Categories: ଖେଳ

ବିଶ୍ୱକପ୍‌ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଝଟକା, ଅଧିନାୟକ ସମେତ ଏହି ବୋଲର ହେଲେ ଆହତ

କାପେ ଟାଉନ୍‌,୧୫।୯: ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଆଫ୍ରିକା ପାଇଁ ସମସ୍ୟା କମ୍‌ ହେଉନାହିଁ। ୨୦୨୩ ବିଶ୍ୱକପ୍‌ ପୂର୍ବରୁ ଅଧିନାୟକ ଟେମ୍ବା ବାବୁମାଙ୍କ ସମେତ ଦଳର ଦୁଇ ଖେଳାଳି ଆହତ ହୋଇଛନ୍ତି। ଦ୍ରୁତ ବୋଲର ଏନ୍ରିକ ନର୍ସିଆ ଆହତ କାରଣରୁ ତୃତୀୟ ଦିନିକିଆ ଖେଳିପାରିନଥିଲେ, ବର୍ତ୍ତମାନ ସେ ମଧ୍ୟ ଶେଷ ଦୁଇଟି ଦିନିକିଆରୁ ବାଦ୍‌ ପଡିଛନ୍ତି।

ପିଠିରେ ଆଘାତ ଲାଗିଥିବାରୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜର ଅବଶିଷ୍ଟ ମ୍ୟାଚରୁ ଏନ୍ରିକଙ୍କୁ ବାଦ୍‌ ଦିଆଯାଇଛି। ଏନ୍ରିକର ଆଘାତ ବିଶ୍ୱକପ୍‌ ପୂର୍ବରୁ ଆଫ୍ରିକା ପାଇଁ ସମସ୍ୟା ସୃଷ୍ଟି କରିପାରେ। ଏଥି ସହିତ ଭଲ ଫର୍ମରେ ଥିବା ଆଫ୍ରିକୀୟ ଅଧିନାୟକ ଟେମ୍ବା ବାବୁମା ମଧ୍ୟ ଷ୍ଟ୍ରେନ କାରଣରୁ ସିରିଜର ଶେଷ ମ୍ୟାଚ ଖେଳି ପାରିବେ ନାହିଁ। ବାବୁମାଙ୍କ ସ୍ଥାନରେ ବାକି ଦୁଇଟି ମ୍ୟାଚରେ ଏଡନ ମାର୍କରମ ଅଧିନାୟିକତ୍ୱ ପଦ ସମ୍ଭାଳିବେ।

 

Share