‘ବବି, ପାଣ୍ଡିଆନ୍‌ ନବୀନଙ୍କ ଆଖି’

ଭୁବନେଶ୍ୱର,୧୧ା୮(ପି.ଟି.):ଶାସକମାନେ ଜଣେ ନିର୍ଦ୍ଦିଷ୍ଟ ଅମଲାତନ୍ତ୍ରୀ କିମ୍ବା ରାଜନେତାଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ନ ହୋଇ ସୂଚନାର ବିକଳ୍ପ ଉତ୍ସ ବାହାର କରିବା ଉଚିତ ବୋଲି ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ଉପସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି। ଏହାକୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସୌମ୍ୟରଞ୍ଜନଙ୍କ ଖୋଲା ଟାର୍ଗେଟ ବୋଲି ବିବେଚନା କରାଯାଉଛି। କଟକରେ ସୋମବାର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ କହିଛନ୍ତି, ବିଜେଡିର ସାଙ୍ଗଠିନକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ୍‌ ହେଉଛନ୍ତି ନବୀନଙ୍କ ଆଖି। ସୁଶାସନ ଓ ଗଣତନ୍ତ୍ର ପାଇଁ ଗଣମାଧ୍ୟମ ରାଜ୍ୟର ‘ତୃତୀୟ ଚକ୍ଷୁ’ର ଭୂମିକା ଗ୍ରହଣ କରିବା ଉଚିତ। ବବି ଏବଂ ୫-ଟି ସଚିବଙ୍କ ଜରିଆରେ ନବୀନ ଯାହା ଦେଖିବେ ତାହା ତାଙ୍କର ଦୁନିଆ ହେବ। ତେବେ ଏହି ଦୁଇ ଆଖିର ଦୃଷ୍ଟିଶକ୍ତି ସ୍ବାର୍ଥ ପାଇଁ ଦୁର୍ବଳ ହୋଇଗଲେ ଏବଂ ଯାହା ଠିକ୍‌ ନୁହେଁ, ତାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ବିଶ୍ୱାସ କରିବସିଲେ ସବୁକିଛି ନିୟନ୍ତ୍ରଣ ବାହାରକୁ ଚାଲିଯିବ। ଏହି ଦୁଇ ଆଖି ଯୋଗୁ ମୁଖ୍ୟମନ୍ତ୍ରୀ ଯଦି ଏକ କାଉକୁ ଧଳା କହିବା ଆରମ୍ଭ କରନ୍ତି ତେବେ ତାହା ଆମର ଦୁର୍ଭାଗ୍ୟ ହେବ। ଏହି ଦୁଇ ଆଖି ସବୁବେଳେ ସତ ଦେଖିବେ ଓ ମୁଖ୍ୟମନ୍ତ୍ରୀଙ୍କୁ କହିବେ ତାହାର କିଛି ଗ୍ୟାରେଣ୍ଟି ନାହିଁ ବୋଲି ସୌମ୍ୟ କହିଛନ୍ତି।
ସୌମ୍ୟ ଆହୁରି କହିଛନ୍ତି, ଆଗକାଳରେ ରାଜାମାନେ ନିଜ ମନ୍ତ୍ରୀମାନଙ୍କ କଥାର ସତ୍ୟତା ଯାଞ୍ଚ ପାଇଁ ଅନ୍ଧାରି ବିଜେ କରି ଶାସନ ସମ୍ପର୍କରେ ଲୋକଙ୍କଠାରୁ ମତାମତ ନେଉଥିଲେ। ଗଣମାଧ୍ୟମ ଏକ ‘ତୃତୀୟ ନୟନ’ର ଭୂମିକା ନେଇପାରିବ କି ବୋଲି ସୌମ୍ୟ ପ୍ରଶ୍ନ କରିଛନ୍ତି। ନ୍ୟୁଜ୍‌ ଏଜେନ୍ସି ପିଟିଆଇ ପକ୍ଷରୁ ଯୋଗାଯୋଗ କରାଯିବାରୁ ସୌମ୍ୟ କହିଥିଲେ, ଗୋଟିଏ ଟିଭି ଚ୍ୟାନେଲ ତାଙ୍କ ମନ୍ତବ୍ୟକୁ ଭିନ୍ନ ଭିନ୍ନ ପ୍ରକାରେ ପ୍ରସାର କରୁଛି। ନିର୍ଦ୍ଦିଷ୍ଟ ନେତା ଓ ଅଫିସରଙ୍କ ଉପରେ ଶାସକଙ୍କ ନିର୍ଭରଶୀଳତାର ଅବତାରଣା କରିବାବେଳେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓ ଅନ୍ୟମାନଙ୍କ କଥା ମଧ୍ୟ କହିଛନ୍ତି। ତେବେ ଏକ ନିର୍ଦ୍ଦିଷ୍ଟ ଚ୍ୟାନେଲ କେବଳ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ତାଙ୍କ ବକ୍ତବ୍ୟକୁ ଦେଖାଉଛି। ସେ ସର୍ବସାଧାରଣରେ କହିଥିବାରୁ ତାଙ୍କ ମନ୍ତବ୍ୟ କୌଣସି ନିର୍ଦ୍ଦିଷ୍ଟ ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ। ବବି ଓ ପାଣ୍ଡିଆନ୍‌ଙ୍କ ନାମ ନେଇଥିଲେ କି ନାହିଁ ବୋଲି ପ୍ରଶ୍ନ କରାଯିବାରୁ ସୌମ୍ୟରଞ୍ଜନ କହିଥିଲେ, ହଁ ଦୃଷ୍ଟାନ୍ତ ଭାବେ ସେମାନଙ୍କ ନାମ ନିଆଯାଇଥିଲା। ଘରକୁ ଏକ ବିନ୍ଦୁରେ ପହଞ୍ଚାଇବା ପାଇଁ ଏଭଳି ଦୃଷ୍ଟାନ୍ତ ଦେବାରେ କିଛି ଭୁଲ୍‌ ନାହିଁ।
ପ୍ରକଶ ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜ୍ୱାଇଁ ସୌମ୍ୟରଞ୍ଜନ ୨୦୧୮ରେ ଶାସକ ବିଜେଡିରେ ଯୋଗଦେଇ ରାଜ୍ୟ ସଭା ସଦସ୍ୟ ହୋଇଥିଲେ। ୨୦୧୯ରେ ବିଧାନସଭା ନିର୍ବାଚନ ବେଳେ ବିଜେଡି ତାଙ୍କୁ ଟିକେଟ ଦେଇଥିଲା। ଗତ ଜୁଲାଇ ୧ରେ ବିଜେଡି ବିଧାୟକ ସୌମ୍ୟ ତାଙ୍କ ଦ୍ୱାରା ସମ୍ପାଦିତ ଏକ ଦୈନିକ ଖବରକାଗଜରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ଓଡ଼ିଶାରେ କୋଭିଡ୍‌-୧୯ରେ ପ୍ରାଣ ହରାଉଥିବା ଲୋକଙ୍କ ସଂଖ୍ୟା କମ୍‌ କରି ଦର୍ଶାଯାଉଛି। ତେବେ ପ୍ରକୃତ କରୋନା ମୃତ୍ୟୁସଂଖ୍ୟା ସାର୍ବଜନୀନ କରାଗଲେ ସରକାରଙ୍କ ବିଶେଷ କ୍ଷତି ହେବ ନାହିଁ ବୋଲି ସେ ସେଥିରେ ଉଲ୍ଲେଖ କରିଥିଲେ। ସେହିପରି ଟିକାକରଣ କେନ୍ଦ୍ରଗୁଡ଼ିକରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟରକୁ ନେଇ ମଧ୍ୟ ବରିଷ୍ଠ ବିଜେଡି ନେତା ସୌମ୍ୟରଞ୍ଜନ ବିବାଦ ସୃଷ୍ଟି କରିଥିଲେ। ସୌମ୍ୟରଞ୍ଜନ କଟକରେ ଦେଇଥିବା ମନ୍ତବ୍ୟକୁ ନେଇ ବିଜେଡିର ଔପଚାରିକ ମତାମତ ଲୋଡ଼ିବାକୁ ଚେଷ୍ଟା କରିବାରୁ ଅନେକ ନେତା ମୁହଁ ଖୋଲିବାକୁ ମନା କରିଦେଇଥିଲେ। ବିଜେଡି ଉପାଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ସୌମ୍ୟରଞ୍ଜନ କଟକ କାର୍ଯ୍ୟକ୍ରମରେ କ’ଣ କହିଥିଲେ ସେ ଦେଖିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri