ମହାକାଶ ଦୌଡ଼

ଚଳିତ ମାସରେ ପାର୍ଲାମେଣ୍ଟରେ କୁହାଗଲା ଯେ, ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଭାରତର ମହତ୍ତ୍ୱାକାଂକ୍ଷୀ ମହାକାଶ ମିଶନ ଉପରେ ବନ୍ଦ ରହିଥିବା ପ୍ରଥମ ପ୍ରଦର୍ଶନଭିତ୍ତିକ ପରୀକ୍ଷଣ ଚଳିତ ବର୍ଷ ଡିସେମ୍ବର ୩୧ ପୂର୍ବରୁ କରିବ। ଏଣୁ ଭାରତର ୯,୦୨୩ କୋଟି ଟଙ୍କାର ଏହି ପ୍ରୋଜେକ୍ଟର ପ୍ରଥମ ମାନବରହିତ ମହାକାଶ ଯାନ ୨୦୨୩ ଶେଷ ସୁଦ୍ଧା ମହାକାଶକୁ ପଠାଯିବ ବୋଲି ଆଶା କରାଯାଏ। ଇସ୍ରୋ ଦ୍ୱାରା ଆରମ୍ଭ ହୋଇଥିବା ଭାରତର ଗଗନାୟନ ମିଶନ ଅତ୍ୟନ୍ତ ଆହ୍ବାନପୂର୍ଣ୍ଣ। ଏହି ମିଶନ ପାଇଁ ନାମ ଗୁପ୍ତ ରଖାଯାଇଥିବା ଭାରତୀୟ ବାୟୁ ସେନାର ୪ ଜଣ ଅଧିକାରୀ ପ୍ରଶିକ୍ଷଣ ନେଉଛନ୍ତି ଓ ଏମାନେ ରୁଷିଆର ରସ୍‌କସ୍‌ମସ୍‌ ସହ କାର୍ଯ୍ୟ କରୁଛନ୍ତି। କକ୍ଷରେ କୌଣସି ବସ୍ତୁ ସ୍ଥାପନ କରିବାରେ ମାତ୍ର ହାତଗଣତି କୋତୋଟି ଦେଶ ମଧ୍ୟରେ ଭାରତ ଅନ୍ୟତମ। ୪୦ ବର୍ଷ ପୂର୍ବେ ଆମେ ଏହା କରିପାରିଥିଲୁ ଏବଂ ଏଭଳି କାର୍ଯ୍ୟ କରିବାକୁ ସମ୍ଭବତଃ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି କରିବାକୁ ସକ୍ଷମ ହୋଇନାହାନ୍ତି, ଯଦିଓ ତାଙ୍କ କମ୍ପାନୀ ଦୁଇ ଦଶନ୍ଧି ହେଲା ମହାକାଶ ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରୁଛି। ମହାକାଶ ବିଜ୍ଞାନରେ ଦୁଇଟିି ପର୍ଯ୍ୟାୟରେ ବ୍ୟାପକ ଭାବେ ରକେଟ ଟେକ୍‌ନୋଲୋଜିର ବିକାଶ ଘଟିଛି। ପ୍ରଥମଟି ଥିଲା ୧୯୬୦ ଦଶକ। ଏହି ସମୟରେ ରୁଷୀୟମାନେ ପ୍ରଥମେ କକ୍ଷରେ ବସ୍ତୁ, ଜୀବନ୍ତ କୁକୁର ଓ ଉପଗ୍ରହ, କକ୍ଷରେ ପ୍ରଥମ ମଣିଷ ପହଞ୍ଚାଇବା ସହ ମହାକାଶରେ ଚାଲିବାରେ ସଫଳତା ପାଇଥିଲେ। ଏହି ପଥ ଆମେରିକୀୟମାନେ ବି ଅନୁସରଣ କଲେ। ୧୯୫୦ ଦଶନ୍ଧିର ଶେଷାର୍ଦ୍ଧରୁ ୧୯୬୦ ଦଶନ୍ଧି ପ୍ରଥମାର୍ଦ୍ଧ ମଧ୍ୟରେ ବିଶ୍ୱରେ ଚନ୍ଦ୍ରକୁ କୌଣସି ସାଟେ୍‌ଲାଇଟ କି ମଣିଷ ପଠାଇ ଯାଇ ନ ଥିଲା। କିନ୍ତୁ ତାହା ହାସଲ ହେବା ପରେ ଅଧିକ ଖର୍ଚ୍ଚ, ଆମେରିକୀୟମାନଙ୍କ ପକ୍ଷରୁ ପ୍ରତିରୋଧ ଏବଂ ସୋଭିଏଟ୍‌ ମୁନ୍‌ ରକେଟ ବିଫଳତା ଯୋଗୁ ମହାକାଶରେ ସକ୍ରିୟ ଦୌଡ଼ରେ ପୂର୍ଣ୍ଣଚ୍ଛେଦ ପଡ଼ିଲା। ୧୯୭୨ ପରେ ଆମେରିକା ଚନ୍ଦ୍ରରେ ମଣିଷକୁ ଓହ୍ଲାଇବା ଭଳି ଦକ୍ଷତା କମି ନିମ୍ନ କକ୍ଷରେ ବସ୍ତୁ ସ୍ଥାପନ କରିବାରେ ସୀମିତ ରହିଲା। ଏବେ ସେହି କ୍ଷମତା ରୁଷିଆ ପାଖରେ ରହିଛି ଓ ଏଥିପାଇଁ ତାହାର ପୁରୁଣା ରକେଟକୁ ବ୍ୟବହାର କରୁଛି। ଚାଇନା ଓ ପ୍ରାଇଭେଟ କମ୍ପାନୀ ସ୍ପେଶ- ଏକ୍ସର ବି ଏହି କ୍ଷମତା ରହିଛି। ଚାଇନା ଦୁଇ ଦଶନ୍ଧି ପୂର୍ବେ କକ୍ଷରେ ମଣିଷକୁ ସ୍ଥାପିତ କରିଥିଲା ଓ ଏବେ ତା’ର ଏକ ସ୍ପେଶ ଷ୍ଟେଶନ ପୃଥିବୀକୁ ପରିକ୍ରମା କରୁଛି। କେତେକ ଦେଶ ଅନ୍ତଃରାଷ୍ଟ୍ରୀୟ ସ୍ପେଶ ଷ୍ଟେଶନ ବିକାଶ କରିବା ପୂର୍ବରୁ କେବଳ ଆମେରିକା ଓ ରୁଷିଆ ହିଁ ଏହା କରିପାରିଛନ୍ତି। ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ ଆସନ୍ତା ବର୍ଷେ କି ଦୁଇ ବର୍ଷରେ କକ୍ଷରେ ମାନବ ସ୍ଥାପିତ କରିବାକୁ ଯୋଜନା କରିଛି। ଏହା ଏତେ ସହଜ ହେବ ନାହିଁ। ଏହି କାର୍ଯ୍ୟ କରିବା ଲାଗି ନିର୍ମାଣ କରାଯାଇଥିବା ରକେଟ ଚଳିତ ମାସ ପ୍ରାରମ୍ଭରେ ପରୀକ୍ଷଣରେ ସଫଳ ହୋଇ ନାହିଁ। ତଥାପି ସୀମିତ ଟେକ୍‌ନୋଲୋଜି ଏବଂ ପାଣ୍ଠିରେ ଭାରତ ବହୁତ ଭଲ କରିଛି। ଆମ ରକେଟ ବୁଷ୍ଟର୍‌ଗୁଡ଼ିକୁ ଫ୍ରାନ୍ସ ଦ୍ୱାରା ପ୍ରଥମେ ଡିଜାଇନ ହୋଇଥିବା ଏକ ପୁରାତନ ଇଞ୍ଜିନ ଶକ୍ତି ଯୋଗାଏ, ଯେଉଁଥିରେ କମ୍‌ କ୍ଷମତା ସମ୍ପନ୍ନ ଇନ୍ଧନ ହାଇଡ୍ରୋଜେଲ ବ୍ୟବହାର ହେଉଛି। କହିବାକୁ ଗଲେ ଭାରତର ଦକ୍ଷତା ଅତି ବିକଶିତ ଦେଶ ଓ କମ୍ପାନୀଗୁଡ଼ିକର କ୍ଷମତା ସହ ସମାନ ନୁହେଁ।
ବିଗତ କିଛି ବର୍ଷ ହେଲା ଏକ ନୂଆ ମହାକାଶ ଦୌଡ଼ ଆରମ୍ଭ ହୋଇଛି। ଏହା କେତେକେ ପ୍ରାଇଭେଟ କମ୍ପାନୀ ଓ ଚାଇନା ଦ୍ୱାରା ଆଗକୁ ବଢୁଛି। ଏବକାର ଦୌଡ଼ରେ ଆମେରିକା ଚନ୍ଦ୍ରରେ ଏକ ବେସ୍‌ କରିବାକୁ ଚାହଁୁଛି। ମଙ୍ଗଳରେ ବସତି ସ୍ଥାପନ କରିବାର ଯୋଜନା କରୁଛି। ଚଳିତ ବର୍ଷ ଟେକ୍ସାସରେ ଏଥିପାଇଁ ଡିଜାଇନ କରାଯାଇଥିବା ରକେଟର ପରୀକ୍ଷା ଶେଷ ହୋଇଛି। ଇସ୍ରୋ ୨୦୧୩ରେ ମଙ୍ଗଳକୁ ୧୫ କେଜି ଓଜନର ମଙ୍ଗଳାୟନ ଅର୍ବିଟର ପଠାଇଥିବାବେଳେ ଆମେରିକାର ରକେଟ ୧୫୦ ଟନ ଓଜନର ଜିନିଷ ମଙ୍ଗଳକୁ ନେଇ ପାରିବ। ମହାଜାଗତିକ ବସ୍ତୁଗୁଡ଼ିକୁ ଖୋଳି ବିରଳ ମିନେରାଲଗୁଡ଼ିକୁ ପୃଥିବୀକୁ ଆଣିବା ଓ ସ୍ଥାୟୀ ଭାବେ ମଙ୍ଗଳରେ ରହିବା ଏପରି କି ଏହାର ଜଳବାୟୁକୁ ପରିବର୍ତ୍ତନ କରି ପୃଥିବୀ ଜଳବାୟୁ ଭଳି କରିବାର ମଧ୍ୟ ଯୋଜନା ରହିଛି। ଏଥିରୁ ବୁଝାପଡୁଛିି ଯେ, ଟେକ୍‌ନୋଲୋଜି ସ୍ତରରେ ନୂଆ ଉପତ୍ାଦ ଓ ସେବାର ବିଶାଳ ସୁଯୋଗ ସାମ୍ନାକୁ ଆସୁଛି। ହାତଗଣତି କେତେକ ପ୍ରାଇଭେଟ କମ୍ପାନୀ, ଆମେରିକା,ଚାଇନା ଏବଂ ବିଶ୍ୱର ଅନ୍ୟ ଦେଶଗୁଡ଼ିକରେ ଏହି ସୁଯୋଗ ଆହୁରି ବଢିଯିବ। ସେମାନଙ୍କ ଦକ୍ଷତା କିଛି ସଂସ୍ଥାକୁ ପ୍ରାପ୍ତ ହେବ ଓ ସଶକ୍ତ କରିବ। ଆଗାମୀ ଦଶନ୍ଧିରେ ଏହି ନୂଆ ଟେକ୍‌ନୋଲୋଜି ସେମାନଙ୍କୁ ଆହୁରି ମଜଭୁତ ହେବ। ମହତ୍ତ୍ୱପୂର୍ଣ୍ଣ ଉଦ୍ଭାବନ ମଧ୍ୟ ଆଗକୁ ଆସିବ ଓ ଏହାକୁ ବିକାଶ କରିଥିବା ସଂସ୍ଥାଗୁଡ଼ିକ ପ୍ରଥମେ ତାହାକୁ ବ୍ୟବହାର କରିବେ ଓ ପରେ ସମ୍ଭବତଃ ଏହାର ବ୍ୟାପକ ବ୍ୟବସାୟିକ ବ୍ୟବହାର ହେବ। ଏହି ଦଶନ୍ଧି ଶେଷ ହେବା ପୂର୍ବରୁ ଆମେ ଏଗୁଡ଼ିକୁ ଦେଖିବା।
ଅନେକ ଦେଶର ଲୋକଙ୍କୁ ନେଇ ଅନ୍ୟ ଗ୍ରହରେ ମାନବ ବସତି ଆମେ ସ୍ଥାପନ କରିବା ପୃଥିବୀ ପାଇଁ କି କାମରେ ଆସିବ ସେ ସମ୍ପର୍କରେ ବିଚାର କରିବା ଦରକାର। ଏହା ସମ୍ଭବ ଯେ, ଯେତେବେଳେ ନୂଆ ଉଦ୍ଭାବନଗୁଡ଼ିକ ଆସିବ ସେତେବେଳେ ବିଶ୍ୱରେ ବ୍ୟାପକ ପରିବର୍ତ୍ତନ ଆସିବ। କିନ୍ତୁ ମଣିଷ ଚନ୍ଦ୍ରରେ ପାଦ ଦେବା ପରେ ପରେ ସ୍ପେଶ୍‌ ଟେକ୍‌ନୋଲୋଜି କିଭଳି ଭୁଶୁଡି ପଡ଼ିଲା ତାହା ଆମେ ଦେଖିଛୁ। ଏପରିକି ଆମେରିକା ଚନ୍ଦ୍ରରେ ମଣିଷ ପହଞ୍ଚାଇବାର ସେହି ସାମର୍ଥ୍ୟ ହରାଇଲା ଓ ଏଯାବତ ବି ତା’ର ସେହି କ୍ଷମତା ନାହିଁ। କିଛି କାରଣ ଏବକାର ରେସ୍‌ ବା ଦୌଡକୁ ରୋକି ପାରେ। କିନ୍ତୁ ଏହା କ’ଣ ହୋଇପାରେ ତାହା ଚିନ୍ତା କରିବା କଷ୍ଟକର। ମହାକାଶ ଦୌଡରେ ଉଲ୍ଲେଖନୀୟ ଅଗ୍ରଗତି ହେଉଛି ଓ ଆଗ୍ରହ ମଧ୍ୟ ରହିଛି। ଅତି ଧନୀ ବ୍ୟକ୍ତି ବିଶେଷମାନେ ଏହାକୁ ପାଣ୍ଠି ଯୋଗାଇ ଦେଉଛନ୍ତି। ତେବେ ଭାରତ ଏହି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଭାଗୀଦାରି ହୋଇ ନ ପାରିବା ଭଳି ଜଣାପଡ଼ୁଛି। ତଥାପି ଆମେ ଏ ଦିଗରେ ଦ୍ରୁତ ଗତିରେ ଆଗଉଛୁ ବୋଲି କହୁଛୁ, ହେଲେ ଆମମାନଙ୍କ ପାଇଁ ଏହାର ପ୍ରୟୋଜନିୟତା କିମ୍ବା ତାପତର୍‌ୟ୍ୟ କ’ଣ ରହିଛି ତାହା ବିଚାର କରିବା ଦରକାର।

  • ଆକାର ପଟେଲ
  • Email:aakar.patel@gmail.com

Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri