Categories: ରାଜ୍ୟ

ଆସନ୍ତାକାଲିଠାରୁ କାର୍ତ୍ତିକ ମାସ ପଞ୍ଚୁକ ବ୍ରତ ଆରମ୍ଭ; ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ,୨୨।୧୧: ପବିତ୍ର କାର୍ତ୍ତିକମାସର ପଞ୍ଚୁକ ବ୍ରତ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ପୁରୀ ଶ୍ରୀମନ୍ଦିରରେ ପଂଚୁକ ବ୍ରତରେ ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଦର୍ଶନ କରିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଭିଡକୁ ଦୃଷ୍ଟିରେ ରଖି ମରିଚିକୋଟ ଛକଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ଅସ୍ଥାୟୀ ବାରିକେଡ ଦେଇ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିବେ।

ବରିଷ୍ଠ ନାଗରିକ, ମହିଳା ଓ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। କେବଳ ଯାତ୍ରୀବାହି ବସ୍‌‌ ସହର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇଥିବାବେଳେ ଟୁରିଷ୍ଟ ବସ୍‌‌ ମାଳତୀପାଟପୁର କିମ୍ବା ତାଳବଣିଆ ପାଖରେ ଅଟକି ରହିବ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୩୦ ପ୍ଲାଟୁନ୍‌‌ ପୋଲିସ୍‌‌ ଫୋର୍ସ୍‌‌ ମୁତୟନ କରାଯାଇଛି।

ଶ୍ରୀମନ୍ଦିରରେ ପଂଚୁକ ବ୍ରତ ସମୟରେ ପ୍ରତ୍ୟହ ଅବକାଶ ନୀତି ଶେଷ ହେବାପରେ ଶ୍ରୀଜୀଉମାନଙ୍କୁ ଏହି ୫ ଦିନ ବିଭିନ୍ନ ଆକର୍ଷଣୀୟ ବେଶରେ ସଜ୍ଜିତ କରାଯିବ । ପଞ୍ଚକର ଅନ୍ତିମ ଦିବସ ପୂର୍ଣ୍ଣମୀରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ରାଜରାଜେଶ୍ୱର ବା ସୁନାବେଶରେ ସଜ୍ଜିତ କରାଯିବ ।