ସିଭିଲ୍‌ ସର୍ଭିସ୍‌ ପ୍ରିଲିମ୍‌ ପରୀକ୍ଷା ପାଇଁ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର,୨୬ା୯(ବ୍ୟୁରୋ)-ୟୁପିଏସ୍‌ସି ଦ୍ୱାରା ପରିଚାଳିତ ସିଭିଲ୍‌ ସର୍ଭିସ୍‌ ପ୍ରିଲିମିନାରୀ ପରୀକ୍ଷା ଅକ୍ଟୋବର ୪ ତାରିଖରେ ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀଙ୍କ ଯାତାୟାତ ସୁବିଧାକୁ ଦୃଷ୍ଟିରେ ରଖି ଆସନ୍ତା ୩ ତାରିଖରେ ରାଜ୍ୟରେ ପରୀକ୍ଷା ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ। ରେଳ ମନ୍ତ୍ରଣାଳୟର ନିର୍ଦ୍ଦେଶପରେ ଶନିବାର ଏନେଇ ପୂର୍ବତଟ ରେଳପଥ ଘୋଷଣା କରିଛି। ଦିଆଯାଇଥିବା ସୂଚନାନୁସାରେ, ବ୍ରହ୍ମପୁର, କେନ୍ଦୁଝରଗଡ଼, ଖରିଆର ରୋଡ୍‌ ଏବଂ ଇଚ୍ଛାପୁରମ୍‌ ରେଳ ଷ୍ଟେଶନରୁ ଅପରାହ୍ନ ୪ଟାରେ ସ୍ବତନ୍ତ୍ର ଟ୍ରେନ୍‌ ଛାଡ଼ିବ ଓ ସେହିଦିନ ସନ୍ଧ୍ୟା ସୁଦ୍ଧା ଗନ୍ତବ୍ୟସ୍ଥଳରେ ପହଞ୍ଚତ୍ବ। ସେହିଭଳି ଭୋର୍‌ ୫ଟା ଓ ଅପରାହ୍ନ ୧ଟାରେ କୋରାପୁଟରୁ ଦୁଇଟି ପରୀକ୍ଷା ସ୍ବତନ୍ତ୍ର ଟ୍ରେନ୍‌ ବାହାରି ସନ୍ଧ୍ୟାରେ ପରୀକ୍ଷା ହେଉଥିବା ସହରରେ ପହଞ୍ଚତ୍ବ। ବ୍ରହ୍ମପୁର-କଟକ ମେମୁ ପରୀକ୍ଷା ସ୍ବତନ୍ତ୍ର ଟ୍ରେନ୍‌, କେନ୍ଦୁଝରଗଡ଼-କଟକ ମେମୁ ପରୀକ୍ଷା ସ୍ବତନ୍ତ୍ର ଟ୍ରେନ୍‌, ଇଚ୍ଛାପୁରମ୍‌-ବିଶାଖାପାଟଣା ମେମୁ, ଖରିଆର ରୋଡ୍‌-ସମ୍ବଲପୁର ପରୀକ୍ଷା ସ୍ବତନ୍ତ୍ର, କୋରାପୁଟ-କଟକ ପାସେଞ୍ଜର ପରୀକ୍ଷା ସ୍ବତନ୍ତ୍ର ଟ୍ରେନ୍‌, କୋରାପୁଟ-ବିଶାଖାପାଟଣା ପାସେଞ୍ଜର ପରୀକ୍ଷା ସ୍ବତନ୍ତ୍ର, ରାଉରକେଲା-କଟକ ଭାୟା ଝାରସୁଗୁଡ଼ା ପରୀକ୍ଷା ସ୍ବତନ୍ତ୍ର, ବାରିପଦା-କଟକ ପରୀକ୍ଷା ସ୍ବତନ୍ତ୍ର ଏବଂ ବିଜୟଓ୍ବାଡ଼ା-ବିଶାଖାପାଟଣା ପରୀକ୍ଷା ସ୍ବତନ୍ତ୍ର ଟ୍ରେନ୍‌ ପୂର୍ବତଟ ରେଳପଥ ଅଧୀନରେ ପରୀକ୍ଷାର୍ଥୀଙ୍କୁ ସେବା ଯୋଗାଇବ।