Posted inଫୁରସତ

ସଂଘର୍ଷର ନାଁ କବିତା

ପ୍ରତ୍ୟେକ ସଫଳ ମଣିଷ ପଛରେ ଲୁଚି ରହିଥାଏ ତା’ର ସଂଘର୍ଷର କାହାଣୀ। ଦୁଃଖ କଷ୍ଟ, ନିର୍ଯ୍ୟାତନା ଓ ସଂଗ୍ରାମ ମଧ୍ୟରେ କାର୍ଯ୍ୟ ପ୍ରତି ନିଷ୍ଠା ଓ ଆନ୍ତରିକତା ତାଙ୍କୁ ଦେଇଥାଏ ସମାଜରେ ଭିନ୍ନ ମଣିଷର ପରିଚୟ। ଏପରି ଜଣେ ଅନନ୍ୟା ହେଲେ ଓଡ଼ିଶାର ପ୍ରଥମ ମହିଳା ସ୍ଥପତି କବିତା ମହାନ୍ତି। ହାତରେ ନିହାଣ ଓ ମୁଗୁର ଧରି ପଥର ମୂର୍ତ୍ତି ଗଢ଼ିବା ପରି ନିଜ ଜୀବନକୁ ମଧ୍ୟ ଗଢ଼ି ତୋଳିଛନ୍ତି ନିଜ ଚେଷ୍ଟାରେ। ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ପିତା ବିଭୂତି ଭୂଷଣ ମହାନ୍ତିଙ୍କ କନିଷ୍ଠ କନ୍ୟା କବିତା ୧୯୬୭ ମସିହା କଟକ ଜିଲାର ସୁନ୍ଦର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ପିତା ଥିଲେ ଜଣେ ଖ୍ୟାତନାମା ଡ୍ରାମା, ଗୀତିନାଟ୍ୟ ଓ ଗୋଟିପୁଅ ନୃତ୍ୟ ନିର୍ଦ୍ଦେଶକ। ତାଙ୍କଠାରୁ ପ୍ରେରଣା ପାଇ ଖୁବ୍‌ ଛୋଟବେଳୁ ନାଟକରେ ଅଭିନୟ କରିବା ସହିତ ଚିତ୍ର ଓ ମାଟିର ମୂର୍ତ୍ତି ଗଢ଼ୁଥିଲେ କବିତା। ବାପାଙ୍କର ସ୍ବପ୍ନ ଥିଲା ଝିଅ କଳାକାର ହୋଇ ତାଙ୍କ ନାମ ରଖିବ। ବିଧାତାଙ୍କର କିନ୍ତୁ ଥିଲା ଭିନ୍ନ ନିର୍ଦ୍ଦେଶ। ମାତ୍ର ୧୦ ବର୍ଷ ବୟସରେ ଷଷ୍ଠ ଶ୍ରେଣୀରେ ପଢିବା ବେଳେ ସବୁଦିନ ପାଇଁ ବାପାଙ୍କୁ ହରାଇ ବସିଲେ ସେ। କବିତା କୁହନ୍ତି, ବାପା ଚାଲିଗଲା ପରେ ଘରେ ଅନ୍ୟ କାହାଠାରୁ ଉତ୍ସାହ ମିଳି ନ ଥିଲା। ଏପରିକି ଲୁଚିଛପି ଚିତ୍ରକଳା ପ୍ରତିଯୋଗିତା, ଚିତ୍ର ପ୍ରଦର୍ଶନୀରେ ଭାଗ ନେଇ ଘରକୁ କପ୍‌ଟିଏ ଆଣିଲେ ମୋତେ ମାଡ ଗାଳି ମିଳୁଥିଲା। ହାଇସ୍କୁଲ ପାଠ ଶେଷ କରି ୧୯୮୩ ମସିହାରେ ମୁଁ ଖଲ୍ଲିକୋଟ ସ୍ଥିତ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଦରଖାସ୍ତ କରିଥିଲି। ଆସିଥିବା ଚିଠିକୁ ଘର ଲୋକେ ଲୁଚାଇଦେଲେ। ସେମାନଙ୍କ ଇଚ୍ଛା ଥିଲା ମହିଳା ପଲିଟେକ୍‌ନିକ୍‌ରେ ପାଠ ପଢି ବାହା ହୋଇ ଘର ସଂସାର କରେ। କିନ୍ତୁ ମୁଁ ମୋ ଜିଦ୍‌ରେ ଅଟଳ ରହି ଖଲ୍ଲିକୋଟ ଗଲି। ପଢା ସମୟର ଖର୍ଚ୍ଚ ବହନ କରିବା ସମ୍ଭବ ନ ହେବାରୁ ଗୋଟେ ବର୍ଷ ପରେ ଚାଲି ଆସି ବିଭୂତି କାନୁନ୍‌ଗୋ ଚାରୁ କଳା ମହାବିଦ୍ୟାଳୟରେ ନାମ ଲେଖାଇଲି। ପରିବାର ଲୋକଙ୍କୁ ବିରୋଧ କରି ଜିଦ୍‌ରେ ଚିତ୍ର ଶିକ୍ଷା କରିଥିବାରୁ ସେମାନେ ରାଗିଯାଇ ମୋ ମାଟ୍ରିକ ସାର୍ଟିଫିକେଟ ସହିତ କେଇଟା ତୈଳଚିତ୍ର ଜାଳିଦେଲେ। ଆଖି ସାମ୍ନାରେ ଜଳିପୋଡି ପାଉଁଶ ହୋଇଗଲା ମୋ କଳ୍ପନାର ରଙ୍ଗ ଦେଇ ଆଙ୍କିଥିବା ଚିତ୍ର; ଯାହା ଥିଲା ମୋ ଜୀବନର ଏକ ଦୁଃଖଦାୟକ ଘଟଣା। ସେହି ମୁହୂର୍ତ୍ତରୁ ଘର ଛାଡି ଚାଲିଆସିଲି। ବଡ ଦୁଇ ଭଉଣୀ ମମତା ଓ ସବିତାଙ୍କ ସହାୟତା ରହିଥିଲା। ନିଜର ଖର୍ଚ୍ଚ ବହନ ପାଇଁ ଓମ୍‌ଫେଡ୍‌ ମିଲ୍କ ଏଜେଣ୍ଟ ଭାବେ କାମ କରିବା ସହିତ ଘରୋଇ ଭାବେ କିଛି ପିଲାଙ୍କୁ ଚିତ୍ରକଳା ଶିକ୍ଷା ଦେବା ଆରମ୍ଭ କଲି; ଯାହା ମୋ ପଢ଼ା ସମୟର ରଙ୍ଗ ତୂଳୀ ଖର୍ଚ୍ଚରେ ସହାୟକ ହୋଇଥିଲା। ମୂର୍ତ୍ତି ନିର୍ମାଣକାରୀଟିଏ ହେବା ଆଶାରେ କଲେଜରେ ସ୍ପେଶାଲାଇଜେଶନ୍‌ ରୂପେ ସ୍ଥପତି ବିଦ୍ୟା ନେଇଥିଲି। ସେଠି ମଧ୍ୟ ଏକାକୀ ଝିଅ ହୋଇଥିବାରୁ ପ୍ରଥମେ ସାଥୀ ପୁଅମାନଙ୍କଠାରୁ ଉପହାସ ସହିବାକୁ ପଡିଥିଲା। ପରେ କିନ୍ତୁ ମୋର କାମ ପ୍ରତି ଏକାଗ୍ରତା ଦେଖି ସେମାନେ ସହଯୋଗର ହାତ ବଢ଼ାଇଥିଲେ। ମାଟି ନିଜେ ଚକଟିବାଠାରୁ ଆରମ୍ଭ କରି ପ୍ଲାଷ୍ଟର କାମ ଖୁବ୍‌ ଉତ୍ସାହର ସହ କରୁଥିଲି। ପ୍ରଖ୍ୟାତ ସ୍ଥପତି ଅଦ୍ୱୈତ ଗଡ଼ନାୟକଙ୍କ ମାର୍ଗଦର୍ଶନ ମୋ କାମକୁ ଅଧିକ ଶକ୍ତ କରିଛି। ନୂଆ ନୂଆ ପଥର କାଟିଲା ବେଳେ ଲକ୍ଷ୍ୟଚ୍ୟୁତ ହୋଇ ମୋ ବାମ ହାତର ବୁଢ଼ା ଆଙ୍ଗୁଳି ହାତୁଡି ମାଡ ଖାଇ ବାରମ୍ବାର ଫାଟୁଥିଲେ ବି ବନ୍ଧୁ ଆଦିତ୍ୟ, ସାଙ୍ଗ ଓ ସାର୍‌ମାନେ ମୋତେ ସାହସ ଦିଅନ୍ତି, ତେଣୁ ମୋ ଲକ୍ଷ୍ୟ ଆଗରେ ଶରୀର ପୀଡା ହାର ମାନିଛି। କାହିଁକିନା ମନରେ ଏପରି ଥିଲା କେବେ କେହି ନ କୁହନ୍ତୁ ଯେ, ବିଚାରି ଝିଅମାନଙ୍କ ପାଇଁ ସ୍ଥପତି ବିଦ୍ୟା ସହଜ ନୁହେଁ। ଗୁରୁ ଦୀନନାଥ ପାଠୀଙ୍କ ସହଯୋଗ ପାଇ ମଁୁ ପାଠ ପଢ଼ି ପାରିଛି। ଗୁରୁ ଦାମୋଦର ବେହେରା ଓ ଦେବରାଜ୍‌ ସାହୁଙ୍କଠାରୁ ଟେରାକୋଟା, ପଥର ଓ ମାଟି ମୂର୍ତ୍ତି କାମ ଶିକ୍ଷା କରଛି। ୧୯୮୮ମସିହାରେ ମୋର ଡିଗ୍ରୀ ଶେଷ ହେବା ପରେ ୧୯୮୯ରେ ମୁଁ ମନୋମାନିନୀ ନାମକ ଏକ ଅନୁଷ୍ଠାନ ଗଢିଲି ଟେରାକୋଟା, ହସ୍ତଶିଳ୍ପ, ଚିତ୍ରକଳା, ଓଡ଼ିଶୀ, କଥକ, ସଙ୍ଗୀତ ଶିକ୍ଷା ଦେବା ଲକ୍ଷ୍ୟରେ। ଉଦ୍ଦେଶ୍ୟ ଥିଲା ପାରିବାରିକ ଓ ଆର୍ଥିକ ସହାୟତା ପାଉ ନ ଥିବା ପିଲାଟିଏ ସ୍ବାବଲମ୍ବୀ ହୋଇ ବାହାରୁ। ପାଞ୍ଚଜଣ ପିଲାଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନରୁ ବର୍ତ୍ତମାନ ଅନେକ ପିଲା ଶିକ୍ଷା ଗ୍ରହଣ କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ଚିତ୍ରକଳା ବ୍ୟତୀତ ଅଭିନୟରେ ବି ମୋର ରୁଚି ରହିଛି। ମାଉସୀ, ଭାଗ୍ୟ ବିଧାତା, ପଣତ କାନି, କଥା କହୁଥିଲେ ସରିବନି, ନ୍ୟାୟ ଅନ୍ୟାୟ ପରି କେତେକ ଧାରାବାହିକରେ ମଧ୍ୟ କାମ କରିଛି। ସ୍ବାମୀ, ପୁଅ ଓ ଦୁଇଝିଅଙ୍କୁ ନେଇ ଏବେ ମୋର ସଂସାର। ମୋ ମତରେ, ‘କଳାକାର ପାଇଁ ପ୍ରେରଣାର ଆବଶ୍ୟକତା ରହିଛି। ସରକାର ସ୍ଥପତି ବିଦ୍ୟା ବିଶେଷ କରି ନାରୀ ସ୍ଥପତିଙ୍କ ବିକାଶ ପାଇଁ ଦୃଷ୍ଟି ଦେବା ଉଚିତ। ’ ପୁରସ୍କାରକୁ ଆଶା ନ କରି ନିଜ କର୍ତ୍ତବ୍ୟ ପଥରେ ଆଗେଇ ଚାଲିଥିବା କବିତାଙ୍କୁ ତାଙ୍କ କାରୁକାର୍ଯ୍ୟ ପାଇଁ ଅନେକ ଅନୁଷ୍ଠାନ ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଛନ୍ତି; ଯେଉଁଥିରେ ତ୍ରିଶକ୍ତି ସମ୍ମାନ, ପଣ୍ଡିତ ଗୋପବନ୍ଧୁ ଦାସ ସମ୍ମାନ, ଭାରତ ରତ୍ନ ରାଜୀବ ଗାନ୍ଧୀ ସମ୍ମାନ, ଦୀନ୍‌ ଦୟାଲ ସ୍ମୃତି ଓ ମାତୃଶକ୍ତି ସ୍ମୃତି ସମ୍ମାନ ଇତ୍ୟାଦି ଅନ୍ୟତମ। ନିଜ ସଫଳତାର ଶ୍ରେୟ ପିତାଙ୍କ ଆଶୀର୍ବାଦ ଓ ପତି ମନୋଜ ଦାସଙ୍କ ପ୍ରେରଣା ବୋଲି ସେ କୁହନ୍ତି। ବର୍ତ୍ତମାନ ଝାଡ଼ଖଣ୍ଡର ହସ୍ତଶିଳ୍ପ ବିଭାଗର ଡିଜାଇନର ଭାବେ କାର୍ଯ୍ୟରତ ଏହି ଶିଳ୍ପୀ ଗୋଟିଏ ଉଚ୍ଚକୋଟୀର ସ୍ଥପତି ଓ ଟେରାକୋଟା ଷ୍ଟୁଡିଓ କରିବାର ଆଶା ରଖିଛନ୍ତି । କୌଣସି ସରକାରୀ ସାହାଯ୍ୟ ନ ପାଇ ଦୀର୍ଘ ୩୨ବର୍ଷ ଧରି ନିଜସ୍ବ ଚେଷ୍ଟାରେ ତାଙ୍କ ମନୋମାନିନୀ ଅନୁଷ୍ଠାନ ବହୁ ଶିଳ୍ପୀ ଗଢିପାରିଛି।
-ପ୍ରିୟମ୍ବଦା ରଥ, ଆର୍‌.କେ. ପୁରମ୍‌, ସେକ୍ଟର ୪, ନୂଆଦିଲ୍ଲୀ
ମୋ: ୮୬୮୮୯୫୭୮୦୦


Enter your email to get our daily news in your inbox.

All Right Reserved By Dharitri.Com

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri