Categories: ଖେଳ

ଦକ୍ଷିଣ ଆଫ୍ରିକା ଆଗରେ ୨୮୮ ରନ୍‌ର ବିଜୟ ଲକ୍ଷ୍ୟ

ପାର୍ଲ,୨୧।୧: ପାର୍ଲର ବୋଲାଣ୍ଡ ପାର୍କରେ ଶୁକ୍ରବାର ଖେଳାଯାଉଥିବା ଦ୍ୱତୀୟ ଦିନିକିଆ ମ୍ୟାଚରେ ଭାରତ ଟସ୍‌ ଜିତି ୫୦ ଓଭରରେ ୬ ଉଇକେଟ ହରାଇ ୨୮୭ ରନ୍‌ କରିଛି। ଫଳରେ ଦକ୍ଷିଣ ଆଫ୍ରିକା ଆଗରେ ୨୮୮ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି ।

ଭାରତର ଦୁଇ ଓପନର ଶିଖର ଧଓ୍ବନ ଏବଂ କେଏଲ୍‌ ରାହୁଲ ଦଳକୁ ଭଲ ଷ୍ଟାଟ୍‌ ଦେଇଥିଲେ । ରାହୁଲ ୫୫ ରନ୍‌ କରିଥିବା ବେଳେ ଧଓ୍ବନ ୨୯ ରନ୍‌ କରିବାରେ ସକ୍ଷମ ହୋଇଥିଲେ। ହେଲେ ବିରାଟ କୋହଲି ଖାତା ଖୋଲି ନ ଥିଲେ। ଋଷଭ ପନ୍ତ ୭୧ଟି ବଲରେ ୮୫ ରନ୍‌ର ଧର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରିଥିଲେ। ଶେଷରେ ଅଲ୍‌ରାଉଣ୍ଡର ଶାର୍ଦ୍ଦୁଲ ଠାକୁଲ ୪୦ ରନ୍‌ କରି କମାଲ ଦେଖାଇଥିଲେ ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ସିସାନ୍ଦା ମାଗଲା, ଆଇଡେନ ମାର୍କରାମ, କେଶବ ମହାରାଜ, ଆଣ୍ଡିଲ ଫେଲୁକାଓ୍ବୋ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ତବରେଜ ସାମସି ୨ଟି ଉଇକେଟ ନେବାରେ ସଫଳ ହୋଇଥିଲେ।

Share