ବାଚସ୍ପତି ନେଲେ ବୁଷ୍ଟର ଡୋଜ୍‌

ଭୁବନେଶ୍ୱର,୧୦।୧(ବ୍ୟୁରୋ): ଆଜିଠୁ ସାରା ଦେଶରେ ବୁଷ୍ଟର ଡୋଜ୍‌ ଆରମ୍ଭ ହୋଇଛି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହାରି ଭିତରେ ରାଜ୍ୟରେ ପ୍ରଥମ କରି ସୋମବାର ବୁଷ୍ଟର ଡୋଜ୍‌ ନେଇଛନ୍ତି । ବିଧାନସଭା ପରିସରରେ ସେ ଏହି ଟିକା ନେଇଛନ୍ତି ।
କରୋନା ଟିକାର ଦୁଇଟି ଡୋଜ ନେଇଥିବା ବ୍ୟକ୍ତିମାନେ ଏହି ଟିକା ନେଇପାରିବେ। ରାଜ୍ୟରେ ଆଗଧାଡିର ଯୋଦ୍ଧା, ସ୍ବାସ୍ଥ୍ୟକର୍ମୀଙ୍କୁ ଏହି ବୁଷ୍ଟର ଡୋଜ୍‌ ଦିଆଯିବ। ଏହା ବାଦ ଯେଉଁମାନଙ୍କର ଦୁଇଟି ଡୋଜ୍‌ ଟିକା ନେବାର ୯ ମାସ ପୂରଣ ହୋଇଥିବା ସେହିମାନେ ବୁଷ୍ଟର ଡୋଜ୍‌ ନେଇପାରିବେ ।