ସୌମ୍ୟଙ୍କ ସାଙ୍ଗ ଭୂମିକା ତଦନ୍ତ ପରିସର: କ୍ରାଇମବ୍ରାଞ୍ଚ ଡିଆଇଜି

ଭୁବନେଶ୍ୱର,୨୮।୫: କ୍ରାଇମବ୍ରାଞ୍ଚ ଡିଆଇଜି ବି. ଗଙ୍ଗାଧର ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ଏକ ବଡ଼ ସୂଚନା ଦେଇଛନ୍ତି। ବାଲିଅନ୍ତା ସୌମ୍ୟ ମୃତ୍ୟୁ ମାମଲାରେ ଆହୁରି ୧୦ଜଣ ଅଭିଯୁକ୍ତ ଫେରାର ଅଛନ୍ତି। ଘଟଣାରେ ସମ୍ପୃକ୍ତ କାହାରିକୁ ଛଡ଼ାଯିବ ଯିବ ନାହିଁ, ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଡିଆଇଜି ପ୍ରକାଶ କରିଛନ୍ତି।

ସେ କହିଛନ୍ତି, ଗୁରୁବାର ଧରାପଡ଼ିଥିବା ଅଭିଯୁକ୍ତ ଜଣକ ମୁଣ୍ଡକୁ ପିଟିବା ପ୍ରମାଣ ମିଳିଛି। ସୌମ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ବ୍ରେନରେ ଆଘାତ ଯୋଗୁ ମୃତ୍ୟୁ ସ୍ପଷ୍ଟ ହୋଇଛି। ଏଥିସହ ସୌମ୍ୟଙ୍କ ଶରୀରର ବିଭିନ୍ନ ସ୍ଥାନରେ ମଧ୍ୟ ଆଘାତ ଲାଗିଛି। ଏହା ଏକ ସମ୍ବେଦନଶୀଳ ହତ୍ୟାକାଣ୍ଡ।

ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନେ ଲୁଚି ରହିଛନ୍ତି। ସେମାନଙ୍କୁ ଖୋଜି ବାହାର କରାଯିବ। ସୌମ୍ୟଙ୍କ ସାଙ୍ଗ ଭୂମିକା ମଧ୍ୟ ଏବେ ତଦନ୍ତ ପରିସରଭୁକ୍ତ ରହିଛି। ଯେଉଁ ଯୁବତୀଙ୍କ କଥା ପଦାକୁ ଆସିଛି। ସୌମ୍ୟଙ୍କ ସହ ତାଙ୍କର ପରିଚୟ ନ ଥିଲା। ଅନ୍ୟପକ୍ଷେ ଭିଡ଼ ହିଂସାର ସ୍ବତନ୍ତ୍ର ଧାରା ରହିଛି। ପରେ ମଧ୍ୟ ଧାରା ଲଗାଯାଇ ପାରିବ ବୋଲି ଡିଆଇଜି କହିଛନ୍ତି। ସୂଚନା ଯୋଗ୍ୟ, କଛି ଦିନ ତଳେ ସୌମ୍ୟଙ୍କ ମା’ ସୌମ୍ୟଙ୍କ ସାଙ୍ଗର ଭୂମିକାକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଥିଲେ।