କାର୍ଟୁନିଷ୍ଟ ଅଶ୍ୱିନୀ-ଅବନୀଙ୍କୁ ସ୍ବତନ୍ତ୍ର ପୁରସ୍କାର

ବଲାଙ୍ଗୀର ଅଫିସ, ୬ା୬: ଛତିଶଗଡ଼ ପରିବେଶ ସଂରକ୍ଷଣ ମଣ୍ଡଳ ଏବଂ ରାୟପୁର(ଛତିଶଗଡ଼)ରୁ ପ୍ରକାଶିତ ମାସିକ କାର୍ଟୁନ୍‌ ପତ୍ରିକା ‘କାର୍ଟୁନ୍‌ ୱାଚ୍‌’ର ମିଳିତ ଆବାହକତ୍ୱରେ ଆୟୋଜିତ ସର୍ବଭାରତୀୟସ୍ତରୀୟ କାର୍ଟୁନ୍‌ ପ୍ରତିଯୋଗିତାରେ ଓଡ଼ିଶାର କାର୍ଟୁନିଷ୍ଟ ଭ୍ରାତୃଦ୍ୱୟ ଅଶ୍ୱିନୀ-ଅବନୀଙ୍କ ଏକ କାର୍ଟୁନ୍‌ ସ୍ବତନ୍ତ୍ର ପୁରସ୍କାର ଲାଭ କରିଛି। ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଆୟୋଜିତ ପ୍ରତିଯୋଗିତା ‘ଲାଇଫ୍‌ ଷ୍ଟାଇଲ ଫର୍‌ ଏନ୍‌ଭାଇରନ୍‌ମେଣ୍ଟ’ ବିଷୟବସ୍ତୁ ଉପରେ ଆଧାରିତ ଥିଲା। ପୁରସ୍କୃତ ହୋଇଥିବା ଅଶ୍ୱିନୀ-ଅବନୀଙ୍କ ବ୍ୟଙ୍ଗଚିତ୍ରରେ ବିଶ୍ୱସ୍ତରରେ ଅମୂଲ୍ୟ ଜଳ ସମ୍ପଦର ଜୀବନଯାପନ ଶୈଳୀଜନିତ ଦୁରୁପଯୋଗ ତଥା ଏହାର କରୁଣ ଭବିଷ୍ୟତ ସମ୍ପର୍କରେ ଏକ ଶାଣିତ ବ୍ୟଙ୍ଗାମତ୍କ ଅବଧାରଣା ପ୍ରଦାନ କରାଯାଇଛି।
ପ୍ରତିଯୋଗିତା ସମ୍ପର୍କିତ ଏକ ଭବ୍ୟ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ନିକଟ ଅତୀତରେ ପ୍ରତ୍ନତାତ୍ତ୍ୱିକ ତଥା ପର୍ଯ୍ୟଟନସ୍ଥଳୀର ସ୍ବଚ୍ଛତା, ଏକକ ବିଶ୍ୱ ଓ ଯୁଦ୍ଧ ନୁହେଁ କେବଳ ଭ୍ରାତୃତ୍ୱ ଉପରେ ଆଧାରିତ ତିନୋଟି ଜାତୀୟ ପ୍ରତିଯୋଗିତା ତଥା ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଆୟୋଜିତ ଭିନ୍ନ ଏକ ସର୍ବଭାରତୀୟ କାର୍ଟୁନ୍‌ ପ୍ରତିଯୋଗିତାରେ ମଧ୍ୟ ଅଶ୍ୱିନୀ-ଅବନୀଙ୍କ କାର୍ଟୁନ୍‌ଗୁଡିକ ପୁରସ୍କୃତ ତଥା ପ୍ରଦର୍ଶିତ ହେବାର ସୌଭାଗ୍ୟ ଲାଭ କରିଥିଲା। ଏଥିସହ ଇଜିପ୍ଟର କାଇରୋଠାରେ ଅନୁଷ୍ଠିତ ସ୍ପିରିଟ୍‌ ଅଫ୍‌ ଗାନ୍ଧୀ ଏକ୍‌ଜିବିଶନ, ମୁମ୍ବାଇଠାରେ ହୋଇଥିବା ବାଲ୍‌ ଠାକ୍‌ରେ ଅନ୍ତର୍ଜାତୀୟ କାର୍ଟୁନ୍‌ ଏକ୍‌ଜିବିଶନ, ଜମ୍ବୁଠାରେ ପ୍ରଖ୍ୟାତ ସନ୍ତୁରବାଦକ ପି. ଶିବ କୁମାର ଶର୍ମାଙ୍କ ସ୍ମୃତି ପ୍ରଦର୍ଶନୀ ଏବଂ କୋଚିଠାରେ କାର୍ଟୁନ୍‌ ମେନ୍‌ ବାଦୁସା ମେମୋରିଆଲ୍‌ ଇଣ୍ଟରନ୍ୟାଶନାଲ୍‌ କେରିକେଚର୍‌ ଏକ୍‌ଜିବିଶନ୍‌ରେ ଏମାନଙ୍କ କୃତି ସ୍ଥାନ ପାଇଥିଲା। ତିନି ଦଶନ୍ଧିରୁ ଅଧିକ ସମୟ ଧରି ଅବିରତ ଭାବେ କାର୍ଟୁନ କରିଆସୁଥିବା ଓଡ଼ିଶାର ଏହି ଭ୍ରାତୃଦ୍ୱୟ ବ୍ୟଙ୍ଗଚିତ୍ର ଜଗତରେ ବେଶ୍‌ ପ୍ରତିଷ୍ଠିତ। ପୃଥିବୀର ଏକମାତ୍ର କାର୍ଟୁନିଷ୍ଟ ଭ୍ରାତୃଦ୍ୱୟ ଭାବରେ ୨୦୧୪ ମସିହାରୁ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇସାରିଥିବା ଅଶ୍ୱିନୀ-ଅବନୀ ଅନେକଥର ଅନ୍ତର୍ଜାତୀୟ ତଥା ଜାତୀୟସ୍ତରରେ ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri