ସୌରଭ ଗାଙ୍ଗୁଲିଙ୍ଗ ବାୟୋପିକର ସ୍କ୍ରିପ୍ଟ ପ୍ରସ୍ତୁତ

କୋଲକାତା,୨୪ ।୧: ଭାରତୀୟ କ୍ରିକେଟ ଦଳର କ୍ୟାପଟେନ ସୌରଭ ଗାଙ୍ଗୁଲିଙ୍କ ବାୟୋପିକ ନିର୍ମାଣକୁ ନେଇ ଅନେକ ଦିନରୁ ଘୋଷଣା ହୋଇ ସାରିଛି । ଏହାର ନିର୍ମାଣ ଲଭ ଫିଲ୍ମସ ଦ୍ୱାରା ହେଉଛି । ସୌରଭ ଗାଙ୍ଗୁଲିଙ୍କ ବାୟୋପିକକୁ ନେଇ ଗତ ୪-୫ ବର୍ଷ ହେବ ଚର୍ଚ୍ଚା ଚାଲିଛି, ଆଉ ଏବେ ଏହି ଫିଲ୍ମର ସ୍କ୍ରିପ୍ଟ ପ୍ରସ୍ତୁତ ହୋଇଛି । ନିଜ ବାୟୋପିକର ସ୍କ୍ରିପ୍ଟ ସୌରଭ ଗାଙ୍ଗୁଲି ନିଜେ ମଙ୍ଗଳବାର ଅର୍ଥାତ୍ ୨୪ ଜାନୁୟାରୀରେ ଫାଇନାଲ କରିବେ ବୋଲି କୁହାଯାଉଛି । ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ଫିଲ୍ମର ସ୍କ୍ରିପ୍ଟ ଫାଇନାଲ କରିବାକୁ ମୁମ୍ବାଇ ଆସିବେ ।
ସୌରଭ ଗାଙ୍ଗୁଲିଙ୍କ ଜୀବନି ଉପରେ ଖୁବଶୀଘ୍ର ଫିଲ୍ମ ନିର୍ମାଣ କରାଯିବ । ୯ ଡିସେମ୍ବର ୨୦୨୧ରେ ଲଭ ଫିଲ୍ମ ଓ ସୌରଭ ଗାଙ୍ଗୁଲି ମିଶି ଏହି ବାୟୋପିକର ଘୋଷଣା କରିଥିଲେ । ଦୁଇ ବର୍ଷର ରିସର୍ଚ୍ଚ ପରେ ଫିଲ୍ମର ସ୍କ୍ରିପ୍ଟ ପ୍ରାୟ ପ୍ରସ୍ତୁତ ହୋଇଛି । ହେଲେ ମେକର୍ସ ଆଗକୁ କାମ ବଢାଇବାକୁ ଗାଙ୍ଗୁଲିଙ୍କ ଅନୁମତି ଚାହିଁଛନ୍ତି । ତେଣୁ ଫିଲ୍ମକୁ ସବୁଜ ସଙ୍କେତ ଦେବା ଲାଗି ପୂର୍ବତନ ଭାରତୀୟ କ୍ୟାପଟେନ ସୋମବାର ରାତିରେ ତାଙ୍କ ବନ୍ଧୁ ସଞ୍ଜୟ ଦାସଙ୍କ ସହ ମୁମ୍ବାଇ ଯାଇଛନ୍ତି ।

Share