ସଂଶୟ ଦୂର ପାଇଁ ଖରାଛୁଟିରେ ସ୍ଵତନ୍ତ୍ର କ୍ଲାସ୍‌

ଭୁବନେଶ୍ୱର, ୧୯।୧(ବ୍ୟୁରୋ): ଏଥର ଖରାଛୁଟିରେ ଛାତ୍ରୀଛାତ୍ରଙ୍କର ଡାଉଟ୍‌ କ୍ଲିୟର (ସଂଶୟ ଦୂର) କ୍ଲାସ୍‌ କରାଯିବ। କରୋନା ସ୍ଥିତିରେ ସୁଧାର ଆସିଥିଲେ ଅଫ୍‌ଲାଇନ୍‌ ନଚେତ୍‌ ଅନ୍‌ଲାଇନ୍‌ରେ ଡାଉଟ୍‌ କ୍ଲିୟର ନେଇ ସ୍ଵତନ୍ତ୍ର କ୍ଲାସ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଚିନ୍ତା କରିଛି। ରାଜ୍ୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଶିକ୍ଷାଦାନ ଶେଷ କରିବା ସହ କିପରି ପରୀକ୍ଷା ପରିଚାଳନା ଏବଂ ଫଳ ପ୍ରକାଶ କରାଯିବ ସେନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଏକାଡେମିକ୍‌ କ୍ୟାଲେଣ୍ଡର ପ୍ରଚଳନ କରାଯାଇଥିଲା। ୨୦୨୦ରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଏହା ଲାଗୁ କରାଯାଇଥିଲେ ହେଁ କୋଭିଡ୍‌ ଯୋଗୁ ଶ୍ରେଣୀ ପାଠପଢ଼ା ବନ୍ଦ ରହିଛି। ଫଳରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରି ନ ଥିଲା। ତଥାପି ପାଠ୍ୟଖସଡ଼ା ହ୍ରାସ କରି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କୋର୍ସ ଶେଷ କରିବାକୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ନିର୍ଦ୍ଦେଶ ଦେଇଥିଲେ। ତେବେ ଅନ୍‌ଲାଇନ୍‌ ପାଠପଢ଼ାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ତଳଶ୍ରେଣୀର ପିଲାମାନେ ଉପର କ୍ଲାସକୁ ଯିବା ପରେ ଯେପରି ସେମାନଙ୍କ ମଧ୍ୟରେ ଶିକ୍ଷା ଗ୍ରହଣ ଲାଗି ଠିକ ଦକ୍ଷତା ରହିବ ସେଥିଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଶ୍ରେଣୀ ପାଠପଢ଼ା ବନ୍ଦ ଥିବାରୁ ଯେଉଁ ବିକଳ୍ପ ବ୍ୟବସ୍ଥାରେ ଶିକ୍ଷାଦାନ କରାଯାଉଛି ସେଥିରେ ଯେପରି ପିଲାମାନେ ଠିକ ଶିକ୍ଷା ପାଇପାରିବେ ସେଥିଲାଗି ମଧ୍ୟ ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଚଳିତବର୍ଷ ଖରାଛୁଟିରେ ଛାତ୍ରୀଛାତ୍ରଙ୍କର ଡାଉଟ୍‌ କ୍ଲିୟର ଲାଗି ଅନ୍‌ଲାଇନ୍‌ ଶିକ୍ଷାଦାନ ନଚେତ ସ୍ଥିତି ସୁଧୁରି ଥିଲେ ଅଫ୍‌ଲାଇନ୍‌ରେ ଅତିରିକ୍ତ ପାଠପଢ଼ା କରିବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏ ନେଇ ଆସନ୍ତା ଫେବୃୟାରୀ ପ୍ରଥମ ସପ୍ତାହରେ ସବୁ ଜିଲାର ଡିଇଓଙ୍କ ସହ ଓସେପା ଏବଂ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କ ଆଲୋଚନା ହେବ ବୋଲି ଜଣାପଡ଼ିଛି।
ସୂଚନାନୁସାରେ, ରାଜ୍ୟରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ମୋଟ ୬୭,୯୬୦ ସ୍କୁଲ ରହିଛି। ତେବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ମୋଟ୍‌ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୫୯ଲକ୍ଷ ୭୨ହଜାର ୮୭୦। ସେହିପରି ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ଶିକ୍ଷକଙ୍କ ସଂଖ୍ୟା ୧,୩୦,୫୧୬ ଥିବା ବେଳେ ଉଚ୍ଚ ପ୍ରାଥମିକ ଶ୍ରେଣୀ ଲାଗି ୬୬,୮୧୦ଜଣ ଶିକ୍ଷାଦାନ କରୁଛନ୍ତି। ଆଗକୁ ନିର୍ବାଚନ ଲାଗି ରାଜ୍ୟର ଅନେକ ସ୍କୁଲର ଶିକ୍ଷକଙ୍କୁ ଅତିରିକ୍ତ ଭାବେ ନିୟୋଜିତ କରାଯିବାରୁ ଅନ୍‌ଲାଇନ୍‌ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇପାରେ। ତେବେ ମାର୍ଚ୍ଚରେ ବାର୍ଷିକ ପରୀକ୍ଷା ଶେଷ ହେବା ପରେ ମେ’ରୁ ଜୁନ ୧୫ ପର୍ଯ୍ୟନ୍ତ ଏକ୍ସଟ୍ରା କ୍ଲାସ କରାଯିବ। ଶିକ୍ଷୟିତ୍ରୀ ଶିକ୍ଷକ ରୋଷ୍ଟର ଡ୍ୟୁଟି ଭାବେ କ୍ଲାସ ନେବେ। ବିଶେଷକରି ତୃତୀୟରୁ ପଞ୍ଚମ ପର୍ଯ୍ୟନ୍ତ ଇଂଲିଶ, ବିଜ୍ଞାନ ଏବଂ ଗଣିତ ବିଷୟକୁ ଗୁରୁତ୍ୱ ଦିଆଯିବ। ସେହିପରି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଜ୍ଞାନ ଏବଂ ଗଣିତ ବିଷୟ ସମେତ ଅତିରିକ୍ତ ୩ଟି ବିଷୟ ଭିିତ୍ତିକ ପାଠ୍ୟକ୍ରମର ଡାଉଟ୍‌ କ୍ଲିୟର କ୍ଲାସ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ସେହିପରି ନବମ ଏବଂ ଦଶମ ଶ୍ରେଣୀ ଲାଗି ସାପ୍ତାହିକ ୪ଟି ରିଭିଜନ ଏବଂ ଡାଉଟ କ୍ଲିୟର କ୍ଲାସ କରାଯିବ। ସ୍କୁଲରେ କେଉଁଦିନ କେଉଁ ଶିକ୍ଷକ ପଢ଼ାଇବେ ତାହା ସମ୍ପୃକ୍ତ ସ୍କୁଲର ପ୍ରଧାନଶିକ୍ଷକ ନିଷ୍ପତ୍ତି ନେବେ। ଏହି କ୍ଲାସ ଲାଗି ଛାତ୍ରୀଛାତ୍ରଙ୍କୁ ବାଧ୍ୟ କରାଯିବ ନାହିଁ। ଅନ୍‌ଲାଇନ୍‌ ସମେତ ସ୍ଥିତିରେ ସୁଧାର ଆସିଥିଲେ ପିଲାମାନେ ସ୍କୁଲ ଆସି ଅତିରିକ୍ତ କ୍ଲାସ କରିପାରିବେ। ଏଥିଲାଗି ଅଭିଭାବକଙ୍କ ଅନୁମତି ଆବଶ୍ୟକ ହେବ। ସେହିପରି ଚଳିତ ବର୍ଷ ଯଦି ଖରା ଅଧିକ ରହେ ତେବେ ଆବଶ୍ୟକସ୍ଥଳେ ଏପ୍ରିଲ ପ୍ରଥମ ସପ୍ତାହରୁ ଖରାଛୁଟି କରାଯିବ। ଏପ୍ରିଲ ୧୫ସୁଦ୍ଧା ମାଗଣା ପାଠ୍ୟପୁସ୍ତକ ବଣ୍ଟାଯିବ। ଯଦି ଆଉ କିଛି ପୁସ୍ତକ ପ୍ରକାଶନରେ ବିଳମ୍ବ ଘଟେ ତେବେ ସମ୍ପୃକ୍ତ ପୁସ୍ତକ ଜୁନ୍‌ ଶେଷ ସୁଦ୍ଧା ବଣ୍ଟାଯିବାକୁ ନିଷ୍ପତ୍ତି ହୋଇଛି।


 


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri