Posted inଫୁରସତ

ପ୍ୟାଡ ଓମେନ ମାୟା ବିଶ୍ୱକର୍ମା

ମଧ୍ୟପ୍ରଦେଶ ନରସିଂହପୁର ଜିଲାର ମାୟା ବିଶ୍ୱକର୍ମା ସାରା ଭାରତରେ ବେଶ୍‌ ପରିଚିତ ‘ପ୍ୟାଡ ଓମେନ୍‌’ ଭାବେ। ସେ ମଧ୍ୟପ୍ରଦେଶର ଆଦିବାସୀ ଅଞ୍ଚଳକୁ ଯାଇ ଲୋକଙ୍କୁ ମାସିକ ଧର୍ମ ଓ ତା’ସହ ଜଡ଼ିତ ସ୍ବଚ୍ଛତା ସମ୍ପର୍କରେ ସଜାଗ କରାଉଛନ୍ତି। ମାୟା କୁହନ୍ତି,‘୨୬ ବର୍ଷ ବୟସର ହେବା ପର୍ଯ୍ୟନ୍ତ ମୁଁ ନିଜେ ଋତୁସ୍ରାବ ଜନିତ ସ୍ବଚ୍ଛତା ସମ୍ପର୍କରେ ଏତେଟା ଜାଣି ନ ଥିଲି। କାରଣ ମୋ ମା’ ମୋ ସହ ଏ ସମ୍ପର୍କରେ କଥା ହେଉ ନ ଥିଲେ। ମାଇଁ ମତେ କପଡା ବ୍ୟବହାର କରିବା ଶିଖାଇଥିଲେ। ସେଥିପାଇଁ ମୋର ଗମ୍ଭୀର ସଂକ୍ରମଣ ବି ହୋଇଥିଲା। ଆମ ଗାଁ ଝିଅମାନେ ମଧ୍ୟ ଏହି ସମସ୍ୟା ଦେଇ ଗତି କରୁଥିଲେ। ଭାବୁଥିଲି କେହି ନା କେହି ଏନେଇ ସଚେତନତା ସୃଷ୍ଟି କରିବା ପାଇଁ ମଙ୍ଗ ଧରିବା ଜରୁରୀ। ପରେ ମୁଁ ଜବଲପୁରରେ ବାଇଓକେମେଷ୍ଟ୍ରୀରେ ପୋଷ୍ଟ ଗ୍ରାଜୁଏସନ କରି ଏମ୍ସରେ ରିସର୍ଚ୍ଚ କଲି। ଏହାପରେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ଯେବେ ଲ୍ୟୁକେମିୟା କ୍ୟାନ୍ସର ଉପରେ ରିସର୍ଚ୍ଚ କରୁଥିଲି ମୁଁ ଋତୁସ୍ରାବ ଜନିତ ସ୍ବଚ୍ଛତା ସମ୍ପର୍କରେ ଅନେକ କଥା ଜାଣିବାକୁ ପାଇଲି। ଆଉ ନିଷ୍ପତ୍ତି ନେଲି ନିଜ ଦେଶରେ ଏ ସମ୍ପର୍କରେ ସଚେତନତା ବଢାଇବାକୁ ଚେଷ୍ଟା କରିବି। ଭାରତ ଫେରିବା ପରେ ୨୦୧୬ରେ ମୁଁ ଭାରତର ପ୍ୟାଡମ୍ୟାନ ନାମରେ ପରିଚିତ ଅରୁଣାଚଳମ ମୁରୁଗନାଥମଙ୍କୁ ଭେଟିଲି। ସେଠି ମୁଁ ଦେଖିଲେ ମୁରୁଗୁନାଥମଙ୍କ ମେସିନ ଯେଉଁଥିରେ କଟନ୍‌ ପ୍ୟାଡ ତିଆରି କରାଯାଉଥିଲା। ତାଙ୍କଠାରୁ ଏକ ମେସିନ କିଣି ଗାଁକୁ ଆସି ଶସ୍ତା ପ୍ୟାଡ ତିଆରି କରି ଘରେ ଘରେ ମହିଳାଙ୍କୁ ବାଣ୍ଟିବା ସହ ଋତୁସ୍ରାବ ଜନିତ ସ୍ବଚ୍ଛତା ସମ୍ପର୍କରେ ଜଣାଇଲି। ୨୦୧୬ ଶେଷ ବେଳକୁ ନିଜର ସବୁ ଜମାପୁଞ୍ଜି ଲଗାଇ ସୁକର୍ମା ଫାଉଣ୍ଡେଶନ ସ୍ଥାପନ କଲି। ଏବେ ୨୫-୨୬ ଗାଁର ମହିଳା ସାନିଟାରୀ ପ୍ୟାଡ ତିଆରି କରିବାରେ ମତେ ସାହାଯ୍ୟ କରୁଛନ୍ତି। ଏହି ପ୍ୟାଡକୁ ମୁଁ ମାଗଣାରେ ବାଣ୍ଟେ। ଖାସକରି ଆଦିବାସୀ ମହିଳାଙ୍କୁ ଏହି ପ୍ୟାଡ ବାଣ୍ଟେ। ସେଥିପାଇଁ ଅନେକେ ମତେ ‘ପ୍ୟାଡ ଜିଜି’ ବୋଲି ବି ଡାକନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଝି ଆକାଶରେ ଫୁଟବଲ ଖେଳିଲେ ଦୁଇ ଖେଳାଳି, ଭୟଙ୍କର ଦୃଶ୍ୟ ଦେଖିଲେ…

କିଛି ଲୋକ ଅନେକ ଦୁଃସାହସିକ କାର୍ଯ୍ୟ କରିଥାନ୍ତି। ଯାହା ଦେଖି ଲୋକଙ୍କ ପ୍ରାଣବାୟୁ ଉଡ଼ିଯିବା ପରି ଲାଗେ। ବର୍ତ୍ତମାନ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ...

ଏହି ଦେଶରେ ପୁରୁଷଙ୍କ ଅଭାବ; ଏହିକାମ ପାଇଁ ସ୍ୱାମୀ ‘ଭଡ଼ାରେ’ ନେଉଛନ୍ତି ମହିଳା

ନୂଆଦିଲ୍ଲୀ,୫ା୧୨: ୟୁରୋପୀୟ ଦେଶ ଲାଟଭିଆରେ ପୁରୁଷଙ୍କ ସଂଖ୍ୟା ମହିଳାଙ୍କ ତୁଳନାରେ ବହୁତ କମ୍ ଥିବାରୁ ଏଠାରେ ଏକ ଅଭାବନୀୟ ସାମାଜିକ ଧାରା ଦେଖିବାକୁ ମିଳିଛି। ଘରର...

ଏହି ଭୟଙ୍କର ଜୀବର ଚମଡ଼ାରୁ ତିଆରି ଘଣ୍ଟା ପିନ୍ଧନ୍ତି ପୁଟିନ୍‌, ଦାମ୍‌ ଜାଣିଲେ…

ମସ୍କୋ,୫ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏହି ଗସ୍ତ ଉଭୟ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।...

ବାହା ହେଉ ହେଉ ଭାଙ୍ଗିଲା ସମ୍ପର୍କ, ଚତୁର୍ଥୀ ରାତିରେ ଛାଡ଼ପତ୍ର ପେପରରେ ସାଇନ୍‌ କଲେ କନ୍ୟା

ଲକ୍ଷ୍ନୌ,୪ା୧୨: ଉତ୍ତରପ୍ରଦେଶର ଦେଓରିଆରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଚତୁର୍ଥୀରେ ଜଣେ ନବବିବାହିତା କନ୍ୟା ସମ୍ପର୍କ ଭାଙ୍ଗି ତାଙ୍କ...

ବିଶ୍ୱର ସବୁଠୁ ମହଙ୍ଗା ଅଣ୍ଡା: ଏହା ମୂଲ୍ୟରେ କିଣିହୋଇଯିବ ୧୦୦ ହେଲିକପ୍ଟର

ଗୋଟିଏ ଅଣ୍ଡାର ମୂଲ୍ୟ କେତେ ହୋଇପାରେ? ୮ ଟଙ୍କା, ୧୦ ଟଙ୍କା, କିମ୍ବା ସର୍ବାଧିକ ୨୫ ଟଙ୍କା। କିନ୍ତୁ ବିଶ୍ୱରେ ଏମିତି ଏକ ଅଣ୍ଡା ଅଛି,...

ଗାଁର ନାଁ କିଡ୍‌ନୀ ଭ୍ୟାଲି, ଏହା ପଛର କାରଣ ଜାଣିଲେ ନିଶ୍ଚିତ ହେବେ ଚକିତ

ବିଶ୍ୱରେ ଏପରି ଅନେକ ସ୍ଥାନ ଅଛି, ଯାହା ସେମାନଙ୍କର ଅନନ୍ୟତା ପାଇଁ ଅତ୍ୟନ୍ତ ପ୍ରସିଦ୍ଧ। ଏହି କାରଣରୁ ଦେଶ ଏବଂ ବିଶ୍ୱର ସବୁଠି ଚର୍ଚ୍ଚା। ଆଜି...

ରହସ୍ୟମୟ ଜାଙ୍ଗବେଟୋ ନୃତ୍ୟ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବିଶ୍ୱର ପ୍ରତ୍ୟେକ ଦେଶର କିଛି ନା କିଛି ଇତିହାସ ଥାଏ, ଯାହା ଏହାକୁ ସ୍ବତନ୍ତ୍ର କରିଥାଏ। ଆଫ୍ରିକା ଅନେକ ଦୃଷ୍ଟିରୁ ସ୍ବତନ୍ତ୍ର ଏବଂ ଏହାକୁ ମାନବ...

ଭାରତରେ ମଦ୍ୟପାନବେଳେ ଅଧିକ ଖିଆଯାଏ ଏହି ଚାଖାଣା, ନାଁ ଜାଣିଲେ ହସି ଉଠିବେ…

ନୂଆଦିଲ୍ଲୀ,୨।୧୨: ଭାରତରେ, ଚାଖାଣା ବିନା ମଦ୍ୟପାନ ଅସମ୍ପୂର୍ଣ୍ଣ। ଲୁଣିଆ ଏବଂ ମସଲାଯୁକ୍ତ ଖାଇବା ବିନା ମଦ୍ୟପାନ ଆସର ଅସମ୍ପୂର୍ଣ୍ଣ। ଫ୍ୟାନ୍ସି ବାର୍‌ ହେଉ କିମ୍ୱା ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri