Posted inଫୁରସତ

ପ୍ୟାଡ ଓମେନ ମାୟା ବିଶ୍ୱକର୍ମା

ମଧ୍ୟପ୍ରଦେଶ ନରସିଂହପୁର ଜିଲାର ମାୟା ବିଶ୍ୱକର୍ମା ସାରା ଭାରତରେ ବେଶ୍‌ ପରିଚିତ ‘ପ୍ୟାଡ ଓମେନ୍‌’ ଭାବେ। ସେ ମଧ୍ୟପ୍ରଦେଶର ଆଦିବାସୀ ଅଞ୍ଚଳକୁ ଯାଇ ଲୋକଙ୍କୁ ମାସିକ ଧର୍ମ ଓ ତା’ସହ ଜଡ଼ିତ ସ୍ବଚ୍ଛତା ସମ୍ପର୍କରେ ସଜାଗ କରାଉଛନ୍ତି। ମାୟା କୁହନ୍ତି,‘୨୬ ବର୍ଷ ବୟସର ହେବା ପର୍ଯ୍ୟନ୍ତ ମୁଁ ନିଜେ ଋତୁସ୍ରାବ ଜନିତ ସ୍ବଚ୍ଛତା ସମ୍ପର୍କରେ ଏତେଟା ଜାଣି ନ ଥିଲି। କାରଣ ମୋ ମା’ ମୋ ସହ ଏ ସମ୍ପର୍କରେ କଥା ହେଉ ନ ଥିଲେ। ମାଇଁ ମତେ କପଡା ବ୍ୟବହାର କରିବା ଶିଖାଇଥିଲେ। ସେଥିପାଇଁ ମୋର ଗମ୍ଭୀର ସଂକ୍ରମଣ ବି ହୋଇଥିଲା। ଆମ ଗାଁ ଝିଅମାନେ ମଧ୍ୟ ଏହି ସମସ୍ୟା ଦେଇ ଗତି କରୁଥିଲେ। ଭାବୁଥିଲି କେହି ନା କେହି ଏନେଇ ସଚେତନତା ସୃଷ୍ଟି କରିବା ପାଇଁ ମଙ୍ଗ ଧରିବା ଜରୁରୀ। ପରେ ମୁଁ ଜବଲପୁରରେ ବାଇଓକେମେଷ୍ଟ୍ରୀରେ ପୋଷ୍ଟ ଗ୍ରାଜୁଏସନ କରି ଏମ୍ସରେ ରିସର୍ଚ୍ଚ କଲି। ଏହାପରେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ଯେବେ ଲ୍ୟୁକେମିୟା କ୍ୟାନ୍ସର ଉପରେ ରିସର୍ଚ୍ଚ କରୁଥିଲି ମୁଁ ଋତୁସ୍ରାବ ଜନିତ ସ୍ବଚ୍ଛତା ସମ୍ପର୍କରେ ଅନେକ କଥା ଜାଣିବାକୁ ପାଇଲି। ଆଉ ନିଷ୍ପତ୍ତି ନେଲି ନିଜ ଦେଶରେ ଏ ସମ୍ପର୍କରେ ସଚେତନତା ବଢାଇବାକୁ ଚେଷ୍ଟା କରିବି। ଭାରତ ଫେରିବା ପରେ ୨୦୧୬ରେ ମୁଁ ଭାରତର ପ୍ୟାଡମ୍ୟାନ ନାମରେ ପରିଚିତ ଅରୁଣାଚଳମ ମୁରୁଗନାଥମଙ୍କୁ ଭେଟିଲି। ସେଠି ମୁଁ ଦେଖିଲେ ମୁରୁଗୁନାଥମଙ୍କ ମେସିନ ଯେଉଁଥିରେ କଟନ୍‌ ପ୍ୟାଡ ତିଆରି କରାଯାଉଥିଲା। ତାଙ୍କଠାରୁ ଏକ ମେସିନ କିଣି ଗାଁକୁ ଆସି ଶସ୍ତା ପ୍ୟାଡ ତିଆରି କରି ଘରେ ଘରେ ମହିଳାଙ୍କୁ ବାଣ୍ଟିବା ସହ ଋତୁସ୍ରାବ ଜନିତ ସ୍ବଚ୍ଛତା ସମ୍ପର୍କରେ ଜଣାଇଲି। ୨୦୧୬ ଶେଷ ବେଳକୁ ନିଜର ସବୁ ଜମାପୁଞ୍ଜି ଲଗାଇ ସୁକର୍ମା ଫାଉଣ୍ଡେଶନ ସ୍ଥାପନ କଲି। ଏବେ ୨୫-୨୬ ଗାଁର ମହିଳା ସାନିଟାରୀ ପ୍ୟାଡ ତିଆରି କରିବାରେ ମତେ ସାହାଯ୍ୟ କରୁଛନ୍ତି। ଏହି ପ୍ୟାଡକୁ ମୁଁ ମାଗଣାରେ ବାଣ୍ଟେ। ଖାସକରି ଆଦିବାସୀ ମହିଳାଙ୍କୁ ଏହି ପ୍ୟାଡ ବାଣ୍ଟେ। ସେଥିପାଇଁ ଅନେକେ ମତେ ‘ପ୍ୟାଡ ଜିଜି’ ବୋଲି ବି ଡାକନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Valentine’s Week: ଗୋଲାପରୁ କାହିଁକି ଆରମ୍ଭ ହୁଏ ପ୍ରେମ, ଜାଣନ୍ତୁ…

ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ପାଳନ କରିବେ ଭାଲେଣ୍ଟାଇନ୍ସ ଉଇକ୍‌ ବା ପ୍ରେମ ସପ୍ତାହ। ଏହି ସପ୍ତାହର ପ୍ରଥମ ଦିନ ରୋଜ୍‌ ଡେ’ ବା ଗୋଲାପ…

ବିନା ଖାଇବା-ପିଇବାରେ କେତେଦିନ ବଞ୍ଚିପାରିବ ମଣିଷ? ଜାଣନ୍ତୁ ହ୍ୟୁମାନ ବଡ଼ିର କାପାସିଟି…

ମଣିଷ ଶରୀର ଆଶ୍ଚର୍ଯ୍ୟଜନକ ଭାବରେ ସ୍ଥିର, କିନ୍ତୁ ଏହାର କିଛି ବାୟୋଲଜିକାଲ ସୀମା ମଧ୍ୟ ଅଛି। ଖାଦ୍ୟ ଏବଂ ପାଣି ବିନା ବଞ୍ଚିବା ଶରୀର ମସ୍ତିଷ୍କ, ହୃଦୟ…

ଝିଅମାନେ ସାବଧାନ: ସ୍ମାର୍ଟ ଚଷମାରେ ଆପଣଙ୍କର ସବୁ ରେକର୍ଡ କରିନେବେ, ଓଡ଼ିଶାରେ ପଡିଛନ୍ତି ଧରା

ନୂଆଦିଲ୍ଲୀ,୩।୨: ବଦଳୁଥିବା ସମୟ ସହିତ ଟେକ୍ନୋଲୋଜି ଯେତିକି ସୁବିଧା ଆଣୁଛି, ସେତିକି ବିପଦ ମଧ୍ୟ ବଢ଼ାଉଛି। ବର୍ତ୍ତମାନ ଆମେରିକା ଏବଂ ବ୍ରିଟେନ ଭଳି ଦେଶରେ ‘ସ୍ମାର୍ଟ ଚଷମା’…

ନରମ ଶେଯ ବଦଳରେ ଦ୍ୱାର ମୁହଁରେ କାହିଁକି ଶୁଏ କୁକୁର? କାରଣ ଜାଣିଲେ ତାଜୁବ ହେବେ

ଯଦି ଆପଣଙ୍କର କୁକୁର ଅଛି, ତେବେ ଆପଣ ହୁଏତ ଏକ ଅଜବ ଅଭ୍ୟାସ ଲକ୍ଷ୍ୟ କରିଥିବେ। ଅନେକ ସମୟରେ, ଆରାମଦାୟକ ବିଛଣା, ସୋଫା କିମ୍ୱା ଘରର ଶାନ୍ତ…

ମୋଗଲ ବଜେଟ କିପରି ପ୍ରସ୍ତୁତ କରୁଥିଲେ, କେଉଁମାନଙ୍କଠୁ ନେଉଥିଲେ ଟ୍ୟାକ୍ସ?

ନୂଆଦିଲ୍ଲୀ,୨।୨: ଗତକାଲି ଯେତେବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିଥିଲେ, ଏହା ଏକ ସମ୍ପୂର୍ଣ୍ଣ ଆଧୁନିକ ପରମ୍ପରା ପରି ମନେ ହେଉଥିଲା। କିନ୍ତୁ ଆପଣ…

ଏହି ଦେଶକୁ କାହିଁକି କୁହାଯାଏ କଳା ସୁନାର ଦେଶ, ଜାଣନ୍ତୁ…

ଯେତେବେଳେ ‘କଳା ସୁନାର ଦେଶ’ ନାଁ ଆସେ ସେତେବେଳେ ପ୍ରାୟତଃ ପ୍ରଥମେ କୁଏତ୍‌ର ନାଁ ମନକୁ ଆସେ। କଳା ସୁନା ଯାହାର ଅର୍ଥ ଅଶୋଧିତ ତୈଳ। ଏହା…

ଭୁଲ୍‌ ଇଲେକ୍ଟ୍ରି ବିଲ୍‌ ଆସୁଛି କି? ଜାଣନ୍ତୁ କେଉଁଠି କରିବେ ଅଭିଯୋଗ, ଶିଖନ୍ତୁ ଏହି ସହଜ ଉପାୟ…

ପ୍ରତ୍ୟେକ ପରିବାର ପାଇଁ ପ୍ରତି ମାସରେ ପ୍ରାପ୍ତ ହେଉଥିବା ଇଲେକ୍ଟ୍ରି ବିଲ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏଥିରେ ମାସିକ ଇଲେକ୍ଟ୍ରି ବ୍ୟବହାର ଏବଂ ବିଲ୍‌ ବିଷୟରେ ବିବରଣୀ…

Video: ଷ୍ଟେଜ ଉପରେ ଏମିତି ରୋମାନ୍ସ କଲେ କପଲ, ଦୌଡି ଆସିଲେ ପଣ୍ଡିତ, ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୩୦।୧: ସୋସିଆଲ ମିଡିଆରେ ପ୍ରାୟତଃ ବିବାହ ଭିଡିଓ ଭାଇରାଲ ହୁଏ, କିନ୍ତୁ ଏଥର ଏକ ବିବାହ ଭିଡିଓ ବିତର୍କ ସୃଷ୍ଟି କରିଛି। ଏକ ଭାଇରାଲ ଭିଡିଓରେ, ବିବାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri