ନୂଆଦିଲ୍ଲୀ,୨୬।୨: ଅହମ୍ମଦାବାଦରେ ଖେଳାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଦକ୍ଷିଣ ଆଫ୍ରିକା ୯ ଉଇକେଟରେ ୱେଷ୍ଟଇଣ୍ଡିଜ୍କୁ ପରାସ୍ତ କରିଛି। ଏହି ବିଜୟ ସହିତ ଦକ୍ଷିଣ ଆଫ୍ରିକା ସେମିଫାଇନାଲ ଆଡ଼କୁ ନିଜର ପାଦ ବଢ଼ାଇବା ସହ ଭାରତୀୟ ଦଳ ପାଇଁ ମଧ୍ୟ ସେମିଫାଇନାଲ ଖେଳିବା ରାସ୍ତା ସହଜ କରିଦେଇଛି।
ଦକ୍ଷିଣ ଆଫ୍ରିକା ଅଧିନାୟକ ଏଡେନ ମାର୍କରମୟଙ୍କ ବିସ୍ଫୋରକ ବ୍ୟାଟିଂ ଏହି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ତାଙ୍କୁ କ୍ୱିଣ୍ଟନ ଡିକକ ଏବଂ ରାୟାନ ରିକଲଟନ ଭରପୂର ସହଯୋଗ କରିଥିଲେ। ୱେଷ୍ଟଇଣ୍ଡିଜ ପକ୍ଷରୁ ଦିଆଯାଇଥିବା ୧୭୭ ରନ୍ର ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ମାତ୍ର ୧୬.୧ ଓଭରରେ (୨୩ ବଲ ବାକି ଥାଇ) ହାସଲ କରିନେଇଥିଲା।ଏହି ବଡ଼ ପରାଜୟ ପରେ ୱେଷ୍ଟଇଣ୍ଡିଜ୍ର ରନ୍ ରେଟ୍ ୫.୩୫ରୁ ହ୍ରାସ ପାଇ ୧.୭୯୧ ହୋଇଯାଇଛି।
ଭାରତ ପାଇଁ କ’ଣ ରହିଛି ସମୀକରଣ?
ଦକ୍ଷିଣ ଆଫ୍ରିକାର ଏହି ବିଜୟ ପରେ ସୁପର-୮ (ଗ୍ରୁପ-ଏ) ପଏଣ୍ଟ ଟେବୁଲରେ ବଡ଼ ଓଲଟପାଲଟ ହୋଇଛି। ଭାରତ ପାଇଁ ଏବେ ସେମିଫାଇନାଲ ରାସ୍ତା ନିଜ ହାତରେ ଅଛି:
୧. ଦକ୍ଷିଣ ଆଫ୍ରିକା ଏବେ ଗ୍ରୁପ୍ର ଶୀର୍ଷ ସ୍ଥାନକୁ ଚାଲିଆସିଛି।
୨. ସେମିଫାଇନାଲ ପାଇଁ ଭାରତ ପାଇଁ ସର୍ତ୍ତ: ଭାରତକୁ ତା’ର ଆଗାମୀ ଦୁଇଟି ଯାକ ମ୍ୟାଚ (ଜିମ୍ବାୱେ ଏବଂ ୱେଷ୍ଟଇଣ୍ଡିଜ ବିପକ୍ଷରେ) ଜିତିବାକୁ ପଡ଼ିବ।
ୱେଷ୍ଟଇଣ୍ଡିଜ୍ର ରନ ରେଟ କମିଯିବା ଯୋଗୁ ଭାରତୀୟ ଦଳ ପାଇଁ ପଏଣ୍ଟ ଟେବୁଲରେ ଆଗକୁ ବଢ଼ିବା ଏବେ ଅପେକ୍ଷାକୃତ ସହଜ ହୋଇଛି।ଏହାକୁ ନେଇ ଭାରତୀୟ ପ୍ରଶଂସକଙ୍କ ଆଶା ପୁଣି ବଢ଼ିଛି।

