Categories: ଖେଳ

ହକି ବିଶ୍ୱକପ୍‌ ୨୦୨୩: ପ୍ରଥମ ଟିମ ଭାବେ କ୍ବାର୍ଟରଫାଇନାଲରେ ପ୍ରବେଶ କଲା ସ୍ପେନ୍‌

ଭୁବନେଶ୍ବର,୨୨।୧(ବ୍ୟୁରୋ): ହକି ବିଶ୍ୱକପ୍‌ ୨୦୨୩ରେ ପ୍ରଥମ ଟିମ ଭାବେ କ୍ବାର୍ଟରଫାଇନାଲରେ ପ୍ରବେଶ କରିଛି ସ୍ପେନ୍‌। ମାଲେସିଆ ଓ ସ୍ପେନ ମଧ୍ୟରେ ରବିବାର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା କ୍ରସ ଓଭର ମ୍ୟାଚରେ ସୁଟଆଉଟ୍‌ରେ ମାଲେସିଆକୁ ସ୍ପେନ ପରାସ୍ତ କରିଛି। ଏହି ବିଜୟ ସହ ସ୍ପେନ୍‌ କ୍ବାର୍ଟରଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ। ଏହି ମ୍ୟାଚ୍‌ ଜାନୁଆରୀ ୨୪ରେ ଖେଲାଯିବ।
ସୂଚନାଯୋଗ୍ୟ, ମାଲେସିଆ ଓ ସ୍ପେନ ମଧ୍ୟରେ ଖେଳାଯାଇଥିବା କ୍ରସ ଓଭର ମ୍ୟାଚ୍‌ ନିର୍ଦ୍ଧାରିତ ସମୟରେ ଉଭୟ ଦଳ ୨ଟି ଲେଖାଏ ଗୋଲ ଦେଇଥିଲେ। ଫଳରେ ଫଳାଫଳ ପାଇଁ ସୁଟଆଉଟର ସହାୟତା ନିଆଯାଇଥିଲା। ପ୍ରଥମ ସୁଟଆଉଟରେ ଉଭୟ ଦଳ ୩-୩ ଗୋଲ ଦେଇଥିଲେ। ଏପରିସ୍ଥଳରେ ଦ୍ବିତୀୟ ସୁଟଆଉଟ୍‌ ନିଆଯାଇଥିଲା। ସୁଟଆଉଟ୍‌ରେ ସ୍ପେନ ୪ଟି ଗୋଲ ଦେଇଥିଲା ବେଳେ ମାଲେସିଆ ୩ଟି ଦେଇଥିଲା।

Share