Posted inଫୁରସତ

କୋଶଳାଶୁଣୀ ଜଙ୍ଗଲ

ବୃକ୍ଷ ହିଁ ଜୀବନ। ହେଲେ ଦିନକୁ ଦିନ ଜଙ୍ଗଲରୁ ବହୁଳମାତ୍ରାରେ ଗଛ କଟା ହେବା ଯୋଗୁ ଜଙ୍ଗଲ କ୍ଷୟ ହେଉଛି। ଏଥିଯୋଗୁ ପ୍ରକୃତି ତା’ର ଭାରସାମ୍ୟ ହରାଇବାକୁ ବସିଲାଣି। ଏମିତିକି ପରିବେଶ ସନ୍ତୁଳନରେ ବାଧା ବି ଉପୁଜିଲାଣି। ଏମିତି ପରିସ୍ଥିତିରେ କେତେକ ଗାଁର ଲୋକମାନେ ଜଙ୍ଗଲ ବଞ୍ଚାଇବାର ପ୍ରୟାସ ଜାରି ରଖିଛନ୍ତି।

ଜିଲାର ଖୋର୍ଦ୍ଧା ବନଖଣ୍ଡ ଅଧୀନ ବୋଲଗଡ଼ ବ୍ଲକ ଅନ୍ତର୍ଗତ ଆରିକମା ଗ୍ରାମସ୍ଥିତ କୋଶଳାଶୁଣୀ ଜଙ୍ଗଲ। ପ୍ରାୟ ଏରିଆ-ଏ୩୦୭.୫୮୪ଡିସିମିଲରୁ ଅଧିକ। ମାଣିବନ୍ଧ, ଅଟକ ଜଙ୍ଗଲ ଅନ୍ତର୍ଗତ ଆରିକମା ଜଙ୍ଗଲ ରହିଛି। ଏହି ଜଙ୍ଗଲ ଉପରେ ନିର୍ଭରଶୀଳ ଗାଁ ଭାବେ- ଆରିକମା, ଭବାନୀପୁର, ଶଙ୍କରପୁର, କାଦୁଆପଡ଼ା, ଠଣାପଲ୍ଲୀ ଓ କୋଟସିଙ୍ଗା । କିନ୍ତୁ ଏହି ଜଙ୍ଗଲ ସୁରକ୍ଷା ସମ୍ପର୍କରେ ଜଙ୍ଗଲ ସୁରକ୍ଷାସମିତିର ସଭାପତି ବଂଶୀଧର ପଣ୍ଡା କୁହନ୍ତି,ଜଙ୍ଗଲ ସୁରକ୍ଷାକାରୀ ବନ୍ଧୁମାନେ ହାତରେ ଠେଙ୍ଗା, କାନ୍ଧରେ ହତିଆର ଧରି ଜଙ୍ଗଲର ସୁରକ୍ଷା କରିଆସୁଛନ୍ତି। ଜଣେ କି ଦୁଇଜଣ ନୁହେଁ ପ୍ରାୟ୬/୭ଖଣ୍ଡ ଗାଁର ବଛାବଛା ଜଙ୍ଗଲ ସମିତିର ସଦସ୍ୟମାନେ। ଜଙ୍ଗଲର ସୁରକ୍ଷା ଓ ସଂରକ୍ଷଣ ବ୍ୟବସ୍ଥା ଲାଗି ଗାଁର ଲୋକେ ଠେଙ୍ଗାପାଳି ଅନୁଯାୟୀ କ୍ରମାନ୍ବୟରେ ପ୍ରତିଦିନ୧୨ଜଣ ଲେଖାଏଁ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଜଙ୍ଗଲରେ ପହରା ଦେଇଆସୁଛନ୍ତି। ରାତିରେ ମଧ୍ୟ ଜଗାରଖା କରାଯାଇଥାଏ। ଯଦି କାହାରି ପାଳିରେ ତ୍ରୁଟି ପରିଲକ୍ଷିତ ହୁଏ, ତେବେ ଗାଁ ଲୋକଙ୍କ ସମୂହ ନିଷ୍ପତ୍ତିରେ ବିଚାର ଅନୁସାରେ ୫୦ଟଙ୍କା ଆଦାୟ କରାଯାଏ। ଜଗୁଆଳିମାନଙ୍କ ରହଣି ନିମନ୍ତେ ୪ଟି ଆବାସସ୍ଥଳ, ପିଇବାପାଣି ପାଇଁ କୂଅ ଓ ସାଧାରଣ ଯାତ୍ରୀଙ୍କ ପାଇଁ ବିଶ୍ରାମାଗାରକୁ ଗ୍ରାମବାସୀ ତିଆରି କରିଛନ୍ତି। ଜଙ୍ଗଲକମିଟି ସଦସ୍ୟମାନଙ୍କ ଗୋଟିଏ ସ୍ଲୋଗାନ ‘ଜଙ୍ଗଲ ରକ୍ଷା ଓ ପରିବେଶ ସୁରକ୍ଷା’। ଏହି ଜଙ୍ଗଲରେ ବିଭିନ୍ନ ପ୍ରକାର ଗଛଲତା ମଧ୍ୟରେ ବିଶେଷକରି ପ୍ରାୟ ୯୦ପ୍ରତିଶତ ଶାଳ ଏବଂ ଅନ୍ୟାନ୍ୟ ଗଛ ଭାବେ ପିଆଶାଳ, ଅସନ, ବାହାଡ଼ା, ମହୁଲ, କୁରୁମ, ଶାଗୁଆନ, କେନ୍ଦୁ, ଖୁଆମ, ବାନ୍ଧଣ, କଷାକେନ୍ଦୁ, କୋଚିଲା, ତେନ୍ତୁଳି, ଆମ୍ବ, ପଣସ, ଜାମୁକୋଳି, ବରକୋଳି, ବେଲ, ହରିଡ଼ା, ବାହାଡ଼ା, ଅଁଳା, ନିମ୍ବ ଆଦି ନାନା ପ୍ରକାର ବୃକ୍ଷଲତା ରହିଛି। ସେହିପରି ଏହି ଜଙ୍ଗଲରେ ବାସକରୁଥିବା ପଶୁପକ୍ଷୀଙ୍କ ମଧ୍ୟରେ ଏଠାରେ ଅନେକ ସମୟରେ- ବାରହା, ଝିଙ୍କ, ମୟୂର, ଗାଡ଼ଭାଲୁ, କୁଟ୍ରା, ବଣକୁକୁଡ଼ା, ଅଜଗର, ନେଉଳ, ଠେକୁଆ,ଶିଆଳ ଆଦି ଜୀବଜନ୍ତୁ ଚଳପ୍ରଚଳ କରୁଥିବାର ଦେଖିବାକୁମିଳେ। ଜଙ୍ଗଲ ସୁରକ୍ଷା ଯୋଗୁ ଏହି ଜଙ୍ଗଲ ମଧ୍ୟରେ ବିଭିନ୍ନ ଜୀବଜନ୍ତୁ ଅବାଧରେ ଚରାବୁଲା କରିପାରୁଛନ୍ତି।

ପ୍ରଥମେ ଏହି ଜଙ୍ଗଲକୁ ୧୯୬୫ମସିହାରୁ ସଂରକ୍ଷଣ ଓ ସୁରକ୍ଷା କରୁଥିବା ପ୍ରାୟ ୧୫୧ଟି ପରିବାର ମଧ୍ୟରେ ଆରିକମା, ଶଙ୍କରପୁର, ଭବାନୀପୁର ବାସିନ୍ଦା ପ୍ରମୁଖ ଅଛନ୍ତି । ଆଖପାଖ ସ୍ଥାନୀୟ ଗ୍ରାମର ଗରିବ ଲୋକଙ୍କ ଆର୍ଥିକ ସୁଧାର ପାଇଁ ଜଙ୍ଗଲଜାତ ମହୁଲ, ଝାଡ଼ୁ, ଶାଳଫୁଲ, ଖଜୁରି ସଂଗ୍ରହ କରିଥାନ୍ତି। ବନସୁରକ୍ଷା ନିମନ୍ତେ ସରକାରୀସ୍ତରରେ ୨୦୦୬ରେ ଜଙ୍ଗଲ ବିଭାଗ ପକ୍ଷରୁ ଏହି ଜଙ୍ଗଲ ସୁରକ୍ଷା ପାଇଁ ଏକ ଜଙ୍ଗଲ ସମିତି ଗଠନ କରାଯାଇଥିଲା । ୨୦ଜଣିଆ ପରିଚାଳନା ପରିଷଦ ଦ୍ୱାରା ପଦକ୍ଷେପ ନିଆଯାଇଥାଏ। ସମ୍ପାଦକ ପ୍ରଦୀପ କୁମାର ପଟ୍ଟନାୟକ କୁହନ୍ତି, ଏହି ଜଙ୍ଗଲ ସୁରକ୍ଷାର ୫୦ବର୍ଷ ପୂର୍ତ୍ତି ଉପଲକ୍ଷେ ୨୦୧୫ରେ ଖୋର୍ଦ୍ଧା ଜିଲାପାଳ, ଡିଏଫଓ, ରେଞ୍ଜର ଏବଂ ସ୍ଥାନୀୟ ଜନସାଧାରଣ ପରିବେଶବିତ୍‌ ଯୋଗଦେଇଥିଲେ। ଜଙ୍ଗଲ ସୁରକ୍ଷା ପାଇଁ ଏଠାରେ ୨୧ଜଣଙ୍କୁ ସମ୍ମାନିତ କରାଯାଇଛି। ଏହି ଜଙ୍ଗଲ ମଧ୍ୟରେ ମା କୋଶଳାଶୁଣୀଙ୍କ ପୀଠ ରହିଛି। ଉକ୍ତ ପୀଠକୁ ଏକ ଇକୋ ଟୁରିଜମ କେନ୍ଦ୍ରଭାବେ ଘୋଷଣା କରାଯାଇଛି। ୨୦୧୪ମସିହାରେ ବିଜୁ ପଟ୍ଟନାୟକ ପୁରସ୍କାର, ୨୦୧୬ରେ ପ୍ରକୃତିମିତ୍ର ପୁରସ୍କାର ମିଳିଛି। ପ୍ରତିବର୍ଷ ଜଙ୍ଗଲ ସୁରକ୍ଷାସମିତି ତରଫରୁ ମାର୍ଚ୍ଚ୨୧କୁ ଧରିତ୍ରୀ ଦିବସ, ଜୁନ୍‌ ୫ ପରିବେଶ ଦିବସ, ଜୁଲାଇ ୧ରୁ ୭ ବନମହୋତ୍ସବ ପାଳନ କରାଯାଇଥାଏ। ଏହି ସମୟରେ ପଡ଼ିଆଜାଗାରେ ନୂଆ ଚାରା ଲଗାଯାଏ। ମୃତ୍ତିକା ସଂରକ୍ଷଣ ପାଇଁ ଆଡ଼ିବନ୍ଧ କରାଯାଇଥାଏ। ଏଥିଯୋଗୁ ଜଙ୍ଗଲ ନିଆଁ ଆୟତ୍ତ ହୋଇପାରୁଛି। କୋଷାଧକ୍ଷ ରାମଚନ୍ଦ୍ର ପ୍ରତାପସିଂହ କୁହନ୍ତି- ଗ୍ରାମବାସୀଙ୍କ ଉଦ୍ୟମରେ ଲୁପ୍ତପ୍ରାୟ ଜଙ୍ଗଲର ସୁରକ୍ଷା ହୋଇପାରୁଛି। କିନ୍ତୁ ଜୀବଜନ୍ତୁଙ୍କ ପାଇଁ ପିଇବାପାଣିର ଅଭାବ ଯୋଗୁ ସେମାନେ ରାସ୍ତା ଉପରକୁ ପାଣିପିଇବା ସନ୍ଧାନରେ ଚାଲିଆସୁଥିବା ବେଳେ ବିପଦର ସମ୍ମୁଖୀନ ହୋଇଥାନ୍ତି। ତେଣୁ ଜଳାଶୟର ଆବଶ୍ୟକତା ରହିଛି। ତେବେ ଗ୍ରାମବାସୀଙ୍କ ଉଦ୍ୟମରେ ଏହି ସବୁଜିମା ପରିବେଶ ସୃଷ୍ଟି ହୋଇଛି। ଏଥିପାଇଁ ଦିନରାତି ଜଙ୍ଗଲ ଜଗିବାକୁ ଚିନ୍ତା କରିଛନ୍ତି। ଅନ୍ୟପକ୍ଷେ ଏହି ପ୍ରାକୃତିକ ପରିବେଶକୁ ଦେଖିବା ପାଇଁ ବର୍ଷର ବିଭିନ୍ନ ସମୟରେ ଏଠାକୁ ପ୍ରକୃତିପ୍ରେମୀ, ପରିବେଶବିତ୍‌ ଓ ପର୍ଯ୍ୟଟକମାନେ ଆସିଥାନ୍ତି।

-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri