୧୨ରୁ ବେଙ୍ଗାଲୁରୁକୁ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୭ା୧୦ (ବ୍ୟୁରୋ):କରୋନା କଟକଣା ପାଇଁ ଅଟକି ରହିଥିବା ସେବାଗୁଡ଼ିକୁ ଭାରତୀୟ ରେଳ ପୁନର୍ବାର ଆରମ୍ଭ କରୁଛି। ଏ ପରିପ୍ରେକ୍ଷୀରେ ଗତ ୧ ତାରିଖଠାରୁ ୧୦ ଟ୍ରେନ୍‌ ଚଳାଚଳ କରୁଥିବାବେଳେ ଆସନ୍ତା ୧୨ତାରିଖଠାରୁ ଭୁବନେଶ୍ୱରରୁ ବେଙ୍ଗାଲୁରୁକୁ ଦୈନିକ ସ୍ବତନ୍ତ୍ର ଏକ୍ସପ୍ରେସ୍‌ ଚଳାଚଳ କରିବାକୁ ସ୍ଥିର କରାଯାଇଛି। ଏନେଇ ମଙ୍ଗଳବାର ପୂର୍ବତଟ ରେଳପଥ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ଟ୍ରେନ୍‌ ନଂ. ୦୮୪୬୩ ଭୁବନେଶ୍ୱରରୁ ୧୨ ତାରିଖ ଦିନ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରିବ ଓ ଟ୍ରେନ୍‌ ନଂ. ୦୮୪୬୪ ୧୩ ତାରିଖରେ ବେଙ୍ଗାଲୁରୁରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ ବୋଲି ଜଣାପଡ଼ିଛି। ଯାତ୍ରା ସମୟରେ ଏହି ସ୍ବତନ୍ତ୍ର ଏକ୍ସପ୍ରେସ୍‌ ଟ୍ରେନ୍‌ ୪୨ ଟି ସ୍ଥାନରେ ରହଣି କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ପ୍ରକାଶ ପାଇଛି।