Posted inଫୁରସତ

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ ଡେଇଁ ପ୍ରାଣପାତ କରି ନ ଥିଲେ ପୂର୍ବରୁ ଆମେ ଜାଣିଲେ। ମନ୍ଦିର ଦାଢ଼ରେ କୁଳୁକୁଳୁ ହୋଇ ନଈ ବହିଯାଉ ନ ଥିଲା ଯେ ନଈକି ଡେଇଁପଡ଼ିବେ! ମନ୍ଦିର ଆରମ୍ଭ ପୂର୍ବରୁ ଛଅ ବର୍ଷ ଧରି ପଥରରେ ଚାରିପଟ ନଦୀ ପୋତା ଯାଇଥିଲା, ସେ କଥା ଆମେ ବାୟାଚକଡ଼ା ପୋଥି ଆଧାରରେ ଆଲୋଚନା କରିଥିଲେ ପୂର୍ବରୁ। ପୋଥିରେ ଲେଖକ ଏହା ସ୍ପଷ୍ଟ କରି ଦେଇଥିଲେ। ତେଣୁ ଧର୍ମପଦ ଗଁାକୁ ଫେରିଯାଇଥିଲେ। ପଦାଧିକାରୀ ବଳଶ୍ରୀ ଓ ସହସ୍ରମଲ୍ଲ ପୁରସ୍କାର ଘୋଷଣା କରିଥିଲେ ତେଣୁ ସେମାନେ କାହିଁିକି ତାଙ୍କୁ ଜବରଦସ୍ତ ଗଁାକୁ ପଠାଇବେ? ସମ୍ମାନର ସହ ହାତୀରେ ବସି ଯିଏ ଗଁାକୁ ଯାଉଛନ୍ତି, ତାଙ୍କୁ କ’ଣ ତଡ଼ିଦିଆଯାଇଥିବ!
ବାସ୍ତବ-ରହସ୍ୟ ଏହାଠାରୁ ଭିନ୍ନ। ପେଯଖିଆ ଶାଗଖିଆକୁ ସହିପାରେନି। ଟୋକାଟେ ଆସି କୌଶଳରେ ସମସ୍ତଙ୍କୁ ନେଇ ଖଞ୍ଜିଦେଲା। ପୁରସ୍କାର ନେଇ ହାତୀ ପିଠିରେ ଗଲା, କେତେ ବାହାବାଃ ନେଲା… ଆମେ କ’ଣ ମୁତୁଫରକା…!! ଏଇ ମାନସିକତାକୁ ବୁଝିଥିଲେ ଧର୍ମପଦ। ଘଟଣାସ୍ଥଳରୁ ଅଣଆଡ଼ିଆ ହେଇଯିବାକୁ ନିଜେ ନିଜେ ନିଷ୍ପତ୍ତି ନେଇଥିଲେ। କେହି ତଡ଼ିଦେଇନି ତାଙ୍କୁ। ବାପା ଶିବେଇ ସାମନ୍ତରାଙ୍କ ଶିବିରରେ ରହି ବିଶ୍ରାମ ନେଇପାରିଥାନ୍ତେ। ରହିଥିଲେ ମଧ୍ୟ ସେଇ ଶିବିରରେ! ତେବେ ଦୂରେଇ ଯିବାକୁ ଚାହିଁଲେ। ଏଇ ଦୂରେଇ ଯିବାଟା ସେଇ ବାତାବରଣରେ ଭିନ୍ନ ରୂପ ନେଇଥିଲା। ବଡ଼ବଡ଼ୁଆ କହିଲେ, ଆମେ ବାରଶ ବଢ଼େଇ କାମ କରୁଛେ। ଜଣଙ୍କ ମୁଣ୍ଡରେ ପାଟଶାଢ଼ି ବନ୍ଧା ହେବା କ’ଣ ସୁନ୍ଦର! ଶିବେଇ ସାମନ୍ତରା କ’ଣ ବାରଶ ବଢ଼େଇଙ୍କ ସମ୍ମାନରେ ଦାୟ ନ ହୋଇ ପୁଅକୁ ଶ୍ରେଷ୍ଠତ୍ୱ ଦେବେ! ପୁଅରେ ଦାୟ ହେବେ! ତାକୁ ଶ୍ରେୟ ଦେବେ! ତା’ ମୁଣ୍ଡରେ ଶାଢ଼ିବନ୍ଧା ହେବ! ବାସ୍‌ ଶିବେଇଙ୍କ କାନରେ ଏକଥା ପଡ଼ିଛି… ତାଙ୍କରି ନୀରବ ସହମତିରେ ଗଜପତି କୋଣାର୍କରେ ପଦାର୍ପଣ ପୂର୍ବରୁ ପୁଅ ଯାଇ ଗଁାରେ ପହଞ୍ଚତ୍ୟାଇଛି। ଜଣେ ଆଡ଼େଇଗଲେ ଚର୍ଚ୍ଚାରୁ ଦୂରେଇ ଯିବ। ସଭିଏଁ ଶ୍ରେୟ ପାଇବେ। ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା। ବାରଶ ବଢ଼େଇରେ ଦାୟ… ନଁା ପୁଅରେ ଦାୟ। ଏପରି ଏକ ପ୍ରହେଳିକା ତୁଣ୍ଡରୁ ତୁଣ୍ଡକୁ ବ୍ୟାପିଗଲା। ଗଜପତି ଆସିଲାବେଳକୁ ଚର୍ଚ୍ଚାରୁ ଧର୍ମପଦ କାହିଁ କେତେ ଦୂର ପଛକୁ ଚାଲିଗଲେଣି।
କେଉଁ ଏକ ଉଦୁଉଦିଆ ଦି’ପହରେ ଏଇ ପଛକୁ ଚାଲିଯିବାଟା ‘ମାରିଦିଆଗଲା’ର ଲୋକକଥା ହୋଇ ଜନ୍ମ ନେଇଥିବ। ଯିଏ ଶୁଣିଥିବେ ପାଟିରୁ ଧର୍ମପଦ ପାଇଁ ଆହା… ସୃଷ୍ଟି ହୋଇଥିବ। ଦୁଃଖାନ୍ତ ଭାବ ସାହିତ୍ୟରେ ସ୍ଥାନ ପାଇଥିବ। ତାହା ହିଁ ତୁଣ୍ଡରୁ ତୁଣ୍ଡକୁ ବ୍ୟାପିଥିବ। ଲୋକତାନ୍ତ୍ରିକ ତରିକାରେ ମହାଜନମାନଙ୍କୁ ଠିକ୍‌ ଲାଗିଥିବ। ଜଣେ ଗଣଙ୍କ ପାଇଁ ଦାୟୀ ନ ହୋଇ ଆଉ କ’ଣ ପୁଅ ବୋଲି ଜଣଙ୍କ ପାଇଁ ଦାୟୀ ହୋଇଥାନ୍ତା!! ସାମାଜିକ ଦୃଷ୍ଟିରୁ ଉଦାର ଉଦାହରଣ ଦୃଷ୍ଟିରୁ ଠିକ୍‌ ଲାଗିପାରେ।
ଅନ୍ୟ ଦୃଷ୍ଟିରୁ… ଏପରି ଜଣେ ଶିଳ୍ପ ବିଜ୍ଞାନୀଙ୍କୁ ୟେ ଜାତି ସଂସାରରୁ ବିଦାୟ କରିଦେଇପାରେ! ତା’ ସ୍ବୀକୃତିକୁ ଅପହରଣ କରିପାରେ! ଭାବାବେଗରେ ନିଜେ ନ କରି ଶ୍ରେୟ ନେଇପାରେ! ଜାତିର ମାନସିକତା ଲଙ୍ଗଳା ଲଙ୍ଗଳା ଲାଗୁନି ତ!
ଘଟଣାକୁ ସକାରାତ୍ମକ ଢଙ୍ଗରେ ସଜେଇଥିଲେ ଇତିହାସ ଗୌରବ ମଣ୍ଡିତ ହୋଇଥାନ୍ତା। ବିଭ୍ରାନ୍ତିକର ଐତିହ୍ୟରେ ପରିଣତ ହେବାରୁ ଆମକୁ ବାହାର ଇତିହାସକାର ଆଙ୍ଗୁଠି ଦେଖାଇବାକୁ ପଛେଇଲେ ନାହିଁ। ସେ ଅନ୍ଧାର ଭିତରୁ ଆମେ ମୁକୁଳିନେ। ମୁକୁଳିଥିଲେ କୋଣାର୍କର ‘ପଦ୍ମଦଣ୍ଡ’ ଆମେ ଖୋଜିଥାନ୍ତେ। ଆଜି ପଦ୍ମଦଣ୍ଡ ବିଜେ କରିଥାନ୍ତା ଗଣତନ୍ତ୍ରର ମନ୍ଦିରରେ। ଦିଲ୍ଲୀରେ…।
ପୂର୍ବରୁ ଆମେ ଆଲୋଚନା କରିଥିଲେ, କଳସ ମୁଦ ଦିଆଗଲାବେଳେ ୧୦ଟି ଦ୍ରବ୍ୟ ପ୍ରୟୋଗ ହୋଇଥିଲା। ମୁଦ ସମୟରେ ରାଜଗୁରୁ ମହାଶୟ ମଙ୍ଗଳମନ୍ତ୍ର ଉଚ୍ଚାରଣ କରିଥିଲେ। ସଙ୍ଗୀତଜ୍ଞମାନେ ବାଦ୍ୟଯନ୍ତ୍ର ବାଦନ କରିଥିଲେ। ପଦ୍ମଦଣ୍ଡ ଥିଲା ସୂତ୍ରଧରଙ୍କ ଶିବିରରେ। ଦଶଜଣ ଶିଳ୍ପୀଙ୍କ ସହିତ ସୂତ୍ରଧର, ଗଙ୍ଗା ମହାପାତ୍ର ଓ ନାରାୟଣ ମହାପାତ୍ର ପଦ୍ମଦଣ୍ଡଙ୍କୁ ଶିବିରରୁ ଶୋଭାଯାତ୍ରାରେ ଯଜ୍ଞସ୍ଥଳକୁ ବିଜେ କରାଇଥିଲେ। ରାଜଗୁରୁ ଆଗରେ ରହି ବେଦମନ୍ତ୍ର ଉଚ୍ଚାରଣ କରୁଥିଲେ। ମଙ୍ଗଳବାଦ୍ୟରେ କୋଣାର୍କର ବାଲୁକାବନ୍ତ ଝଙ୍କୃତ ହେଉଥିଲା। ପଦ୍ମଦଣ୍ଡ ଯଜ୍ଞବେଦୀ ନିକଟରେ ପହଞ୍ଚତ୍ବା ବେଳକୁ ଗଜପତି ନୂତନ ସିଲ୍‌କ ବସ୍ତ୍ର ପରିଧାନ କରି ବେଦୀ ନିକଟରେ ବିରାଜମାନ କରିଥିଲେ। ମହାସମାରୋହରେ ଯଜ୍ଞ ସମାପ୍ତ ହେଲା। ଏଇଠି ପ୍ରଶ୍ନଟିଏ ମନରେ ଆସୁଛି। ପୁଅ ଯଦି ମରିଥାନ୍ତା, ସୂତ୍ରଧର ଅଣଶୁଦ୍ଧିଆ ହୋଇଥାନ୍ତେ। ପଦ୍ମଦଣ୍ଡ ସ୍ପର୍ଶ କରିପାରି ନ ଥାନ୍ତେ। ଶୋଭାଯାତ୍ରାରେ ଯଜ୍ଞବେଦିକି ତ ଯାଇପାରି ନ ଥାନ୍ତେ। ରାଜଗୁରୁ ତାଙ୍କୁ ଅଶୌଚରେ ଅନୁମତି ଦେଇଥାନ୍ତେ କି?

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଏହି ମସିହାରେ ପୃଥିବୀରୁ ଅଦୃଶ୍ୟ ହୋଇଯିବେ ମନୁଷ୍ୟ: ବାବା ଭେଙ୍ଗାଙ୍କ ଲୋମଟାଙ୍କୁରା ଭବିଷ୍ୟବାଣୀ

ନୂଆଦିଲ୍ଲୀ,୩।୫: ବୁଲଗେରିଆରେ ରହୁଥିବା ବିଶ୍ୱର ପ୍ରସିଦ୍ଧ ଭବିଷ୍ୟବକ୍ତାମାନଙ୍କ ମଧ୍ୟରୁ ବାବା ଭେଙ୍ଗା ଅନ୍ୟତମ। ସେ ୧୯୧୧ରେ ଜନ୍ମଗ୍ରହଣ କରିଥିଲେ। ବାବା ଭେଙ୍ଗା ମାତ୍ର ୧୨ ବର୍ଷ...

ବିଶ୍ୱର ସବୁଠୁ ଉତ୍ତପ୍ତ ସ୍ଥାନ: ତାପମାତ୍ରା ଜାଣିଲେ ଉଡିଯିବ ହୋଶ୍‌

ଭାରତର ସବୁଠାରୁ ଗରମ ମାସ ହେଉଛି ମେ’ ଏବଂ ଜୁନ। ଦେଶର ଅନେକ ସ୍ଥାନରେ ପ୍ରବଳ ଗରମ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। କିନ୍ତୁ ବିଶ୍ୱରେ...

ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ

ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ ପ୍ରତିବର୍ଷ ମେ’ ୩ରେ ସମଗ୍ର ବିଶ୍ୱରେ ପାଳନ କରାଯାଏ।  ଏହି ଦିନଟି ଭାରତ ତଥା ସମଗ୍ର ବିଶ୍ୱରେ ଗଣମାଧ୍ୟମର ଅବଦାନକୁ...

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି...

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା...

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri