Posted inଫୁରସତ

ଅଭିନୟ ନିଶାରେ ପୂର୍ଣ୍ଣେନ୍ଦୁ

ଦୀର୍ଘ ୫ ଦଶନ୍ଧି ଧରି ବିଭିନ୍ନ ମଞ୍ଚନାଟକ, ଦୂରଦର୍ଶନ ଧାରାବାହିକ ଓ ସିନେମାରେ ସେ ଅଭିନୟ କରିଛନ୍ତି। ଏକାଧିକ ନାଟକରେ ନିର୍ଦ୍ଦେଶନା ମଧ୍ୟ ଦେଇସାରିଛନ୍ତି। ନାଟ୍ୟକଳାକୁ ନେଇ ସେ କେବଳ ସ୍ବପ୍ନ ଦେଖନ୍ତିନି ତାକୁ ନେଇ ନିଜର ଏକ ନିଆରା ପରିଚୟ ବି ସୃଷ୍ଟି କରିଛନ୍ତି..

ଦୀର୍ଘ ୫ ଦଶନ୍ଧି ଧରି ବିଭିନ୍ନ ମଞ୍ଚନାଟକ, ଦୂରଦର୍ଶନ ଧାରାବାହିକ ଓ ସିନେମାରେ ସେ ଅଭିନୟ କରିଛନ୍ତି। ଏକାଧିକ ନାଟକରେ ନିର୍ଦ୍ଦେଶନା ମଧ୍ୟ ଦେଇସାରିଛନ୍ତି। ନାଟ୍ୟକଳାକୁ ନେଇ ତାଙ୍କର ଅନେକ ସ୍ବପ୍ନ। ଏଥିଯୋଗୁ ଅଭିନୟ କ୍ଷେତ୍ରରେ ତାଙ୍କର ରହିଛି ଭିନ୍ନ ପରିଚୟ। କେବେ ପୋଲିସ ଅଫିସର ତ ପୁଣି କେବେ ଗୁଣ୍ଡା, ଓକିଲ, ଡାକ୍ତର, ସାମାଜିକକର୍ମୀ, ପୂଜାରୀ, ଗାଁ ମୁଖିଆ, ଚାକର, ରାଜା, ମହାମନ୍ତ୍ରୀ, ବାପା ଆଦି ଅନେକ ଚରିତ୍ରରେ ନିଖୁଣ ଅଭିନୟ କରି ସେ ଲୋକପ୍ରିୟତା ହାସଲ କରିପାରିଛନ୍ତି। ଏଥିପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ମିଳିଛି ଅନେକ ସମ୍ମାନ ଓ ପୁରସ୍କାର। ସେ ହେଲେ ପୂର୍ଣ୍ଣେନ୍ଦୁ ଦତ୍ତ। ପିତା ବଂଶୀଧର ଦତ୍ତ ଏବଂ ମା’ ଶକୁନ୍ତଳା ଦତ୍ତ। ଘର କେନ୍ଦୁଝର ଜିଲାର ଆନନ୍ଦପୁରରେ। ସେ କୁହନ୍ତି, ମୋ ବାପା ଓ ଜେଜେ ଥିଲେ ଜଣେ ଜଣେ କଳାକାର। ସେମାନେ ନାଟ୍ୟକଳାକୁ ଖୁବ୍‌ ଭଲ ପାଉଥିଲେ। ତେବେ ପିଲାଟିଦିନରୁ ମୋର ଏହି କଳା ପ୍ରତି ଆପେ ଆପେ ଆଗ୍ରହ ବଢ଼ିଥିଲା। ଗାଁର ସାଙ୍ଗମାନେ ମିଶି ଘରୁ ଶାଢ଼ି ନେଇ ବିଭିନ୍ନ ସମୟରେ ଗୀତିନାଟ୍ୟରେ ଅଭିନୟ କରୁଥିଲୁ। ଯେତେବେଳେ ବି.ଏନ୍‌ ହାଇସ୍କୁଲରେ ୬ଷ୍ଠ ଶ୍ରେଣୀରେ ପଢୁଥିଲି ସେହି ସମୟରେ ସ୍କୁଲ ବାର୍ଷିକ ଉତ୍ସବ ପାଇଁ ଆୟୋଜିତ ଡ୍ରାମାରେ ବୈଷ୍ଣବ ଚରଣ ପାଣିଙ୍କ ରଚିତ ‘ପ୍ରହଲ୍ଲାଦ’ ଗୀତିନାଟ୍ୟରେ ପ୍ରଥମେ ଦୁଆରୀ ଭୂମିକାରେ ଅଭିନୟ କରିଥିଲି। ମୋ ଅଭିନୟଟି ଦର୍ଶକଙ୍କୁ ଖୁବ୍‌ ଭଲ ଲାଗିଥିଲା। ସେବେଠାରୁ ଆଉ ପଛକୁ ଫେରିନାହିଁ। ୧୯୭୭ ମସିହାରେ ୧୦ମ ପରୀକ୍ଷା ଦେଇସାରିଥାଏ। କିନ୍ତୁ ସ୍କୁଲ ସଞ୍ଚୟ ଖାତାରେ ରଖିଥିବା ପ୍ରାୟ ୨ହଜାର ଟଙ୍କା ନେଇ ସେତେବେଳେ ଘରୁ ଲୁଚିକରି ବମ୍ବେ ପଳାଇଥିଲି। ସେଠାରେ ପଦ୍ମା ଖାନ୍ନାଙ୍କ ସମେତ ଅନ୍ୟକେତେଜଣ ସିନେକଳାକାରଙ୍କ ସହ ଦେଖାହୋଇଥିଲା। ଆଶିଷ ବୋଷ ଯେକି (ଜୟ ସନ୍ତୋଷୀ ମା’ର ହିରୋ) ଙ୍କୁ ଦେଖାକରି ମୋର ସିନେମା ପ୍ରତି ଆଗ୍ରହ ଥିବାର ଜଣାଇଥିଲି। ହେଲେ ସେ କହିଲେ ତମେ ଛୋଟ ପିଲା, ଏବେ ପାଠପଢ଼ା ପ୍ରତି ମନ ବଳାଅ ତା’ପରେ ସିନେମା କଥା ଦେଖିବା ବୋଲି ବୁଝାଇଥିଲେ। ମାତ୍ର ଯେମିତି ହେଲେ ଅଭିନୟ କରିବି ବୋଲି ଜିଦ ଧରିଥିଲି। ତା’ପରେ ତାଙ୍କ ସହ ବସନ୍ତ ଷ୍ଟୁଡିଓ ଚେମ୍ବୁରକୁ ଯିବାପରେ ଗଙ୍ଗାସାଗର ସିନେମାରେ ଏକ ଛୋଟ ଅଭିନୟର ସୁଯୋଗ ମିଳିଥିଲା। ଏଥିରେ ଖୁସି ହୋଇପଡ଼ିଥିଲି। ସିନେମାରେ ଅଭିନୟ କରିବାକୁ ବମ୍ବେ ଯାଇଥାଏ । ସେଠାରେ ପଞ୍ଜାବୀ, ଜାଠ, ହରିୟାଣା ପିଲାଙ୍କ ଶରୀର ଦେଖି ଆଶ୍ଚର୍ଯ୍ୟ ହୋଇପଡ଼ୁଥିଲି। କାରଣ ସେମାନଙ୍କ ତୁଳନାରେ ମୋର ସେତେବେଳେ ସେପରି ଚେହେରା ହୋଇ ନ ଥାଏ। ତଥାପି ସତଚେଷ୍ଟା କରି କେତେକ ସିରିଏଲ ଏବଂ ସିନେମାରେ ଅଭିନୟ କରିବାର ସୁଯୋଗ ମିଳିଥିଲା। ଆଉ କେତେକ ସିନେମାରେ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରିଛି। ବମ୍ବେରେ କେତେକ ନୂଆ ନୂଆ ସିରିଏଲରେ ଅଭିନୟ କରିଥିଲି ଯଥା- ଡିଡି ମେଟ୍ରୋରେ ଅଧିକାର, ରୁଲ୍‌ ସହ ଏନଏଫ୍‌ଡିସିିର କେତେକ ସିନେମା କରିଛି। ତା’ପରେ ସଙ୍ଗୀତ ମହାବିଦ୍ୟାଳୟରେ ପଢ଼ିବା ପାଇଁ ମୋତେ ରତିରଞ୍ଜନ ମିଶ୍ରଙ୍କଠାରୁ ପ୍ରେରଣା ମିଳିଥିଲା। କିନ୍ତୁ ସଙ୍ଗୀତ ମହାବିଦ୍ୟାଳୟରେ ପଢ଼ିବା ବେଳେ ଗୁରୁ ଭାବେ ଅଜିତ ଦାସ, ବିଜୟ ମହାନ୍ତି ପ୍ରମୁଖଙ୍କଠାରୁ ଅଭିନୟ ଶିକ୍ଷା ପାଇବା ସହ ସେମାନଙ୍କ ସହିତ ପରିଚିତ ହୋଇପାରିଥିବାରୁ ବେଶ୍‌ ଖୁସି ହୋଇପଡ଼ୁଥିଲି। ଏକ ନାଟକ ‘ଅନାମଧେୟର ସ୍ବର’ରେ ଜଣେ ବାଳକ ଚରିତ୍ରରେ ଅଭିନୟ କରୁଥିବା ବେଳେ ଏହା ଦର୍ଶକଙ୍କ ମନକୁ ଖୁବ୍‌ ଛୁଇଁପାରିଥିଲା। ସେତେବେଳେ ସଙ୍ଗୀତ ମହାବିଦ୍ୟାଳୟରୁ ଛାତ୍ରବୃତ୍ତି ଆକାରରେ ୬୦ ଟଙ୍କା ଲେଖାଏ ମିଳୁଥାଏ । ସମୟକ୍ରମେ ପୁଣି ଶତାବ୍ଦୀର କଳାକାର ଅନୁଷ୍ଠାନ ଦ୍ୱାରା କୁହୁଡ଼ି, ବାଞ୍ଛାର ବଗିଚା, ଦେଖ ବର୍ଷା ଆସୁଛି ଏମିତି ବହୁ ନାଟକରେ ଅଭିନୟ କରିଛି। ଆକାଶବାଣୀର ବେତାର ନାଟକ କରିଛି। ଏମିତିରେ ଅନେକ ସମୟରେ ନାଟକରେ ଅଭିନୟ ପାଇଁ ମତେ ଡାକରା ଆସୁଥାଏ କିନ୍ତୁ ସେତେବେଳେ ଚିଠି ପାଇବାରେ ବିଳମ୍ବ ଯୋଗୁ ବହୁନାଟକରେ ଅଭିନୟ କରିବାରୁ ବଞ୍ଚିତ ହୋଇଛି। ଏପରିକି ଆଜିର ଓଡ଼ିଶା, ଆମ ଓଡ଼ିଶା, କୃଷି ଦୁନିଆକୁ ଏଡିଟିଂ କରିଛି। ଦୂରଦର୍ଶନରେ ପ୍ରସାରଣ କରାଯାଇଥିବା ଏକ ଧାରାବାହିକ ‘ସାରା ଆକାଶ’ରେ ପୋଲିସ ଇନ୍ସପେକ୍ଟର ଚରିତ୍ରରେ ପ୍ରଥମେ ଲୋକଲୋଚନକୁ ଆସିଥିଲି। ପରେ ଓଡ଼ିଆ ଧାରାବାହିକ ତାସ୍‌ର ଘର, ଓଁସାଇ, ଶିରିଡ଼ିସାଇ, ମନଅରଣ୍ୟ, ଜୀବନ ଯମୁନାରେ ଜୁଆର ଉଠେରେ, ତେଜସ୍ବିନୀ, ସିନ୍ଦୂରବିନ୍ଦୁ, ଟୋପାଏ ସିନ୍ଦୂର, ଶ୍ରୀମନ୍ଦିର, ନଣନ୍ଦ ପୁଟୁଳି, ସାବିତ୍ରୀ, ଶ୍ରୀଗୁରୁ ଭାଗବତ, ସମ୍ପର୍କ ହୃଦୟର, ଟୁପୁର ଟାପର, କୁମ୍‌କୁମ୍‌ ଏବଂ ଏକ୍‌ କାହାନି ହିନ୍ଦୀ ଧାରାବାହିକରେ ଅଭିନୟ କରିସାରିଛି। ସେହିପରି ରାଖୀ ବାନ୍ଧିଲି ମୋ ରଖିବ ମାନ, ଏସିପି ସାଗରିକା, ନଈ ସେପାରି କନକ ଗୋରୀ, ମାତୃଶକ୍ତି, ଗୁଣ୍ଡା ଆଦି ଏକାଧିକ ସିନେମାରେ ଅଭିନୟ କରିସାରିଛି। ଥରେ ବମ୍ବେରେ ‘ଧାଗେ କି ଜଞ୍ଜିର’ ସିନେମା ଶୁଟିଂରେ କ୍ଲାପ୍‌ ଦେଉଥିଲି। କିନ୍ତୁ କ୍ଲାପ୍‌ ଦେଲାବେଳେ ଜୟପ୍ରଦାଙ୍କ ଆଖିରେ କିଛି ଚକ୍‌ଖଡ଼ି ଗୁଣ୍ଡ ହୁଏତ ପଡ଼ିଥାଇପାରେ। ମାତ୍ର କ୍ୟାମେରା ପରିଚାଳନା କରୁଥିବା ନିର୍ଦ୍ଦେଶକ ଆକବର ବାଲମ୍‌ ହଠାତ୍‌ ବିରକ୍ତ ହୋଇ ସେଠାରୁ ଗୋଟେ ଝାଡ଼ୁ ଧରି ମୋତେ ବାଡ଼େଇବା ପାଇଁ ଗୋଡ଼ାଇଥିଲେ। ଏ କଥା ମୋର ଏଯାଏ ବି ମନେରହିଛି। ପୁରସ୍କାର ଅପେକ୍ଷା ଲୋକଙ୍କ ମନରେ ଅଭିନୟର ଛାପକୁ ବେଶି ପସନ୍ଦ କରେ। ଅବଶ୍ୟ ପୁରସ୍କାର ଭଲ ପାଇବାର ଏକ ଭିନ୍ନ ପରିଚୟ ସୃଷ୍ଟି କରେ। ତେବେ ୨ଝିଅ, ଗୋଟିଏପୁଅ ଏବଂ ପତ୍ନୀଙ୍କୁ ନେଇ ମୋର ଛୋଟିଆ ସଂସାର। ଏବେ ଅଭିନୟ ଅପେକ୍ଷା ଏଡିଟିଂ ପ୍ରତି ଅଧିକ ଆଗ୍ରହ ବଢ଼ିଯାଇଛି। ହେଲେ ଅଭିନୟ କରିବାରେ ଖୁବ୍‌ ଆନନ୍ଦ ମିଳିଥାଏ। -ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri