Posted inଫୁରସତ

ରବିବାର ହେଲେ ଖୋଜାପଡ଼େ ‘ରୟାଲ କ୍ଲବ’

ଦୁନିଆରେ ବିଭିନ୍ନ ଶ୍ରେଣୀର ଲୋକ ଅଛନ୍ତି। କାହାକୁ ପ୍ରତିଦିନ ମିଳୁଛି ସ୍ବାଦିଷ୍ଟ ବ୍ୟଞ୍ଜନର ସମ୍ଭାର ତ ଆଉ କାହା ପାଇଁ ଦିନକୁ ଦୁଇଓଳି ଦୁଇମୁଠା ପେଟପୁରା ଖାଦ୍ୟ ବି ସ୍ବପ୍ନ। ଆଉ ଏମିତି ବି ଅନେକ ଦିନଦୁଃଖି ଅଛନ୍ତି ଯିଏ ଅନାହାରରେ ମୃତ୍ୟୁମୁଖକୁ ଟାଣି ହୋଇଯାଉଛନ୍ତି। ତେବେ ଏଭଳି କିଛି ଭୋକିଲାଙ୍କ ମୁହଁରେ ଦାନା ଦେବାକୁ ଅଣ୍ଟା ଭିଡ଼ିଛନ୍ତି କଟକ ଶଙ୍କରପୁର ଓ ବାଦାମବାଡ଼ି ଅଞ୍ଚଳର ୨୦ ଜଣ ଯୁବ ବ୍ୟବସାୟୀ। ଆଉ ମିଳିତ ଉଦ୍ୟମରେ ୨୦୧୪ ମସିହାରେ ଆରମ୍ଭ କରିଛନ୍ତି ‘ରୟାଲ କ୍ଲବ୍‌’ ନାମକ ଏକ ସ୍ବେଚ୍ଛାସେବୀ ସଂଗଠନ। ଯାହାର ବର୍ତ୍ତମାନ ସଦସ୍ୟ ସଂଖ୍ୟା ୭୮। ଏହି କ୍ଲବର ସଦସ୍ୟମାନେ ପ୍ରାୟତଃ ସମସ୍ତେ ବ୍ୟବସାୟୀ ଶ୍ରେଣୀର। ପ୍ରତି ରବିବାର ଭୋର ହେବା ମାତ୍ରେ ସମସ୍ତ ସଦସ୍ୟ ବାଦାମବାଡ଼ି ନିକଟରେ ଏକଜୁଟ ହୁଅନ୍ତି। ଆଉ ସେମାନେ ପରସ୍ପର ମଧ୍ୟରେ ପୂର୍ବରୁ ଆଦାୟ କରିଥିବା ଟଙ୍କାରେ କିଣାଯାଇଥିବା ରୋଷେଇ ସାମଗ୍ରୀରେ ବାଦାମବାଡ଼ିସ୍ଥିତ ଏକ ହୋଟେଲରେ ପ୍ରାୟ ଏକ ହଜାର ଲୋକଙ୍କ ନିମନ୍ତେ ଅରୁଆ ଭାତ ଓ ଡାଲମା ରୋଷେଇ କରାଯାଏ। ଦିନ ପ୍ରାୟ ୧୧ଟା ବେଳକୁ କଟକର ବିଭିନ୍ନ ସ୍ଥାନରେ ଏହି ରନ୍ଧା ଖାଦ୍ୟକୁ ବଣ୍ଟାଯାଏ ବୋଲି କୁହନ୍ତି କ୍ଲବର ସମ୍ପାଦକ ସୂରଜ କୁମାର ରାଉତ। ସେ କୁହନ୍ତି, ମୂଖ୍ୟତଃ ମେଡିକାଲ ଏବଂ ରାସ୍ତା କଡ଼ରେ ଶୋଉଥିବା ଗରିବମାନଙ୍କୁ ଏହି ରନ୍ଧାଖାଦ୍ୟ ବଣ୍ଟାଯାଇଥାଏ। ହେଲେ ଆମ ଖାଦ୍ୟବଣ୍ଟନ ସ୍ଥାନ ପ୍ରାୟ ଲୋକେ ଜାଣି ସାରିଥିବାରୁ ରବିବାର ହେଲାମାତ୍ରେ ସହରରେ କାମ କରୁଥିବା ଦିନ ମଜୁରିଆ, ଗରିବ ଲୋକମାନେ ଆପେ ଆପେ ଆସି ରୁଣ୍ଡ ହୋଇଯାଆନ୍ତି। ଏହି ଖାଦ୍ୟ ଖାଇବା ପରେ ସେମାନଙ୍କ ମୁହଁରେ ଥିବା ଆତ୍ମତୃପ୍ତିର ହସ ହିଁ ଆମ ଶ୍ରମ ସାର୍ଥକ କରିଦିଏ। ଏହି କ୍ଲବ୍‌ ପକ୍ଷରୁ କେବଳ ପ୍ରତି ରବିବାରରେ ସହର ମଧ୍ୟରେ ନୁହେଁ ବରଂ ପ୍ରତ୍ୟେକ ମାସରେ ବୃଦ୍ଧାଶ୍ରମ, ବାଳାଶ୍ରମରେ କାର୍ଯ୍ୟକ୍ରମ ଆୟୋଜନ କରାଯାଏ ବୋଲି ପ୍ରକାଶ କରନ୍ତି କ୍ଲବ ସଭାପତି ଚିତ୍ତରଞ୍ଜନ ରାଉତ। ଏହା ବ୍ୟତୀତ ମଝିରେ ମଝିରେ ବୃଦ୍ଧାଶ୍ରମରେ ଏବଂ ବିଭିନ୍ନ ସ୍ଥାନରେ ଥିବା ଅସହାୟଙ୍କୁ କ୍ଲବ୍‌ ପକ୍ଷରୁ ଖାଦ୍ୟ ଓ ପୋଷାକ ବଣ୍ଟନ କରାଯାଇଥାଏ। ଏପରି କି ଯେଉଁ ପିଲାର ପାଠ ପଢ଼ିବାକୁ ଆର୍ଥିକ ଅକ୍ଷମତା ରହିଛି ସେ ପିଲାଙ୍କୁ ବି ପୋଷାକ, ପାଠ୍ୟପୁସ୍ତକ ସହିତ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ କ୍ଲବ୍‌ ପକ୍ଷରୁ ଯୋଗଇ ଦିଆଯାଇଥାଏ। ତେବେ ମିଳିତ ଉଦ୍ୟମରେ ଏଭଳି ସମାଜସେବା ଆମକୁ ଆତ୍ମସନ୍ତୋଷ ପ୍ରଦାନ କରୁଛି ବୋଲି କୁହନ୍ତି କ୍ଲବର ଉପସଭାପତି ରାକେଶ ରାଉତ।
– କୁମାରଶ୍ରୀ ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଏକ ଦେଶ ଯେଉଁଠି ଲୋକଙ୍କୁ ଦେବାକୁ ପଡେ ନାହିଁ ଇନକମ ଟ୍ୟାକ୍ସ, ଏସବୁ ମିଳେ ମାଗଣାରେ

ବନ୍ଦର ସେରି ବେଗାୱାନ,୮।୧୨: COVID-19 ମହାମାରୀ ପ୍ରାୟ ପ୍ରତ୍ୟେକ ଦେଶର ଅର୍ଥନୀତିକୁ ଏକ ଗମ୍ଭୀର ଆଘାତ ଦେଇଥିଲା। ଅନେକ ଦେଶରେ ସରକାର ଖର୍ଚ୍ଚ ବୃଦ୍ଧି କରିବାକୁ,...

ରହସ୍ୟମୟ ସମୁଦ୍ର: ଯେଉଁଥିରେ କେହି କେବେ ବୁଡ଼ିଯିବେ ନାହିଁ, କାରଣ ଜାଣିଲେ…

ପୃଥିବୀର ପ୍ରାୟ ୭୧ ପ୍ରତିଶତ ଅଞ୍ଚଳ ଜଳ ଆଚ୍ଛାଦିତ। ଏହି କାରଣରୁ ପୃଥିବୀକୁ ନୀଳ ଗ୍ରହ ମଧ୍ୟ କୁହାଯାଏ। ପୃଥିବୀପୃଷ୍ଠର ପ୍ରାୟ ୯୭ ପ୍ରତିଶତ, ମହାସାଗରରେ...

ମଝି ଆକାଶରେ ଫୁଟବଲ ଖେଳିଲେ ଦୁଇ ଖେଳାଳି, ଭୟଙ୍କର ଦୃଶ୍ୟ ଦେଖିଲେ…

କିଛି ଲୋକ ଅନେକ ଦୁଃସାହସିକ କାର୍ଯ୍ୟ କରିଥାନ୍ତି। ଯାହା ଦେଖି ଲୋକଙ୍କ ପ୍ରାଣବାୟୁ ଉଡ଼ିଯିବା ପରି ଲାଗେ। ବର୍ତ୍ତମାନ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ...

ଏହି ଦେଶରେ ପୁରୁଷଙ୍କ ଅଭାବ; ଏହିକାମ ପାଇଁ ସ୍ୱାମୀ ‘ଭଡ଼ାରେ’ ନେଉଛନ୍ତି ମହିଳା

ନୂଆଦିଲ୍ଲୀ,୫ା୧୨: ୟୁରୋପୀୟ ଦେଶ ଲାଟଭିଆରେ ପୁରୁଷଙ୍କ ସଂଖ୍ୟା ମହିଳାଙ୍କ ତୁଳନାରେ ବହୁତ କମ୍ ଥିବାରୁ ଏଠାରେ ଏକ ଅଭାବନୀୟ ସାମାଜିକ ଧାରା ଦେଖିବାକୁ ମିଳିଛି। ଘରର...

ଏହି ଭୟଙ୍କର ଜୀବର ଚମଡ଼ାରୁ ତିଆରି ଘଣ୍ଟା ପିନ୍ଧନ୍ତି ପୁଟିନ୍‌, ଦାମ୍‌ ଜାଣିଲେ…

ମସ୍କୋ,୫ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏହି ଗସ୍ତ ଉଭୟ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।...

ବାହା ହେଉ ହେଉ ଭାଙ୍ଗିଲା ସମ୍ପର୍କ, ଚତୁର୍ଥୀ ରାତିରେ ଛାଡ଼ପତ୍ର ପେପରରେ ସାଇନ୍‌ କଲେ କନ୍ୟା

ଲକ୍ଷ୍ନୌ,୪ା୧୨: ଉତ୍ତରପ୍ରଦେଶର ଦେଓରିଆରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଚତୁର୍ଥୀରେ ଜଣେ ନବବିବାହିତା କନ୍ୟା ସମ୍ପର୍କ ଭାଙ୍ଗି ତାଙ୍କ...

ବିଶ୍ୱର ସବୁଠୁ ମହଙ୍ଗା ଅଣ୍ଡା: ଏହା ମୂଲ୍ୟରେ କିଣିହୋଇଯିବ ୧୦୦ ହେଲିକପ୍ଟର

ଗୋଟିଏ ଅଣ୍ଡାର ମୂଲ୍ୟ କେତେ ହୋଇପାରେ? ୮ ଟଙ୍କା, ୧୦ ଟଙ୍କା, କିମ୍ବା ସର୍ବାଧିକ ୨୫ ଟଙ୍କା। କିନ୍ତୁ ବିଶ୍ୱରେ ଏମିତି ଏକ ଅଣ୍ଡା ଅଛି,...

ଗାଁର ନାଁ କିଡ୍‌ନୀ ଭ୍ୟାଲି, ଏହା ପଛର କାରଣ ଜାଣିଲେ ନିଶ୍ଚିତ ହେବେ ଚକିତ

ବିଶ୍ୱରେ ଏପରି ଅନେକ ସ୍ଥାନ ଅଛି, ଯାହା ସେମାନଙ୍କର ଅନନ୍ୟତା ପାଇଁ ଅତ୍ୟନ୍ତ ପ୍ରସିଦ୍ଧ। ଏହି କାରଣରୁ ଦେଶ ଏବଂ ବିଶ୍ୱର ସବୁଠି ଚର୍ଚ୍ଚା। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri