Posted inଫୁରସତ

ଖ୍ରୀଷ୍ଟମାସରେ ବୁଲିଯାଆନ୍ତୁ…

ଖ୍ରୀଷ୍ଟମାସ ଅବସରରେ ବୁଲିଯାଇ କିଛିଟା ନିଆରା ଅନୁଭୂତି ପାଇବାକୁ ଅନେକଙ୍କର ଇଚ୍ଛା ଥାଏ। ସେଥିପାଇଁ ଏଠାରେ କେତୋଟି ସ୍ଥାନ ସମ୍ପର୍କରେ ଉଲ୍ଲେଖ କରାଗଲା, ଯେଉଁଠାକୁ ବୁଲିଯାଇ ପର୍ଯ୍ୟଟକ ଖ୍ରୀଷ୍ଟମାସ ଛୁଟିକୁ ଆନନ୍ଦରେ କାଟିପାରିବେ…

ଆନନ୍ଦ ଉଲ୍ଲାସର ପର୍ବ ଖ୍ରୀଷ୍ଟମାସ। ଏହାକୁ ଦେଶବିଦେଶର ବିଭିନ୍ନ ସ୍ଥାନରେ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ। ସେଥିପାଇଁ ଖ୍ରୀଷ୍ଟମାସ ଅବସରରେ ବୁଲାବୁଲି କରିବାକୁ ପର୍ଯ୍ୟଟକଙ୍କ ଭିତରେ ବେଶ୍‌ ଆଗ୍ରହ ଥିବାର ଦେଖିବାକୁ ମିଳିଥାଏ। କିନ୍ତୁ କରୋନା ମହାମାରୀ ପାଇଁ ଗତ ବର୍ଷ ଭଳି ଏବର୍ଷ ବି ଏହି ପର୍ବକୁ ସେତେ ବଡ଼ ଆକାରରେ ପାଳନ କରିବାକୁ ବା କୁଆଡ଼େ ବୁଲିଯିବାକୁ ଲୋକଙ୍କ ଭିତରେ ଭୟ ରହୁଥିବା ଦେଖିବାକୁ ମିଳୁଛି। ତଥାପି ବି ଯଦି କେହି ବୁଲିଯିବାକୁ ଚାହୁଁଥାନ୍ତି, ସେମାନଙ୍କ ପାଇଁ ଏଠାରେ ସେମିତି କେତୋଟି ସ୍ଥାନ ସମ୍ପର୍କରେ ଉଲ୍ଲେଖ କରାଗଲା, ଯେଉଁଠାକୁ ଖ୍ରୀଷ୍ଟମାସ ଅବସରରେ ବୁଲିଯାଇ କିଛିଟା ନିଆରା ଅନୁଭୂତି ସାଉଁଟିପାରିବେ।

* ଗୋଆ: ଯେତେବେଳେ ଖ୍ରୀଷ୍ଟମାସ ଅବସରରେ ବୁଲାବୁଲିର କଥା ଉଠେ, ସର୍ବପ୍ରଥମେ ଗୋଆ କଥା ମନକୁ ଆସିଥାଏ। କାରଣ ଏଠିକାର ଖ୍ରୀଷ୍ଟମାସ ସେଲିବ୍ରେଶନର ମଜା ହିଁ କିଛି ନିଆରା। ଏଠାରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ଲୋକଙ୍କର ସଂଖ୍ୟା ଓ ଚର୍ଚ୍ଚ ସଂଖ୍ୟା ଯଥେଷ୍ଟ ଅଧିକ ଥିବାରୁ ଏଠାରେ ଏହି ପର୍ବକୁ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ। ଚାରିଆଡ଼େ ରଙ୍ଗିନ ଆଲୋକମାଳାର ସାଜସଜ୍ଜା ସାଙ୍ଗକୁ ସମସ୍ତଙ୍କ ମୁହଁରେ ଖୁସିର ଝଲକ ଦେଖିବାକୁ ମିଳିଥାଏ। ଏପରି କି ଗୋଆ ବିଚ୍‌ରେ ବି ଖ୍ରୀଷ୍ଟମାସ ସେଲିବ୍ରେଶନକୁ ନେଇ ଅନେକ କିଛି ନିଆରା କାର୍ଯ୍ୟକ୍ରମ କରାଯାଇଥାଏ।

*କୋଲକାତା: ସିଟି ଅଫ୍‌ ଜୟ ଭାବେ ପରିଚିତ କୋଲକାତା ଖ୍ରୀଷ୍ଟମାସ ଅବସରରେ ହୋଇଉଠେ ଆହୁରି ଚଳଚଞ୍ଚଳ। ରାସ୍ତାଘାଟ ରଙ୍ଗିନ ଆଲୋକମାଳାରେ ସଜ୍ଜିତ ହେବା ସହ ପେଷ୍ଟ୍ରି, କେକ୍‌ ତଥା ବିଭିନ୍ନ ପ୍ରକାରର ସୁସ୍ବାଦୁ ବ୍ୟଞ୍ଜନର ବାସ୍ନାରେ ପର୍ଯ୍ୟଟକ ହୋଇଯାନ୍ତି ବେଶ୍‌ ମୁଗ୍ଧ। ଏପରି କି ମିଡ୍‌ ନାଇଟ୍‌ ସେଲିବ୍ରେଶନ, ଲାଇଟ୍‌ ଆଣ୍ଡ ସାଉଣ୍ଡ ଏକ୍‌ଜିବିଶନ ତଥା ରକ୍‌ ମ୍ୟୁଜିକ୍‌ ଆଦି ବି ଏଠାରେ ଅନୁଷ୍ଠିତ ହୋଇଥାଏ। କିନ୍ତୁ କରୋନା ସକାଶେ ଏସବୁ ପାଇଁ କଟକଣା ରହିଥିବାରୁ ପର୍ଯ୍ୟଟକଙ୍କୁ ବି ଏଥିପ୍ରତି ସତର୍କ ରହିବାକୁ ପଡ଼ିବ।

*ପଣ୍ଡିଚେରୀ: ଭାରତର ଲିଟିଲ୍‌ ଫ୍ରାନ୍ସ ଭାବେ ପରିଚିତ ପଣ୍ଡିଚେରୀ ବା ପୁଡୁଚେରୀ ପାରମ୍ପରିକ ଶୈଳୀରେ ଖ୍ରୀଷ୍ଟମାସ ପାଳନ କରିବା ପାଇଁ ବେଶ୍‌ ଲୋକପ୍ରିୟ। ଏହି ଅବସରରେ ଏଠାରେ ବହୁତ ସୁନ୍ଦର ଡେକୋରେଶନ ଦେଖିବାକୁ ମିଳିଥାଏ। ଏଠାକାର ଶାନ୍ତ ତଥା ମନୋରମ ସମୁଦ୍ରତଟ ନିକଟରେ ଲୋକେ ଖୁବ୍‌ ଶାନ୍ତିରେ ଏହି ପର୍ବକୁ ପାଳନ କରିଥାନ୍ତି। ଯେଉଁମାନଙ୍କୁ ହୋହଲା ପସନ୍ଦ ନୁହେଁ, ସେମାନେ ଚାହିଁଲେ ଏଠାକୁ ଯାଇ ଖ୍ରୀଷ୍ଟମାସ ଛୁଟି ଆରାମରେ କଟାଇପାରିବେ।

*କେରଳ: ଏଠାରେ ବି ଅନେକ ଗିର୍ଜାଘର ରହିଛି। ଖ୍ରୀଷ୍ଟମାସ ସମୟରେ ଏହି ଗିର୍ଜାଘରଗୁଡ଼ିକୁ ରଙ୍ଗିନ ଆଲୋକମାଳାରେ ଖୁବ୍‌ ସୁନ୍ଦର ଭାବେ ସଜାଇ ଦିଆଯାଇଥାଏ। ତା’ସାଙ୍ଗକୁ ରାସ୍ତାଘାଟକୁ ବି ସଜାଇ ଆକର୍ଷଣୀୟ କରାଯାଇଥାଏ। ଏପରି କି ଏଠାକାର ରେଷ୍ଟୁରାଣ୍ଟଗୁଡ଼ିକରେ ବି ଭଲ ଡିସ୍‌କାଉଣ୍ଟରେ ପର୍ଯ୍ୟଟକଙ୍କୁ ସୁସ୍ବାଦୁ ବ୍ୟଞ୍ଜନ ପରଷା ଯାଇଥାଏ। ତେଣୁ ପର୍ଯ୍ୟଟକ ଏଠାରେ ଖ୍ରୀଷ୍ଟମାସ ଅବସରରେ ଯାଇ ସୁସ୍ବାଦୁ ଖାଦ୍ୟ ଖାଇ ଗିର୍ଜାଘରଗୁଡ଼ିକ ବୁଲିବା ସହ ବ୍ୟାକ୍‌ଓ୍ବାଟର୍‌ରେ ବୋଟିଂ କରିବାର ମଜା ବି ନେଇପାରିବେ।

*ମୁମ୍ବାଇ: ସ୍ବପ୍ନର ସହର ମୁମ୍ବାଇରେ ମଧ୍ୟ ଖ୍ରୀଷ୍ଟମାସ ସେଲିବ୍ରେଶନ୍‌କୁ ଆଖିରେ ନ ଦେଖିଲେ କେହି ବିଶ୍ୱାସ କରିପାରିବେ ନାହିଁ। କାରଣ ଏହି ବିଶେଷ ଅବସରରେ ଏଠାକାର ଚର୍ଚ୍ଚ, ମଲ୍‌ ତଥା ମାର୍କେଟ୍‌ଗୁଡ଼ିକୁ ଖୁବ୍‌ ସୁନ୍ଦର ଭାବେ ସଜାଯାଇଥାଏ। ତା’ସହିତ ଏଠାରେ ଥିବା ଚର୍ଚ୍ଚକୁ ଯାଇ ପ୍ରଭୁ ଯିଶୁଙ୍କୁ ଦର୍ଶନ କରିବା ସହ ସୁସ୍ବାଦୁ ଖ୍ରୀଷ୍ଟମାସ୍‌୍‌ କେକ୍‌ ଖାଇବାର ମଜା ବେଶ୍‌ ଆନନ୍ଦ ଦେଇଥାଏ ପର୍ଯ୍ୟଟକଙ୍କୁ।

*ମନାଲି: ତୁଷାରପାତର ଶୀତଳ ପରଶରେ ଖ୍ରୀଷ୍ଟମାସ ମନାଇବାର ମଜା ହିଁ କିଛି ନିଆରା ଲାଗିଥାଏ। ତେଣୁ ହିମାଚଳପ୍ରଦେଶସ୍ଥିତ ମନାଲି ସବୁଠାରୁ ଭଲ ସ୍ଥାନ ହୋଇଥାଏ ଖ୍ରୀଷ୍ଟମାସ ପାଳନ କରିବା ପାଇଁ। କାରଣ ଖ୍ରୀଷ୍ଟମାସ ଅବସରରେ ଏଠାରେ ତୁଷାରପାତ ହେଉଥିବାରୁ ସ୍କିଂ କରିବା ସହ ସ୍ନୋମ୍ୟାନ୍‌ ଓ ବରଫରେ ଖେଳିବାର ମଜା ବେଶ୍‌ ନିଆରା ଅନୁଭୂତି ଦେଇଥାଏ ପର୍ଯ୍ୟଟକଙ୍କୁ।

*ଡାମନ୍‌ ଆଣ୍ଡ ଡିୟୁ: ଏଠାରେ ମୁଖ୍ୟତଃ ପର୍ତ୍ତୁଗୀଜ୍‌ମାନଙ୍କ ଶୈଳୀରେ ଖ୍ରୀଷ୍ଟମାସ୍‌ ପର୍ବକୁ ପାଳନ କରାଯାଇଥାଏ, ଯାହା ପର୍ଯ୍ୟଟକଙ୍କୁ ଏକ ନିଆରା ଅନୁଭୂତି ଦେଇଥାଏ। ବିଶେଷ କରି ଏହି ଅବସରରେ ପାଳିତ ହେଉଥିବା ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକ ବେଶ୍‌ ମନଛୁଆଁ ଲାଗିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଫେକ୍ ରିଭ୍ୟୁରୁ ସାବଧାନ! ଅନଲାଇନ୍ ଶପିଂ ସମୟରେ ଷ୍ଟାର୍ ରେଟିଂ ଦେଖି ଠକିଯାଉଛନ୍ତି କି? ଏମିତି କରନ୍ତୁ ଅସଲି-ନକଲିର ଚିହ୍ନଟ…

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅନଲାଇନ ଶପିଂ ଆମର ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଗଲାଣି। ଘରେ ବସି ମନପସନ୍ଦର ସାମଗ୍ରୀ ପାଇବା ଯେତିକି ସହଜ, ଏଥିରେ…

ଯଦି ମୁଁ ବିବାହ କରିବି ମୋ’ ବାନ୍ଧବୀଙ୍କୁ, ୨ ଯୁବତୀ ଏମିତି ଜିଦ୍‌ ଧରିବାରୁ ପରିବାର ଲୋକେ…

ଲକ୍ଷ୍ନୌ,୩ା୬: ଉତ୍ତରପ୍ରଦେଶର ମୁଜାଫରନଗର ଜିଲାରୁ ପୁଣି ଥରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇଦିନ ହେବ ଖତୌଲି ପୋଲିସ ଷ୍ଟେଶନରେ ଦୁଇ ଯୁବତୀଙ୍କ ସହିତ ଜଡ଼ିତ…

ସତରେ କଣ ଛାତରେ ଚୂନ କିମ୍ବା ଧଳା ରଙ୍ଗ ଲଗାଇଲେ ଗରମ କମିଥାଏ? ଜାଣନ୍ତୁ ଏହା ପଛର…

ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଗରମ ଯୋଗୁ ଲୋକେ ହାହୁତାଶ ହେଉଛନ୍ତି। ଏଭଳି ସ୍ଥିତିରେ ଘରକୁ ଭିତରୁ ଥଣ୍ଡା ରଖିବା ପାଇଁ ଲୋକେ ବିଭିନ୍ନ…

ମଣିଷ ଶରୀରରେ ଆଜି ବି ଅଛି ତୃତୀୟ ଆଖି! ବୈଜ୍ଞାନିକ କଲେ ଚମକାଇଦେଲା ଭଳି ଖୁଲାସା

ଆପଣ ଭଗବାନ ଶିବଙ୍କର ତୃତୀୟ ନୟନ ବା ତ୍ରିନେତ୍ର ବିଷୟରେ ନିଶ୍ଚୟ ଶୁଣିଥିବେ, କିନ୍ତୁ ଆପଣ କେବେ ମଣିଷର ତୃତୀୟ ଆଖି ବିଷୟରେ ଶୁଣିଛନ୍ତି କି? ଆଜ୍ଞା…

ଅର୍କକ୍ଷେତ୍ରରେ ରଥଯାତ୍ରା

ଆମେ ଗତ ସଂଖ୍ୟାରେ କୋଣାଦିତ୍ୟରେ ‘ନବ ଆଳତି ପରମ୍ପରା’ ଆଲୋଚନା ପ୍ରସଙ୍ଗରେ ଶ୍ରୀଆଦିତ୍ୟଙ୍କ ଦ୍ୱାଦଶଯାତ୍ରାର ଐତିହ୍ୟ ଆରମ୍ଭ କରିଥିଲୁ। ପ୍ରଥମ ଯାତ୍ରା ମାଘ ଶୁକ୍ଳ ସପ୍ତମୀ, ଯାହା…

ହୋଟେଲରୁ ଧରାପଡ଼ିଲେ ପ୍ରେମୀଯୁଗଳ, ପୋଲିସ ନେଲା ଏମିତି ନିଷ୍ପତ୍ତି, ପ୍ରେମିକ କହିଲେ ମୋ’ ପ୍ରତି…

ପାଟ୍‌ନା,୨୩ା୫: ବିହାରର ରାଜଧାନୀ ପାଟନାର ଜକନପୁର ଥାନା ଅଞ୍ଚଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପୋଲିସ କିଛି ଦିନ ଧରି ଏକ ହୋଟେଲରେ ରହୁଥିବା ପ୍ରେମୀଯୁଗଳଙ୍କୁ…

ଗୋଟିଏ ଅଟୋଗ୍ରାଫ୍‌ ପାଇଁ ଏତେ ଟଙ୍କା ଚାର୍ଜ କରୁଥିଲେ ମହାତ୍ମା ଗାନ୍ଧୀ, ଶୁଣିଲେ ହୋଇଯିବେ କାବା!

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାମ କେବଳ କହିବାବେଳେ ଆମ ମନରେ ସରଳତା, ସତ୍ୟ ଏବଂ ଅହିଂସାର ପ୍ରତିଛବି ଉଜାଗର ହୁଏ। ତାଙ୍କ ହସ୍ତାକ୍ଷର ମଧ୍ୟ ଆମ…

ଗହୀରମଥାକୁ ଅଣ୍ଡାଦାନ ପାଇଁ ଆସିଥିଲେ ୬ ଲକ୍ଷରୁ ଊର୍ଦ୍ଧ୍ୱ ଅଲିଭ୍‌ ରିଡ୍‌ଲେ, ଅଣ୍ଡାଦାନ ନ କରି ଫେରିଗଲେ, ପରିବେଶବିତ୍‌ କହିଲେ…

ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ବିଶ୍ୱର ସର୍ବବୃହତ୍‌ ପ୍ରଜନନସ୍ଥଳୀ ଭାବେ ପରିଚିତ ଗହୀରମଥା। କେନ୍ଦ୍ରାପଡା ଜିଲାର ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟରେ ଥିବା ଏହି ସ୍ଥାନରେ ଚଳିତବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri