‘ବବି, ପାଣ୍ଡିଆନ୍‌ ନବୀନଙ୍କ ଆଖି’

ଭୁବନେଶ୍ୱର,୧୧ା୮(ପି.ଟି.):ଶାସକମାନେ ଜଣେ ନିର୍ଦ୍ଦିଷ୍ଟ ଅମଲାତନ୍ତ୍ରୀ କିମ୍ବା ରାଜନେତାଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ନ ହୋଇ ସୂଚନାର ବିକଳ୍ପ ଉତ୍ସ ବାହାର କରିବା ଉଚିତ ବୋଲି ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ଉପସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି। ଏହାକୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସୌମ୍ୟରଞ୍ଜନଙ୍କ ଖୋଲା ଟାର୍ଗେଟ ବୋଲି ବିବେଚନା କରାଯାଉଛି। କଟକରେ ସୋମବାର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ କହିଛନ୍ତି, ବିଜେଡିର ସାଙ୍ଗଠିନକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ୍‌ ହେଉଛନ୍ତି ନବୀନଙ୍କ ଆଖି। ସୁଶାସନ ଓ ଗଣତନ୍ତ୍ର ପାଇଁ ଗଣମାଧ୍ୟମ ରାଜ୍ୟର ‘ତୃତୀୟ ଚକ୍ଷୁ’ର ଭୂମିକା ଗ୍ରହଣ କରିବା ଉଚିତ। ବବି ଏବଂ ୫-ଟି ସଚିବଙ୍କ ଜରିଆରେ ନବୀନ ଯାହା ଦେଖିବେ ତାହା ତାଙ୍କର ଦୁନିଆ ହେବ। ତେବେ ଏହି ଦୁଇ ଆଖିର ଦୃଷ୍ଟିଶକ୍ତି ସ୍ବାର୍ଥ ପାଇଁ ଦୁର୍ବଳ ହୋଇଗଲେ ଏବଂ ଯାହା ଠିକ୍‌ ନୁହେଁ, ତାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ବିଶ୍ୱାସ କରିବସିଲେ ସବୁକିଛି ନିୟନ୍ତ୍ରଣ ବାହାରକୁ ଚାଲିଯିବ। ଏହି ଦୁଇ ଆଖି ଯୋଗୁ ମୁଖ୍ୟମନ୍ତ୍ରୀ ଯଦି ଏକ କାଉକୁ ଧଳା କହିବା ଆରମ୍ଭ କରନ୍ତି ତେବେ ତାହା ଆମର ଦୁର୍ଭାଗ୍ୟ ହେବ। ଏହି ଦୁଇ ଆଖି ସବୁବେଳେ ସତ ଦେଖିବେ ଓ ମୁଖ୍ୟମନ୍ତ୍ରୀଙ୍କୁ କହିବେ ତାହାର କିଛି ଗ୍ୟାରେଣ୍ଟି ନାହିଁ ବୋଲି ସୌମ୍ୟ କହିଛନ୍ତି।
ସୌମ୍ୟ ଆହୁରି କହିଛନ୍ତି, ଆଗକାଳରେ ରାଜାମାନେ ନିଜ ମନ୍ତ୍ରୀମାନଙ୍କ କଥାର ସତ୍ୟତା ଯାଞ୍ଚ ପାଇଁ ଅନ୍ଧାରି ବିଜେ କରି ଶାସନ ସମ୍ପର୍କରେ ଲୋକଙ୍କଠାରୁ ମତାମତ ନେଉଥିଲେ। ଗଣମାଧ୍ୟମ ଏକ ‘ତୃତୀୟ ନୟନ’ର ଭୂମିକା ନେଇପାରିବ କି ବୋଲି ସୌମ୍ୟ ପ୍ରଶ୍ନ କରିଛନ୍ତି। ନ୍ୟୁଜ୍‌ ଏଜେନ୍ସି ପିଟିଆଇ ପକ୍ଷରୁ ଯୋଗାଯୋଗ କରାଯିବାରୁ ସୌମ୍ୟ କହିଥିଲେ, ଗୋଟିଏ ଟିଭି ଚ୍ୟାନେଲ ତାଙ୍କ ମନ୍ତବ୍ୟକୁ ଭିନ୍ନ ଭିନ୍ନ ପ୍ରକାରେ ପ୍ରସାର କରୁଛି। ନିର୍ଦ୍ଦିଷ୍ଟ ନେତା ଓ ଅଫିସରଙ୍କ ଉପରେ ଶାସକଙ୍କ ନିର୍ଭରଶୀଳତାର ଅବତାରଣା କରିବାବେଳେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓ ଅନ୍ୟମାନଙ୍କ କଥା ମଧ୍ୟ କହିଛନ୍ତି। ତେବେ ଏକ ନିର୍ଦ୍ଦିଷ୍ଟ ଚ୍ୟାନେଲ କେବଳ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ତାଙ୍କ ବକ୍ତବ୍ୟକୁ ଦେଖାଉଛି। ସେ ସର୍ବସାଧାରଣରେ କହିଥିବାରୁ ତାଙ୍କ ମନ୍ତବ୍ୟ କୌଣସି ନିର୍ଦ୍ଦିଷ୍ଟ ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ। ବବି ଓ ପାଣ୍ଡିଆନ୍‌ଙ୍କ ନାମ ନେଇଥିଲେ କି ନାହିଁ ବୋଲି ପ୍ରଶ୍ନ କରାଯିବାରୁ ସୌମ୍ୟରଞ୍ଜନ କହିଥିଲେ, ହଁ ଦୃଷ୍ଟାନ୍ତ ଭାବେ ସେମାନଙ୍କ ନାମ ନିଆଯାଇଥିଲା। ଘରକୁ ଏକ ବିନ୍ଦୁରେ ପହଞ୍ଚାଇବା ପାଇଁ ଏଭଳି ଦୃଷ୍ଟାନ୍ତ ଦେବାରେ କିଛି ଭୁଲ୍‌ ନାହିଁ।
ପ୍ରକଶ ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜ୍ୱାଇଁ ସୌମ୍ୟରଞ୍ଜନ ୨୦୧୮ରେ ଶାସକ ବିଜେଡିରେ ଯୋଗଦେଇ ରାଜ୍ୟ ସଭା ସଦସ୍ୟ ହୋଇଥିଲେ। ୨୦୧୯ରେ ବିଧାନସଭା ନିର୍ବାଚନ ବେଳେ ବିଜେଡି ତାଙ୍କୁ ଟିକେଟ ଦେଇଥିଲା। ଗତ ଜୁଲାଇ ୧ରେ ବିଜେଡି ବିଧାୟକ ସୌମ୍ୟ ତାଙ୍କ ଦ୍ୱାରା ସମ୍ପାଦିତ ଏକ ଦୈନିକ ଖବରକାଗଜରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ଓଡ଼ିଶାରେ କୋଭିଡ୍‌-୧୯ରେ ପ୍ରାଣ ହରାଉଥିବା ଲୋକଙ୍କ ସଂଖ୍ୟା କମ୍‌ କରି ଦର୍ଶାଯାଉଛି। ତେବେ ପ୍ରକୃତ କରୋନା ମୃତ୍ୟୁସଂଖ୍ୟା ସାର୍ବଜନୀନ କରାଗଲେ ସରକାରଙ୍କ ବିଶେଷ କ୍ଷତି ହେବ ନାହିଁ ବୋଲି ସେ ସେଥିରେ ଉଲ୍ଲେଖ କରିଥିଲେ। ସେହିପରି ଟିକାକରଣ କେନ୍ଦ୍ରଗୁଡ଼ିକରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟରକୁ ନେଇ ମଧ୍ୟ ବରିଷ୍ଠ ବିଜେଡି ନେତା ସୌମ୍ୟରଞ୍ଜନ ବିବାଦ ସୃଷ୍ଟି କରିଥିଲେ। ସୌମ୍ୟରଞ୍ଜନ କଟକରେ ଦେଇଥିବା ମନ୍ତବ୍ୟକୁ ନେଇ ବିଜେଡିର ଔପଚାରିକ ମତାମତ ଲୋଡ଼ିବାକୁ ଚେଷ୍ଟା କରିବାରୁ ଅନେକ ନେତା ମୁହଁ ଖୋଲିବାକୁ ମନା କରିଦେଇଥିଲେ। ବିଜେଡି ଉପାଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ସୌମ୍ୟରଞ୍ଜନ କଟକ କାର୍ଯ୍ୟକ୍ରମରେ କ’ଣ କହିଥିଲେ ସେ ଦେଖିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri