ମାଧୁରୀଙ୍କ ପାଇଁ ପାଗଳ ଥିଲେ ଏହି ବିଶ୍ୱପ୍ରସିଦ୍ଧ ଚିତ୍ରକର, ଫିଲ୍ମ ଦେଖିବା ପାଇଁ ସମ୍ପୂର୍ଣ୍ଣ ହଲ୍‌ କରିଥିଲେ ବୁକ୍‌

ପ୍ରସିଦ୍ଧ ଚିତ୍ରକର ମକବୁଲ ଫିଦା ହୁସେନ ଓରଫ୍‌ ଏମ.ଏଫ ହୁସେନଙ୍କୁ ଭାରତର ‘ପିକାସୋ’ କୁହାଯାଏ। ସେ ୧୯୧୫, ୧୭ ସେପ୍ଟେମ୍ବରରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ହୁସେନ ତାଙ୍କ ଚିତ୍ରକୁ ନେଇ ଅନେକ ବିବାଦରେ ଛନ୍ଦି ହୋଇପଡିଥିଲେ। ହୁସେନ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ପାଇଁ ପାଗଳ ଥିଲେ। ୮୫ ବର୍ଷ ବୟସରେ ସେ ମାଧୁରୀଙ୍କ ବିଷୟରେ ଏକ ଫିଲ୍ମ ମଧ୍ୟ କରିଥିଲେ। ମାଧୁରୀ ଦୀକ୍ଷିତଙ୍କ ଫିଲ୍ମ ହମ ଆପକେ ହେନ କୌନ (୧୯୯୪) କୁ ହୁସେନ ୬୭ ଥର ଦେଖିଥିଲେ ଏବଂ ତାଙ୍କ ଉପରେ ସମ୍ପୂର୍ଣ୍ଣ ଚିତ୍ର ଆଙ୍କିଥିଲେ। ୨୦୦୦ ମସିହାରେ ମାଧୁରୀଙ୍କ ସହ ସେ ଫିଲ୍ମ ‘ଗଜଗାମିନୀ’ କରିଥିଲେ। ବିବାହ ପରେ ମାଧୁରୀ କିଛି ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରରେ ଥିଲେ। ୨୦୦୭ରେ ଆଜା ନାଚଲେ ଫିଲ୍ମ ଜରିଆରେ ବଲିଉଡକୁ ଫେରିଥିଲେ। ହୁସେନ ଏହା ଜାଣି ଅତ୍ୟଧିକ ଆନନ୍ଦିତ ହୋଇଥିଲେ। ସେହି ସମୟରେ ସେ ଦୁବାଇରେ ଥିଲେ ଏବଂ ମାଧୁରୀଙ୍କ ଫିଲ୍ମ ଦେଖିବା ପାଇଁ ଦୁବାଇର ଲାମ୍‌ସି ସିନେମା ହଲ୍‌ ସମ୍ପୂର୍ଣ୍ଣ ବୁକ୍‌ କରିଥିଲେ। ସେହିଭଳି ହୁସେନ ମଧ୍ୟ ଅଭିନେତ୍ରୀ ତବୁଙ୍କୁ ଭଲ ପାଉଥିଲେ ଏବଂ ତାଙ୍କ ପାଇଁ ମୀନାକ୍ଷୀ: ଏ ଟେଲ ଅଫ ଥ୍ରୀ ସିଟିଜ୍‌ (୨୦୦୪) ଫିଲ୍ମ ନିର୍ମାଣ କରିଥିଲେ। ହିନ୍ଦୁ ଦେବୀ ଦୁର୍ଗା, ଲକ୍ଷ୍ମୀ ଏବଂ ସରସ୍ବତୀଙ୍କ ନଗ୍ନ ଫଟୋ ତିଆରି କରି ଏମ.ଏଫ ହୁସେନ କଡ଼ା ସମାଲୋଚନାର ଶିକାର ହୋଇଥିଲେ। ଅଶ୍ଳୀଳ ଚିତ୍ର ଆଙ୍କିବା ବିରୋଧରେ ଦେଶର ବିଭିନ୍ନ ପ୍ରାନ୍ତରୁ ହୁସେନଙ୍କ ବିରୋଧରେ ଅନେକ ଅପରାଧିକ ମାମଲା ମଧ୍ୟ ରୁଜୁ ହୋଇଥିଲା। ସେ ୨୦୧୧ ଜୁନ୍‌ ୯ରେ ଲଣ୍ଡନରେ ମୃତ୍ୟୁବରଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri