ସଲମାନଙ୍କୁ ସୁପରଷ୍ଟାର କରିଥିଲା ବାଲାସୁବ୍ରମଣ୍ୟଙ୍କ ଗୀତ

ମୁମ୍ବାଇ: ନିଜର ମଖମଲି ସ୍ୱରରେ ଶ୍ରୋତାଙ୍କ ହୃଦୟରେ ଘର କରିଥିବା ଗାୟକ ଏସ୍‌ପି ବାଲାସୁବ୍ରମଣ୍ୟମଙ୍କର ଶୁକ୍ରବାର ୭୪ ବର୍ଷ ବୟସରେ ପରଲୋକ ହୋଇଛି । ସେ ଅଗଷ୍ଟ ପ୍ରଥମ ସପ୍ତାହରେ କରୋନାରେ ସଂକ୍ରମିତ ହେବା ପରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଊଥିବା ସମୟରେ ତାଙ୍କର ପରଲୋକ ହୋଇଛି । ହିନ୍ଦୀ ଫିଲ୍ମ ଦୁନିଆରେ ତାଙ୍କର ଥିଲା ଏକ ସ୍ୱତନ୍ତ୍ର ପରିଚୟ । ତେବେ ତାଙ୍କ ସ୍ୱରକୁ ସଲମାନଙ୍କ ସ୍ୱର ବୋଲି କୁହାଯାଇଥାଏ । ସଲମାନଙ୍କ ଅଭିନୀତ ଅନେକ ହିଟ୍ ମୁଭିରେ ସେ କଣ୍ଠଦାନ କରିଥିବା ବେଳେ ଏହା ପରବର୍ତ୍ତି ସମୟରେ ସଲମାନଙ୍କ ସ୍ୱର ବୋଲି କୁହାଯାଉଥିଲା । ବଲିଉଡ୍‌ଠାରୁ ଟଲିଉଡ୍ ପର୍ଯ୍ୟନ୍ତ ବାଲାସୁବ୍ରମଣ୍ୟମଙ୍କର ଥିଲା ଏକ ସ୍ୱତନ୍ତ୍ର ପରିଚୟ । ସଲମାନ ଓ ଭାଗ୍ୟଶ୍ରୀଙ୍କ ଦ୍ୱାରା ଅଭିନୀତ ଫିଲ୍ମ ‘ମେନେ ପ୍ୟାର କିୟା’ର ସମସ୍ତ ଗୀତ ବାଲାସୁବ୍ରମଣ୍ୟମ ଗାଇଥିବା ବେଳେ ଏହା ହୋଇଥିଲା ସୁପରହିଟ୍ । ଆଉ ସେତେବେଳେ ଦର୍ଶକ ଓ ଶ୍ରୋତା ଭାବିଥିଲେ ଗୀତ ଗୁଡିକ ନିଜେ ସଲମାନ ବୋଧହୁଏ ଗାଇଛନ୍ତି । ଏମିତି ଭାବେ ସଲମାନ ହିଟ୍ ନାୟକ ପାଲଟି ଯାଇଥିଲେ । ବାଲାସୁବ୍ରମଣ୍ୟମ ହମ୍ ଆପକେ ହୈ କୌନ, ଅନ୍ଧା କାନୁନ, ସାଜନ, ୧୦୦ଡେଜ୍‌, ଚେନ୍ନାଇ ଏକ୍ସପ୍ରେସ୍ ଓ ଅଙ୍ଗାର ଭଳି ଫିଲ୍ମରେ ଗୀତ ଗାଇ ଶ୍ରୋତା ତଥା ଦର୍ଶକଙ୍କ ହୃଦୟ ଜିତି ପାରିଛନ୍ତି । ଏହା ବ୍ୟତୀତ କନ୍ନଡ, ତାମିଲ ଓ ତେଲୁଗୁ ଫିଲ୍ମରେ ବି ତାଙ୍କର ରହିଛି ଏକ ଭିନ୍ନ ପରିଚୟ । ବାଲାସୁବ୍ରମଣ୍ୟମଙ୍କ ପୁରା ନାଁ ହେଉଛି ଶ୍ରୀପତି ପଣ୍ଡିତରାଧ୍ୱଲା ବାଲାସୁବ୍ରମଣ୍ୟମ । ବାଲୁ ନାଁରେ ସେ ବେଶ୍ ପରିଚିତ । ପାଖାପାଖି ୧୬ ଭାରତୀୟ ଭାଷାରେ ସେ ୪୦ ହଜାରରୁ ଅଧିକ ଗୀତ ଗାଇଛନ୍ତି । ୨୦୦୧ରେ ସେ ପଦ୍ମଶୀ ଓ ୨୦୧୧ରେ ପଦ୍ମ ଭୁଷଣ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri