ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ପ୍ଲାନ୍‌

ପୁରୀ ଅଫିସ,୧୭।୬:ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଗୁରୁବାର ପୁରୀ ଜିଲା ପୋଲିସ କାର୍ଯ୍ୟାଳୟରେ ପୋଲିସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଆର୍‌. କେ. ଶର୍ମା ଅଧ୍ୟକ୍ଷତା କରିଥିଲେ। ସ୍ନାନଯାତ୍ରା ଭଳି ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସବୁ ଦିଗକୁ ଧ୍ୟାନ ଦିଆଯାଇ ପ୍ରସ୍ତୁତି କରାଯିବ। ଟ୍ରାଫିକ୍‌ ପୁରୀ ସହରର ସବୁଠାରୁ ବଡ଼ ସମସ୍ୟା ହୋଇଥିବାରୁ ସେନେଇ ସ୍ବତନ୍ତ୍ର ପ୍ଲାନ୍‌ କରାଯିବ। ସମନ୍ବିତ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ହେବ। କର୍ଡନ ଓ ରଥଟଣା ଦାୟିତ୍ୱରେ ବରିଷ୍ଠ ପଦାଧିକାରୀମାନେ ରହିବେ। ୩ ଆଇଜିଙ୍କୁ ସିନିୟର ସୁପରଭାଇଜର ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି। ସେମାନେ ହେଲେ ଅପରେଶନ୍‌ ଆଇଜି, ମୁଖ୍ୟାଳୟ ଆଇଜି ଏବଂ ପଶ୍ଚିମାଞ୍ଚଳ ଆଇଜି। ସେହିଭଳି ୩ଜଣ ଡିଆଇଜି, ଏସ୍‌ଆଇଡବ୍ଲ୍ୟୁ, ଏସ୍‌ଟିଏଫ୍‌ ଏବଂ ଭୁବନେଶ୍ୱର ଅତିରିକ୍ତ କମିଶନର ଦାୟିତ୍ୱରେ ରହିବେ। ଶ୍ରୀମନ୍ଦିର ଭିତରେ ଓ ବାହାରେ ବଛା ବଛା ପୋଲିସ ଅଧିକାରୀଙ୍କୁ ଦାୟିତ୍ୱରେ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଶର୍ମା ଏହି ସୂଚନା ଦେଇଛନ୍ତି।
ଶର୍ମା କହିଛନ୍ତି, ରଥଯାତ୍ରାରେ ସମ୍ବେଦନଶୀଳ ସ୍ଥାନରେ ପୋଲିସ ମୁତୟନଠାରୁ ସ୍ବତନ୍ତ୍ର ଟ୍ରାଫିକ୍‌ ପ୍ଲାନିଂ ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ପୁରୀ ଜିଲାର ବରିଷ୍ଠ ପୋଲିସ ଅଧିକାରୀମାନେ ବୈଠକରେ ଉପସ୍ଥିତ ରହି ନିଜ ମତ ରଖିଥିଲେ। ପୋଲିସ ପ୍ରଶାସନ ଉଦ୍ୟମରେ ଶାନ୍ତିଶୃଙ୍ଖଳାରେ ଦେବସ୍ନାନ ଯାତ୍ରା ସମ୍ପନ୍ନ ହୋଇଛି। ସେଥିପାଇଁ ପୁରୀ ସହରବାସୀଙ୍କ ସହ ପୁରୀ ପୋଲିସକୁ ଧନ୍ୟବାଦ ଜଣାଉଛି। ଆଗାମୀ ଜୁଲାଇ ୧ ତାରିଖ ରଥଯାତ୍ରାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଯାହାସବୁ ନୀତିକାନ୍ତି ଚାଲିବ, ତାହା କିପରି ସୁରୁଖୁରୁରେ ସମ୍ପନ୍ନ ହେବ ସେ କ୍ଷେତ୍ରରେ ପୋଲିସ ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଥିସହ ଶାନ୍ତି ଶୃଙ୍ଖଳାରେ ରଥଯାତ୍ରା ସାରିବା ଉପରେ ଧ୍ୟାନ ଦିଆଯାଉଛି। ଭକ୍ତଙ୍କ ସୁବିଧା ଉପରେ ସ୍ବତନ୍ତ୍ର ଧ୍ୟାନ ରହିବ। ମନ୍ଦିର ଭିତର ଓ ବାହାର ସମେତ ରଥ ନିକଟରେ ବ୍ୟାପକ ପୋଲିସ ମୁତୟନ ହେବେ। ପୁରୀ ସହର ସାରା ସିସିଟିଭି କ୍ୟାମେରା ଲଗାଯିବ। ସିସିଟିଭି ଉପରେ ପୋଲିସର ଏକ ଟିମ୍‌ ନଜର ରଖିବେ। ରାଜ୍ୟ ସରକାରଙ୍କ କୋଭିଡ୍‌ ଗାଇଡଲାଇନ୍‌ ନିର୍ଦ୍ଦେଶନାମା ରଥଯାତ୍ରା ସମୟରେ ଯାହା ରହିବ, ତାହାକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ପୁରୀ ଏସ୍‌ପି କନୱର ବିଶାଲ ସିଂ କହିଛନ୍ତି, ସୁରକ୍ଷିତ ଓ ଶୃଙ୍ଖଳିତ ରଥଯାତ୍ରା ପାଇଁ ଯାହା ପଦକ୍ଷେପ ନେବା ଦରକାର ସେନେଇ କ୍ଷେତ୍ର ପ୍ରସ୍ତୁତ କରାଯାଉଛି। ରଥଯାତ୍ରାରେ ବିପୁଳ ଜନ ସମାଗମ ଆଶା କରାଯାଉଥିବାରୁ ପୋଲିସ ବିଭାଗ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି ହେବ ବୋଲି ଏସ୍‌ପି ପ୍ରକାଶ କରିଥିଲେ। ବୈଠକରେ ଆଇଜି ଅମିତାଭ ଠାକୁର, ନରସିଂହ ଭୋଳ, ସତ୍ୟବ୍ରତ ଭୋଇ, ଏସ୍‌. ଦେବଦତ୍ତ ସିଂ, ଡିଆଇଜି ଅନିରୁଦ୍ଧ କୁମାର ସିଂ, ଜେ.ଏନ୍‌.ପଙ୍କଜ ଏବଂ ଭୁବନେଶ୍ୱର ଏସିପି ଉମାଶଙ୍କର ଦାସଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri