଗମାନଙ୍କ ବର୍ଗ ଅନୁସାରେ ପଦବୀ ଚିହ୍ନଟ କରିବା ପାଇଁ ସବୁ ବିଭାଗକୁ ନିର୍ଦ୍ଦେଶ ଦେଇଛି ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିବା ଜଣାପଡ଼ିଛି। ଧାର୍ଯ୍ୟ ସଂରକ୍ଷଣ ସୀମାରେ ନିଯୁକ୍ତି ପ୍ରଦାନ ଉପରେ ବିଭାଗ ଦୃଷ୍ଟି ଦେଉଛି। ତେବେ କିଛି ବିଭାଗ ନିର୍ଦ୍ଦିଷ୍ଟ ପଦବୀରେ ଦିବ୍ୟାଙ୍ଗମାନେ କାମ କରିବା ସମ୍ଭବ ନୁହେଁ ବୋଲି ଦର୍ଶାଇ ସଂରକ୍ଷଣ ନିୟମକୁ ବାଦ ଦେବା ପାଇଁ ଅନୁମତି ଲୋଡ଼ୁଛନ୍ତି। ସବୁ ଦିଗରୁ ବିଚାର ପରେ ଅନୁମତି ଦିଆଯାଉଛି ବୋଲି ଏସଏସ୍‌ଇପିଡି ପ୍ରତିଉତ୍ତର ଦେଇଛନ୍ତି। ତେବେ ସମାଜରେ ଏହି ଦିବ୍ୟାଙ୍ଗମାନଙ୍କ ପାଇଁ ଆମ ସମସ୍ତଙ୍କର ପ୍ରୋତ୍ସାହନ ଓ ସହଯୋଗିତା ରହିଛି।
ବାକ୍‌ଶ୍ରବଣ ବିଶେଷଜ୍ଞ, ‘ଧ୍ୱନି’, କାଠଗୋଲା ରୋଡ, ମଙ୍ଗଳାବାଗ, କଟକ
ମୋ: ୯୪୩୮୨୭୬୭୬୦


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri