Posted inଫୁରସତ

ଏବେ ବି ନିଜକୁ ଛାତ୍ର ଭାବେ: ରବି ନାରାୟଣ ସୁବୁଦ୍ଧି

ଗାଁକୁ ଘେରି ରହିଛି ଚିଲିକା, ଅନ୍ୟପଟେ ଗହୀରପାଟ, ଆମ୍ବତୋଟା ଓ ଗୋଟେ ଛୋଟମୁଣ୍ଡିଆ। ଏମିତି ଏକ ପ୍ରାକୃତିକ ପରିବେଶରେ ସକାଳୁ ସନ୍ଧ୍ୟାରେ ସେ ନିଇତି ଦେଖନ୍ତି କେତେ ରଙ୍ଗବେରଙ୍ଗର ପକ୍ଷୀଙ୍କୁ। ଶୁଣନ୍ତି ସେମାନଙ୍କ କାକଳିକୁ, ସାଙ୍ଗମାନଙ୍କ ସହିତ ଚାଲେ ନୀଡ଼ଫେରନ୍ତା ପକ୍ଷୀ, କୂଳଫେରନ୍ତା ତଲେଇଟଣା ଡଙ୍ଗାକୁ ନେଇ ଅଙ୍କକଷାର ପ୍ରତିଯୋଗିତା। ମାତ୍ର ସେସବୁର ହିସାବକୁ କେବେ କେହି ସାଇତି ରଖିପାରି ନାହାନ୍ତି। କିନ୍ତୁ ଗଣିତକୁ ନେଇ ଖେଳୁଥିବା ସେଦିନର ସେଇ ଛୋଟପିଲାଟି ଆଜି ବି ନିଜକୁ କୁହନ୍ତି ମୁଁ ଜଣେ ଛାତ୍ର। ଏକ ଅଖ୍ୟାତପଲ୍ଲୀରୁ ଯାଇ ଆମେରିକାର ଚିକାଗୋରେ ପ୍ରଶିକ୍ଷଣ ନେଇ ଏବେ ସେ ଜଣେ ଅଧ୍ୟାପକ। ଗଣିତ ଓ ପରିସଂଖ୍ୟାନ ଏବଂ ଗ୍ରାମାଞ୍ଚଳର ଅର୍ଥନୈତିକ ଉନ୍ନତି ଆଦି ଏକାଧିକ ପୁସ୍ତକ ରଚନା କରିସାରିଛନ୍ତି। ଶିଶୁସାହିତ୍ୟରେ ରୁଚି ରଖିଥିବା ବେଳେ ତାଙ୍କର ଶତାଧିକ ଗଣିତଭିତ୍ତିକ ଗବେଷଣାତ୍ମକ ଲେଖା ଛାତ୍ରୀଛାତ୍ରଙ୍କ ମଧ୍ୟରେ ଖୁବ୍‌ ଆଦୃତ ହୋଇପାରିଛି। ତାଙ୍କର ବହୁମୁଖୀ ପ୍ରତିଭାକୁ ମିଳିଛି ବହୁ ସମ୍ମାନ ଓ ପୁରସ୍କାର । ସେ ହେଲେ ରବି ନାରାୟଣ ସୁବୁଦ୍ଧି। ମା’ ବାଉରୀ ଦେଈ, ପିତା ତ୍ରିଲୋଚନ ସୁବୁଦ୍ଧି। ଘର ଖୋର୍ଦ୍ଧା ଜିଲାର ଚିଲିକା ଉପକୂଳବର୍ତ୍ତୀ ତରାପି ଗାଁରେ। ସେ କୁହନ୍ତି, ‘ଏକ ମଧ୍ୟବିତ୍ତ ପରିବାରରେ ମୋର ଜନ୍ମ ୧୯୬୨ ମସିହାରେ। ଗାଁ ସ୍କୁଲରେ ମୋର ପ୍ରାଥମିିକ ଶିକ୍ଷା ଆରମ୍ଭ ହୋଇଥିଲା। ପରେ କୁହୁଡ଼ି ଜନତା ହାଇସ୍କୁଲ, ଚାରବାଟିଆ ଠାରେ ପଢ଼ିଲି। ପରେ କଲେଜ ପଢା ବିଜେବି କଲେଜ, ରେଭେନ୍‌ଶା, ମିରଟ ଏବଂ ଅହମଦାବାଦରେ। ଏହାପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଗଣିତ ଓ ପରିସଂଖ୍ୟାନରେ ପିଜି, ଏମ୍‌ଫିଲି, ପିଏଚ.ଡି. ସାରିଲି। ପ୍ରଥମେ ବ୍ରହ୍ମପୁର ଠାରେ କେନ୍ଦ୍ରସରକାରଙ୍କ ଏକ ପରିସଂଖ୍ୟାନ ସଂସ୍ଥାରେ କିଛିଦିନ ଚାକିରି କରିଥିଲି। ତା’ପରେ ୧୯୮୭ରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଗଣିତ ବିଭାଗର ଏମ୍‌ବିଏ ପରିସଂଖ୍ୟାନ ଅଧ୍ୟାପକ ଭାବେ କାର୍ଯ୍ୟ ତୁଲାଇଲି। ୨୦୦୭ରୁ କିଟ୍‌ରେ, ଏମ୍‌ବିଏ ପରିସଂଖ୍ୟାନ ପ୍ରଫେସର ଭାବେ କାର୍ଯ୍ୟ କରୁଅଛି। ଏକ ଅଖ୍ୟାତ ପଲ୍ଲୀର ଏକ ନିମ୍ନ ମଧ୍ୟବିତ୍ତ ପରିବାରରୁ କିପରି ଯାଇ ବଡ଼ବଡ଼ ଶିକ୍ଷାନୁଷ୍ଠାନରେ ପଢିବି ତାହା ଦିନେ ମୋ ପାଇଁ ସ୍ବପ୍ନ ଥିଲା। ମାତ୍ର ଚାକିରି କରିବା ପରେ ଆଇଆଇଟି, ଆଇଆଇଏମ୍‌, ଜେଏନ୍‌ୟୁ, ଭଳି ପ୍ରଖ୍ୟାତ ଶିକ୍ଷାନୁଷ୍ଠାନରେ ପଢିବାର ସୁଯୋଗ ମିଳିବା ସେତେବେଳେ ମୋ ପାଇଁ ବିଶେଷ ମୁହୂର୍ତ୍ତ ଥିଲା। ବ୍ରହ୍ମପୁର ଭଳି ଏକ ଆଞ୍ଚଳିକ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା ପରେ କିପରି ବିଶିଷ୍ଟ ବୈଜ୍ଞାନିକମାନଙ୍କ ସହ ଏକାଠି କାମ କରିପାରିବି ସେଇଟା ଗୋଟେ ସ୍ବପ୍ନଥିଲା। ହେଲେ ସୁଯୋଗ ମିଳିଲା କାମ କରିବା ପାଇଁ । ଇଂଲଣ୍ଡର ସମାଜ ବିଜ୍ଞାନୀ ରୋଜର ଜେଫରି ଓ ବୈଜ୍ଞାନିକ ମାର୍କ ଶର୍ଟିନଙ୍କ ଭଳି କେତେଜଣ ପ୍ରଖ୍ୟାତ ଶିକ୍ଷାବିତ୍‌ଙ୍କ ସହ ଏକାଠି କାମ କଲି, ତାହା ମୋ ପାଇଁ ଅଭୁଲା ସ୍ମୃତି । ପ୍ରାୟ ୨୫ ବର୍ଷ ଧରି ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ର ଭାବେ ପଢ଼ିସାରିବା ପରେ ପାଠ ପଢାଇବାର ଅଭିଜ୍ଞତା ପ୍ରାୟ ୩୭ ବର୍ଷର ହେଲାଣି। କିନ୍ତୁ ଯେତେ ପଢ଼ିଥିଲେ ବି ପାଠ ସରେ ନାହିଁ। ଯେତେଥର ସେହି କଥାକୁ ପଢ଼ାଇଥିଲେ ବି ପ୍ରତିଥର ଅନୁଭବ ହୁଏ ଯେମିତି ଆହୁରି ଅଧିକା ପଢ଼ିବାକୁ ବାକିଅଛି। ଯେତେ ପଢ଼ିଲେ, ଯେତେ ଜାଣିଲେ ବି ଲାଗେ କେତେ କମ୍‌ ଜାଣିଛି। ସେଇଠୁ ଇଚ୍ଛା ହୁଏ ଆଉ ଅଧିକା ପଢ଼ନ୍ତି, ଲୋକଙ୍କ ସାଙ୍ଗେ ମିଶି ସେମାନଙ୍କ ଅନୁଭୂତିରୁ ଶିଖନ୍ତି, ଛାତ୍ରମାନଙ୍କୁ ପ୍ରତିଥର ସୁଯୋଗ ଦିଅନ୍ତି, ସେମାନଙ୍କ ଅଭିମତ ରଖିବା ପାଇଁ, ପ୍ରଶ୍ନ କରିବାକୁ। ଏକଥା ଶିଖିବା କାମ କେବଳ ଶ୍ରେଣୀଗୃହରେ ସୀମିତ ନୁହେଁ, ପ୍ରକୃତ ଶିକ୍ଷା ସମାଜରୁ, ଗାଁ ଗଣ୍ଡାରୁ, ଗବେଷଣାଗାରରୁ, ଶିଳ୍ପାନୁଷ୍ଠାନରେ କାର୍ଯ୍ୟରତ କର୍ମଚାରୀଙ୍କ ସମସ୍ୟାର ଅନୁଧ୍ୟାନ ସହିତ ସମାଧାନର ବାଟ ଖୋଜିବାରେ ଅସଲ ଶିକ୍ଷାର ଉପଲବ୍ଧି ମିଳିଥାଏ। ଚାରି ଦଶନ୍ଧି ଧରି ଅଧ୍ୟାପନା ପରେ ମଧ୍ୟ ସବୁବେଳେ ନିଜକୁ ଜଣେ ଛାତ୍ର ବୋଲି ଭାବେ। ଦେଶ ବିଦେଶରେ ଅନେକ ଛୋଟ ବଡ଼ ଶିକ୍ଷାନୁଷ୍ଠାନରୁ ଶିକ୍ଷା ଲାଭ କରି ସାରିଥିଲେ ମଧ୍ୟ ପଢିବାର ଇଚ୍ଛା ଅପ୍ରଶମିତ ରହିଛି । ୧୨ଟି ପୁସ୍ତକ ୧୦୦ଟି ଗବେଷଣାତ୍ମକ ଲେଖା ଏବଂ ୨୫୦ରୁ ଅଧିକ ଜନପ୍ରିୟ ଓଡ଼ିଆ ଶିଶୁ ସାହିତ୍ୟ ଲେଖି ସାରିଛି । ଏକ ଖବର କାଗଜର ପିଲାଙ୍କ ସୁମନ ପାଇଁ ସମ୍ପାଦନା କାର୍ଯ୍ୟ ତୁଲାଉଛି। ନିଜସ୍ବ ଉଦ୍ୟମରେ ‘ଦିଶା’ପତ୍ରିକା ପ୍ରକାଶ କରୁଥିଲି। ତାହା କିଛିଦିନ ଚାଲିଲା। ସ୍କୁଲ ବୟସରୁ ବିଭିନ୍ନ ମହାପୁରୁଷଙ୍କ ଜୀବନୀ, ଗଳ୍ପ କବିତା ମୋତେ ଲେଖିବା ପାଇଁ ଆଗ୍ରହ ସୃଷ୍ଟିକରିଥିଲା। ତେବେ ବିଏ ପଢୁଥିବା ବେଳେ ଛାତ୍ରବୃତ୍ତି ସହ କଳିଙ୍ଗଫାଉଣ୍ଡେଶନ ଫେଲୋଶିପ, ଏମ୍‌ଏ ପଢ଼ିବା ପାଇଁ କେନ୍ଦ୍ର ସରକାରଙ୍କ ବୃତ୍ତି, କିଟ୍‌ ବିଶ୍ୱବିଦ୍ୟାଳୟରେ ଶ୍ରେଷ୍ଠ ଶିକ୍ଷକ ସମ୍ମାନ, ଉତ୍କୃଷ୍ଟ ଶିକ୍ଷାଦାନ ପାଇଁ ବିଭିନ୍ନ ଅନୁଷ୍ଠାନରୁ ଅନେକ ମାନପତ୍ର ଓ ପୁରସ୍କାର ମିଳିଛି । ବିଦେଶରୁ ନିମନ୍ତ୍ରଣ ପାଇ ପ୍ରଶିକ୍ଷଣ ନିମନ୍ତେ ଆମେରିକା ଚିକାଗୋ, ମିନିଆ ପଲିସ, ଇଂଲଣ୍ଡର ଲଣ୍ଡନ, ଲିସେଷ୍ଟର ଓ ଏଡିନବର୍ଗ, ଅଷ୍ଟ୍ରେଲିଆର ଆଡିଲେଡ, ଶ୍ରୀଲଙ୍କାର କଲମ୍ବୋ ଓ ପେରିଡେନିୟା(ଦୁଇଥର) ସିଙ୍ଗାପୁର, ଭୁଟାନ, ଢାକା ବିଶ୍ୱବିଦ୍ୟାଳୟ(ବାଂଲାଦେଶ), ନେପାଳର କାଠମାଣ୍ଡୁ ବିଶ୍ୱବିଦ୍ୟାଳୟ, ମାଳଦୀପର ମାଲେ ସହରସ୍ଥିତ ଜାତୀୟ ବିଶ୍ୱବିଦ୍ୟାଳୟକୁ ୨ଥର ଯାଇଥିଲି। କିନ୍ତୁ ମୋ ଗାଁର ଭୂଗୋଳ, ପ୍ରାକୃତିକ ପରିବେଶ ମୋତେ ସବୁବେଳେ ଡାକେ, ଆପଣେଇ ଥାଏ । ମୋ ମତରେ ପ୍ରତିକ୍ଷେତ୍ରରେ ବୈଷୟିକ ଜ୍ଞାନର ଆବଶ୍ୟକତା ରହିଛି କିନ୍ତୁ ମାନସିକ ବିକାଶ ପାଇଁ ସାହିତ୍ୟ, ସଂସ୍କୃତି, ସାମାଜିକ କ୍ଷେତ୍ରରେ ଯୋଡ଼ିହେବା ଜରୁରୀ ।

-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

ଧ୍ୱଂସ ହୋଇଯିବ ବିଶ୍ୱ! ଇସ୍ରାଏଲରେ ଏକ ଲାଲ ବାଛୁରୀ ଜନ୍ମ ହେବା ପରେ ଆତଙ୍କ ସୃଷ୍ଟି, ଭବିଷ୍ୟବାଣୀ କରିଥିଲେ…

ଇତିହାସରେ, ବିଶ୍ୱର ଶେଷ ବିଷୟରେ ଅନେକ ଭବିଷ୍ୟବାଣୀ କରାଯାଇଛି, ଯାହା ମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାର ଏକ ଉଲ୍ଲେଖନୀୟ ଉଦାହରଣ ୨୦୧୨ରେ ଥିଲା, ଯେତେବେଳେ ଦାବି…

ବୈଜ୍ଞାନିକଙ୍କ ବଡ଼ ଚେତାବନୀ, ଏହି ସ୍ଥାନରେ ଆକାଶରୁ ହେବ ରକ୍ତ ବର୍ଷା, ପରେ ବିଶ୍ୱରେ ଘଟିବ…

ବୈଜ୍ଞାନିକମାନେ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି, ଆଗାମୀ ଦିନରେ ପରିସ୍ଥିତି ଗମ୍ଭୀର ହେବାକୁ ଯାଉଛି। କୋପର୍ନିକସ ଆଟମୋସ୍ଫିଅର୍‌ ମନିଟରିଂ ସର୍ଭିସ (CAMS)ର ବିଶେଷଜ୍ଞଙ୍କ ଅନୁଯାୟୀ,…

୩ୟ ବିଶ୍ୱଯୁଦ୍ଧକୁ ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ଯୁଦ୍ଧକୁ ଡେଇଁବେ ଏସବୁ ଦେଶ!

ବଢ଼ୁଥିବା ବିଶ୍ୱ ଉତ୍ତେଜନା ମଧ୍ୟରେ, ବାବା ଭେଙ୍ଗାଙ୍କ ତୃତୀୟ ବିଶ୍ୱଯୁଦ୍ଧର ଭବିଷ୍ୟବାଣୀ ପୁଣି ଥରେ ସୋସିଆଲ ମିଡିଆରେ ଟ୍ରେଣ୍ଡିଂ ଆରମ୍ଭ କରିଛି, ବିଶେଷକରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri