Posted inଫୁରସତ

କଳା କୁଶଳୀ ନିକୁଞ୍ଜ ବିହାରୀ

ଯେକୌଣସି କଳା ରୂପରେ ନିଜ ମାଟିର ସୁଗନ୍ଧ ରହିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ସେ ହେଉଛି ଯଥାର୍ଥ ଶିଳ୍ପୀ ଯାହାର ମୌଳିକତା ସ୍ବଭୂମିରୁ ବିକଶିତ ହୋଇଥାଏ । ଏହି ଦୃଷ୍ଟିକୋଣରୁ ନିକୁଞ୍ଜ ବିହାରୀ ଦାସଙ୍କ କଳା ଭାରତୀୟତାର ଆଧାରରୁ ଉଦ୍ଭୂତ । ମହାଭାରତୀୟ ସଂସ୍କୃତି ଓ ସଭ୍ୟତାର ସ୍ବାତନ୍ତ୍ର୍ୟ ଓ ବିଶେଷତ୍ୱ ତାଙ୍କ କଳାର ନେପଥ୍ୟରେ ଥାଇ ତାକୁ ଦିଏ ବିଶେଷ ଗରିମା । କେବଳ ସେତିକି ନୁହେଁ କଳା ଓ କଳାକାରଙ୍କ ଦୁନିଆକୁ ଗଢ଼ିବା ଲାଗି ଆପଣା ଶ୍ରମ, ନିଷ୍ଠା ଓ ତ୍ୟାଗର ପୁଟ ମାରି ସେ ନିଜ ମାଟିରେ ତିଆରି କରେଇଛନ୍ତି ଫକୀରମୋହନ ଆର୍ଟିଷ୍ଟିକ କ୍ରାଫ୍ଟସ ସ୍କୁଲ ଏବଂ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ। ଚିତ୍ର ଆଙ୍କୁଥିବା ପ୍ରତିଟି ବାଲେଶ୍ୱରବାସୀ ନିକୁଞ୍ଜ ବିହାରୀଙ୍କୁ ଚିହ୍ନନ୍ତି, ମାନନ୍ତି, ଭଲପାଆନ୍ତି ଏବଂ ଗର୍ବ କରନ୍ତି । ପ୍ରତିଭାବାନ ଏବଂ ଖ୍ୟାତିସମ୍ପନ୍ନ ଯୁବ କଳାକାରଙ୍କୁ ନେଇ ସ୍ବପ୍ନ ଦେଖନ୍ତି ସେ । ମାର୍ଗଦର୍ଶକ ସାଜି କେତେବେଳେ କ୍ୟାମ୍ପରେ ତ କେତେବେଳେ ସମୂହ କଳା ପ୍ରଦର୍ଶନୀରେ ସେମାନଙ୍କ କାନ୍ଧରେ କାନ୍ଧ ମିଳେଇ କାମ କରନ୍ତି । ତାଙ୍କ ଅନୁଷ୍ଠାନ ବ୍ୟତିରେକ ବାହାର ଅନୁଷ୍ଠାନଗୁଡ଼ିକରେ ପାଠ ପଢିବାକୁ ଚାହୁଁଥିବା ମେଧାବୀ ଅଥଚ ଆର୍ଥିକ ସ୍ତରରେ ଅନୁନ୍ନତ ଶିକ୍ଷାର୍ଥୀମାନଙ୍କୁ ନିକୁଞ୍ଜ ବିହାରୀ ଉଭୟ ଶୈକ୍ଷିକ ଏବଂ ଆତ୍ମିକ ସହାୟତା ବଢ଼େଦେଇ ଗୁରୁଙ୍କ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଥାନ୍ତି। ପ୍ରତିଭା ଓ ପରିଶ୍ରମକୁ ନେଇ ସଫଳତାର ରାସ୍ତା କେମିତି ଚାଲି ହୁଏ ଏବଂ ନିଜକୁ ଗୋଟେ ମାଇଲଖୁଣ୍ଟରେ କେମିତି ରୂପାନ୍ତରିତ କରେଇ ଅନ୍ୟମାନଙ୍କ ରାସ୍ତା ପାଇଁ କିଭଳି ଦିଗ ନିର୍ଦ୍ଦେଶ କରେଇ ହୁଏ ତା’ର ଏକ ଉଜ୍ଜ୍ୱଳ ଉଦାହରଣ ନିକୁଞ୍ଜ ବିହାରୀ ଦାସ।
ମେ ୫, ୧୯୬୯ରେ ବାଲେଶ୍ୱରର ଇତିହାସ ଖ୍ୟାତ ଇଞ୍ଚୁଡ଼ିଠାରେ ଜନ୍ମଗ୍ରହଣ କରନ୍ତି ନିକୁଞ୍ଜ ବିହାରୀ। ଚିତ୍ରକଳା ପ୍ରତି ଆଗ୍ରହୀ ହୋଇ ଓଡ଼ିଶା ଭଳି ରାଜ୍ୟରେ ଯେଉଁଠି ଚିତ୍ରକଳାକୁ କ୍ୟାରିଅର କରିବାକୁ ଲୋକେ ପାଗଳାମି ବୁଝନ୍ତି, ସେଇଠି ଖଲ୍ଲିକୋଟରେ ଥିବା ସରକାରୀ କଳା ମହାବିଦ୍ୟାଳୟରେ ଫାଇନ ଆଟର୍‌ସରେ ସ୍ନାତକ କଲେ। ପୁନଶ୍ଚ ବାରାଣସୀର ମହାତ୍ମା ଗାନ୍ଧୀ କାଶୀ ବିଦ୍ୟାପୀଠରେ ସ୍ନାତକୋତ୍ତର ହାସଲ କରି ନିଜ ଚିତ୍ରକର ଦୁନିଆକୁ ସୂକ୍ଷ୍ମତା ଓ ସୁକୁମାରତାର ସହ ନିର୍ମାଣ କରି ନିଜ ଅଞ୍ଚଳରେ ଚିତ୍ର ପାଇଁ ସମ୍ମାନ ଓ ଆଗ୍ରହ ତିଆରି କରେଇଥିଲେ।

ରାଜ୍ୟସ୍ତରୀୟ ସମ୍ମାନ ଓ ପୁରସ୍କାରର ପର୍ବ ଆରମ୍ଭ ହୁଏ ନିକୁଞ୍ଜ ବିହାରୀଙ୍କର ୧୯୮୯ରୁ ଖଲ୍ଲିକୋଟ କଲେଜରେ ପଢୁଥିଲାବେଳେ ବାର୍ଷିକ କଳା ପ୍ରଦର୍ଶନୀରେ । ପରେ ପରେ ଭାରତୀୟ ଚିତ୍ରକଳା ଉପରେ ଆଧାରିତ ଚିତ୍ରକଳା ପ୍ରଦର୍ଶନୀ ପାଇଁ ୧୯୯୩ରେ, ୨୦୦୨ରେ ସି.ଏସ୍‌.ଏ.ସି.ବାରିପଦା, ପୁଣେର ତିଳକ ସ୍ମାରକ ଟ୍ରଷ୍ଟ ଆନୁକୂଲ୍ୟରେ କଳା ପ୍ରଦର୍ଶନୀ, ୨୦୦୩ରେ ନାଗପୁର ଗଭର୍ନମେଣ୍ଟ ଆୟୋଜିତ ଏସ୍‌.ସି.ଜେଡ୍‌.ସି.ଇ. ସଂସ୍ଥା, ଅମୃତସରରେ ଇଣ୍ଡିଆନ ଏକାଡେମୀ ଅଫ ଫାଇନ ଆଟର୍‌ସ, ୨୦୦୪ରେ ଧାନବାଦରୁ, ୨୦୦୬ରେ ଓଡ଼ିଶାର ଲଳିତ କଳା ଏକାଡେମୀ ତରଫରୁ, ହରଦ୍ୱାରରେ ୨୦୧୭ରେ ଅଲ୍‌ ଇଣ୍ଡିଆ କଣ୍ଟେମ୍ପୋରାରି ଆର୍ଟ ପ୍ରଦର୍ଶନୀ ଦ୍ୱାରା ନିଜର ସ୍ବତନ୍ତ୍ର ଶୈଳୀରେ ଅଙ୍କିତ ଭାରତୀୟ ଚିତ୍ରକଳା ବା ପାରମ୍ପରିକ ଚିତ୍ରକଳା ପାଇଁ ନିକୁଞ୍ଜ ବିହାରୀ ବିଶେଷ ଭାବରେ ସମ୍ମାନିତ ଓ ପୁରସ୍କୃତ ହୋଇଛନ୍ତି। ପ୍ରତିଭା ସ୍ମୃତି ପରିଷଦ ବାଲେଶ୍ୱର ତରଫରୁ ପ୍ରତିଭା ସମ୍ମାନ, ଫକୀର ମୋହନ ସାହିତ୍ୟ ପରିଷଦ ତରଫରୁ ଉଦୟ ଜେନା ସ୍ମୃତି ସମ୍ମାନ, କଳାଶ୍ରୀ ସମ୍ମାନ, ଚାରୁକଳା ସମ୍ମାନ, ନୂଆଦିଲ୍ଲୀର ଅବନ୍ତିକା ସଂସ୍ଥା ତରଫରୁ ରାଷ୍ଟ୍ରୀୟ ସଦ୍‌ଭାବନା ସମ୍ମାନ, ଓଡ଼ିଶା ମଡର୍ନ ଆର୍ଟ ଗ୍ୟାଲେରି ଭୁବନେଶ୍ୱର ତରଫରୁ ଶିଳ୍ପୀ ସମ୍ରାଟ ସମ୍ମାନ, ଚିତ୍ରକଳା ସମ୍ମାନ, ଶିଳ୍ପୀ ସମ୍ମାନ ଭଳି ସମ୍ମାନପ୍ରାପ୍ତ ନିକୁଞ୍ଜ ବିହାରୀ ବିଶିଷ୍ଟ ଚିତ୍ରନିର୍ମାତା ସବ୍ୟସାଚୀ ମହାପାତ୍ରଙ୍କ ଦ୍ୱାରା କଟକର ବାଲିଯାତ୍ରା ପଡ଼ିଆରେ ଆମ ଓଡ଼ିଶା ନବବର୍ଷ ଉପଲକ୍ଷେ ସମ୍ବର୍ଦ୍ଧିତ ହୋଇଛନ୍ତି ।

ଜିଲା, ରାଜ୍ୟ ଭିତରେ ଦଳଗତ କଳା ପ୍ରଦର୍ଶନୀରେ ଭାଗ ନେବା ସଙ୍ଗେ ସଙ୍ଗେ ନିକୁଞ୍ଜ କିଶୋର ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଭାଗ ନେଇ ନିଜ ପାଇଁ ତଥା ନିଜ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି। ବାଲେଶ୍ୱରରୁ ବାରାଣସୀ, ଯୋଧପୁରରୁ ଜର୍ମାନୀ ଯାଏ ତାଙ୍କର କଳା ବିଭିନ୍ନ କଳା ପ୍ରଦର୍ଶନୀରେ ଅଂଶଗ୍ରହଣ କରି ଉଚ୍ଚ ପ୍ରଶଂସିତ ହୋଇଛି । ଏତଦ୍‌ବ୍ୟତୀତ ଦୁଇ ଦୁଇ ଥର ଏକକ କଳା ପ୍ରଦର୍ଶନୀ କରି ସେ ତାଙ୍କ ଶିଳ୍ପୀର ପଥକୁ ସୁଗମ କରିଛନ୍ତି । ତାଙ୍କର ବ୍ୟକ୍ତିଗତ କୃତିଗୁଡିକ ଭାରତରେ ଏବଂ ଭାରତ ବାହାରେ ଯେମିତି କି ଆମେରିକା, ଲଣ୍ଡନ, ଥାଇଲାଣ୍ଡ, ଜର୍ମାନୀ ଆଦି ରାଷ୍ଟ୍ରର ବିଭିନ୍ନ ଆର୍ଟ ଗ୍ୟାଲେରିର ଶୋଭା ବର୍ଦ୍ଧନ କରିବା ସଙ୍ଗେ ସଙ୍ଗେ ଭାରତୀୟ କଳା ଏବଂ ପରମ୍ପରାର କାହାଣୀ ସେହି ଦେଶର ଲୋକଙ୍କୁ ଶୁଣାଇ ଆସୁଛି।

ତାଙ୍କ ଲିଖିତ ପୁସ୍ତକ ”ଭାରତୀୟ କଳା“, ଭାରତୀୟ କଳା ଆଣ୍ଡ ବିୟୁଟି ପାରମ୍ପରିକ ଚିତ୍ରକଳାର ଅନେକ ଦିଗକୁ ଉନ୍ମୋଚିତ କରିବାରେ ଚିତ୍ରକର ଏବଂ କଳାପ୍ରେମୀଙ୍କ ପାଇଁ ସହାୟକ ସାବ୍ୟସ୍ତ ହୋଇଛି।

କଳା କ୍ଷେତ୍ରରେ ନିକୁଞ୍ଜ ବିହାରୀ ଦୀର୍ଘ ପଥର ପାନ୍ଥ । ତାଙ୍କ କଳାର ମୂଲ୍ୟାୟନ ବିଦଗ୍ଧ କଳା ରସିକମାନେ କରୁଛନ୍ତି ଓ ଆଗକୁ ମଧ୍ୟ କରିବେ । ତାଙ୍କ କଳାକୃତିର ପ୍ରଚାର ଓ ପ୍ରସାର ଆହୁରି ବ୍ୟାପକ ହେବା ଆବଶ୍ୟକ । ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ତାଙ୍କର କଳାର ପ୍ରସାର ପାଇଁ ପୃଷ୍ଠପୋଷକତା ମଧ୍ୟ ଜରୁରୀ ।
-ମାନମୟୀ ରଥ
ସେଣ୍ଟ ଜାଭିୟର୍ସ କିଡ୍ସ, ବାଲିପୁଟ, ପୁରୀ ମୋ: ୭୯୭୮୫୭୯୩୯୯


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri