ସ୍ବତନ୍ତ୍ର ବସ୍‌ ଯୋଗେ ଯୁଦ୍ଧ ଅଞ୍ଚଳରେ ଫସିଥିବା ଛାତ୍ରୀଛାତ୍ରଙ୍କୁ ଉଦ୍ଧାର

ଭୁବନେଶ୍ୱର,୪।୩(ବ୍ୟୁରୋ): ୟୁକ୍ରେନରେ ଯୁଦ୍ଧ ଜାରି ରହିଥିବା ବେଳେ ଯୁଦ୍ଧ ଅଞ୍ଚଳ ଖାର୍କିଭ ଓ ପେସୋଚିନରେ ବର୍ତ୍ତମାନ ସୁଦ୍ଧା ଆହୁରି ଅନେକ ଓଡ଼ିଆ ଛାତ୍ରୀଛାତ୍ର ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଓଡ଼ିଶା ସରକାର ସମସ୍ତ ଚେଷ୍ଟା ଲଗାଇ ଦେଇଛନ୍ତି। ଖାର୍କିଭ ଓ ପିସୋଚିନ ଅଞ୍ଚଳରେ ଥିବା ଛାତ୍ରଛାତ୍ରୀ ଗତ ୩ ଦିନ ଧରି ଅଟକି ରହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୬୫ ଜଣଙ୍କୁ ରାଜ୍ୟ ସରକାର ଦୁଇଟି ସ୍ବତନ୍ତ୍ର ବସ୍‌ ଯୋଗେ ନିରାପଦ ଭାବେ ପଶ୍ଚିମ ୟୁକ୍ରେନ ସୀମାକୁ ଆଣିବା ପାଇଁ ସଫଳ ହୋଇଛନ୍ତି । ଉକ୍ତ ଅଞ୍ଚଳରେ ଥିବା ସବୁ ଛାତ୍ରୀଛାତ୍ରଙ୍କୁ ଉଦ୍ଧାର କରି ବିମାନ ଯୋଗେ ଭାରତ ଆଣିବା ପାଇଁ ପ୍ରକ୍ରିୟା ଜାରି ରହିଛି । ଏ ପର୍ଯ୍ୟନ୍ତ ୧୯୯ ଓଡ଼ିଆ ଜଣ ଛାତ୍ରୀଛାତ୍ର ନିରାପଦରେ ଭାରତରେ ପହଞ୍ଚି ସାରିଛନ୍ତି ।