କଲେଜରେ ରାକେଟ୍‌ ଚଳାଉଥିଲେ HOD ସମୀର ସାହୁ, ସାଂଘାତିକ ଖୁଲାସା କଲେ…

ଭୁବନେଶ୍ୱର,୧୬।୭: ଥମୁନି ବାଲେଶ୍ୱର ଜିଲା ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ଆତ୍ମାହୁତିର ନିଆଁ। ସାରା ରାଜ୍ୟରେ ଏହି ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ବିରୋଧୀମାନେ ବନ୍ଦ ଡ଼ାକରା ଦେଇଛନ୍ତି। ଏସବୁ ମଧ୍ୟରେ ବଡ଼ ବୟାନ ଦେଇଛନ୍ତି ମୃତା ଛାତ୍ରୀଙ୍କ ବାପା। ସୌମ୍ୟାଶ୍ରୀ ଆତ୍ମାହୁତି କରିନାହାନ୍ତି, ବରଂ ତାଙ୍କୁ ହତ୍ୟା କରାଯାଇଛି। ସମସ୍ତେ ମିଶି ତାଙ୍କୁ ମରିବା ପାଇଁ ବାଧ୍ୟ କରିଛନ୍ତି ବୋଲି ସାଂଘାତିକ ଅଭିଯୋଗ କରିଛନ୍ତି ମୃତ ଛାତ୍ରୀଙ୍କ ବାପା।
ସୌମ୍ୟାଶ୍ରୀଙ୍କ ବାପା କହିଛନ୍ତି, ଘଟଣା ଦିନ ପ୍ରିନ୍ସିପାଲ ରୁମରେ କିଛି ନିହାତି ଘଟିଥିଲା, ଯେଉଁଥିଲାଗି ଝିଅ ଚାମ୍ବରରୁ ବାହାରି ଏମିତି ଘଟଣା ଘଟାଇଥିଲା। ପ୍ରିନ୍ସିିପାଲ କହିଥିଲେ ଯେ ମାମଲାର ତଦନ୍ତ ଆଭ୍ୟନ୍ତରୀଣ ଅଭିଯୋଗ କମିଟି କରୁଛି । ରିପୋର୍ଟ ଆସିବା ପରେ ଆପଣଙ୍କ ସାମ୍ନାରେ ତା’ର ସିଲ ଖୋଲାଯିବ। ତା’ପୂର୍ବରୁ କେମିତି ରିପୋର୍ଟ  ଖୁଲାସା ହୋଇଗଲା।ଯଦି ଝିଅର ଆଟେଣ୍ଡାନ୍ସ କମ୍‌ ଥିଲା, ଅଭିଭାବକ ହିସାବରେ ମୋତେ କାହିଁକି ଅବଗତ କରାଗଲା ନାହିଁ? ପରୀକ୍ଷା ରୋକାଯାଇଥିବା ୯ ପିଲାଙ୍କ ମଧ୍ୟରୁ ପରବର୍ତ୍ତୀ ସମୟରେ ୮ ଜଣଙ୍କୁ ଅନୁମତି ଦିଆଗଲା। କିନ୍ତୁ ମୋ’ ମେଧାବୀ ଝିଅ କି ଦୋଷ କରିଥିଲା ଯେ, ପରୀକ୍ଷା ପାଇଁ ଅନୁମତି ଦିଆଗଲା ନାହିଁ ? HOD ସମୀର ସାହୁଙ୍କ ପୂର୍ବ ରେକର୍ଡ ବି ଖରାପ ରହିଛି। ସେ କଲେଜରେ ରାକେଟ୍‌ ଚଲାଉଥିଲେ ବୋଲି ଛାତ୍ରୀଙ୍କ ବାପା କହିଛନ୍ତି।

ସୂଚନାଯୋଗ୍ୟ ସୌମ୍ୟଶ୍ରୀ ବିଶୀ, ଜଣେ ବି.ଏଡ୍‌ ଛାତ୍ରୀ, ଜୁଲାଇ ୧୨ରେ କଲେଜ ପରିସରରେ ଆତ୍ମାହୁତି ଦେବାକୁ ଚେଷ୍ଟା କରିଥିଲେ। ସେ ବିଭାଗୀୟ ମୁଖ୍ୟ ସମୀର କୁମାର ସାହୁଙ୍କ ବିରୋଧରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିଥିଲେ। ଅଭିଯୋଗ ଅନୁସାରେ, ସେ ପ୍ରିନ୍ସିପାଲଙ୍କ ଚାମ୍ବର ସାମ୍ନାରେ ନିଜ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ, କାରଣ ତାଙ୍କ ଅଭିଯୋଗରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ସେ ମାନସିକ ଭାବେ ବିଚଳିତ ହୋଇପଡ଼ିଥିଲେ। ସୌମ୍ୟଶ୍ରୀଙ୍କ ଶରୀରରେ ୯୦-୯୫% ପୋଡ଼ିଯାଇଥିଲା। ପ୍ରଥମେ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା, ପରେ ଉନ୍ନତ ଚିକିତ୍ସା ପାଇଁ ଏଇମସ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା। ମେକାନିକାଲ ଭେଣ୍ଟିଲେସନ ଓ ରେନାଲ ରିପ୍ଲେସମେଣ୍ଟ ଥେରାପି ଭଳି ଚିକିତ୍ସା ସତ୍ତ୍ୱେ ଜୁଲାଇ ୧୪ ରାତି ୧୧:୪୬ରେ ତାଙ୍କୁ ମୃତ ଘୋଷଣା କରାଗଲା।

ଏହା ପୂର୍ବରୁ ସୌମ୍ୟଶ୍ରୀ କଲେଜ ନିକଟରେ ଏକ ଧାରଣାରେ ବସି ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ତାଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନହେବାରୁ ସେ ଏହି ଚରମ ପଦକ୍ଷେପ ନେଇଥିଲେ। ସାହେବଖୁଣ୍ଟା ପୁଲିସ ସାହୁଙ୍କୁ ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୮ (ଆତ୍ମହତ୍ୟା ପାଇଁ ପ୍ରରୋଚନା) ଓ ଧାରା ୭୫(୧)(ତୃତୀୟ) (ଯୌନ ଉତ୍ପୀଡ଼ନ) ଅନୁଯାୟୀ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରୋହିତ ସେଟ୍ଟୀଙ୍କ ଘର ବାହାରେ ଫାୟାରିଂ, ପହଞ୍ଚିଲା ମୁମ୍ବାଇ ପୋଲିସ 

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଶନିବାର ବିଳମ୍ବିତ ରାତିରେ ତାଙ୍କ ଘର ବାହାରେ…

Budget 2026: ଶସ୍ତା ହେଲା ଜୋତା ମହଙ୍ଗା ହେଲା ମଦ, ଜାଣନ୍ତୁ ଏଥର ବଜେଟରେ କ’ଣ ହେଲା ଶସ୍ତା

ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ କ୍ରମାଗତ ନବମ ବଜେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ସାଧାରଣ ଜନତାଙ୍କ ପାଇଁ ସବୁଠାରୁ ବଡ଼ ଏବଂ…

ଏଣିକି ଟ୍ୟାକ୍ସ ଫାଙ୍କିଲେ କି ନ ଦେଲେ ହେବନି ଜେଲ୍‌…ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୧।୨: ଯଦି ଆପଣ ମଧ୍ୟ କଠୋର ଆୟକର ନିୟମ ଏବଂ ଯାଞ୍ଚ ପ୍ରକ୍ରିୟାକୁ ଭୟ କରୁଥିଲେ, ତେବେ 2026-27 ଆର୍ଥିକ ବର୍ଷର ବଜେଟ ଏକ ବଡ଼ ଆଶ୍ୱସ୍ତି…

Union Budget 2026-27: ଆୟକର ଦାତାଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୨।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର ସଂସଦରେ ତାଙ୍କର ନବମ ବଜେଟ ଉପସ୍ଥାପନ କରିଛନ୍ତି। ଆର୍ଥିକ ବର୍ଷ 2026-27 ପାଇଁ ବଜେଟ ଦେଶର ସଂସଦୀୟ ଇତିହାସରେ ଏକ…

ଭଡ଼ାଘରୁ ମିଳିଲା ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ, ମହାବିଦ୍ୟାଳୟର ପଛ ପଟେ…

ଖୋର୍ଦ୍ଧା,୧ା୨(ପ୍ରଭାତ ପାଣିଗ୍ରାହୀ): ଭଡ଼ାଘରୁ ଜଣେ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ଖୋର୍ଦ୍ଧା ଜିଲା ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପିକା ବର୍ଷା ରାଣୀ ଗଜେନ୍ଦ୍ରଙ୍କ…

ଫେବୃଆରୀ ୬ରୁ ରାମଚଣ୍ଡୀ ମହୋତ୍ସବ: ଦର୍ଶକଙ୍କ ମନମୋହିବ…

ଗଞ୍ଜାମ,୧।୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତର ନୀଳାଦ୍ରିପୁରସ୍ଥିତ ପ୍ରସିଦ୍ଧ ମା’ ରାମଚଣ୍ଡୀଙ୍କ ଶକ୍ତିପୀଠରେ ଫେବୃଆରୀ ୬, ୭ ଓ ୮ ତାରିଖ ୩ଦିନ ଧରି…

 ୭୨ ବର୍ଷୀୟ ବୃଦ୍ଧଙ୍କ ନାଁରେ ଅସଦାଚରଣ ଅଭିଯୋଗ: କୋର୍ଟ ଚାଲାଣ ପରେ ଥାନା ଘେରିଲେ ଗ୍ରାମବାସୀ 

ତିହିଡ଼ି,୧।୨(ସଞ୍ଜିତ ବଳ): ତିହିଡି଼ ଥାନା ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଆରସା ଗ୍ରାମର ଶତାଧିକ ଅଧିବାସୀ ରବିବାର ପୂର୍ବାହ୍ନରେ ଥାନା ଘେରାଉ କରିଛନ୍ତି l ଗ୍ରାମର ଜଣେ ବୃଦ୍ଧଙ୍କୁ…

Budget 2026: ବଜେଟରେ ବଡ଼ ଘୋଷଣା କଲେ ନିର୍ମଳା ସୀତାରାମନ୍‌, କ୍ୟାନସର-ଡାଇବେଟିସ ରୋଗୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୧।୨: ସଂସଦ ଆରମ୍ଭ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଲୋକ ସଭାରେ ବଜେଟ ଉପସ୍ଥାପନ କରୁଛନ୍ତି। ଏହା ତାଙ୍କର ଲଗାତାର ନବମ ବଜେଟ। ବଜେଟର ଏକ କପି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri