Posted inଫୁରସତ

ମଙ୍ଗଳରେ ଧୂଳିଝଡ଼ ଶବ୍ଦ

ପ୍ୟାରିସ: ମଙ୍ଗଳ ଗ୍ରହରେ ପ୍ରଥମ ଥର ପାଇଁ ଏକ ଧୂଳିଝଡ଼ର ଶବ୍ଦ ରେକର୍ଡ କରାଯାଇଛି। ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ପଠାଯାଇଥିବା ପର୍ସେଭେରେନ୍ସ ରୋଭର୍‌ର ଉପର ଭାଗ ଦେଇ ଧୂଳିଝଡ଼ ଅତିକ୍ରମ କରୁଥିବାବେଳେ ତହିଁରୁ ସୃଷ୍ଟ ଶବ୍ଦକୁ ମାଇକ୍ରୋ ଫୋନ୍‌ କଏଦ କରିଥିଲା। ଲାଲ୍‌ ଗ୍ରହରେ ପାଣିପାଗ ଓ ଜଳବାୟୁ ସମ୍ପର୍କରେ ଅଧିକ ତଥ୍ୟ ହାସଲ ଦିଗରେ ଏହି ରେକର୍ଡିଂ ବିଶେଷ ସହାୟକ ହେବ। ମଙ୍ଗଳ ପୃଷ୍ଠରେ ଏକଦା ଜୀବସତ୍ତା ଥିବାନେଇ ଧାରଣାକୁ ଏହା ବଳ ଦେବ ବୋଲି ଗବେଷଣାର ନେତୃତ୍ୱ ନେଇଥିବ ନାଓମି ମୁରଡୋଚ୍‌ କହିଛନ୍ତି।

ପୃଷ୍ଠ ଓ ବାୟୁ ତାପମାତ୍ରା ମଧ୍ୟରେ ବଡ଼ ବ୍ୟବଧାନ ସୃଷ୍ଟି ହେଲେ ଏଭଳି ଧୂଳିପୂର୍ଣ୍ଣ ଝଡ଼ ଦେଖାଦିଏ। ୨୦୨୧ ଫେବୃୟାରୀରୁ ପର୍ସେଭେରେନ୍ସ ରୋଭର୍‌ କାର୍ଯ୍ୟକ୍ଷମ ଥିବା ସତ୍ତ୍ୱେ କେବେ କୌଣସି ଶବ୍ଦ ରେକର୍ଡ କରିପାରି ନ ଥିଲା। ୨୦୨୧ ସେପ୍ଟେମ୍ବର ୨୭ରେ ଆକସ୍ମିକ ଭାବେ ୧୧୮ ମିଟର ଉଚ୍ଚତା ବିଶିଷ୍ଟ ଏକ ଧୂଳିଝଡ଼ ଏହା ଉପର ଦେଇ ଗତି କରିଥିଲା। ଏଥର ରୋଭର୍‌ର ସୁପରକ୍ୟାମ୍‌ ଧୂଳି ଝଡ଼ର ‘ଟକ୍‌ ଟକ୍‌ ଟକ୍‌’ ଶବ୍ଦକୁ ସାଉଁଟି ସାଇତି ରଖିଛି। ଧୂଳି ଝଡ଼ର ଢାଞ୍ଚା ଓ ବ୍ୟବହାର ସମ୍ପର୍କରେ ଅଧ୍ୟୟନ ପାଇଁ ଆବଶ୍ୟକ କଣିକାର ସଂଖ୍ୟା ଗଣନାରେ ଗବେଷକମାନଙ୍କ କାମରେ ଏହା ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri