Categories: ଖେଳ

ଡେଥ୍‌ ଓଭରରେ ପାରିଲେନି ବୋଲର, ଦକ୍ଷିଣ ଆଫ୍ରିକା ଛିଡ଼ା କଲା ୨୯୭ ରନ୍‌ ଟାଗେର୍ଟ

ପାର୍ଲ,୧୯।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଡେଥ୍‌ ଓଭରରେ ଭାରତୀୟ ବୋଲର ଉଇକେଟ ନେବାରେ ବିଫଳ ହୋଇଛନ୍ତି। ଯଶପ୍ରୀତ ବୁମରା, ଭୁବନେଶ୍ୱର କୁମାର, ରବିଚନ୍ଦ୍ରନ ଅଶ୍ୱିନ, ୟୁଜବେନ୍ଦ୍ର ଚହଲଙ୍କ ଉପସ୍ଥିତି ସତ୍ତ୍ୱେ ଭାରତୀୟ ଦଳ ୫୦ ଓଭରରେ ଘରୋଇ ଦଳର ମାତ୍ର ୪ ବ୍ୟାଟରଙ୍କୁ ପ୍ୟାଭିଲିନ ପଠାଇ ପାରିଥିଲେ। ଅଧିନାୟକ ତେମ୍ବା ବଭୁମା (୧୧୦) ଓ ରାସି ଭାନ ଡର ଡୁସେନ(୧୨୯*)ଙ୍କ ୨୦୪ ରନ୍‌ର ଭାଗୀଦାରି ଯୋଗୁ ଦକ୍ଷିଣ ଆଫ୍ରିକା ୫୦ ଓଭରରେ ୪ ଉଇକେଟ ହରାଇ ୨୯୬ ରନ୍‌ କରିଛି। ଫଳରେ ଭାରତୀୟ ଦଳ ଆଗରେ ଛିଡ଼ା ହୋଇଛି ୨୯୭ ରନ୍‌ର ବିଜୟ ଲକ୍ଷ୍ୟ।

ଘରୋଇ ଅଧିନାୟକ ବଭୁମା ୧୪୩ ବଲରେ ୮ ଚୌକା ସହାୟତାରେ ଖେଳିଥିଲେ ୧୧୦ ରନ୍‌ର ପାଳି। ତାଙ୍କ କାନ୍ଧରେ କାନ୍ଧ ମିଶାଇ ଖେଳିଥିବା ଡୁସେନ ୯୫ ବଲରେ ୧୨୯ ରନ୍‌ କରିଥିଲେ। ତାଙ୍କ ଇନିଂସରେ ସାମିଲ ଥିଲା ୯ ଚୌକା ଓ ୪ ଛକା।

Share