ସଂଶୟ ଦୂର ପାଇଁ ଖରାଛୁଟିରେ ସ୍ଵତନ୍ତ୍ର କ୍ଲାସ୍‌

ଭୁବନେଶ୍ୱର, ୧୯।୧(ବ୍ୟୁରୋ): ଏଥର ଖରାଛୁଟିରେ ଛାତ୍ରୀଛାତ୍ରଙ୍କର ଡାଉଟ୍‌ କ୍ଲିୟର (ସଂଶୟ ଦୂର) କ୍ଲାସ୍‌ କରାଯିବ। କରୋନା ସ୍ଥିତିରେ ସୁଧାର ଆସିଥିଲେ ଅଫ୍‌ଲାଇନ୍‌ ନଚେତ୍‌ ଅନ୍‌ଲାଇନ୍‌ରେ ଡାଉଟ୍‌ କ୍ଲିୟର ନେଇ ସ୍ଵତନ୍ତ୍ର କ୍ଲାସ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଚିନ୍ତା କରିଛି। ରାଜ୍ୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଶିକ୍ଷାଦାନ ଶେଷ କରିବା ସହ କିପରି ପରୀକ୍ଷା ପରିଚାଳନା ଏବଂ ଫଳ ପ୍ରକାଶ କରାଯିବ ସେନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଏକାଡେମିକ୍‌ କ୍ୟାଲେଣ୍ଡର ପ୍ରଚଳନ କରାଯାଇଥିଲା। ୨୦୨୦ରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଏହା ଲାଗୁ କରାଯାଇଥିଲେ ହେଁ କୋଭିଡ୍‌ ଯୋଗୁ ଶ୍ରେଣୀ ପାଠପଢ଼ା ବନ୍ଦ ରହିଛି। ଫଳରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରି ନ ଥିଲା। ତଥାପି ପାଠ୍ୟଖସଡ଼ା ହ୍ରାସ କରି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କୋର୍ସ ଶେଷ କରିବାକୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ନିର୍ଦ୍ଦେଶ ଦେଇଥିଲେ। ତେବେ ଅନ୍‌ଲାଇନ୍‌ ପାଠପଢ଼ାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ତଳଶ୍ରେଣୀର ପିଲାମାନେ ଉପର କ୍ଲାସକୁ ଯିବା ପରେ ଯେପରି ସେମାନଙ୍କ ମଧ୍ୟରେ ଶିକ୍ଷା ଗ୍ରହଣ ଲାଗି ଠିକ ଦକ୍ଷତା ରହିବ ସେଥିଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଶ୍ରେଣୀ ପାଠପଢ଼ା ବନ୍ଦ ଥିବାରୁ ଯେଉଁ ବିକଳ୍ପ ବ୍ୟବସ୍ଥାରେ ଶିକ୍ଷାଦାନ କରାଯାଉଛି ସେଥିରେ ଯେପରି ପିଲାମାନେ ଠିକ ଶିକ୍ଷା ପାଇପାରିବେ ସେଥିଲାଗି ମଧ୍ୟ ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଚଳିତବର୍ଷ ଖରାଛୁଟିରେ ଛାତ୍ରୀଛାତ୍ରଙ୍କର ଡାଉଟ୍‌ କ୍ଲିୟର ଲାଗି ଅନ୍‌ଲାଇନ୍‌ ଶିକ୍ଷାଦାନ ନଚେତ ସ୍ଥିତି ସୁଧୁରି ଥିଲେ ଅଫ୍‌ଲାଇନ୍‌ରେ ଅତିରିକ୍ତ ପାଠପଢ଼ା କରିବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏ ନେଇ ଆସନ୍ତା ଫେବୃୟାରୀ ପ୍ରଥମ ସପ୍ତାହରେ ସବୁ ଜିଲାର ଡିଇଓଙ୍କ ସହ ଓସେପା ଏବଂ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କ ଆଲୋଚନା ହେବ ବୋଲି ଜଣାପଡ଼ିଛି।
ସୂଚନାନୁସାରେ, ରାଜ୍ୟରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ମୋଟ ୬୭,୯୬୦ ସ୍କୁଲ ରହିଛି। ତେବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ମୋଟ୍‌ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୫୯ଲକ୍ଷ ୭୨ହଜାର ୮୭୦। ସେହିପରି ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ଶିକ୍ଷକଙ୍କ ସଂଖ୍ୟା ୧,୩୦,୫୧୬ ଥିବା ବେଳେ ଉଚ୍ଚ ପ୍ରାଥମିକ ଶ୍ରେଣୀ ଲାଗି ୬୬,୮୧୦ଜଣ ଶିକ୍ଷାଦାନ କରୁଛନ୍ତି। ଆଗକୁ ନିର୍ବାଚନ ଲାଗି ରାଜ୍ୟର ଅନେକ ସ୍କୁଲର ଶିକ୍ଷକଙ୍କୁ ଅତିରିକ୍ତ ଭାବେ ନିୟୋଜିତ କରାଯିବାରୁ ଅନ୍‌ଲାଇନ୍‌ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇପାରେ। ତେବେ ମାର୍ଚ୍ଚରେ ବାର୍ଷିକ ପରୀକ୍ଷା ଶେଷ ହେବା ପରେ ମେ’ରୁ ଜୁନ ୧୫ ପର୍ଯ୍ୟନ୍ତ ଏକ୍ସଟ୍ରା କ୍ଲାସ କରାଯିବ। ଶିକ୍ଷୟିତ୍ରୀ ଶିକ୍ଷକ ରୋଷ୍ଟର ଡ୍ୟୁଟି ଭାବେ କ୍ଲାସ ନେବେ। ବିଶେଷକରି ତୃତୀୟରୁ ପଞ୍ଚମ ପର୍ଯ୍ୟନ୍ତ ଇଂଲିଶ, ବିଜ୍ଞାନ ଏବଂ ଗଣିତ ବିଷୟକୁ ଗୁରୁତ୍ୱ ଦିଆଯିବ। ସେହିପରି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଜ୍ଞାନ ଏବଂ ଗଣିତ ବିଷୟ ସମେତ ଅତିରିକ୍ତ ୩ଟି ବିଷୟ ଭିିତ୍ତିକ ପାଠ୍ୟକ୍ରମର ଡାଉଟ୍‌ କ୍ଲିୟର କ୍ଲାସ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ସେହିପରି ନବମ ଏବଂ ଦଶମ ଶ୍ରେଣୀ ଲାଗି ସାପ୍ତାହିକ ୪ଟି ରିଭିଜନ ଏବଂ ଡାଉଟ କ୍ଲିୟର କ୍ଲାସ କରାଯିବ। ସ୍କୁଲରେ କେଉଁଦିନ କେଉଁ ଶିକ୍ଷକ ପଢ଼ାଇବେ ତାହା ସମ୍ପୃକ୍ତ ସ୍କୁଲର ପ୍ରଧାନଶିକ୍ଷକ ନିଷ୍ପତ୍ତି ନେବେ। ଏହି କ୍ଲାସ ଲାଗି ଛାତ୍ରୀଛାତ୍ରଙ୍କୁ ବାଧ୍ୟ କରାଯିବ ନାହିଁ। ଅନ୍‌ଲାଇନ୍‌ ସମେତ ସ୍ଥିତିରେ ସୁଧାର ଆସିଥିଲେ ପିଲାମାନେ ସ୍କୁଲ ଆସି ଅତିରିକ୍ତ କ୍ଲାସ କରିପାରିବେ। ଏଥିଲାଗି ଅଭିଭାବକଙ୍କ ଅନୁମତି ଆବଶ୍ୟକ ହେବ। ସେହିପରି ଚଳିତ ବର୍ଷ ଯଦି ଖରା ଅଧିକ ରହେ ତେବେ ଆବଶ୍ୟକସ୍ଥଳେ ଏପ୍ରିଲ ପ୍ରଥମ ସପ୍ତାହରୁ ଖରାଛୁଟି କରାଯିବ। ଏପ୍ରିଲ ୧୫ସୁଦ୍ଧା ମାଗଣା ପାଠ୍ୟପୁସ୍ତକ ବଣ୍ଟାଯିବ। ଯଦି ଆଉ କିଛି ପୁସ୍ତକ ପ୍ରକାଶନରେ ବିଳମ୍ବ ଘଟେ ତେବେ ସମ୍ପୃକ୍ତ ପୁସ୍ତକ ଜୁନ୍‌ ଶେଷ ସୁଦ୍ଧା ବଣ୍ଟାଯିବାକୁ ନିଷ୍ପତ୍ତି ହୋଇଛି।


 


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri