ସବୁ ଜିଲାପାଳମାନଙ୍କୁ ଆଲର୍ଟ କଲେ ସ୍ବତନ୍ତ୍ର ରିଲିଫ କମିଶନର

ଭୁବନେଶ୍ୱର,୧୯।୮(ବ୍ୟୁରୋ)-ପ୍ରବଳ ବର୍ଷା ସମ୍ଭାବନାକୁ ନେଇ ବୁଧବାର ୧୦ ଜିଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି। ଏ ନେଇ ପଦକ୍ଷେପ ନେବାକୁ ସମସ୍ତ ଜିଲାପାଳମାନଙ୍କୁ ଆଲର୍ଟ କରାଯାଇଛି। ଆକସ୍ମିକ ବନ୍ୟା, ପାଣି ଜମିବା, ଭୂସ୍ଖଳନ ନେଇ ଆଲର୍ଟ କଲେ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା। ବିଡିଓ, ତହସିଲଦାର, ଇଂଜିନିୟରମାନଙ୍କୁ ଆଲର୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ନଦୀ ବନ୍ଧ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଓଡ୍ରାଫ ଏବଂ ଅଗ୍ନିଶମ କର୍ମଚାରୀଙ୍କୁ ଆଲର୍ଟ ରଖିବାକୁ କୁହାଯାଇଛି।