ସୌମ୍ୟଙ୍କ ପରିବାରଲୋକଙ୍କ ବୟାନ ରେକର୍ଡ କଲା କ୍ରାଇମ୍‌ବ୍ରାଞ୍ଚ

ଖଇରା,୧।୯(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନେଇଥିବା ବେଳେ ବୁଧବାର ସୌମ୍ୟଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ ପାଇଁ ଉକ୍ତ ଟିମ୍‌ ବାଲେଶ୍ବର ଜିଲା ଖଇରା ବ୍ଲକ ଅଧୀନ ବେଗୁନିଆ ଗ୍ରାମରେ ପହଞ୍ଚିଛନ୍ତି। କ୍ରାଇମବ୍ରାଞ୍ଚ ଡିଏସ୍‌ପି ଜ୍ଞାନ ରଞ୍ଜନ ମିଶ୍ରଙ୍କ ନେତୃତ୍ୱରେ ଏକ ୪ଜଣିଆ ଟିମ୍‌ ବେଗୁନିଆ ବାସଭବନରେ ସୌମ୍ୟଙ୍କ ବାପା ଅଭିରାମ, ମା ତୁଳସୀ, ମାମୁ ଶୀତିକଣ୍ଠ ପଣ୍ଡାଙ୍କ ସମେତ ଅନ୍ୟ ଘର ଲୋକଙ୍କୁ ପଚରାଉଚୁରା କରିଛନ୍ତି। ପରିବାର ସଦସ୍ୟମାନେ ସୌମ୍ୟ ଫୋନରେ କରିଥିବା ବାର୍ତ୍ତାଳାପ, ବିଦ୍ୟାଭାରତୀଙ୍କ ଡିଏଫ୍‌ଓ ସହ ସମ୍ପର୍କ ବିଷୟରେ କହିଥିବା ଜଣାଇଛନ୍ତି। ଏହି ବୟାନରେକର୍ଡ ପରେ ଉକ୍ତ ଟିମ ବିଦ୍ୟାଭାରତୀଙ୍କୁ ପଚରାଉଚୁରା ପାଇଁ କପ୍ତିପଦା ଯିବେ ବୋଲି ଜଣାପଡ଼ିଛି।